ଧରିତ୍ରୀ ଖବରଦାତାଙ୍କୁ ମରଣାନ୍ତକ ଆକ୍ରମଣ

ପାରଳାଖେମୁଣ୍ଡି/ମୋହନା, ୧୭ା୧୦ (ସ୍ବ.ପ୍ର./ଡି.ଏନ୍‌.ଏ.): ବେଆଇନ ମଦ କାରବାର ବିରୋଧରେ ଖବର ସଂଗ୍ରହ କରିବା ବେଳେ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି ଗଜପତି ଜିଲା ଚନ୍ଦ୍ରଗିରିର ‘ଧରିତ୍ରୀ’ ଖବରଦାତା ଶ୍ରୀହରି ପ୍ରଧାନ। ଦୁର୍ବୃତ୍ତଙ୍କ ସଂଘବଦ୍ଧ ଆକ୍ରମଣରେ ଶ୍ରୀହରିଙ୍କ ଛାତି ଓ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ଦୁଇଗୋଡ଼ ଭାଙ୍ଗିଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ସେଠାରୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାରେ ୪ ଅଭିଯୁକ୍ତ ଗିରଫ ହୋଇଛନ୍ତି। ସୂଚନା ଅନୁଯାୟୀ, ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଆର୍‌ଆଇ କାର୍ଯ୍ୟାଳୟ ଏବଂ ସ୍କୁଲ ସମ୍ମୁଖରେ କୋରା ମହାଙ୍କୁଡ଼ ମଦ ବ୍ୟବସାୟ ଚଳାଇଥିଲେ। ଏ ସମ୍ପର୍କରେ ଦୀର୍ଘଦିନ ଧରି ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଉଥିଲା। ଗଣମାଧ୍ୟମ ନିକଟରେ ମଧ୍ୟ ଅଭିଯୋଗ ହୋଇଥିଲା। ଶ୍ରୀହରି ମଙ୍ଗଳବାର ସକାଳେ ଏ ସମ୍ପର୍କରେ ଖବର ସଂଗ୍ରହ ପାଇଁ ବନ୍ଧୁ ବିଶ୍ୱନାଥ ଭୂୟାଁଙ୍କ ସହ ଉକ୍ତ ଗ୍ରାମକୁ ଯାଇଥିଲେ। ସେଠାରେ ମଦ କାରବାର ସମ୍ପର୍କରେ ଭିଡିଓ ଏବଂ ବିଭିନ୍ନ ସୂତ୍ରରୁ ତଥ୍ୟ ସଂଗ୍ରହ କରିବାବେଳେ ଗ୍ରାମର ଜିତେନ୍ଦ୍ର ମହାଙ୍କୁଡ଼ ଏବଂ ପ୍ରଶାନ୍ତ ପ୍ରଧାନ ତାଙ୍କୁ ଗାଳିଗୁଲଜ କରିବା ସହ ଧମକ ଦେଇଥିଲେ। ସେଦିନ ଶ୍ରୀହରି ଜଣେ ବନ୍ଧୁଙ୍କ ଘରକୁ ଯାଇ ରାତି ପ୍ରାୟ ୧୧ଟା ସମୟରେ ଘରକୁ ଫେରିବା ବେଳେ ମଦ ବ୍ୟବସାୟୀ କୋରା, ପୁଅ ଅରୁଣ ଏବଂ ବରୁଣଙ୍କ ସମେତ ଜିତେନ୍ଦ୍ର ଓ ପ୍ରଶାନ୍ତ ତାଙ୍କୁ ଅଟକାଇ ମରଣାନ୍ତକ ଆକ୍ରମଣ କରିଥିଲେ। ଏ ସମ୍ପର୍କରେ ଥାନାରେ ଏତଲା ହୋଇଥିବାବେଳେ ପୋଲିସ କେସ୍‌ ନଂ ୧୮୪/୧୯ରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରିଥିଲା। ଏଥିରେ ୪ ଅଭିଯୁକ୍ତ କୋରା, ଅରୁଣ, ବରୁଣ, ଜିତେନ୍ଦ୍ର ଓ ପ୍ରଶାନ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବୁଧବାର ଖବରଦାତା ସମ୍ମିଳନୀରେ ଆଇଆଇସି ସଜିତ୍‌ କୁମାର ନାୟକ ସୂଚନା ଦେଇଛନ୍ତି। ଖବରଦାତାଙ୍କୁ ଏଭଳି ଆକ୍ରମଣର ତୀବ୍ର ନିନ୍ଦା କରାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ବକ୍ରୀ ହେବେ ବୁଧ : ୩ ରାଶିଙ୍କ ଅଧୁରା ସ୍ବପ୍ନ ହେବ ପୂରଣ, ଭାଗ୍ୟରେ ଲାଗିବ ଲଟେରୀ, ଚାରିଆଡୁ ଆସିବ ଟଙ୍କା!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୨୪ ଅକ୍ଟୋବର ୨୦୨୬ରେ ବୁଧ ତୁଳା ରାଶିରେ ବକ୍ରୀ ହୋଇଛନ୍ତି। ବୁଧଙ୍କ ଏହି ଚଳନର ପ୍ରଭାବ ସମସ୍ତ ରାଶି ଉପରେ ଭିନ୍ନ ଭିନ୍ନ…

