ପେଟପାଟଣାରେ ବନ୍ଧା ପଡ଼ିଛି ପାରା ଅଲିମ୍ପିକର ସ୍ବପ୍ନ: ଶ୍ରମିକ ସାଜିଛନ୍ତି ଅନ୍ତର୍ଜାତୀୟ କରାଟେକା

ରାୟଗଡ଼ା ଅଫିସ,୧୫।୧୦ପିଲା ବୟସରେ ମା’ ଚାଲିଗଲେ। ପୋଲିଓ ଯୋଗୁ ଡାହାଣ ଗୋଡ଼ ତାଙ୍କୁ ଦିବ୍ୟାଙ୍ଗ ସଜେଇଦେଲା। ପେଟ ପାଇଁ ଚା’ ଦୋକାନରେ କାମ କରୁଥିଲେ ସେ। ଜୀବନ ଜୀବିକାର ଏଭଳି ସଂଘର୍ଷ ଭିତରେ ସେ କରାଟେକା ହେବାର ସ୍ବପ୍ନ ଦେଖିଥିଲେ। ପାଖରେ ପଇସା ନ ଥିଲା କି ପ୍ରଶିକ୍ଷଣର ସୁଯୋଗ ମଧ୍ୟ ନ ଥିଲା। ସବୁ ଅଭାବ ମଧ୍ୟରେ ବଢି ସେ ନିଜକୁ ଅନ୍ତର୍ଜାତୀୟ କରାଟେକା ଭାବେ ଗଢ଼ି ତୋଳିଲେ। ସଫଳତା ତାଲିକାରେ ତାଙ୍କ ପାଖରେ ରହିଛି ଅନେକ ସ୍ବର୍ଣ୍ଣ ପଦକ। ଏହି ସାଧାରଣ ପ୍ରତିଭା ଜଣଙ୍କ ହେଲେ ରାୟଗଡ଼ାର ଏଲ୍‌.ରମେଶ। ପାରା ଅଲିମ୍ପିକ ୨୦୨୦ ଖେଳିବା ସ୍ବପ୍ନ ଦେଖୁଥିବା ରମେଶ କିନ୍ତୁ ଜୀବନ ଜୀବିକା ଜାଲରେ ଶ୍ରମିକ ପାଲଟି ଯାଇଛନ୍ତି।
ରାୟଗଡ଼ା ସହରର ଡେଲି ମାର୍କେଟ ମଧୁସୂଦନ ଲେନ୍‌ରେ ରୁହନ୍ତି ଏଲ୍‌. ରମେଶ। ପିଲାଟି ଦିନରୁ ମା’ଙ୍କୁ ହରାଇବା ସହ ପୋଲିଓରେ ତାଙ୍କ ଡାହାଣ ଗୋଡ଼ ଅକାମୀ ହୋଇଯାଇଥିଲା। ଏକ ଚା’ ଦୋକାନରେ ଦିନ ମଜୁରିଆ ଭାବେ କାମ କରୁଥିଲେ ଏଲ୍‌. ରମେଶ। କରାଟେ ଶିଖିବାକୁ ଇଚ୍ଛା ଥିବାରୁ ରାୟଗଡ଼ା ରେଳ ବିଭାଗର ଅନୁଷ୍ଠାନରେ ପିଲାଙ୍କୁ ଦିଆଯାଉଥିବା କରାଟେ ତାଲିମକୁ ସେ ଲୁଚିଲୁଚି ଦେଖୁଥିଲେ। ଟଙ୍କା ନ ଥିବାରୁ ଏକଲବ୍ୟଙ୍କ ଭଳି ଦୂରରୁ କରାଟେ ତାଲିମକୁ ଦେଖି ନିଜେ ଅଭ୍ୟାସ କରୁଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ତାଙ୍କୁ ଉପହାସ କରୁଥିଲେ। ୨୦୦୭ରେ ରମେଶଙ୍କ ଉପରେ ଗୁରୁ ଆପ୍ପନାଙ୍କ ନଜର ପଡ଼ିଥିଲା। ରମେଶଙ୍କ ଆଗ୍ରହ ଓ କ୍ରୀଡ଼ା କୌଶଳ ଦେଖି ତାଙ୍କୁ ମାଗଣାରେ ତାଲିମ ଦେଇଥିଲେ ଆପ୍ପନା। ରମେଶ ସାଧାରଣ ବର୍ଗର ପିଲାଙ୍କ ସହ ମୁକାବିଲା କରିପାରୁଥିବା ଦେଖି ସେ ଆଶ୍ଚର୍ଯ୍ୟ ହୋଇଥିଲେ। ୨୦୧୦ରେ ପ୍ରଥମେ ଜିଲାସ୍ତରୀୟ ପ୍ରତିଯୋଗିତାରେ ଭାଗନେଇ ସ୍ବର୍ଣ୍ଣ ପଦକ ଜିତିଥିଲେ ରମେଶ। ସେବେଠାରୁ ଆଉ ସେ ପଛକୁ ଫେରି ନାହାନ୍ତି। ୨୦୧୧ରେ ସୀମାଞ୍ଚଳମ୍‌ରେ ଅନୁଷ୍ଠିତ ପ୍ରତିଯୋଗିତାରେ ବ୍ରୋଞ୍ଜ, ୨୦୧୨ରେ ଗୋଆରେ ସ୍ବର୍ଣ୍ଣ, ୨୦୧୪ରେ ୱାରେଙ୍ଗାଲରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ସେହିଭଳି ୨୦୧୫ରେ ହାଇଦ୍ରାବାଦରେ ସ୍ବର୍ଣ୍ଣ, ୨୦୧୬ରେ ଭେଲୋର ଓ ବାଙ୍ଗାଲୋରରେ ଅନୁଷ୍ଠିତ ଚାମ୍ପିୟନଶିପ୍‌ରେ ମଧ୍ୟ ସ୍ବର୍ଣ୍ଣ ଜିତିଥିଲେ। ସେହିଭଳି ସର୍ବଭାରତୀୟ କରାଟେ ଫେଡେରେଶନ ପକ୍ଷରୁ ଭୁବନେଶ୍ୱରରେ ୨୦୧୭ରେ ଅନୁଷ୍ଠିତ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ୨୦୧୮ରେ ସେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ। ସେହିବର୍ଷ କୋଲକାତା ଓ ବିଶାଖାପାଟଣାରେ ଅନୁଷ୍ଠିତ ମ୍ୟାଚରେ ସ୍ବର୍ଣ୍ଣ ସହ ଚଳିତବର୍ଷ ଶ୍ରୀଲଙ୍କାରେ ଅନୁଷ୍ଠିତ ଓପନ କରାଟେ ଚାମ୍ପିୟନଶିପ୍‌ରେ ମଧ୍ୟ ସେ ସ୍ବର୍ଣ୍ଣ ଜିତିଛନ୍ତି। ୨୦୨୦ରେ ଜାପାନରେ ହେବାକୁ ଥିବା ପାରା ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟକୁ ଅପେକ୍ଷା କରିଛନ୍ତି ରମେଶ। ଏଥିପାଇଁ ଉନ୍ନତ ତାଲିମର ଆବଶ୍ୟକତା ରହିଛି। କିନ୍ତୁ ପରିବାର ଓ ପେଟପାଟଣା ବୋଝ ତଳେ ସେ ସବୁ ପାଇଁ ସମୟ ରହୁନି। ୨ ବର୍ଷ ତଳେ ବାପାଙ୍କୁ ହରାଇଥିବା ରମେଶଙ୍କୁ ଏବେ ପରିବାର ଦାୟିତ୍ୱ ବୁଝିବାକୁ ପଡୁଛି। ଗୁଜୁରାଣ ମେଣ୍ଟାଇବାକୁ ୫,୭୨୦ ଟଙ୍କାରେ ଏକ କମ୍ପାନୀରେ ସେ କାର୍ଯ୍ୟ କରୁଛନ୍ତି। ରମେଶଙ୍କ ପାଖରେ ପାରା ଅଲିମ୍ପିକ ଖେଳିବାର ସମସ୍ତ ଦକ୍ଷତା ରହିଛି। କିନ୍ତୁ ତାଙ୍କୁ ଉପଯୁକ୍ତ ତାଲିମ ଦରକାର ବୋଲି ରମେଶଙ୍କ ଗୁରୁ କହିଛନ୍ତି। ଅନ୍ୟ ରାଜ୍ୟର ସାଥୀ ଖେଳାଳିଙ୍କୁ ସେମାନଙ୍କ ପ୍ରଶାସନ ତାଲିମ ଦେଉଛି। କିନ୍ତୁ ମୁଁ ଅବହେଳାର ଶିକାର ହେଉଛି ବୋଲି ରମେଶ ଲୁହଭରା ଆଖିରେ କହିଥିଲେ। ରାୟଗଡ଼ାରେ ଏକ କରାଟେ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରିବାକୁ ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ଜୀରାନଦୀ ଜଳ ହେବ ସ୍ବଚ୍ଛ: ୧୭୮.୫୦ କୋଟି ଟଙ୍କାର ଏସଟିପି ପ୍ରକଳ୍ପ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ମଧ୍ୟ ଦେଇ ପ୍ରବାହିତ ଜୀରାନଦୀକୁ ପ୍ରଦୂଷଣମୁକ୍ତ କରିବା ଏବଂ ସହରର ବ୍ୟବହୃତ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ…

