ଆମ ଜିଲା ଖବର

୧୫ ଫୁଟ ତଳକୁ ଓଲଟିଲା ଡିଜେଲ ଟ୍ୟାଙ୍କର

କୁଳିଅଣା,୫ା୬(ଡି.ଏନ୍‌.ଏ.)-ମୟୂରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ୧୮ ନଂ. ଜାତୀୟ ରାଜପଥର ଚିରଗାଲଡିହି ଛକଠାରେ ମଙ୍ଗଳବାର ଭୋର ସମୟରେ ଏକ ଡିଜେଲ ବୋଝେଇ ଟ୍ୟାଙ୍କର ରାସ୍ତାଠାରୁ ୧୫ ଫୁଟ ତଳକୁ ଭାରସାମ୍ୟ ହରାଇ ଓଲଟି ପଡିଛି। ପାରାଦୀପରୁ ୨୪ ହଜାର ଲିଟର…

ସଡ଼କ ଦୁର୍ଘଟଣାରେ ଜଣେ ମୃତ, ୩ ଆହତ

ବାରିପଦା ଅଫିସ,୫।୬- ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ଅଧୀନ ବାରିପଦା- ବାଘଡା ରାସ୍ତା ହାତୀମରା ସ୍ଥିତ ପାକଟିଆ ଜଙ୍ଗଲଠାରେ ମଙ୍ଗଳବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁଘର୍ଟଣା ଘଟିଛି। ଏକ କୁକୁଡା ବୋଝେଇ ପିକଅପ ଭ୍ୟାନ (ଓଡ଼ି୧୧କ୍ୟୁ ୮୧୯୫) ଗୋଟିଏ ବାଇକ…

ଖନ୍ତାପଡ଼ା ଗ୍ରାମ୍ୟ ବ୍ୟାଙ୍କରୁ ଚୋରି ଉଦ୍ୟମ ବିଫଳ:ଭଙ୍ଗା ଚାବି, ଶାବଳ ଜବତ

ବାହାନଗା, ୫।୬(ଡି.ଏନ.ଏ.)-ବାହାନଗା ବ୍ଲକ ଖନ୍ତାପଡା ବଜାରରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କରୁ ସୋମବାର ବିଳମ୍ବିତ ରାତିରେ କେତେଜଣ ଯୁବକ ଚୋରି ଉଦ୍ୟମ କରୁଥିବା ବଳେ ପୋଲିସ ଭ୍ୟାନ ଦେଖି ଦୌଡି ପଳାଇଥିଲେ। ତେବେ ପୋଲିସ ବ୍ୟାଙ୍କ ନିକଟକୁ ଆସି ଦୁଇଟି ଚାବି…

ନଈ ପାଖ ଗାଁରେ ପିଇବା ପାଣି ଚିନ୍ତା

ବାଲେଶ୍ୱର ଅଫିସ, ୫।୬-ଚଳିତବର୍ଷ ଗ୍ରୀଷ୍ମ ପ୍ରକୋପ ଦିନକୁ ଦିନକୁ ବଢ଼ି ବଢ଼ି ଚାଲିଥିବା ବେଳେ ପାନୀୟଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ବାଲେଶ୍ୱର ସହରଠାରୁ ମାତ୍ର ୧୫ କି.ମି. ଦୂର ବୁଢ଼ାବଳଙ୍ଗ ନଦୀକୂଳରେ ଥିବା ଗୋପୀନାଥପୁର ପଞ୍ଚାୟତର ନୂଆପୋଖରୀ, ନୁଣାସାହି,…

କେନ୍ଦୁପତ୍ର ଫଡ଼ିରେ ନିୟମକୁ ଫୁ: ଶିଶୁ ଶ୍ରମିକ ନିୟୋଜିତ କରି ଅର୍ଥ ଆତ୍ମସାତ ମସୁଧା

ବାଲିଗୁଡ଼ା,୪ା୬(ଡି.ଏନ୍‌.ଏ.)-ସରକାରଙ୍କ ନିର୍ଦ୍ଦେଶକୁ ଫୁ କରି ବାଲିଗୁଡ଼ା ବ୍ଲକର ବିଭିନ୍ନ ସ୍ଥାନରେ ଶିଶୁ ଶ୍ରମିକ ନିୟୋଜନ ଚାଲିଛି। କୋମଳମତି ପାଠ ପଢ଼ୁଆ ପିଲାଙ୍କୁ ଟଙ୍କା ଲୋଭ ଦେଖାଇ କାମରେ ନିୟୋଜିତ କରାଯାଉଛି। ପ୍ରଶାସନ ଆଢ଼ୁଆଳରେ ଏଭଳି କାମ ଚାଲିଛି। କିଛି ଦିନ ତଳେ…

୧୦ ଗାଡ଼ିରୁ ଜରିମାନା ଆଦାୟ

ହିଞ୍ଜିଳିକାଟୁ,୪ା୬(ଡି.ଏନ୍‌.ଏ.)- ଘୋଡ଼ାହାଡ଼ ଓ ଋଷିକୁଲ୍ୟା ନଦୀରୁ ବେଆଇନ ଭାବେ ବାଲି ଏବଂ ବିଭିନ୍ନ ପାହାଡ଼ରୁ ମୋରମ ଓ ମାଟି ଚୋରାଚାଲାଣ ହେଉଥିବା ବେଳେ ହିଞ୍ଜିଳିକାଟୁ ତହସିଲ ପକ୍ଷରୁ ଚଢ଼ାଉ କରାଯାଇ ୧୦ ଗାଡ଼ିକୁ ଜବତ କରାଯାଇଛି। ମଙ୍ଗଳବାର ହିଞ୍ଜିଳିକାଟୁ ତହସିଲଦାର ଗୋପୀନାଥ…

