ହେଲାନାହିଁ ମାଛ ପିଣ୍ଡି ବ୍ୟବସ୍ଥା

ନୟାଗଡ଼ ଅଫିସ,୧୦।୭-କିଛି ଦିନ ତଳେ ନୟାଗଡ ଜିଲା ମୁଖ୍ୟ ଚିକିତ୍ସାଳୟର ପଛ ପାର୍ଶ୍ୱରେ ଥିବା ଦିଆନକ ବନ୍ଧ ନାମକ ଏକ ପୋଖରୀ ଉପରେ ଘର ତିଆରି କରାଯାଇ ଚିଲିକା ଫ୍ରେସ୍‌ ଖୋଲା ହେଲା। ହେଲେ ୨ ବର୍ଷ ତଳେ ଦିଆନକ ବନ୍ଧଠାରେ ଅସ୍ଥାୟୀ ଭାବେ ହେବାକୁ ଥିବା ମାଛପିଣ୍ଡି ବ୍ୟବସ୍ଥା କରାଗଲା ନାହିଁ। ଫଳରେ ରାଜପଥ କଡରେ କଟା ହେଉଛି ମାଛ, ଛେଳି ଓ କୁକୁଡା। ଏ ନେଇ କର୍ତ୍ତୃପକ୍ଷ ଦୃଷ୍ଟି ଦେଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି।
ଯେ, ସହରର ବିଭିନ୍ନ ସ୍ଥାନରେ ମାଛ , ମାଂସ ବିକ୍ରି କରୁଥିବା ବେପାରୀମାନେ ମାଛ ମାର୍କେଟ କରାଯାଇ ଗୋଟିଏ ସ୍ଥାନରେ ଆମିଷଦ୍ରବ୍ୟ ବିକ୍ରି କରିବା ଲାଗି ଦୁଇ ବର୍ଷ ତଳେ ତତ୍କାଳୀନ ଜିଲାପାଳ ଅରିନ୍ଦମ ଡାକୁଆଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହା ପରେ ଏନ୍‌ଏସି (ବର୍ତ୍ତମାନ ମ୍ୟୁନିସିପାଲିଟି) ପକ୍ଷରୁ ଜିଲା ମୁଖ୍ୟ ଚିକିତ୍ସାଳୟ ପଛପଟେ ଥିବା ଦିଆନକ ବନ୍ଧଠାରେ ଅସ୍ଥାୟୀ ମାଛ ମାର୍କେଟ କରାଯାଇ ପରେ ଏହାକୁ ପ୍ରିୟଦର୍ଶନୀ ମାର୍କେଟକୁ ସ୍ଥାନାନ୍ତର କରାଯିବ ଓ ସେଠାରେ ସ୍ଥାୟୀ ମାଛ ମାର୍କେଟ କରାଯିବ ବୋଲି କୁହାଯାଇଥିଲା। ବେପାରୀମାନେ ଆଉ ରାସ୍ତାକଡ଼ରେ ବିକ୍ରି ନ କରି ଏକାଠି ଗୋଟିଏ ସ୍ଥାନରେ ଆମିଷ ଦ୍ରବ୍ୟ ବିକ୍ରି କରିବେ । ହେଲେ ବର୍ତ୍ତମାନ ସୁଦ୍ଧା କୌଣସି ବ୍ୟବସ୍ଥା ନ କରି ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ହାତ ଟେକି ଦେଇଛନ୍ତି। ଫଳରେ ଯିଏ ଯେଉଁଠି ପାରିଲା ମାଛ, ମାଂସ, କୁକୁଡ଼ା ବିକ୍ରି କରୁଛନ୍ତି। ରାଜୀବ ମାକେର୍ଟ ପଛପଟ, ଗୁଣ୍ଡିଚା ମନ୍ଦିର ନିକଟ, ସଦର ଥାନା ନିକଟ, ଖଣ୍ଡପଡ଼ା ରୋଡ଼ ଏହିଭଳି ଅନେକ ସ୍ଥାନରେ ମାଛ, ମାଂସ ବେପାରୀ ତାଙ୍କ ପସରା ଖୋଲି ଦେଇଛନ୍ତି। ଯାହାଦ୍ୱାରା ସାଧାରଣ ଲୋକଙ୍କଠାରୁ ଆରମ୍ଭକରି ବେପାରୀମାନେ ହଇରାଣ ହେଉଥିବାର ଦେଖିବାକୁ ମିଳିଛି। ରାସ୍ତାକଡ଼ରେ ଛେଳି କଟା ହେଉଥିବାରୁ ଏହି ବାଟ ଦେଇ ସ୍କୁଲ ଯାଉଥିବା ଛାତ୍ରୀଛାତ୍ରଙ୍କ ମନରେ ଏହାର କୁପ୍ରଭାବ ପକାଉଛି । ସେହିଭଳି ସକାଳେ ମନ୍ଦିରକୁ ଯାଉଥିବା ଲୋକଙ୍କ ମନରେ ମଧ୍ୟ ଏହାର କୁପ୍ରଭାବ ପଡ଼ୁଛି।
ଯେ, ରାଜ୍ୟ ରାଜପଥ ଓ ଜାତୀୟ ରାଜପଥ କଡ଼ରେ ବିକ୍ରି କରୁଥିବା ମାଛ ମାଂସ ବେପାରୀଙ୍କୁ ଉଠାଇ ସ୍ଥାନାନ୍ତର କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ ନୟାଗଡ଼ ମ୍ୟୁନିସିପାଲିଟି ଏହାକୁ ପାଳନ କରୁନାହିଁ। ରାଜୀବ ମାର୍କେଟ ପଛପଟେ ଥିବା ମାଛ ମାର୍କେଟ ସ୍ଥାନାନ୍ତର ହେବା ନେଇ କୁହାଯାଇଥିଲେ ମଧ୍ୟ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଦିଆନକ ବନ୍ଧ ନିକଟରେ ସଫା କରାଯାଇ ମାଛ ମାର୍କେଟ କରାଯିବା ପାଇଁ ପ୍ରସ୍ତୁତ କରାଯାଇଥିଲା। ମାତ୍ର କିଛି ଦିନ କାମ ହେବା ପରେ ଏହା ବନ୍ଦ ହୋଇଯିବା ଯୋଗୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ଲୋକମାନେ ଏହି ସ୍ଥାନକୁ ଶୌଚାଳୟରେ ପରିଣତ କରିଦେଲେ। ବର୍ତ୍ତମାନ ଏହି ସ୍ଥାନଟି ସରୀସୃପଙ୍କ ବାସସ୍ଥଳୀ ପାଲଟିଛି। ଅନ୍ୟପକ୍ଷେ କିଛି ଦୂରରେ ବନ୍ଧ ଉପରେ ଚିଲିକା ଫ୍ରେସ ଖୋଲାଯାଇ ଆମିଷ ବିକ୍ରି କରାଯାଉଛି। କିନ୍ତୁ ସେଠାରେ ମାଛ ପିଣ୍ଡି କରା ନ ଯିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାଜୀବ ମାର୍କେଟ ପଛ ପଟେ ଦୋକାନ କରିଥିବା ଜଣେ ମାଛ ବେପାରୀ କୁହନ୍ତି ଏନ୍‌ଏସି ତରଫରୁ ଆମକୁ ପିଣ୍ଡି ଦିଆ ନ ଯିବାରୁ ବାଧ୍ୟ ହୋଇ ଆମେମାନେ ରାସ୍ତାକଡ଼ରେ ବସି ବେପାର କରୁଛୁ। ଏ ନେଇ ନୟାଗଡ଼ ମ୍ୟୁନିସିପାଲିଟିର ନିର୍ବାହୀ ଅଧିତ୍କାରୀ ସନ୍ତୋଷ କୁମାର ଜେନାଙ୍କୁ ପଚାରିବାରୁ ସେ କୌଣସି ମତାମତ ଦେଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଶାଳଭଙ୍ଗା ଜଙ୍ଗଲରୁ ଟାକେରା ଘାଟି ରାସ୍ତା ଅସୁରକ୍ଷିତ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକର ଶାଳଭଙ୍ଗା ଜଙ୍ଗଲରୁ ଟାକେରା ଘାଟି ପଶୁ ଓ ମଣିଷଙ୍କ ପାଇଁ ବିପଦ ସାଜିଛି। ୬ ବର୍ଷରେ ଗୋଟିଏ ବାଘ...

