ଆମ ଜିଲା ଖବର

ଜୁଆଆଡ୍ଡା ଉପରେ ଚଢାଉ, ୯ ଗିରଫ

ଜଗନ୍ନାଥପ୍ରସାଦ,୩୦।୫(ଡି.ଏନ.ଏ.)- ଜଗନ୍ନାଥପ୍ରସାଦ ପୋଲିସ ବୁଧବାର ବିଳମ୍ବିତ ରାତିରେ ଏକ ଜୁଆଆଡ୍ଡା ଉପରେ ଚଢାଉ କରିଥିବା ସୂଚନା ମିଳିଛି। ରାଉତି-ଭାବସର ଗ୍ରାମ ମଧ୍ୟରେ ଥିବା ଏକ ଆମ୍ବ ତୋଟାରେ ଜୁଆ ଖେଳ ଚାଲିଥିବା ପୋଲିସକୁ ଖବର ମିଳିଥିଲା। ଥାନାଧିକାରୀ ଯୁବରାଜ ସ୍ବାଇଁଙ୍କ ନେତୃତ୍ୱରେ…

ଡ୍ରେନ୍‌ ନାହିଁ, ବର୍ଷା ହେଲେ ଘରେ ପଶୁଛି ପାଣି

ରାଇକିଆ,୩୦।୫(ଡ଼ି.ଏନ.ଏ)- ରାଇକଆ ଷ୍ଟେଟ୍‌ ବ୍ୟାଙ୍କ ରୋଡ଼ରୁ ପଡ଼ିଶିଲା ଯିବା ରାସ୍ତାରେ ସାମାନ୍ୟ ବର୍ଷା ହେଲେ ପାଣି ଜମୁଛି ା ତ୍ରୁଟିପୂର୍ଣ୍ଣ ରାସ୍ତା ନିର୍ମାଣ ଯୋଗୁ ଏଭଳି ସମସ୍ୟା ଉପୁଜୁଥିବା ଲୋକେ ଅଭିଯୋଗ କରିଛନ୍ତି। ଗତ କିଛିମାସ ତଳେ ଏଠାରେ କଂକ୍ରିଟ ରାସ୍ତା…

ଅଂଶୁଘାତରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ

ବଇଣ୍ଡା,୩୦।୫(ଡି.ଏନ.ଏ.)-ହଣ୍ଡପା ଥାନା ନାକିଚି ଗ୍ରାମର ସୁରୁଚି ରଣା(୫୮) ଜଣେ ମହିଳାଙ୍କ ବୁଧବାର ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଘଟଣାରୁ ଜଣାପଡ଼ିଛି, ସୁରୁଚି ଅପରାହ୍ନରେ ତାଙ୍କ ଘର ବାରଣ୍ଡାରେ ବସି କାମ କରୁଥିବାବେଳେ ହଠାତ୍‌ ଅଚେତ ହୋଇପଡ଼ିଥିଲେ। ପରିବାର ଲୋକ ତାଙ୍କୁ…

ଜିଆର୍‌ଏସ୍‌ଙ୍କୁ ଆକ୍ରମଣ ଘଟଣା: ଦମ୍ପତି ଗିରଫ

ବାସୁଦେବପୁର, ୩୦।୫ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ଅରଣ୍ଡୁଆ ପଞ୍ଚାୟତ କିଆପଡ଼ା ଗ୍ରାମର ଜିଆର୍‌ଏସ୍‌ ଲମ୍ବୋଦର ଦାସଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ଆକ୍ରମଣକାରୀ ଦମ୍ପତିଙ୍କୁ ଗିରଫ କରିଛି। ସେମାନେ ହେଲେ ଗ୍ରାମର ହେମନ୍ତ ବେହେରା ଓ ତାଙ୍କ…

ଅବୈଧ ପ୍ରେମ ସମ୍ପର୍କକୁ ନେଇ ଶିକ୍ଷକଙ୍କୁ ହତ୍ୟା: ସ୍ତ୍ରୀ, ପ୍ରେମିକ ଓ ସହଯୋଗୀ ଗିରଫ

ମୁନିଗୁଡ଼ା,୩୦।୫(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ମୁନିଗୁଡ଼ା ଥାନା ଅନ୍ତର୍ଗତ କୁଟ୍ରାଗଡ଼ ଗ୍ରାମ ବଂଶଧରା ପୋଲ ତଳୁ ଗତ ୨୦ ତାରିଖରେ ଜଣେ ଶିକ୍ଷକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପୋଲିସ ଘଟଣାର ତଦନ୍ତ କରିବା ସହ ୧୦ ଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ…

ଦୁର୍ଗମ ଅଞ୍ଚଳରେ ଚାଲିଥିଲା ମଦ ଭାଟି: ଅବକାରୀ ବିଭାଗର ଚଢ଼ାଉ, ଦୁଇ ଗିରଫ

ଦିଗପହଣ୍ଡି,୩୦।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ବିଛାପାଟ ଗ୍ରାମ ନିକଟ ଦୁର୍ଗମ ଅଞ୍ଚଳରେ ଚାଲିଥିବା ବେଆଇନ ଦେଶୀ ମଦଭାଟି ଉପରେ ଗୁରୁବାର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ଘଟଣାରେ ଭାଟିରେ ମଦ ପ୍ରସ୍ତୁତ କରୁଥିବା…