୪ ବର୍ଷ ପରେ କମ୍‌ବ୍ୟାକ, ଏବେ ଶେଷ ହୋଇଯିବ କ୍ୟାରିୟର? ଭୁବନେଶ୍ୱରଙ୍କୁ ନେଇ ସାଂଘାତିକ ବୟାନ କଲେ…

ନ୍ୟୁଜଲାଣ୍ଡ, ୨୮।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ୩ଟି ଟି-୨୦ ମ୍ୟାଚ ଭୁବନେଶ୍ୱର କୁମାରଙ୍କ ପାଇଁ ଭଲ ରହିନାହିଁ। ଆଇପିଏଲ ଏବଂ ଘରୋଇ କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ଶକ୍ତ ଝଟ୍‌କା: ମିଳିବନି ବର୍ଦ୍ଧିତ ପେନଶନ

ନୂଆଦିଲ୍ଲୀ,୨୮।୧୦: ଅବସର ପରେ ପ୍ରତି ମାସରେ ମିଳୁଥିବା ପେନସନ ହିଁ ଲୋକଙ୍କ ଖର୍ଚ୍ଚ ତୁଲାଇବାରେ ସାହାଯ୍ୟ କରିଥାଏ। ଏହି ପେନସନ ବଳରେ ହିଁ ଲୋକେ ନିଜ ଦୈନନ୍ଦିନ…

ଦ୍ରୁତଗାମୀ ଟ୍ରେନ ଦୁର୍ଘଟଣା; ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି

ମାଡ୍ରିଡ,୨୮।୧୦: ସ୍ପେନର କେନ୍ଦ୍ରୀୟ ଅଞ୍ଚଳ ଟୋଲେଡୋରେ ଦୁଇଟି ଦ୍ରୁତଗାମୀ ଟ୍ରେନ ମଧ୍ୟରେ ଏକ ଭୟଙ୍କର ଧକ୍କା ହୋଇଛି। ରିପୋର୍ଟ ଅନୁଯାୟୀ, ଏହି ଦୁର୍ଘଟଣାରେ ପ୍ରାୟ ୪୬ ଜଣଙ୍କର…

କେଉଁ ଧନ ପାଖରେ ସ୍ଥାୟୀ ହୋଇ ରହେ, ଆଉ କେଉଁ ଧନ ରହେ ନାହିଁ, ଜାଣନ୍ତୁ କ’ଣ କୁହନ୍ତି ଚାଣକ୍ୟ…

ମହାନ ରାଜନେତା, ଅର୍ଥନୀତିଜ୍ଞ ଏବଂ ଜଣେ ଦକ୍ଷ ରଣନୀତିଜ୍ଞ ଭାବରେ ଜଣାଶୁଣା ଆଚାର୍ଯ୍ୟ ଚାଣକ୍ୟ କହିଥିଲେ ଯେ, ଜୀବନରେ ସଫଳତା ହାସଲ କରିବା ପାଇଁ ଯୁବାବସ୍ଥା ଏକ…

ଜେଜେ ମା’ଙ୍କ ଶବ ସତ୍କାର କରି ତୁଠରେ ଗାଧୋଉଥିବାବେଳେ ଚାଲିଗଲା ନାତିଙ୍କ ଜୀବନ, ଲୁହରେ ଭିଜିଲା ପୂରା ଗାଁ

ଜଗନ୍ନାଥପ୍ରସାଦ,୨୮ା୧୦(ବିଭୁ ପ୍ରସାଦ ପଟ୍ଟନାୟକ): ଜେଜେ ମା’ଙ୍କ ମୃତ୍ୟୁ ପରେ ଶବ ସତ୍କାର ସାରି ତୁଠରେ ଗାଧୋଉଥିବା ସମୟରେ ପୋଖରୀରେ ବୁଡ଼ି ନାତିଙ୍କ ମୃତ୍ୟୁ ଘଟିଛି। ଏଭଳି ଏକ…

‘ଅର୍ଣ୍ଣବ’ ପ୍ରଭାବ: ତପ୍ତପାଣି ଘାଟିରେ ରାସ୍ତା ବୁଡ଼ିଲା, ଯାତାୟାତ ପ୍ରଭାବିତ

ଗଞ୍ଜାମ,୨୮।୧୦ ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଗଞ୍ଜାମ ଓ ଗଜପତି ଜିଲା ସୀମାନ୍ତରେ ଥିବା ତପ୍ତପାଣି ଘାଟି ଅଞ୍ଚଳରେ ବର୍ଷା ଯୋଗୁ ସ୍ଥିତି ପ୍ରଭାବିତ ହୋଇଛି। ଜାତୀୟ…

PNB ଗ୍ରାହକଙ୍କ ପାଇଁ ବଡ଼ ଖବର: ଖାତାରେ ଟଙ୍କା ଅଛି କି? ନଭେମ୍ୱର ୧୦ରୁ ବନ୍ଦ ହୋଇଯିବ ଏସବୁ ବ୍ୟାଙ୍କ୍‌ ଆକାଉଣ୍ଟ!

ନୂଆଦିଲ୍ଲୀ,୨୮।୧୦: ଯଦି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ବା PNB ରେ ଆପଣଙ୍କର କୌଣସି ପୁରୁଣା ଆକାଉଣ୍ଟ ରହିଛି, ତେବେ ଏହି ଖବର ଆପଣଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?