ନିମ୍ନମାନର କାମ ଅଭିଯୋଗ ପରେ ଭଙ୍ଗାଗଲା ପୋଲ

ନୂଆଗାଁ,୨୫।୪ (ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ସିମିଳିସାହିଠାରୁ ବାଲଣ୍ଡା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ନିର୍ମାଣରେ ଅନିୟମିତତା ହେଉଥିବା ଅଭିଯୋଗ ହେଉଥିଲା। ଉକ୍ତ ରାସ୍ତାର ଅଭୟପୁରଠାରେ...

‘ଟିକେଟ ନ ମିଳିଲେ ସ୍ବାଧୀନ ଭାବେ ଲଢ଼ିବେ ଅନୁଭବ’

ଖଣ୍ଡପଡ଼ା,୨୩ା୪(ଅଜୟ କୁମାର ମହାରଣା):ନୟାଗଡ଼ ଜିଲାର ବିଭିନ୍ନ ବିଧାନସଭା କ୍ଷେତ୍ର ପାଇଁ ବିଜେଡି ପ୍ରାର୍ଥୀ ଚୟନ କରିସାରିଥିବାବେଳେ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀ ଘୋଷଣା ବାକି ରହିଛି। ବିଜେଡି ପକ୍ଷରୁ...

ବିଜେଡି, କଂଗ୍ରେସର ଅଭିଜ୍ଞ, ଭାଜପାର ନୂଆ ପ୍ରାର୍ଥୀ

ନୟାଗଡ,୨୨।୪(ଲୋକନାଥ ମିଶ୍ର):ନୟାଗଡ଼ ଜିଲାର ଦଶପଲ୍ଲା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଓ କଂଗ୍ରେସର ଦୁଇ ଅଭିଜ୍ଞ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିବାବେଳେ ଭାଜପାର ନୂଆମୁହଁ ସହ ଲଢ଼େଇ...

୧୩ ବଖରା ଭସ୍ମୀଭୂତ

ନୂଆଗାଁ,୨୧।୪(ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତ ଶିଖରଗୋଛା ଗ୍ରାମରେ ଶନିବାର ନିଆଁ ଲାଗି ୧୩ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିବିପନ୍ନମାନେ...

ଚନ୍ଦନ ପୋଖରୀରେ ପଦ୍ମ,କଇଁ ଫୁଟିବ

ଖଣ୍ଡପଡ଼ା,୨୧ା୪(ଅଜୟ କୁମାର ମହାରଣା)ନୀଳମାଧବ ଜୀଉଙ୍କ ଚନ୍ଦନ ପୋଖରୀର ନବୀକରଣ କାର୍ଯ୍ୟ ସହ ପଙ୍କ ଉଦ୍ଧାର କାମ ସରିଛି। କାମ ସରିବା ପରେ ପାଣି ଭରି ଦିଆଯାଇଛି।...

ଆଚରଣ ବିଧି ସମୟରେ ଚାଲିଛି ନିଯୁକ୍ତି

ନୟାଗଡ଼,୨୧।୪(ଲୋକନାଥ ମିଶ୍ର)ନିର୍ବାଚନ ଆଚରଣ ବିଧି ଲାଗୁ ପରେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସରଳୟ(ଡିଏଚ୍‌ଏଚ୍‌)ରେ ନିଯୁକ୍ତି ହେଉଥିବା ଅଭିଯୋଗ ହୋଇଛି। ପୁଣି ଜିଲାପାଳଙ୍କ ଅଧ୍ୟକ୍ଷତାରେ ବଦଳି କମିଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri