ଆମ ଜିଲା ଖବର

ଟ୍ରାକ୍ଟର ଧକ୍କାରେ ଛାତ୍ରୀଙ୍କ ଜୀବନ ଗଲା, ଚାଳକଙ୍କ ଗିରଫ ଦାବିରେ ଥାନା ସମ୍ମୁଖରେ ବସିଲେ ଗ୍ରାମବାସୀ

ଛତ୍ରପୁର,୩ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧୀନ ଝରପୋଖରୀ ନିକଟ ରାସ୍ତାରେ ବୁଧବାର ଏକ ସାଇକେଲକୁ ଟ୍ରାକ୍ଟର ଧକ୍କା ଦେବାରୁ ଜଣେ ଆଇଟିଆଇ ଛାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ସେ ହେଲେ ଝରପୋଖରୀ ଗାଁର ସୁରଭି ଦାସ। ଧକ୍କା ଦେବା ପରେ…

ବେଆଇନ ପଥର ଖଣିରେ ଚଢ଼ାଉ, ୧ ଲକ୍ଷ ୩୬ ହଜାର ଜରିମାନା ଆଦାୟ, ୫ ଗାଡ଼ି ଜବତ

ପୁରୁଷୋତ୍ତମପୁର,୩ା୭(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ବେଆଇନ ଭାବେ ବାଲି, ପଥର ଚାଲାଣ ନେଇ ତହସିଲଦାର ଅରୁଣ କୁମାର ନାୟକ ବିଭିନ୍ନ ସ୍ଥାନରେ ଥିବା ପଥର ଖଣି ଉପରେ ଚଢ଼ାଉ କରିଥିଲେ। ନିଲାମ ଗ୍ରହୀତାମାନେ ଚୁକ୍ତି ଅନୁଯାୟୀ ପଥର ଖଣିରୁ…

ସୁନ୍ଦରଗଡ଼ ଜିଲା ଅବକାରୀ ବିଭାଗର ଚଢ଼ାଉ: ୨୫ କିଗ୍ରା ଗଞ୍ଜେଇ ଜବତ, ଜଣେ ଗିରଫ

ରାଉରକେଲା ଅଫିସ,୩।୭: ସୁନ୍ଦରଗଡ଼ ଜିଲା ଅବକାରୀ ପୋଲିସ ବୁଧବାର ଲକ୍ଷାଧିକ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ କରିଛି। ଘଟଣାରେ ସମ୍ପୃକ୍ତ ଥିବା ଜଣଙ୍କୁ ଗିରଫ କରାଯାଇଛି। ସେ ହେଲେ ଟାଙ୍ଗରପଲ୍ଲୀ ଥାନା ଅନ୍ତର୍ଗତ ଆନନ୍ଦ ବଜାରର ଶିଶିର ପାଣିଗ୍ରାହୀ। ତାଙ୍କଠାରୁ ୨୫…

ଆଶ୍ରୟ ଆଳରେ ଆଶ୍ରମରୁ ୬୦ ହଜାର ଟଙ୍କାରେ ନାବାଳିକା ବିକ୍ରି: ପ୍ରତାରଣା ଦେଇ ଖସି ପଳାଇଲେ ସ୍ବାମୀ

ବରଗଡ଼ ଅଫିସ୍‌,୩।୭: ବରଗଡ଼ ଜିଲାର ଏକ ଆଶ୍ରମରେ ଜଣେ ଅସହାୟା ନାବାଳିକାଙ୍କୁ ଆଶ୍ରୟ ଦେବା ଆଳରେ ତାଙ୍କୁ ୬୦ହଜାର ଟଙ୍କାରେ ବିକିଦେବା ଏବଂ ପରେ ନାବାଳିକାଙ୍କୁ ବିବାହ କରିଥିବା ସ୍ବାମୀ ତାଙ୍କୁ ଛାଡ଼ି ପଳାଇଛନ୍ତି। ପ୍ରତାରଣା ଦେଇ ଖସି ପଳାଇଥିବା ସ୍ବାମୀଙ୍କୁ…