କଲ୍ୟାଣସିଂହପୁର ସେରିଗୁମାଠାରେ ଭାଜପାର ମିଶ୍ରଣ ପର୍ବ: ବିଭିନ୍ନ ଦଳ ଛାଡ଼ି ପଦ୍ମ ଧରିଲେ ୨୦୦ କର୍ମୀ

କଲ୍ୟାଣସିଂହପୁର,୨୧।୭( ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ମାଝିଗୁଡ଼ା ମଣ୍ଡଳର ସେରିଗୁମା ଠାରେ ଭାରତୀୟ ଜନତା ପାର୍ଟି (ଭାଜପା ) ପକ୍ଷରୁ…

ଅଗଷ୍ଟ ୩ରୁ ୫ ପର୍ଯ୍ୟନ୍ତ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର, ୨୧।୭: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଅଗଷ୍ଟ ୩ରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତ ଅବସରରେ ସେ…

୪ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଆରଆଇ 

ସୁନ୍ଦରଗଡ/ କୁଆଁରମୁଣ୍ଡା,୨୧।୭(ଜୟ ନାରାୟଣ ମେଣ୍ଡୁଳି/ ମହେନ୍ଦ୍ର କୁମାର ସାହୁ ): ସୁନ୍ଦରଗଡ ଜିଲା କୁଆରମୁଣ୍ଡା ତହସିଲ ଅଧୀନ କଲୋସିହିରା ସର୍କଲର ରାଜସ୍ୱ ନିରୀକ୍ଷକ ଲାଞ୍ଚ ନେଉଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri