ଆମ ଜିଲା ଖବର

ଜବରଦଖଲ ହଟୁନି, ରାସ୍ତାକାମ ଆଗଉନି: ବଡମାଣପୁର ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ

ଦେବଗଡ଼, ୪ା୬(ସ୍ବ.ପ୍ର): ଦେବଗଡ଼ ଜିଲା ବାରକୋଟ ବ୍ଲକ୍‌ ଅଧିନ ବଡମାଣପୁର ଗ୍ରାମରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣାଧୀନ ରାସ୍ତା କାମ ଆଗେଇ ପାରୁନାହିଁ। ଜବରଦଖଲ ସମସ୍ୟା ଯୋଗୁ ଏପରି ଅବସ୍ଥା ହୋଇଛି। ଜବରଦଖଲ ହଠାଇବା ଦାବିରେ ମଙ୍ଗଳବାର ପୂଣି ଥରେ ଗ୍ରାମବାସୀ…

ବାଲି ଚୋରା ଚାଲାଣକୁ ରୋକିବା ପାଇଁ ଟ୍ରେଞ୍ଚ ଖୋଳିଲା ପ୍ରଶାସନ

ଆନନ୍ଦପୁର,୪।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ତହସିଲ ଅନ୍ତର୍ଗତ ପଦ୍ମପୁର ବୈତରଣୀ ନଦୀ ବାଲି ଘାଟରୁ ବାଲି ଚୋରା ଚାଲାଣକୁ ରୋକିବା ପାଇଁ ଆନନ୍ଦପୁର ତହସିଲ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ସଂପୃକ୍ତ ପଦ୍ମପୁର ବାଲିଘାଟ ତହସିଲ ପକ୍ଷରୁ ନିଲାମ କରାଯାଇନଥିବା ବେଳେ…

କେନ୍ଦ୍ରୀୟ ବିଦ୍ୟାଳୟ ଟିମ୍‌ର ସ୍ଥାନ ପରିଦର୍ଶନ

ଆନନ୍ଦପୁର,୪।୬(ସ୍ବ.ପ୍ର.): କେନ୍ଦ୍ରୀୟ ବିଦ୍ୟାଳୟର ଏକ ଟିମ୍‌ କେନ୍ଦୁଝର ଜିଲା ଆନନ୍ଦପୁରରେ ପ୍ରସ୍ତାବିତ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାନ ପରିଦର୍ଶନ କରି ଫେରିଛନ୍ତି। ଏହି ଟିମ୍‌ରେ କଟକ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ ମିଶ୍ର, କେନ୍ଦୁଝର କେନ୍ଦ୍ରୀୟ ବିଦ୍ୟାଳୟର ହେମନ୍ତ କୁମାର ସାହୁ କେନ୍ଦ୍ରୀୟ…

ମୋବାଇଲ ଲୁଟ୍‌ ଉଦ୍ୟମ କରୁଥିବା ଦୁଇ ନାବାଳକଙ୍କୁ କାବୁ କଲେ ସ୍ଥାନୀୟ ଲୋକେ

ଆନନ୍ଦପୁର,୪। ୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ରିଜଛକଠାରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆ ସମ୍ମୁଖରୁ ଜଣେ ବ୍ୟକ୍ତିଙ୍କ ପକେଟ୍‌ରୁ ଦୁଇ ନାବାଳକ ଜଣେ ଏକ ଦାମୀ ମୋବାଇଲ୍‌ ଲୁଟ୍‌ କରି ଫେରାର ହେବାକୁ ଉଦ୍ୟମ କରୁଥିବା ସମୟରେ ସ୍ଥାନୀୟ ଲୋକଙ୍କ ହାତରେ…

ଗଛକଟା ହେଲା କାଳ: ୟୁକାଲିପ୍‌ଟସ କାଟିବା ସମୟରେ ବ୍ୟକ୍ତଙ୍କ ଜୀବନଗଲା

ତାଳଚେର,୪।୬(ନି.ପ୍ର.): ଅନୁଗୋଳ ଜିଲା ତାଳଚେର ବ୍ଲକ ସୌଭାଗ୍ୟ ନଗରରେ ଗଛ କାଟିବା ସମୟରେ ମଙ୍ଗଳବାର ଗଛପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶ୍ରୀକାନ୍ତ ବେହେରା(୩୦)। ଶ୍ରୀକାନ୍ତ ସୌଭାଗ୍ୟ ନଗରର ଦୁର୍ଯ୍ୟୋଧନ ବେହେରାଙ୍କ ଗଛ କାଟିବାକୁ ଯାଇଥିଲେ। ଏକ ୟୁକାଲିପ୍‌ଟସ…

ମଣ୍ଡିରୁ ଉଠୁନି ଧାନ, ଚାଷୀଙ୍କ ଧାରଣା

ସରଣ୍ଡା,୪।୬(ଡି.ଏନ୍‌.ଏ.): ବରଗଡ଼ ଜିଲାରେ ରବିଋତୁ ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ପୂରିବାକୁ ବସିଲାଣି। ହେଲେ ଧାନ କିଣାବିକାରେ ସୁଧାର ଆସୁନାହିଁ। ମଣ୍ଡିକୁ ଧାନ ଆସୁଛି, ମାତ୍ର ତାହା ଠିକ୍‌ ଭାବେ ଉଠୁ ନାହିଁ। ବିକ୍ରି ହୋଇ ନ ପାରି ବହୁପରିମାଣର ଧାନ…

ଯୁବତୀଙ୍କ ମୃତ୍ୟୁ : ପାରିବାରିକ ଅଶାନ୍ତିକୁ ନେଇ ଆତ୍ମହତ୍ୟା ସନ୍ଦେହ

ବଅଁରପାଳ,୪।୬(ଡି.ଏନ୍‌.ଏ): ଅନୁଗୋଳ ଜିଲା ବଅଁରପାଳ ଥାନା ବଉଳିଗଡ଼ ଗ୍ରାମର ଜଣେ ଜୁବତୀଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ ହେଲେ ରିଙ୍କିନା ଦଣ୍ଡିଆ(୨୩)। ସୋମବାର ରାତିରେ କୌଣସି କାରଣରୁ ତାଙ୍କ ଦେହ ଅସୁସ୍ଥ ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଅନୁଗୋଳ ଡାକ୍ତରଖାନାକୁ ନିଆଯାଇଥିଲା।…

ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଏ-୧ ଗ୍ରେଡ୍‌ ଛାତ୍ରୀଛାତ୍ର ସମ୍ବର୍ଦ୍ଧିତ

ଅନୁଗୋଳ ଅଫିସ, ୪।୬: ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଏ-୧ ଗ୍ରେଡ୍‌ ରଖିଥିବା ୫୨ ଛାତ୍ରୀଛାତ୍ରଙ୍କୁ ମଙ୍ଗଳବାର ଅନୁଗୋଳ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ସମ୍ବର୍ଦ୍ଧିତ କରାଯାଇଛି। ଏଥିସହ ପରୀକ୍ଷାରେ ଶତପ୍ରତିଶତ ଫଳାଫଳ ପ୍ରଦର୍ଶନ କରିଥିବା ୫ଟି ବିଦ୍ୟାଳୟକୁ ମଧ୍ୟ ପୁରସ୍କୃତ…

ବୈଠକକୁ ଆସିଲେନି ବିଦ୍ୟୁତ୍‌ ବିଭାଗ ଅଧିକାରୀ: କାରଣ ଦର୍ଶାଅ ନୋଟିସ ନିର୍ଦ୍ଦେଶ ଦେଲେ ଜିଲାପାଳ

ବାରିପଦା ଅଫିସ,୪।୬: ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଆସନ୍ତା ଜୁଲାଇ ୫ ଓ ୬ ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରା ପାଇଁ ଜିଲା ପ୍ରଶାସନ ଓ ଦେବୋତ୍ତର ବିଭାଗ ପକ୍ଷରୁ ମଙ୍ଗଳବାର ଡିଆର୍‌ଡିଏ ସମ୍ମିଳନୀ କକ୍ଷରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…

ବିଜେପୁର ଡାକ୍ତରଖାନରେ ଖାଲିପଡ଼ିଥିବା ପଦବୀପୂରଣ ଦାବି: ୧୯ରେ ଅନଶନ ଚେତାବନୀ

ବରଗଡ଼ ଅଫିସ,୪।୬: ବରଗଡ଼ ଜିଲା ବିଜେପୁର ଡାକ୍ତରଖାନାରେ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତର ଓ ଅନ୍ୟ ସ୍ବାସ୍ଥ୍ୟ କର୍ମଚାରୀ ପଦବୀଗୁଡ଼ିକ ଦୀର୍ଘଦିନ ହେଲା ଖାଲି ପଡ଼ିଛି । ଫଳରେ ଏଠାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇ ପଡିଛି। ଏହାକୁ ନେଇ ଅଞ୍ଚଳରେ ଅସନ୍ତୋଷ…

ଶ୍ରମିକଙ୍କୁ ଶୋଷଣ ପ୍ରତିବାଦରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ: ଦାବିପତ୍ର ପ୍ରଦାନ

କେନ୍ଦୁଝର,୪।୬( ସ୍ବ.ପ୍ର.):ଯୋଡା ଖଣିମଣ୍ଡଳ ଅନ୍ତର୍ଗତ ଜଜାଙ୍ଗ ଖଣିରେ ଶ୍ରମିକଙ୍କୁ ଶୋଷଣ ପ୍ରତିବାଦରେ ଭାରତୀୟ ମଜଦୁର ସଙ୍ଘ ପକ୍ଷରୁ ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଗତ ୧ ଜାନୁୟାରୀ ୨୦୧୬ ମସିହାରୁ ଶ୍ରମିକଙ୍କୁ ବର୍ଦ୍ଧିତ ଦରମା ପ୍ରଦାନ, ବେଆଇନ…

ଶାରୀରିକ ଅସୁସ୍ଥତା ସହି ନ ପାରି ବୃଦ୍ଧାଙ୍କ ଆତ୍ମହତ୍ୟା ଉଦ୍ୟମ

ଅନୁଗୋଳ ଅଫିସ,୪।୬: ଅନୁଗୋଳ ଜିଲା ହୁଲୁରସିଂହା ପୁରୁଣା ପୋଲ ଉପରୁ ଡେଇଁ ମଙ୍ଗଳବାର ଜଣେ ବୃଦ୍ଧା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେ ହେଲେ ନୟନୀ ବେହେରା (୬୦)। ଗୁରୁତର ଅବସ୍ଥାରେ ସ୍ଥାନୀୟଲୋକେ ତାଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?