ଆକାଉଣ୍ଟ ହ୍ୟାକ୍‌ କରି ଆକାଶ ମୋଟର୍ସର ନିର୍ଦ୍ଦେଶକଙ୍କଠାରୁ ନେଇଗଲେ ୧୮ଲକ୍ଷ

ବରଗଡ଼ ଅଫିସ୍‌,୩।୭: ବରଗଡ଼ସ୍ଥିତ ଆକାଶ ମୋଟର୍ସର ନିର୍ଦ୍ଦେଶକ ଆକାଶ କୁମାର ଅଗ୍ରୱାଲଙ୍କ ୨ଟି ବ୍ୟାଙ୍କ ଆକାଉଣ୍ଟକୁ ହ୍ୟାକ୍‌କରି ଦୁର୍ବୃତ୍ତମାନେ ୧୮ଲକ୍ଷ ଟଙ୍କା ନେଇଯାଇଛନ୍ତି। ଏହି ଘଟଣା ଏବେ ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରକାଶ ଯେ, ଆକାଶଙ୍କର ବ୍ୟାଙ୍କ…

ମ୍ୟୁନିସିପାଲିଟି ନଜରରେ ଉଠାଦୋକାନ

ନୟାଗଡ଼ ଅଫିସ,୩।୭-ନୟାଗଡ଼ ମ୍ୟୁନିସିପାଲିଟି ଓ ଟାଉନ ପୋଲିସ ପକ୍ଷରୁ ନୟାଗଡ଼ ସହରର ବିଭିନ୍ନ ଉଠାଦୋକାନ ଉପରେ ସୋମବାର ଠାରୁ ଚଢ଼ାଉ ଆରମ୍ଭ ହୋଇଛି। ମଙ୍ଗଳବାର ଦ୍ୱିତୀୟ ଦିନରେ ଟ୍ରାଫିକ୍‌ ଛକଠାରେ ପୂର୍ବରୁ ଥିବା ପରିବା ଗୋଦାମ ନିକଟରେ ଦୋକାନୀମାନଙ୍କୁ ରାସ୍ତାକୁ ନ…

ଗୁଞ୍ଜର ଧରିବା କାଳ ହେଲା: ପାଣିରେ ବୁଡ଼ି ୨ଶିଶୁ ମୃତ

ଭାପୁର,୩।୭(ଡି.ଏନ.ଏ.)-ଆଷାଢର ପହିଲି ବର୍ଷାରେ ଉଡି ବୁଲନ୍ତି ରଙ୍ଗବେରଙ୍ଗର ଗୁଞ୍ଜର(ପୋକ)। ସେହି ଗୁଞ୍ଜରକୁ ଧରି ସୂତାରେ ବାନ୍ଧି ଉଡାଇ ଆନନ୍ଦ ପାଆନ୍ତି ଗ୍ରାମାଞ୍ଚଳର ପିଲାମାନେ। ହେଲେ ଗୁଞ୍ଜର ଧରିବା ୨ପିଲାଙ୍କ ପାଇଁ କାଳ ହୋଇଛି। ମଙ୍ଗଳବାର ରଙ୍ଗୀନ ଗୁଞ୍ଜର ଧରିବାକୁ ଯାଇ ପାଣିରେ…

ଶ୍ରେଣୀଗୃହ ନିର୍ମାଣ, ଶିକ୍ଷକ ପଦବୀ ପୂରଣ ଦାବି: ୮ରୁ ଛାତ୍ରାଭିଭାବକଙ୍କ ଆନ୍ଦୋଳନ ଚେତାବନୀ

ଗଣିଆ,୩ା୭(ଡି.ଏନ.ଏ.)- ଗଣିଆ ବ୍ଲକର ଛାମୁଣ୍ଡିଆସ୍ଥିତ କୁଞ୍ଜବିହାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀଗୃହ ଅଭାବ ସାଙ୍ଗକୁ ଶିକ୍ଷକ ପଦବୀ ପୂରଣ ହୋଇପାରି ନାହିଁ। ତୁରନ୍ତ ଏ ଦିଗରେ ପଦକ୍ଷେପ ନିଆ ନ ଗଲେ ଆସନ୍ତା ୮ତାରିଖରୁ ସ୍କୁଲ ବନ୍ଦ କରାଯାଇ ଆନ୍ଦୋଳନ…

