ଜଙ୍ଗଲକୁ ଟୋଲ ସଂଗ୍ରହ କରିବାକୁ ଯାଇ ହାତୀ ଆକ୍ରମଣରେ ବୃଦ୍ଧା ମୃତ
କେନ୍ଦୁଝର,୪।୬ (ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ବନାଞ୍ଚଳ ଆକୁଳ ଅଞ୍ଚଳରେ ବଣୁଆ ହାତୀ ଆକ୍ରମଣରେ ମଙ୍ଗଳବାର ସକାଳେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସେ ହେଲେ କଦଳୀ ରଣାସିଙ୍ଗ(୬୦)। ଅନ୍ୟ ସାଥୀଙ୍କ ସହ କଦଳୀ ଟୋଲ ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥିବା ବେଳେ…
ଭଦ୍ରକ ଆର୍ଏମ୍ସି ମାର୍କେଟ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ: ଜଳିଗଲା ୩ ଗୋଦାମ
ଭଦ୍ରକ ଅଫିସ, ୪।୬: ଭଦ୍ରକ ଆର୍ଏମ୍ସି ମାର୍କେଟ କମ୍ପ୍ଲେକ୍ସରେ ମଙ୍ଗଳବାର ସକାଳେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ବଜାରର ୩ ଗୋଦାମ ଗୃହ ଜଳିଯାଇଛି। ଗୋଦାମ ଗୃହରେ ଲକ୍ଷାଧିକ ଟଙ୍କାର ବ୍ଲିଚିଂ ପାଉଡର ଥିବା ଜଣାପଡିଛି। ଏଯାବତ୍ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।…
ସରୁନି ଯୋଡ଼ା- ଜୁରୁଡ଼ି ରାସ୍ତା ନିର୍ମାଣ କାର୍ଯ୍ୟ
ଯୋଡ଼ା, ୪।୬ (ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳର ରାଜ୍ୟ ରାଜପଥ ନଂ ୨ ର ଜୁରୁଡି-ବାମେବାରୀ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। ଦୈନିକ ଏହି ରାସ୍ତା ଦେଇ ବିଭିନ୍ନ ଖଣି କମ୍ପାନୀ ମାନଙ୍କର ଖଣିଜ ବୋଝେଇ ଶହ ଶହ…
ବିପଦସଙ୍କୁଳ ଭାବେ ଚାଲିଛି ଶାଳଣିଆ ଅଙ୍ଗନଓ୍ବାଡ଼ି କେନ୍ଦ୍ର
ହାଟଡିହୀ, ୪।୬(ଡି.ଏନ୍.ଏ.)- ଶିଶୁ ମାନଙ୍କୁ ପୁଷ୍ଟିକର ଖାଦ୍ୟ ପ୍ରଦାନ ଠାରୁ ଆରମ୍ଭ କରି ପ୍ରାଥମିକ ଶିକ୍ଷା ପ୍ରଦାନ ପାଇଁ ସରକାରୀ ସ୍ତରରେ ବିଭିନ୍ନ ଅଞ୍ଚଳରେ ଅଙ୍ଗନଓ୍ବାଡ଼ି ଓ ମିନି ଅଙ୍ଗନଓ୍ବାଡ଼ି କେନ୍ଦ୍ର ମାନ ଖୋଲିଛନ୍ତି। କେତେକ ସ୍ଥାନରେ ଏଥି ନିମନ୍ତେ ସରକାର…
ପ୍ରତିଶ୍ରୁତିରେ ଅଟକିଛି ଭିତ୍ତିଭୂମି ବିକାଶ
ଭଦ୍ରକ ଅଫିସ, ୪।୬ – ଭଦ୍ରକ ଜିଲାରେ ବେରୋଜଗାରି, କୃଷି, ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଓ ପାନୀୟଜଳ ଅଭାବ ଭଳି ବିଭିନ୍ନ ସମସ୍ୟା ବସାବାନ୍ଧି ରହିଛି। ଜିଲାରେ ଭିତ୍ତିଭୂମି ବିକାଶ ଲାଗି ଆଖିଦୃଶିଆ ଯୋଜନା ହେଉନାହିଁ କି ବେକାର ଯୁବତୀ ଯୁବକଙ୍କୁ…
ଶାଳମଞ୍ଜିିର ଅଭାବୀ ବିକ୍ରି: ବେପାରୀ ମାଲାମାଲ
କପ୍ତିପଦା,୪ା୬(ଡି.ଏନ.ଏ)- ତ୍ରୁଟିପୂର୍ଣ୍ଣ ସରକାରୀ ନୀତି ଯୋଗୁ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାରେ ଶାଳମଞ୍ଜି, ମହୁଲ ଓ କେନ୍ଦୁପତ୍ର ଭଳି ବିଭିନ୍ନ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ଆଗରୁ ଗରିବ ଆଦିବାସୀ ଜଙ୍ଗଲରୁ ବନଜାତ ଦ୍ରବ୍ୟ ସଂଗ୍ରହ କରି…
ତ୍ରିରଙ୍ଗା ଯୁବକ ସଂଘ କାର୍ଯ୍ୟକର୍ତ୍ତା ମନୋନୀତ
ହିଞ୍ଜିଳିକାଟୁ,୪ା୬(ଡ଼ି.ଏନ୍.ଏ)-ହିଞ୍ଜିଳିକାଟୁ ଅଞ୍ଚଳର ସ୍ବେଚ୍ଛାସେବୀ ଅନୁଷ୍ଠାନ ତ୍ରିରଙ୍ଗା ଯୁବକ ସଂଘ ଗୁରୁତ୍ୱପୂର୍ଣ୍ଣ ବୈଠକ ରବିବାର ସନ୍ଧ୍ୟାରେ ଚନ୍ଦ୍ର କଳ୍ପେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ରଞ୍ଜନ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ବିଭିନ୍ନ ଯୋଜନା ଉପରେ ଆଲୋଚନା ହୋଇଥିଲା।…
ସହରରୁ ଅଳିଆ ସଫା କରା ନ ଯିବା ଘଟଣା : ଏନ୍ଏସି କର୍ମଚାରୀଙ୍କୁ ତାଗିଦ୍ କଲେ ଉପଜିଲାପାଳ
ଭଞ୍ଜନଗର,୪।୬(ଡି.ଏନ.ଏ)-କିଛିଦିନ ପୂର୍ବେ ସହରଗୁଡ଼ିକର ପରିମଳ ସେବାକୁ ସୁଧାରିବା ପାଇଁ ଜିଲାସ୍ତରୀୟ ଏକ ସମୀକ୍ଷା ହୋଇଥିଲା। ମାତ୍ର ଭଞ୍ଜନଗର ସହରରେ ୪ ମାସ ହେବ ପରିମଳ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ଏହାକୁ ସୁଧାରିବା ପାଇଁ ଧ୍ୟାନ ଦିଆଯାଉନାହିଁ। ନିର୍ବାହୀ ଅଧିକାରୀ…
ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ
ଫୁଲବାଣୀ ଅଫିସ, ୪ା୬-କନ୍ଧମାଳ ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରଥମେ ଜିଲାର ନବ ନିର୍ବାଚିତ ୩ ବିଧାୟକଙ୍କୁ ସ୍ବାଗତ କରାଯାଇଥିଲା ା ଜିଲାପାଳ ଡ.ବୃନ୍ଦା ଡି ଏଥିରେ…
ଜିଲା ବାହାରକୁ ଆମ୍ବୁଲାନ୍ସ ଗଲେ ଜିଲାପାଳଙ୍କ ଅନୁମତି ଉଚ୍ଛେଦ ଦାବି
ବ୍ରହ୍ମପୁର ଅଫିସ୍,୪ା୬-ସ୍ବାସ୍ଥ୍ୟ ସେବାରେ ସୁଧାର ପାଇଁ ମାନବ ଅଧିକାର ସୁରକ୍ଷା ମଞ୍ଚ ତରଫରୁ ଘଣ୍ଟଯାତ୍ରା ସୋମବାର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟରେ ଅନୁଷ୍ଠିତ ହୋଇଥିଲା। ମୃତଦେହ ବୋହିବା ପାଇଁ ରାଜ୍ୟ ସରକାର ମହାପ୍ରୟାଣ ଯୋଜନା କାର୍ଯ୍ୟକାରୀ କରିଛନ୍ତି।…
ସରକାରୀ ସୁବିଧାରୁ ବଞ୍ଚତ୍ତ ଭିନ୍ନକ୍ଷମ ପରିବାର ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ୬ମାନସିକ ବିକାରଗ୍ରସ୍ତ
ବାଲୁଗଁା,୪ା୬(ଡି.ଏନ.ଏ.): ପରିବାର କହିଲେ ୪ ଝିଅ, ଗୋଟିଏ ପୁଅ ଓ ମା’। ବାଲୁଗଁା ଜାଗୁଳାଇ ସାହିରେ ରୁହନ୍ତି ଏହି ପରିବାର। ତେବେ ଚାରି ଝିଅ ଓ ମା’ ରମା ମାନସିକ ବିକାରଗ୍ରସ୍ତ ଥିବାବେଳେ ପୁଅ କିଶୋର ଭଲ ଥିଲେ । କାର୍ଯ୍ୟ…
କିନ୍ନର ପାଳିଲେ ସାବିତ୍ରୀ ବ୍ରତ
ବାଲୁଗଁା,୪ା୬(ଡି.ଏନ.ଏ.): ହିନ୍ଦୁ ଧର୍ମରେ ସ୍ବାମୀର ଆରୋଗ୍ୟ କାମନା କରି ମହିଳାମାନେ ସାବିତ୍ରୀ ବ୍ରତ ପାଳନ କରିବା ପରମ୍ପରା ରହିଛି । ତେବେ ବାଲୁଗାଁସ୍ଥିତ ତୃତୀୟ ଲିଙ୍ଗ ସାମାଜିକ ସଂଗଠନ ଚେତନା ପକ୍ଷରୁ ଏହି ବ୍ରତ ପାଳନ କରାଯିବା ଏଠାରେ ଚର୍ଚ୍ଚାର ବିଷୟ…