ଭୟାବହ ଅଗ୍ନିକାଣ୍ଡ : ୬୦ ବଖରା ପୋଡ଼ି ପାଉଁଶ

ମହାକାଳପଡ଼ା,୩୦ା୫(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଜାଲକଣା ଗ୍ରାମରେ ଗୁରୁବାର ମଧ୍ୟାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟି ୩୩ ପରିବାରର ୬୦ରୁ ଊର୍ଦ୍ଧ୍ୱ ବଖରା ପୋଡ଼ି ପାଉଁଶ ହୋଇଯାଇଛି। ସୂଚନା ଥାଉକି, ଗ୍ରାମର ଅଜୟ ପ୍ରଧାନଙ୍କ ପାଳଗଦାରେ କୌଣସି କାରଣରୁ ପ୍ରଥମେ…

ମୋଟାଗୁଡ଼ା ଜଙ୍ଗଲରେ ଶ୍ରମିକଙ୍କୁ ହତ୍ୟା ଘଟଣା : ଅଭିଯୁକ୍ତଙ୍କୁ କୋର୍ଟଚାଲାଣ

ଭବାନୀପାଟଣା,୩୦ା୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣାର ମୋଟାଗୁଡା ଜଙ୍ଗଲରେ ଜଣେ ଶ୍ରମିକଙ୍କୁ ବାଡ଼ିରେ ପିଟି ହତ୍ୟା କରିବା ମାମଲାରେ ପୋଲିସ ଅଭିଯୁକ୍ତ କାଠବେପାରୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ଭରତ ବିଶ୍ୱାଳ। କଳାହାଣ୍ଡି ଜିଲା ଭବାନୀପାଟଣା ସଦର…

୩ ମହଲାରୁ ଖସି ଯୁବକଙ୍କ ଜୀବନ ଗଲା : ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଭଦ୍ରକ ଅଫିସ,୩୦ା୫: ସ୍ଥାନୀୟ ନୂଆବଜାରସ୍ଥିତ ଏକ ନର୍ସିଂହୋମ୍‌ରେ ସୁଇପର ଭାବେ କାମ କରୁଥିବା ମହେଶ୍ୱର ଦାସ(୩୫)ଙ୍କ କୌଣସି କାରଣରୁ ୩ ମହଲାରୁ ଖସିପଡ଼ି ମୃତ୍ୟୁ ଘଟିଛି। ସୂଚନା ମୁତାବକ, ମହେଶ୍ୱରଙ୍କ ଘର କୁପାରୀ ଅଞ୍ଚଳରେ ହୋଇଥିବା ବେଳେ ତାଙ୍କର ସ୍ତ୍ରୀ ଓ…

ସର୍ପ ଦଂଶନରେ ଯୁବକଙ୍କ ଗଲା ଜୀବନ

ପାଟଣା,୩୦।୫ (ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଦମାହୁଦା ପଞ୍ଚାୟତ ଜାହିରା ସାହିରେ ସାପ କାମୁଡିଥିବା ଯୁବକଙ୍କ ବୁଧବାର ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି ଖଗେଶ୍ୱର ବିରୁଆ(୨୨)। ସୂଚନାଯୋଗ୍ୟ, ମଙ୍ଗଳବାର ବିଳମ୍ବିତ ରାତିରେ ଖଗେଶ୍ୱର ଘରେ ଶୋଇଥିବାବେଳେ ତାଙ୍କୁ ସାପ…

ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ଟାଟା ଏସି

ପାଟଣା,୩୦।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ଦେଇ ଯାଇଥିବା ୨୨୦ନମ୍ବର ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଡ୍ରାଇଭର ଜଣଙ୍କ ଆହତ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଟାଟା ଏସି ଭୁବନେଶ୍ୱରରୁ ମୟୁରଭଞ୍ଜ ଜିଲାର ଜଶିପୁର ବଜାରକୁ ୱାସିଙ୍ଗ ମେସିନ…

ପଞ୍ଚାୟତ ସଭା ଚାଲିଥିବା ବେଳେ ତଡ଼ା ଖାଇଲେ ସରପଞ୍ଚଙ୍କ ସ୍ବାମୀ

ଆନନ୍ଦପୁର,୩୦।୫: ଘଷିପୁରା ବ୍ଲକ ବଳରାମପୁର ପଞ୍ଚାୟତରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପଞ୍ଚାୟତର ସଭା ଚାଲିଥିବା ବେଳେ ସରପଞ୍ଚଙ୍କ ସ୍ବାମୀଙ୍କୁ ତଡ଼ା ଖାଇବାକୁ ପଡ଼ିଛି। ସୂଚନାଯୋଗ୍ୟ, ମହିଳା ସରପଞ୍ଚଙ୍କ ଅନୁପସ୍ଥିତିରେ ତାଙ୍କ ସ୍ବାମୀଙ୍କ ଦାରା ଚାଲିଥିବା ସଭାକୁ ପଞ୍ଚାୟତ ପ୍ରତିନିଧି ବିରୋଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?