କଣ୍ଟିଲୋ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର: ୧୦୨ ଆମ୍ବୁଲାନ୍ସ ବନ୍ଦ ପରେ ପ୍ରସୂତି ସେବା ବାଧାପ୍ରାପ୍ତ

ଖଣ୍ଡପଡ଼ା,୩ା୭(ସ୍ବ.ପ୍ର)-ଗତ ମେ ୩୧ ତାରିଖଠାରୁ ଖଣ୍ଡପଡା ବ୍ଲକ ଅନ୍ତର୍ଗତ କଣ୍ଟିଲୋ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ତଥା ପ୍ରସୂତି ସେଣ୍ଟରରେ ୧୦୨ ଆମ୍ବୁଲାନ୍ସ ସେବା ବନ୍ଦ ହୋଇଯିବା ପରେ ଏଠାରେ ପ୍ରସୂତି ସେବା ବାଧାପ୍ରାପ୍ତ ହୋଇଛି। ଫଳରେ ଏଠାକୁ ଆସୁଥିବା ଗର୍ଭବତୀମାନେ ନାନା ସମସ୍ୟାର…

ବୋହୂଙ୍କୁ ବିଷ ପିଆଇ ହତ୍ୟା: ଶ୍ୱଶୁର ଘର ଲୋକଙ୍କ ନାମରେ ମାମଲା

ରଣପୁର,୩ା୭ (ସ୍ବ.ପ୍ର.)- ନୟାଗଡ଼ ଜିଲା ଚାନ୍ଦପୁର ଥାନା ଅଞ୍ଚଳର ଜଣେ ବୋହୂଙ୍କୁ ଶାଶୁଘର ଲୋକେ ବିଷ ପିଆଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏ ନେଇ ମହିଳାଙ୍କ ମା’ ମଙ୍ଗଳବାର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଶାଶୁଘର ଲୋକଙ୍କ ନାମରେ…

ରାମେଶ୍ୱର ହାଇସ୍କୁଲ ପ୍ରତିଷ୍ଠା ଦିବସ

ନିରାକାରପୁର,୩ା୭(ଡି.ଏନ୍‌.ଏ.)-ଖୋର୍ଦ୍ଧା ଜିଲା ରାମେଶ୍ୱର ପଞ୍ଚାୟତସ୍ଥିତ ରାମେଶ୍ୱର ହାଇସ୍କୁଲର ୫୫ ତମ ପ୍ରତିଷ୍ଠା ଦିବସ ସ୍କୁଲ ପରିସରରେ ମଙ୍ଗଳବାର ପାଳିତ ହୋଇଯାଇଛି ା ପ୍ରଧାନ ଶିକ୍ଷକ ହିମାଂଶୁ ଭୂଷଣ ମହାପାତ୍ରଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ଶିକ୍ଷାବିତ୍‌ ନଗେନ୍ଦ୍ର କୁମାର ଦତ୍ତ ଏବଂ ଶିକ୍ଷାବିତ…

ବ୍ୟାଙ୍କ ଅଫ ବରୋଦା ଏଟିଏମ୍‌ ଭଙ୍ଗାରୁଜା

ଜଗତ୍‌ସିଂହପୁର ଅଫିସ, ୩ା୭- ସ୍ଥାନୀୟ ବ୍ୟାଙ୍କ ଅଫ ବରୋଦା (ବିଓବି) ଏଟିଏମ୍‌ରୁ ଚୋରି ପାଇଁ ଉଦ୍ୟମ ହୋଇଥିବା ମଙ୍ଗଳବାର ଜଗତ୍‌ସିଂହପୁର ଥାନାରେ ଅଭିଯୋଗ ହୋଇଛି। ବିଓବି ଜଗତ୍‌ସିଂହପୁର ଶାଖା ବରିଷ୍ଠ ପରିଚାଳକ ରୁଦ୍ରପ୍ରତାପ ସାହୁଙ୍କ ଅଭିଯୋଗକ୍ରମେ ପୋଲିସ ମାମଲା ସଂଖ୍ୟା ୨୨୯/୧୯…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?