ଚିକିତ୍ସା ଲାଗି ଟଁକା ବାଧକ୍‌: ଜୀବନ୍‌ ମରନ୍‌ ସଂଗେ ଯୁଝୁଛନ୍‌ ଚିନ୍ମୟୀ

କେସିଙ୍ଗା, ୧୦।୭ (ଡି.ଏନ୍‌.ଏ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସି ଓ୍ବାର୍ଡ ନଂ.୩ର ବାସିନ୍‌ଦା ହେଉଛନ୍‌ ବିନୋଦ ବିଶି(୨୬)। ପରିବାର କହେଲେ ମାଏକିନା ପିରବତୀ ବିଶି(୨୩) ଆର ଝି’ ଚିନ୍ମୟୀ(୧୧ ମାସ)କେ ନେଇ ସଁସାର। ପରିବାରଟା ନିହାତି ଗରିବ୍‌ ହେଇଥିଲାବେଲେ ବିନୋଦ କୁଲି ମଜୁରି କରି କୁଟୁମ ପୁଷୁଛନ୍‌। ସେନ୍‌ତା ଅଭାବ ଅନାଟନ ଲାଗି ସୂରଯ୍‌, ଚଁଦର ଦିଶୁଥିବାର ଗୁଟେ ଖପର ଘରେ ପରିବାରଟା ମୁଡ଼ ଗୁଁଜିଛନ୍‌। ହେଲେ ଏହେଦେ ଇ ଗରିବ୍‌ ପରିବାର ଉପରେ ସତେ ଯେନ୍‌ତା ଅକାଲ ଚଡ଼କ୍‌ ପଡ଼ିଛେ। ଝି’ ଚିନ୍ମୟୀ ଜନମ୍‌ ହେଲା ଉତାରୁ ପରିବାରରେ ଖୁସିର ଲହର ଖେଲିଯାଇଥିଲା। ହେଲେ ଦିନାକେତେ ଉତାରୁ ଚିନ୍ମୟୀର ମୁଡ଼େ ପାଏନ୍‌ ଜମି ମୁଡ଼ ବଢ଼ବାରେ ଲାଗ୍‌ଲା। ସେ ଦିନୁଦିନ୍‌କେ ଖାଏବାର ପିଇବାର କମେଇ ଦେଲେ। ଏନ୍‌ତାଥି ଗରିବ୍‌ ମା’ବାପ୍‌ ଧାର ଉଧାର କରି ଝି’ର ଚିକିସତ୍ା ଲାଗି ଆସର ପାସର ଡାକ୍‌ତରଖାନା ସମେତ ଜିଲା ମୁଖିଆ ଡାକ୍‌ତରଖାନା, ବୁର୍ଲା, କଟକ ନେଇ ନିରାଶ ହେଇଛନ୍‌। ଏହେଦେ ଚିନ୍ମୟୀର ଉଜନ ୮ କେ.ଜି. ଥିଲାବେଲେ ସେ ଖାଏବା ପିଇବା, ଶୁଇବାରେ ବଡ଼ଭାରି ଅସ୍‌ବିଧା ହେଉଛେ। ଇଆଡ଼େ ଚିନ୍ମୟୀର ମୁଡ୍‌ ଅପରେଶନ କରି ପାଏନ୍‌ କାଢ଼ବାରଲାଗି ହେଲେ ଲକ୍ଷାଧିକ୍‌ ଟଁକା ଦରକାର। ହେଲେ ଗରିବ୍‌ ମା’ବାପ୍‌ ଯେନ୍‌ଠାନେ ଦୁଇବେଲା ଦୁଇମୁଠା ଖାଏବାର ଲାଗି ଯୁଝୁଛନ୍‌, ସେଠାନେ ଲକ୍ଷାଧିକ୍‌ ଟଁକା ଖରଚ୍‌ର କଥା ଚିନ୍‌ତା ବି ନାଇଁ କରିପାରବାର। ଝି’ର ଚିକିସତ୍ା ସାହାଯ୍‌ ଲାଗି ମା’ବାପ୍‌ ବହୁତ ଥର ବିଭାଗିୟ ଅଧ୍‌କାରୀମାନକୁ ଗୁହାରି କରି ନିରାଶ ହେଇଥିବାର କହିଛନ୍‌। ଯେନ୍‌ଥିରଲାଗି ସେମାନେ ଭଗବାନ ଭରସାରେ ଝି’କେ ଘରେ ପକେଇ ରଖିଛନ୍‌। ଇ ବାବ୍‌ଦେ ସିଡିଏମ୍‌ଓ ବନଲତା ଦେବୀକୁଁ ହ୍ବାଟ୍ସଆପ୍‌ରେ ଚିନ୍ମୟୀର ଫଟୋ ପଠେଇ ପଚରାଲାରୁ ଆମେ ଅନ୍‌ଲାଇନ୍‌ ଚିନ୍ମୟୀର ଚିକିସତ୍ା ଲାଗି ରେଜିଷ୍ଟ୍ରେସନ କରିଦେଇଛୁଁ। ଦିନେ ଦୁଇଦିନ୍‌ ଭିତରେ ଛୁଆକେ ଛୁଆକେ ଜିଲା ମୁଖିଆ ଡାକ୍‌ତରଖାନାକେ ଆନ୍‌ଲେ ଆମେ ଜିଲାପାଲକୁଁ କହି ରେଡକ୍ରସରୁ କଟକ ଯିବାର ଆଏବାର ଖରଚା ଆର ସେଠାନେ ଶିଶୁଭବନରେ ମାହାଲିଆ ଚିକିସତ୍ା ବେବସ୍‌ତା କରମୁ ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ମନଇଛା ଘରଭଡା ବଢାଇପାରିବେ କି ମାଲିକ? ଓଡ଼ିଶାରେ ଭଡାଘର ଏଗ୍ରିମେଣ୍ଟକୁ ନେଇ ବଦଳିଲା ନିୟମ

ଭୁବନେଶ୍ୱର,୧୩ା୬: ରାଜ୍ୟରେ ଘର ଭଡ଼ା ବ୍ୟବସ୍ଥାକୁ ଆଧୁନିକ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬’ର ଚିଠା ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri