ରାୟଗଡା

୫ ବର୍ଷ ହେଲାଣି ବାରଣ୍ଡାରେ ଚାଲିଛି ପାଠପଢ଼ା : ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତା ଅଭାବ

ଝରିଗାଁ,୨୫।୭(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ପାଲିଆ ପଞ୍ଚାୟତ ବେଲଝରୀ ପ୍ରାଥମିକ ବିଦ୍ୟାଳୟରେ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତା ଅଭାବ ରହିଥିବା ଅଭିଯୋଗ ହେଉଛି। ଗ୍ରାମାଞ୍ଚଳରେ ଶିକ୍ଷାର ବିକାଶ ନେଇ ରାଜ୍ୟ ସରକାର ୧୯୭୨ ମସିହାରେ ବେଲଝରୀ ଗ୍ରାମଠାରେ ଉକ୍ତ ବିଦ୍ୟାଳୟ ସ୍ଥାପନ…

ସାପକାମୁଡ଼ାରେ ମହିଳାଙ୍କ ଜୀବନଗଲା

କୋରୁକୋଣ୍ଡା,୨୫।୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ନାକାମାମୁ ପଞ୍ଚାୟତ ଅନ୍ତର୍ଗତ ବାମରାଇ ଗ୍ରାମର ବାଲିଆ ମୁଦୁଲିଙ୍କ ସ୍ତ୍ରୀ ସୁମି(୩୦)ଙ୍କ ବୁଧବାର ସନ୍ଧ୍ୟାରେ ସାପକାମୁଡ଼ାରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ପ୍ରତିଦିନ ପରି ସୁମି ଗ୍ରାମର କିଛି ମହିଳାଙ୍କ ସହ…

ପୁରୀରୁ ସାଇବର ଅପରାଧୀ ଗିରଫ : ୨ ଲକ୍ଷ ଟଙ୍କା ଜବତ

ମାଲକାନଗିରି,୨୫।୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା ପୋଲିସ ସାଇବର ଅପରାଧରେ ଜଡ଼ିତ ଜଣେ ଅଭିଯୁକ୍ତଙ୍କୁ ପୁରୀରୁ ଗିରଫ କରିଛି। ଏହି ଅଭିଯୁକ୍ତ ଜଣଙ୍କ ରାଜ୍ୟର ବିଭିନ୍ନ ବ୍ୟକ୍ତିଙ୍କୁ ପ୍ରଲୋଭନ ଦେଖାଇ ଚତୁରତାର ସହ ଏଟିଏମ୍‌ ପିନ୍‌ ଓ ଆକାଉଣ୍ଟ ନମ୍ବର ନେଇ ଟଙ୍କା ଗାଏବ…

ବିଶ୍ୱସ୍ତରୀୟ ହେବ ରାୟଗଡ଼ା ଷ୍ଟେଶନ

ରାୟଗଡ଼ା ଅଫିସ, ୨୫ା୭: ରାୟଗଡ଼ା ରେଳଷ୍ଟେଶନ ହେବ ବିଶ୍ୱସ୍ତରୀୟ। ଆସନ୍ତା ସେପ୍ଟେମ୍ବରରେ ଏଥିନିମନ୍ତେ କାର୍ଯ୍ୟ ଆରମ୍ଭ ହେବ। ସେପ୍ଟେମ୍ବର ଶେଷ ସୁଦ୍ଧା ଆଇଏସ୍‌ଓ-୧୪୦୦୧ ସାର୍ଟିଫିକେଟ ହସ୍ତଗତ ହେବା ପରେ ଏହା ଆଗକୁ ଗଡ଼ିବ। ତେବେ ସାର୍ଟିଫିକେଟ ପ୍ରଦାନ ପାଇଁ ବୁଧବାର ରେଳ…

ଦୁର୍ନୀତି ପ୍ରତିବାଦରେ ୪୧ନଂ. ରାଜ୍ୟ ରାଜପଥ ଅବରୋଧ କଲେ ଲୋକେ

ମାଲକାନଗିରି,୨୪।୭(ଡି.ଏନ୍‌.ଏ.): ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକର ଖୁଣ୍ଟିଗୋରା ପଞ୍ଚାୟତ ଛକ ୪୧ନଂ. ରାଜ୍ୟ ରାଜପଥକୁ ଦୁର୍ନୀତିର ପ୍ରତିବାଦ ନେଇ ଶତାଧିକ ମହିଳା ଓ ପୁରୁଷ ରାସ୍ତା ଅବରୋଧ କରିଛନ୍ତି । ସୂଚନା ଅନୁଯାୟୀ, ଗତ ୧ ବର୍ଷ ହେଲା ସେମାନେ ପ୍ରଧାନମନ୍ତ୍ରୀ…

କଂଗ୍ରେସ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

କୋରାପୁଟ,୨୪।୭(ସ୍ବ.ପ୍ର.): ରାଜ୍ୟରେ କ୍ରମାଗତ ଭାବେ ବୃଦ୍ଧି ପାଇଥିବା ନାବାଳିକା, ନାରୀ ନିର୍ଯାତନା, ବଳାତ୍କାର, ଅପହରଣ ଓ ନିଖୋଜ ସହ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ପ୍ରତିବାଦରେ ବୁଧବାର କୋରାପୁଟ ଜିଲା କଂଗ୍ରେସ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।…

ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ପ୍ରସ୍ତୁତ ହେଉଛି ଖାଦ୍ୟ: ଅଧିକାଂଶ ଉଦ୍ୟୋଗର ଲାଇସେନ୍ସ ନାହିଁ

ନବରଙ୍ଗପୁର,୨୪।୭(ବି.ପ୍ର.)-ନବରଙ୍ଗପୁର ଜିଲାର ବିଭିନ୍ନ ବ୍ଲକରେ ଉଦ୍ୟୋଗମାନଙ୍କ ଦ୍ୱାରା ନିମ୍ନମାନର ଖାଦ୍ୟ ପ୍ରସ୍ତୁତ କରାଯାଇ ପ୍ୟାକେଟ ଜରିଆରେ ବଜାରରେ ବିକ୍ରି ହେଉଛି। ବିନା ସରକାରୀ ନିୟମରେ ସାରା ଜିଲାରେ ଏହି ଭଳି କ୍ଷୁଦ୍ର ଉଦ୍ୟୋଗ ଗଢି ଉଠିଛି । ଏଗୁଡିକରେ ଅସ୍ବାସ୍ଥ୍ୟକର ପରିବେଶ…

ବିଏସଏନଏଲ ସେବାରେ ଅବ୍ୟବସ୍ଥା ନେଇ ୧୨ ଘଣ୍ଟା ଚିତ୍ରକୋଣ୍ଡା ବନ୍ଦ, କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ଚିତ୍ରକୋଣ୍ଡା,୨୩ା୭(ଡି.ଏନ.ଏ.)- ବିଏସଏନଏଲ ସେବା ପ୍ରଦାନରେ ଅବ୍ୟବସ୍ଥା ପ୍ରତିବାଦରେ ଆହୂତ ଚିତ୍ରକୋଣ୍ଡା ବନ୍ଦ ଡାକରା ସଫଳ ହୋଇଛି। ଏହାକୁ ସ୍ଥାନୀୟ ଅଞ୍ଚଳର ସମସ୍ତ ଜନସାଧାରଣ ସମର୍ଥନ କରିଛନ୍ତି। ସେମାନେ ବିଏସଏନଏଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଏହାର ପ୍ରତିବାଦ କରିଛନ୍ତି। ବନ୍ଦ…

ଗଞ୍ଜେଇ ଚେରାଚାଲାଣ ଧରପଗଡ ବେଳେ ଗୁଳିଚାଳନା: ୧୧୨୩ କିଲୋ ଗଞ୍ଜେଇ ଜବତ,୨ ଗିରଫ

କୋରୁକୋଣ୍ଡା, ୨୩ା୭(ଡି.ଏନ.ଏ)- ମାଲକାନଗିରି ଜିଲାରେ ଦିନକୁ ଦିନ ଗଞ୍ଜେଇ ଚୋରା ଚାଲାଣ ବଢ଼ିବାରେ ଲାଗିଛି। ମାଲକାନଗିରି ପୋଲିସ ପକ୍ଷରୁ ଏହାକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଥିଲେ ମଧ୍ୟ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଯାଇପାରୁ ନାହିଁ। ଗତ ରବିବାର ରାତିରେ କାଉଡିରେ…

ଘର ପାଇଁ ୭ ବର୍ଷ ହେଲା ପ୍ରଶାସନ ନିକଟକୁ ଦୌଡୁଛନ୍ତି ବୃଦ୍ଧ

ନବରଙ୍ଗପୁର,୨୩।୭(ବି.ପ୍ର.)- ୭ ବର୍ଷ ତଳେ ନିଆଁ ଲାଗି ଘର ଜଳିଗଲା। ଯେଉଁ ଭଙ୍ଗା ଦଦରା ଘର ଖଣ୍ଡେ ଥିଲା ତାହା ବର୍ଷାରେ ଭାଙ୍ଗିଗଲା। ଘର ଖଣ୍ଡିଏ ପାଇଁ ତତ୍କାଳୀନ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ଏକମ୍ବା ଗାଁର…

ସୀମାନ୍ତରୁ ୩ ଲ୍ୟାଣ୍ଡମାଇନ ଉଦ୍ଧାର

ମାଲକାନଗିରି,୨୨ା୭ (ସ୍ବ.ପ୍ର.): ପ୍ରତିବର୍ଷ ମାଓବାଦୀ ସଙ୍ଗଠନ ପକ୍ଷରୁ ଜୁଲାଇ ୨୮ରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ଶହୀଦ ସପ୍ତାହ ପାଳନ କରାଯାଉଛି। ଏହି ସପ୍ତାହ ପାଳନ ବେଳେ ମାଓବାଦୀମାନେ ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼, ଆନ୍ଧ୍ର ଓ ତେଲେଙ୍ଗାନା ରାଜ୍ୟରେ ବଡଧରଣର ହିଂସା…

ଡମି ମାଓବାଦୀ ନିକଟରୁ ୨ ବୋମା ଉଦ୍ଧାର

ମାଲକାନଗିରି,୨୨ା୭ (ସ୍ବ.ପ୍ର.): ମାଓବାଦୀମାନେ ଯବାନମାନଙ୍କୁ ଚକମା ଦେବା ପାଇଁ ବିଭିନ୍ନ ସମୟରେ ଭିନ୍ନଭିନ୍ନ ପନ୍ଥା ଅବଲମ୍ବନ କରିଥାନ୍ତି। ଗତ କିଛିଦିନ ତଳେ ଛତିଶଗଡ଼ର ସୁକୁମା ଜିଲାରେ ସେମାନେ ଡମି ମାଓବାଦୀ ପୁତୁଳା କରି ହାତରେ ନକଲି ବନ୍ଧୁକ ଧରାଇ ଗଛ କୋଣରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?