ପିଆଇସିଟି ଆଗରେ ଶ୍ରମିକଙ୍କ ଆନ୍ଦୋଳନ

ପାରାଦୀପ,୧୦ା୭(ସ୍ବ.ପ୍ର.): ପାରାଦୀପ ବନ୍ଦରରେ ୩୦ ବର୍ଷିୟା ଲିଜ୍‌ ନେଇଥିବା କମ୍ପାନୀ ପିଆଇସିଟି (ପାରାଦୀପ ଇଣ୍ଟରନ୍ୟାଶନାଲ କାର୍ଗୋ ଟର୍ମିନାଲ) ଆଗରେ ମଙ୍ଗଳବାର ୩୦୦ରୁ ଊର୍ଦ୍ଧ୍ୱ ଠିକା ଶ୍ରମିକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପିଆଇସିଟିରେ କାମ କରୁଥିବା କେଣ୍ଟକୋ ନାମକ ଠିକା ସଂସ୍ଥା ଅଧୀନରେ ସମ୍ପୃକ୍ତ ଶ୍ରମିକମାନେ କାମ କରନ୍ତି। ସେମାନଙ୍କୁ ୩ମାସ ହେଲା ଦରମା ମିଳି ନ ଥିବାରୁ ଏଭଳି ବିରୋଧ ପ୍ରଦର୍ଶନ କରିଥିବା କହିଛନ୍ତି। ଏପରି କି କେତେକ ଶ୍ରମିକଙ୍କୁ ମାସରେ ମାତ୍ର ୭ ରୁ ୧୦ ଦିନ କାମ ମିଳୁଛି। ଶ୍ରମିକଙ୍କ ସୁରକ୍ଷା ନିରାପତ୍ତା ଉପକରଣ ମିଳୁନାହିଁ। ଏହାର ପ୍ରତିବାଦ କରୁଥିବା ଶ୍ରମିକଙ୍କୁ କାମରୁ ବାହାର କରି ପୁଣି ଜଣଙ୍କୁ ନିଯୁକ୍ତ କରାଯାଉଛି ବୋଲି ଶ୍ରମିକ ନିରାକାର ବେହେରା କହିଛନ୍ତି। ଯେଉଁ ଠିକା ସଂସ୍ଥାର ଏହି କାମ ଚାଲିଛି, ସେଠାରେ ବାସ୍ତବରେ ଅତି ବେଶିରେ ୨୦୦ ଶ୍ରମିକ ରହିବା କଥା। କିନ୍ତୁ ୩୬୦ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ଯେଉଁମାନଙ୍କୁ ସେଠାରେ ଚାକିରି ମିଳିବ ବୋଲି କୁହାଯାଉଛି, ସେମାନଙ୍କଠାରୁ କେତେକ ଦଲାଲ ୨୦ରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ନେଇଯାଉଛନ୍ତି। ସପ୍ତାହେ କାମ କଲେ ୧୦ଦିନ ବସିବାକୁ ପଡୁଛି ବୋଲି କହିଛନ୍ତି ଶ୍ରମିକ ବିକାଶ ସ୍ବାଇଁ। ମଙ୍ଗଳବାର ସାମୟିକ ଭାବେ ପ୍ରତିବାଦ ପ୍ରଦର୍ଶନ କରାଯାଇଛି। ଆଗାମୀ ଦିନରେ ଏହା ଉପରେ ସବୁ ଘଟଣାର ପର୍ଦ୍ଦାଫାଶ କରିବା ସହ ଧାରଣା ଦେବେ ବୋଲି ଶ୍ରମିକମାନେ କହିଛନ୍ତି। ଏ ସମ୍ପର୍କରେ ପିଆଇସିଟିର ମାନବ ସମ୍ବଳ ଅଧିକାରୀ କୁଳମଣି ପଣ୍ଡାଙ୍କୁ ପଚାରିବାରେ ସେ କହିଲେ ଯେ ବ୍ୟାଗିଂ ପ୍ଲାଣ୍ଟରେ ଅଳ୍ପ କେତେଜଣ ଲୋକ ଏପରି ମିଥ୍ୟା ଆରୋପ ଲଗାଇ ଏସବୁ କରିଛନ୍ତି। ସେମିତି କିଛି ଧାରଣା ବା ଆନ୍ଦୋଳନ ହୋଇନାହିଁ। ସମ୍ପୃକ୍ତ ଠିକାସଂସ୍ଥାର ସୁପରଭାଇଙ୍କୁ ଡାକି ଏ ବିଷୟରେ କୁହାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri