ଅନୁସୂଚିତ ଜାତିର ଛାତ୍ରଙ୍କ ପାଇଁ ନିର୍ମାଣ ହୋଇଛି ଛାତ୍ରାବାସ: ଅଧିକାରୀଙ୍କ ଅବହେଳାରୁ କାର୍ଯ୍ୟକ୍ଷମ ହୋଇପାରୁନି

ନୂଆଗାଁ,୧୦ା୭ (ଡି.ଏନ.ଏ.): ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରୀଛାତ୍ରଙ୍କ ଉଚ୍ଚଶିକ୍ଷା ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ହେଲେ କେତେଜଣ ଅଧିକାରୀଙ୍କ ଅବହେଳା ଯୋଗୁ ଏହାର ସୁଫଳ ଛାତ୍ରୀଛାତ୍ର ପାଇପାରୁ ନାହାନ୍ତି। ଏପରି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ। ଅନୁସୂଚିତ ଜାତି ଛାତ୍ରମାନଙ୍କ ପାଇଁ ନୂଆଗାଁ ହାଇସ୍କୁଲ ପରିସରରେ ୭୨ ଲକ୍ଷ ୨୧ ହଜାର ୫୧୫ ଟଙ୍କା ସରକାରୀ ଅନୁଦାନରେ ଛାତ୍ରାବାସ ନିର୍ମାଣ କରାଯାଇଛି। ମେ ୨୦୧୫ରୁ ଏହା ନିର୍ମାଣ ଆରମ୍ଭ ହୋଇ ଫେବୃୟାରୀ ୨୦୧୬ରେ ଶେଷ ହୋଇଛି। ୨୦୧୭ ବର୍ଷରେ ଏଠାରେ ଛାତ୍ରମାନଙ୍କୁ ରଖାଯିବାର ଆଭିମୁଖ୍ୟ ଥିଲା। ଛାତ୍ରାବାସରେ ୧୧୦ ଛାତ୍ର ମାଗଣା ରହିବା ସହ ସମସ୍ତ ଆବଶ୍ୟକ ଉପକରଣ ମାଗଣାରେ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । କିନ୍ତୁ କାର୍ଯ୍ୟ ଶେଷ ହେବାର ତିନିବର୍ଷ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି ତାହା କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ । ଗୃହ ନିର୍ମାଣ କରାଯାଇଥିଲେ ସୁଦ୍ଧା ପାଣି, ବିଦ୍ୟୁତ୍‌ ଓ ପିଲାଙ୍କ ଶୋଇବା ପାଇଁ ଖଟିଆ ବ୍ୟବସ୍ଥା କରାଯାଇ ନାହିଁ । ଛାତ୍ରାବାସ କାର୍ଯ୍ୟକ୍ଷମ କରିବା ପାଇଁ ଅଞ୍ଚଳବାସୀ ବାରମ୍ବାର ଦାବି କରିବା ପରେ ଗତ ଶିକ୍ଷାବର୍ଷରେ ବିଭିନ୍ନ ଜିଲାରୁ ୪୯ ଜଣ ଅନୁସୂଚିତ ଜନଜାତି ଛାତ୍ରଙ୍କ ନାମ ଲେଖାଯାଇଥିଲା। ଏହି ଛାତ୍ରାବାସଟି ଅନୁସୂଚିତ ଜାତିର ଛାତ୍ରଙ୍କ ପାଇଁ ଉଦ୍ଦିଷ୍ଟ ଥିବାବେଳେ ଅଧିକାରୀଙ୍କ ଭୁଲ ନିର୍ଦ୍ଦେଶ କ୍ରମେ ଅନୁସୂଚିତ ଜନଜାତି ଛାତ୍ରଙ୍କ ନାମ ଲେଖାଯାଇଥିଲା। ଅଧିକାରୀଙ୍କ ଭୁଲ ନିର୍ଦ୍ଦେଶକୁ ଲୁଚାଇବା ପାଇଁ ନାମ ଲେଖା ଯାଇଥିବା ଛାତ୍ରମାନଙ୍କୁ ଛାତ୍ରାବାସରେ ରହିବା ସୁଯୋଗ ଦିଆ ନ ଯାଇ ଶିକ୍ଷାବର୍ଷ ଅଧାରେ ସେମାନଙ୍କୁ ଟିସି ଦେଇ ବିଦା କରିଦିଆଗଲା। ଏହାର କାରଣ ବିଷୟରେ ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ ସେ ଅଧିକାରୀଙ୍କ ଭୁଲ ନିର୍ଦ୍ଦେଶକୁ ଘଣ୍ଟ ଘୋଡାଇବାକୁ ଯାଇ ସମସ୍ତ ସୁବିଧା ହୋଇ ନ ଥିବାରୁ ଆମେ ଛାତ୍ରମାନଙ୍କୁ ରଖିପାରୁ ନାହୁଁ ବୋଲି କହିଥିଲେ। ଚଳିତବର୍ଷ ଛାତ୍ରାବାସ କାର୍ଯ୍ୟକ୍ଷମ ହେବା ବିଷୟରେ ନୂଆଗାଁ ବ୍ଲକ ସମାଜ ମଙ୍ଗଳ ଅଧିକାରୀ ମଳୟ ରଞ୍ଜନ ଚିନ୍ନାରାଙ୍କୁ ପଚାରିବାରୁ ସେ କହିଥିଲେ, ଏବର୍ଷ ପିଲାଙ୍କୁ ରଖିବା ପାଇଁ ଆମେ ନୂଆଗାଁ ହାଇସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ଚିଠି କରିଛୁ। ଛାତ୍ରାବାସଠାରୁ ୩ କିଲୋମିଟର ଦୂରରୁ ଆସୁଥିବା ଛାତ୍ରମାନଙ୍କ ନାମ ଲେଖାଇବା ପାଇଁ ନିର୍ଦ୍ଦେଶ ଦେଇଛୁ। ନାମ ଲେଖାଇବା ପରେ ସେମାନଙ୍କ ରହିବା ପାଇଁ ଆମେ ସମସ୍ତ ବ୍ୟବସ୍ଥା କରିବୁ।


Enter your email to get our daily news in your inbox.

All Right Reserved By Dharitri.Com

୧୧ କେଭି ତାର ନେଲା ୭ ମଇଁସିଙ୍କ ଜୀବନ: ଉତ୍ତେଜନା ରାସ୍ତାରୋକୋ

ଖଣ୍ଡପଡ଼ା/ନୟାଗଡ଼(ଅଜୟ କୁମାର ମହାରଣା/ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ ଅଧୀନ ବଡ଼ ବାଣପୁର ପଞ୍ଚାୟତ ଘଣାଶାଳିଆ ଗ୍ରାମରେ ସୋମବାର ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି।…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

କେନାଲରୁ ମିଳିଲା ଯୁବକଙ୍କ ମୃତଦେହ, ଭଉଣୀ-ଭିଣୋଇଙ୍କୁ ଅଟକ ରଖି…

ନୟାଗଡ଼,୧୨ା୬(ଲୋକନାଥ ମିଶ୍ର): ନୟାଗଡ଼ ସଦର ଥାନା ରାଇପୁର ଗାଁର କାହ୍ନୁ ସେଠୀ ନାମକ ଜଣେ ଯୁବକଙ୍କ ମୃତଦେହ ତୋଟା ସାହି ପାଳୁଅ ବାରି କେନାଲରୁ ଶୁକ୍ରବାର ଉଦ୍ଧାର…

ବିଡିଓଙ୍କୁ ଗାଡ଼ି ଉପରକୁ ଟେକାପଥର ମାଡ଼

ନୟାଗଡ଼,୧୨ା୬(ଲୋକନାଥ ମିଶ୍ର/ପ୍ରକାଶ କୁମାର ପାଣି): ନୟାଗଡ଼ ଜିଲା ଦଶପଲା ବ୍ଲକ ନଛିପୁରରେ ଦଶପଲ୍ଲା ବିଡିଓ ଶରତ ମଲିକଙ୍କ ଗାଡ଼ି ଉପରକୁ ଟେକାପଥରମାଡ଼ ହୋଇଛି। ବିଡିଓ ନିର୍ବାଚନ କାର୍ଯ୍ୟରେ…

ଲୋ-ଭୋଲଟେଜ ଓ ଅଘୋଷିତ ବିଦ୍ୟୁତ କାଟ ବିରୋଧରେ ଦଶପଲ୍ଲାରେ ଗଣଶୋଭାଯାତ୍ରା: ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ନୟାଗଡ଼/ଦଶପଲ୍ଲା, ୧୦/୬ (ଲୋକନାଥ ମିଶ୍ର/ପ୍ରକାଶ କୁମାର ପାଣି):ଦଶପଲ୍ଲାର ଟାକରାସ୍ଥିତ ଗ୍ରୀଡ୍‌କୁ ତୁରନ୍ତ କାର୍ଯ୍ୟକ୍ଷମ କରିବା, ଅଘୋଷିତ ବିଦ୍ୟୁତ କାଟ ବନ୍ଦ କରିବା, ଲୋ-ଭୋଲଟେଜ ସମସ୍ୟାର ସମାଧାନ, ଟିପିସିଓଡିଏଲର…

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୨ ମଇଁଷି ମୃତ, ଗାଁରେ ଉତ୍ତେଜନା

ନୟାଗଡ଼,୯।୬( ଲୋକନାଥ ମିଶ୍ର):ନୟାଗଡ଼ ବ୍ଲକ ମଙ୍ଗରାଜପୁର ଗାଁ ଗହୀରରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ମଇଁଷିଙ୍କର ମୃତ୍ୟୁ ହୋଇଛି। ମଙ୍ଗରାଜପୁର ଗାଁର ରାମ ବେହେରା ନିଜର…

ପଞ୍ଚାୟତ ଅଫିସ ନିକଟରେ ପଡ଼ିଛି ମହିଳାଙ୍କ କ୍ଷତାକ୍ତ ମୃତଦେହ, ହତ୍ୟା ଅଭିଯୋଗ ଆଣି…

ନୟାଗଡ଼,୪ା୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଘୋଳାହାଣ୍ଡି ପଞ୍ଚାୟତ ଅଫିସ ନିକଟରୁ ଜଣେ ମହିଳାଙ୍କ କ୍ଷତାକ୍ତ ମୃତଦେହ ଜବତ ହୋଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ…

ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ: ୪୫ ଜଣ ସରପଞ୍ଚ, ସମିତିସଭ୍ୟ ଉପଜିଲାପାଳଙ୍କୁ ଭେଟି…

ନୟାଗଡ,୧୮।୫( ଲୋକନାଥ ମିଶ୍ର): ନୟାଗଡ ବ୍ଲକ ଅଧ୍ୟକ୍ଷ କିଶୋର ସାହୁଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ପ୍ରସ୍ତାବ। ଗତ ୧୧ ତାରିଖରେ ବ୍ୟକ୍ତିଗତ କାରଣ ଦର୍ଶାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri