ରାୟଗଡା

ଭାରରେ ବୁହାହେଲେ ଡଙ୍ଗରିଆ ମହିଳା

ମୁନିଗୁଡା, ୩୦।୮(ଡି.ଏନ୍‌.ଏ.): ରାୟଗଡା ଜିଲା ମୁନିଗୁଡାରେ ଶୁକ୍ରବାର ପୁଣି ଭାରରେ ବୁହାହେଲେ ଡଙ୍ଗରିଆ ମହିଳା। ଆମ୍ବୁଲାନ୍ସ ନ ପାଇବାରୁ ବାଧ୍ୟହୋଇ ଡେଙ୍ଗୁଣି ଗ୍ରାମରୁ ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ପ୍ରାୟ ୧୫କିମି ଭାରରେ ବୋହି ଜଣେ ଡଙ୍ଗରିଆ ମହିଳା ରୋଗୀଙ୍କୁ ସମ୍ପର୍କୀୟ…

ସାପ କାମୁଡ଼ାରେ ଶିଶୁ ମୃତ, ଉତ୍ତେଜନା

ରାୟଗଡ଼ା ଅଫିସ, ୨୯ା୮- ରାୟଗଡ଼ା ସହର ନିକଟସ୍ଥ ପିତାମହଲ ଗ୍ରାମରେ ଗୁରୁବାର ସାପ କାମୁଡ଼ାରେ ଜଣେ ଶିଶୁଙ୍କ ମୃତ୍ୟୁ ହୋଇଛି। ସେ ହେଲେ ଜଗନ ଲିମା(୫)। ଚିକିତ୍ସାରେ ଅବହେଳା ଯୋଗୁ ଶିଶୁଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହାକୁ…

ଗୁଣିଗାରେଡି ସନ୍ଦେହରେ ଜଣଙ୍କୁ ହତ୍ୟା: ପୋଲିସ ଗିରଫରେ ୩ ଅଭିଯୁକ୍ତ, ଜଣେ ଫେରାର; ପ୍ରମାଣ ନଷ୍ଟ କରିବାକୁ ନିକଟସ୍ଥ ଜଙ୍ଗଲରେ ପୋଡିଥିଲେ ମୃତଦେହ

ଏମ୍‌ଭି-୭୯/କାଲିମେଳା,୨୭।୮(ଡି.ଏନ.ଏ.): ଜଣେ ବୃଦ୍ଧଙ୍କୁ ହତ୍ୟା କରାଯିବାର ୨୨ ଦିନ ପରେ ଘଟଣା ଉପରୁ ପରଦା ଉଠିଛି। ଗୁଣିଗାରେଡି ସନ୍ଦେହରୁ ହତ୍ୟାକାଣ୍ଡ ହୋଇଥିବା ବେଳେ ଅଭିଯୁକ୍ତମାନେ ପ୍ରମାଣ ନଷ୍ଟ କରିବା ପାଇଁ ମୃତଦେହକୁ ଜଙ୍ଗଲରେ ପୋଡି ଦେଇଥିଲେ। ଏହି ଘଟଣାରେ ମଙ୍ଗଳବାର ଗିରଫ…

ଗୁଣପୁର ପଞ୍ଚାୟତ ସମିତି ବୈଠକ: ସମିତି ସଭ୍ୟ, ଜିଲାପରିଷଦ ସଭ୍ୟ ହାତାହାତି

ଗୁଣପୁର,୨୧।୮(ଡି.ଏନ୍‌.ଏ.): ଦୀର୍ଘ ୧୦ମାସ ପରେ ବୁଧବାର ଗୁଣପୁର ପଞ୍ଚାୟତ ସମିତି ବୈଠକ ବସିଥିଲା। ସ୍ଥାନୀୟ ଅଞ୍ଚଳର ବହୁ ଉନ୍ନୟନ ପ୍ରସଙ୍ଗ ଏଥିରେ ଆଲୋଚନା ହେବାର ଥିଲା। କିନ୍ତୁ କୋରମ ନ ଥାଇ ବିଡିଓ କିପରି ବୈଠକ କରୁଛନ୍ତି ବୋଲି ଅଭିଯୋଗ ଉଠାଇଥିଲେ…

ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ,ସ୍ଥାୟୀ କୋଠା ଦାବି: ରାସ୍ତାକୁ ଓହ୍ଲାଇଲେ ଛାତ୍ରୀଛାତ୍ର,ଅଭିଭାବକ

ବିଷମକଟକ, ୧୯।୮- ରାୟଗଡା ଜିଲା ବିଷମକଟକ ବ୍ଳକ ଅନ୍ତର୍ଗତ ଦୁର୍ଗୀଠାରେ ଥିବା ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ ଏବଂ ସ୍ଥାୟୀ କୋଠା ଦାବି କରି ଛାତ୍ରୀଛାତ୍ର ଓ ଅଭିଭାବକ ରାଜରାସ୍ତାକୁ ଓହ୍ଲାଇଛନ୍ତ। ଛାତ୍ରୀଛାତ୍ର ଓ ଅଭିଭାବକ ବିଦ୍ୟାଳୟ ନୂତନ କୋଠା ସମ୍ମୁଖରେ ଧାରଣାରେ…

ସିଆର୍‌ପିଏଫ୍‌ କ୍ୟାମ୍ପରେ ସ୍ବାଧୀନତା ଦିବସ, ରକ୍ଷାବନ୍ଧନ

ରାୟଗଡ଼ା ଅଫିସ, ୧୫।୮- ରାୟଗଡାସ୍ଥିତ ସିଆର୍‌ପିଏଫ୍‌ର ୪ର୍ଥ ବାଟାଲିୟନ କ୍ୟାମ୍ପରେ ଗୁରୁବାର ସ୍ବାଦୀନତା ଦିବସ ଓ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଛି। ୪ର୍ଥ ବାଟାଲିୟନ କମାଣ୍ଡାଣ୍ଟ ଓ୍ବାଇ.କେ ରାଜପୁତ ଜାତୀୟ ପତାକା ଉତ୍ତୋଳନ କରି ସ୍ବାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ମନେପକାଇଥିଲେ। ଏହି…

ରାୟଗଡ଼ା ବନ ବିଭାଗ, ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସ୍ବାଧୀନତା ଦିବସ ଅବସରରେ ଚାରାରୋପଣ

ରାୟଗଡ଼ା ଅଫିସ, ୧୫।୮-ଜିଲା ଆଇନ ସେବା ପ୍ରାଧିକରଣ ଓ ରାୟଗଡ଼ା ବନଖଣ୍ଡର ମିଳିତ ଆନୁକୂଲ୍ୟରେ ସ୍ବାଧୀନତା ଦିବସ ଅବସରରେ ଚାରାରୋପଣ କରାଯାଇଛି। ସ୍ଥାନୀୟ ଅଶୋକ ନଗରଠାରୁ ତୁମ୍ବିଗୁଡ଼ା ରାସ୍ତା ପାର୍ଶ୍ୱରେ ଏହି ଚାରାରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ଜିଲା ଆଇନସେବା ପ୍ରାଧିକରଣ…

ବ୍ରହ୍ମାକୁମାରୀଙ୍କ ପକ୍ଷରୁ ରକ୍ଷାବନ୍ଧନ

ରାୟଗଡ଼ା ଅଫିସ, ୧୫।୮-ରାୟଗଡ଼ାସ୍ଥିତ ପ୍ରଜାପିତା ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଗୁରୁବାର ରକ୍ଷାବନ୍ଧନ ପାଳନ କରାଯାଇଛି। ପ୍ରଥମେ ଏହାର ସଞ୍ଚାଳିକା ପ୍ରାୟ ୨୫୦ ପ୍ରଜାପିତା ଭଉଣୀଭାଇଙ୍କୁ ରାଖୀ ବାନ୍ଧିଥିଲେ। ଏହାପରେ ସେମାନେ ରାୟଗଡ଼ା ଜେଲ୍‌ ଅନ୍ତେବାସୀଙ୍କୁ ମଧ୍ୟ ରାଖୀ ବାନ୍ଧିଥିଲେ। ସେଠାରୁ ମେଡିକାଲ,…

ଜିଲାସ୍ତରୀୟ ସ୍ବାଧୀନତା ଦିବସ

ରାୟଗଡ଼ା ଅଫିସ, ୧୫।୮- ରାୟଗଡ଼ା ସହରସ୍ଥିତ ଜିସିଡି ପଡିଆରେ ଗୁରୁବାର ଜିଲାସ୍ତରୀୟ ୭୩ତମ ସ୍ବାଧୀନତା ଦିବସ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ବୟନ ଶିଳ୍ପ ଓ ହସ୍ତତନ୍ତ ମନ୍ତ୍ରୀ ପଦ୍ମିନୀ ଦିଆନ ମୁଖ୍ୟ ଅତିଥିଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ…

ନାଳରେ ପ୍ରବାହିତହେଉଛି ବର୍ଷା ଜଳ, ୩ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ

ମୁନିଗୁଡ଼ା,୧୩ା୮(ଡ଼ି.ଏନ.ଏ)-ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ ଇଚ୍ଛାପୁର ପଞ୍ଚାୟତ କୁଟୁଣିପଦର ଗ୍ରାମ ନିକଟରେ ଥିବା ନାଳରେ ବର୍ଷା ଜଳ ପ୍ରବାହିତ ହେଉଛି । ଗାଁକୁ ସଂଯୋଗ କରୁଥିବା ବ୍ରିଜଟି ଭାଙ୍ଗିଯାଇଛି । ଫଳରେ ଗିରିଲିଗୁଡା,ଲୋହରାପଦର ଓ କୁଟୁଣୀପଦର ୩ ଗ୍ରାମ ବାହ୍ୟ ଜଗତରୁ…

ମୁନିଗୁଡ଼ାକୁ ଏନ୍‌ଏସି ମାନ୍ୟତା, ସବଟ୍ରେଜେରୀ, ବାଇପାସ୍‌ ରାସ୍ତା ନିର୍ମାଣ ଦାବି: ଏମ୍‌ପିଙ୍କୁ ଦାବିପତ୍ର

ମୁନିଗୁଡ଼ା,୧୩ା୮(ଡି.ଏନ୍‌.ଏ.)- ରାୟଗଡ଼ା ଜିଲା ମୁନିଗୁଡ଼ା ବିକାଶ ପରିଷଦ ତରଫରୁ ୩ ଦଫା ସମ୍ବଳିତ ଏକ ଦାବିପତ୍ର କୋରାକୁଟ ଏମ୍‌ପି ସପ୍ତଗିରି ଉଲ୍ଲାକଙ୍କୁ ପ୍ରଦାନ କରାଯାଇଛି । ମୁନିଗୁଡ଼ା ବିକାଶ ପରିଷଦ ସମ୍ପାଦକ ସୁଧାକର ମହାରଣାଙ୍କ ନେତୃତ୍ୱରେ ଅନ୍ୟ ସଦସ୍ୟମାନେ ସ୍ଥାନୀୟ ପୂର୍ତ୍ତ…

ଲଗାଣ ବର୍ଷା ଯୋଗୁ ମୁନିଗୁଡ଼ା ବ୍ଲକର ୩ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

ରାୟଗଡ଼ା,୧୩।୮(ଡି.ଏନ୍‌.ଏ.): ଲଗାଣ ବର୍ଷା ଯୋଗୁ ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ ଇଚ୍ଛାପୁର ପଞ୍ଚାୟତର କୁଟୁଣିପଦର ଗ୍ରାମ ନାଳରେ ବର୍ଷାଜଳ ପ୍ରବାହିତ ଯୋଗୁ ୩ ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଗାଁକୁ ସଂଯୋଗ କରୁଥିବା ବ୍ରିଜ ଗତ ବର୍ଷାରେ ଭାଙ୍ଗି ଯାଇଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?