ହିଞ୍ଜିଳି ଥାନା ଅଞ୍ଚଳରେ ବଢ଼ୁଛି ଚୋରି

ହିଞ୍ଜିଳିକାଟୁ, ୪ା୬(ଡ଼ି.ଏନ୍‌.ଏ.) : ହିଞ୍ଜିଳି ଥାନା ଅଞ୍ଚଳରେ ଚୋରି ଘଟଣା ବୃଦ୍ଧି ପାଇବାରେ ଲାଗିଛି। ସପ୍ତାହକ ମଧ୍ୟରେ ଏକାଧିକ ଚୋରି ହୋଇଥିଲେ ମଧ୍ୟ ଦୁର୍ବୃତ୍ତଙ୍କୁ କାବୁ କରିବାରେ ପୋଲିସ ସଫଳ ହୋଇପାରୁନାହିଁ। ସୋମବାର ରାତିରେ ଆର୍‌ଏମ୍‌ସି ପରିସରରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ…

ବିସ୍ଫୋରକ ଜବତ, ମାଓବାଦୀ ଗିରଫ : ଠିକାସଂସ୍ଥା ଗାଡ଼ି ପୋଡିଲେ ମାଓବାଦୀ

ମାଲକାନଗିରି, ୪।୬(ଡି.ଏନ୍‌.ଏ.) ମାଓବାଦୀ ନିରୋଧ ଅଭିଯାନରେ ଛତିଶଗଡ଼ ପୋଲିସ ମଙ୍ଗଳବାର ଉଲ୍ଲେଖନୀୟ ସଫଳତା ପାଇଛି। ବିଭିନ୍ନ ସ୍ଥାନରେ କୋମ୍ବିଂ କରି ବିପୁଳ ପରିମାଣର ବିସ୍ଫୋରକ ଜବତ କରିବା ସହ ଜଣେ ଇନାମୀ ମାଓବାଦୀଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି। ସୂଚନା…

ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ, ୪।୬-ବାଲେଶ୍ୱର ଚାନ୍ଦିପୁରସ୍ଥିତ ସମନ୍ବିତ ପରୀକ୍ଷଣ କେନ୍ଦ୍ର (ଆଇଟିଆର୍‌)ର ୩ ନମ୍ବର ଲଞ୍ଚ ପ୍ୟାଡ୍‌ରୁ ମଙ୍ଗଳବାର ପୂର୍ବାହ୍ନ ୧୦ଟା ୩୦ମିନିଟ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ର ବ୍ରହ୍ମୋସ୍‌ର ବ୍ୟବହାରିକ ପରୀକ୍ଷଣ କରାଯାଇଥିଲା। ଏହି ପରୀକ୍ଷଣ ସଫଳ ହୋଇଥିବା ଆଇଟିଆର ପକ୍ଷରୁ ସୂଚନା…

ଭଦ୍ରକ ଜିଲା ପର୍ଯ୍ୟଟନ ସ୍ଥଳୀର ବିକାଶ ଲାଗି ସ୍ବତନ୍ତ୍ର ଯୋଜନା ହେବ: ମନ୍ତ୍ରୀ

ଭଦ୍ରକ ଅଫିସ,୪ା୬-ଭଦ୍ରକ ଜିଲାରେ ପର୍ଯ୍ୟଟନର ବିକାଶ ଲାଗି ସ୍ବତନ୍ତ୍ର ଯୋଜନା କରିବା ସକାଶେ ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଜିଲାପାଳ ଓ ଜିଲା ପର୍ଯ୍ୟଟନ ଅତ୍ଧକାରୀଙ୍କୁ ପରାମର୍ଶ ଦେଇଛନ୍ତି । ସୋମବାର ସେ…

କାର୍ଯ୍ୟାଦେଶ ବଣ୍ଟନ ପରେ ବି ଆରମ୍ଭ ହୋଇନି କାମ: ଅସନ୍ତୋଷ ପ୍ରକାଶ କଲେ ବିଧାୟକ

ବାଲେଶ୍ୱର ଅଫିସ,୪।୬-ବାଲେଶ୍ୱର ସଦର ବିଧାୟକ ମଦନମୋହନ ଦତ୍ତ ମଙ୍ଗଳବାର ସଦର ବ୍ଲକକୁ ସୌଜନ୍ୟମୂଳକ ଭାବରେ ପରିଦର୍ଶନ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଛନ୍ତି। ଗରିବ ଲୋକଙ୍କ ସମସ୍ୟା ସମାଧାନ ଦିଗରେ ଗୁରୁତ୍ୱ ଦେବାକୁ ବିଧାୟକ ଅଧିକାରୀମାନଙ୍କୁ ଅନୁରୋଧ କରିଥିଲେ।…

ସ୍କୁଟର ସିଟ ତଳୁ ନାଗ ଉଦ୍ଧାର

ବାରିପଦା ଅଫିସ,୪।୬- ବାରିପଦା ସହର ତକତପୁର ୱାର୍ଡ ନଂ ୨୭ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ସ୍କୁଟର ସିଟ ତଳୁ ଏକ ନାଗ ସାପ ଉଦ୍ଧାର କରାଯାଇଛି। ବିବେକାନନ୍ଦ ଶିକ୍ଷାକେନ୍ଦ୍ର ନିକଟରେ ରହୁଥିବା ସହକାରୀ କୃଷି ଅଧିକାରୀ ଜୟକୃଷ୍ଣ ନାୟକଙ୍କ ସ୍କୁଟର ସିଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?