ଅନୁସୂଚିତ ଜାତିର ଛାତ୍ରଙ୍କ ପାଇଁ ନିର୍ମାଣ ହୋଇଛି ଛାତ୍ରାବାସ: ଅଧିକାରୀଙ୍କ ଅବହେଳାରୁ କାର୍ଯ୍ୟକ୍ଷମ ହୋଇପାରୁନି

ନୂଆଗାଁ,୧୦ା୭ (ଡି.ଏନ.ଏ.): ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରୀଛାତ୍ରଙ୍କ ଉଚ୍ଚଶିକ୍ଷା ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ହେଲେ କେତେଜଣ ଅଧିକାରୀଙ୍କ ଅବହେଳା ଯୋଗୁ ଏହାର ସୁଫଳ ଛାତ୍ରୀଛାତ୍ର ପାଇପାରୁ ନାହାନ୍ତି। ଏପରି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ। ଅନୁସୂଚିତ ଜାତି ଛାତ୍ରମାନଙ୍କ ପାଇଁ ନୂଆଗାଁ ହାଇସ୍କୁଲ ପରିସରରେ ୭୨ ଲକ୍ଷ ୨୧ ହଜାର ୫୧୫ ଟଙ୍କା ସରକାରୀ ଅନୁଦାନରେ ଛାତ୍ରାବାସ ନିର୍ମାଣ କରାଯାଇଛି। ମେ ୨୦୧୫ରୁ ଏହା ନିର୍ମାଣ ଆରମ୍ଭ ହୋଇ ଫେବୃୟାରୀ ୨୦୧୬ରେ ଶେଷ ହୋଇଛି। ୨୦୧୭ ବର୍ଷରେ ଏଠାରେ ଛାତ୍ରମାନଙ୍କୁ ରଖାଯିବାର ଆଭିମୁଖ୍ୟ ଥିଲା। ଛାତ୍ରାବାସରେ ୧୧୦ ଛାତ୍ର ମାଗଣା ରହିବା ସହ ସମସ୍ତ ଆବଶ୍ୟକ ଉପକରଣ ମାଗଣାରେ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । କିନ୍ତୁ କାର୍ଯ୍ୟ ଶେଷ ହେବାର ତିନିବର୍ଷ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି ତାହା କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ । ଗୃହ ନିର୍ମାଣ କରାଯାଇଥିଲେ ସୁଦ୍ଧା ପାଣି, ବିଦ୍ୟୁତ୍‌ ଓ ପିଲାଙ୍କ ଶୋଇବା ପାଇଁ ଖଟିଆ ବ୍ୟବସ୍ଥା କରାଯାଇ ନାହିଁ । ଛାତ୍ରାବାସ କାର୍ଯ୍ୟକ୍ଷମ କରିବା ପାଇଁ ଅଞ୍ଚଳବାସୀ ବାରମ୍ବାର ଦାବି କରିବା ପରେ ଗତ ଶିକ୍ଷାବର୍ଷରେ ବିଭିନ୍ନ ଜିଲାରୁ ୪୯ ଜଣ ଅନୁସୂଚିତ ଜନଜାତି ଛାତ୍ରଙ୍କ ନାମ ଲେଖାଯାଇଥିଲା। ଏହି ଛାତ୍ରାବାସଟି ଅନୁସୂଚିତ ଜାତିର ଛାତ୍ରଙ୍କ ପାଇଁ ଉଦ୍ଦିଷ୍ଟ ଥିବାବେଳେ ଅଧିକାରୀଙ୍କ ଭୁଲ ନିର୍ଦ୍ଦେଶ କ୍ରମେ ଅନୁସୂଚିତ ଜନଜାତି ଛାତ୍ରଙ୍କ ନାମ ଲେଖାଯାଇଥିଲା। ଅଧିକାରୀଙ୍କ ଭୁଲ ନିର୍ଦ୍ଦେଶକୁ ଲୁଚାଇବା ପାଇଁ ନାମ ଲେଖା ଯାଇଥିବା ଛାତ୍ରମାନଙ୍କୁ ଛାତ୍ରାବାସରେ ରହିବା ସୁଯୋଗ ଦିଆ ନ ଯାଇ ଶିକ୍ଷାବର୍ଷ ଅଧାରେ ସେମାନଙ୍କୁ ଟିସି ଦେଇ ବିଦା କରିଦିଆଗଲା। ଏହାର କାରଣ ବିଷୟରେ ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ ସେ ଅଧିକାରୀଙ୍କ ଭୁଲ ନିର୍ଦ୍ଦେଶକୁ ଘଣ୍ଟ ଘୋଡାଇବାକୁ ଯାଇ ସମସ୍ତ ସୁବିଧା ହୋଇ ନ ଥିବାରୁ ଆମେ ଛାତ୍ରମାନଙ୍କୁ ରଖିପାରୁ ନାହୁଁ ବୋଲି କହିଥିଲେ। ଚଳିତବର୍ଷ ଛାତ୍ରାବାସ କାର୍ଯ୍ୟକ୍ଷମ ହେବା ବିଷୟରେ ନୂଆଗାଁ ବ୍ଲକ ସମାଜ ମଙ୍ଗଳ ଅଧିକାରୀ ମଳୟ ରଞ୍ଜନ ଚିନ୍ନାରାଙ୍କୁ ପଚାରିବାରୁ ସେ କହିଥିଲେ, ଏବର୍ଷ ପିଲାଙ୍କୁ ରଖିବା ପାଇଁ ଆମେ ନୂଆଗାଁ ହାଇସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ଚିଠି କରିଛୁ। ଛାତ୍ରାବାସଠାରୁ ୩ କିଲୋମିଟର ଦୂରରୁ ଆସୁଥିବା ଛାତ୍ରମାନଙ୍କ ନାମ ଲେଖାଇବା ପାଇଁ ନିର୍ଦ୍ଦେଶ ଦେଇଛୁ। ନାମ ଲେଖାଇବା ପରେ ସେମାନଙ୍କ ରହିବା ପାଇଁ ଆମେ ସମସ୍ତ ବ୍ୟବସ୍ଥା କରିବୁ।


Enter your email to get our daily news in your inbox.

All Right Reserved By Dharitri.Com

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଶାଳଭଙ୍ଗା ଜଙ୍ଗଲରୁ ଟାକେରା ଘାଟି ରାସ୍ତା ଅସୁରକ୍ଷିତ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକର ଶାଳଭଙ୍ଗା ଜଙ୍ଗଲରୁ ଟାକେରା ଘାଟି ପଶୁ ଓ ମଣିଷଙ୍କ ପାଇଁ ବିପଦ ସାଜିଛି। ୬ ବର୍ଷରେ ଗୋଟିଏ ବାଘ...

ନିମ୍ନମାନର କାମ ଅଭିଯୋଗ ପରେ ଭଙ୍ଗାଗଲା ପୋଲ

ନୂଆଗାଁ,୨୫।୪ (ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ସିମିଳିସାହିଠାରୁ ବାଲଣ୍ଡା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ନିର୍ମାଣରେ ଅନିୟମିତତା ହେଉଥିବା ଅଭିଯୋଗ ହେଉଥିଲା। ଉକ୍ତ ରାସ୍ତାର ଅଭୟପୁରଠାରେ...

‘ଟିକେଟ ନ ମିଳିଲେ ସ୍ବାଧୀନ ଭାବେ ଲଢ଼ିବେ ଅନୁଭବ’

ଖଣ୍ଡପଡ଼ା,୨୩ା୪(ଅଜୟ କୁମାର ମହାରଣା):ନୟାଗଡ଼ ଜିଲାର ବିଭିନ୍ନ ବିଧାନସଭା କ୍ଷେତ୍ର ପାଇଁ ବିଜେଡି ପ୍ରାର୍ଥୀ ଚୟନ କରିସାରିଥିବାବେଳେ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀ ଘୋଷଣା ବାକି ରହିଛି। ବିଜେଡି ପକ୍ଷରୁ...

ବିଜେଡି, କଂଗ୍ରେସର ଅଭିଜ୍ଞ, ଭାଜପାର ନୂଆ ପ୍ରାର୍ଥୀ

ନୟାଗଡ,୨୨।୪(ଲୋକନାଥ ମିଶ୍ର):ନୟାଗଡ଼ ଜିଲାର ଦଶପଲ୍ଲା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଓ କଂଗ୍ରେସର ଦୁଇ ଅଭିଜ୍ଞ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିବାବେଳେ ଭାଜପାର ନୂଆମୁହଁ ସହ ଲଢ଼େଇ...

୧୩ ବଖରା ଭସ୍ମୀଭୂତ

ନୂଆଗାଁ,୨୧।୪(ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତ ଶିଖରଗୋଛା ଗ୍ରାମରେ ଶନିବାର ନିଆଁ ଲାଗି ୧୩ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିବିପନ୍ନମାନେ...

ଚନ୍ଦନ ପୋଖରୀରେ ପଦ୍ମ,କଇଁ ଫୁଟିବ

ଖଣ୍ଡପଡ଼ା,୨୧ା୪(ଅଜୟ କୁମାର ମହାରଣା)ନୀଳମାଧବ ଜୀଉଙ୍କ ଚନ୍ଦନ ପୋଖରୀର ନବୀକରଣ କାର୍ଯ୍ୟ ସହ ପଙ୍କ ଉଦ୍ଧାର କାମ ସରିଛି। କାମ ସରିବା ପରେ ପାଣି ଭରି ଦିଆଯାଇଛି।...

ଆଚରଣ ବିଧି ସମୟରେ ଚାଲିଛି ନିଯୁକ୍ତି

ନୟାଗଡ଼,୨୧।୪(ଲୋକନାଥ ମିଶ୍ର)ନିର୍ବାଚନ ଆଚରଣ ବିଧି ଲାଗୁ ପରେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସରଳୟ(ଡିଏଚ୍‌ଏଚ୍‌)ରେ ନିଯୁକ୍ତି ହେଉଥିବା ଅଭିଯୋଗ ହୋଇଛି। ପୁଣି ଜିଲାପାଳଙ୍କ ଅଧ୍ୟକ୍ଷତାରେ ବଦଳି କମିଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri