ଆମ ଜିଲା ଖବର

ଉଚ୍ଚଶିକ୍ଷାରେ ଅର୍ଥ ବାଧକ :ସହାୟତା ଅପେକ୍ଷାରେ ମେଧାବୀ ଆଦିବାସୀ ଛାତ୍ର କୃଷ୍ଣଚନ୍ଦ୍ର

କେନ୍ଦୁଝର, ୨୮ା୭ (ସ୍ବ.ପ୍ର.)- ପରିବାରର ଆର୍ଥିକ ଅନଟନ ଯୋଗୁ ନାନା ସମସ୍ୟା ମଧ୍ୟରେ ପାଠ ପଢୁଥିବା ମେଧାବୀ ତଥା ଭିନ୍ନକ୍ଷମ ଆଦିବାସୀ ଛାତ୍ର କୃଷ୍ଣଚନ୍ଦ୍ର ଦେହୁରି ପରିସ୍ଥିତି ସହ ଲଢେଇ କରି ଚାଲିଛନ୍ତି। ହଦଗଡ ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରୁ ଏଥର…

ଚାଷୀ ଆତ୍ମହତ୍ୟା ଘଟଣା:ଜିଲାପାଳଙ୍କୁ ଭେଟିଲା ଚାଷୀ ମୂଲିଆ ସଂଘ

ବାଲେଶ୍ୱର ଅଫିସ,୨୮।୭-ବାଲେଶ୍ୱର ଜିଲା ଚାନ୍ଦିପୁର ଥାନା ଅନ୍ତର୍ଗତ ପଦ୍ମପୁର ଗ୍ରାମର ସୁଶାନ୍ତ କୁମାର ବେହେରା ଗତ ୨୩ତାରିଖରେ ଋଣ ବୋଝ ସହି ନ ପାରି ଆତ୍ମହତ୍ୟା କରିଥିଲେ। ମୃତକଙ୍କ ପରିବାରର ଜଣଙ୍କୁ ନିଯୁକ୍ତି ଓ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଯୋଗାଇ…

ସାହିତ୍ୟିକ ବିଭୂତିଙ୍କୁ ‘ଶଚୀଦେବୀ’ ସମ୍ମାନ

ତିହିଡ଼ି, ୨୮।୭ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ବ୍ଲକ କୋହ୍ଲ ଗ୍ରାମର ସାହିତ୍ୟିକ ବିଭୂତି ଭୂଷଣ ସେନାପତିଙ୍କୁ ଶନିବାର ‘ଶଚୀଦେବୀ’ ସମ୍ମାନ ପ୍ରଦାନ କରାଯାଇଛି। ଭୁବନେଶ୍ୱର ବୁଦ୍ଧ ମନ୍ଦିରରେ ଶିଳାଶ୍ରୀ ଆନୁକୂଲ୍ୟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସାରସ୍ବତ ସମାରୋହରେ ତାଙ୍କୁ ଏହି…

ଜୁଆ ଆଡ୍ଡାରେ ଚଢ଼ାଉ: ୧୧ ଜୁଆଡ଼ି ଗିରଫ

ଦିଗପହଣ୍ଡି, ୨୮।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପାଟପୁର ପୋଲିସ ପକ୍ଷରୁ ୨ଟି ଜୁଆ ଆଡ୍ଡାରେ ଅତର୍କିତ ଚଢ଼ାଉ କରି ୧୧ ଜୁଆଡ଼ିଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୨୧ ହଜାର ଟଙ୍କା, ତାସ ଓ ଏକ ଜରିପାଲ ଜବତ ହୋଇଛି। ଶନିବାର ସନ୍ଧ୍ୟାରେ…

ପୋଲରେ ଧକ୍କାଦେଇ ୨୦ ଫୁଟ ତଳକୁ ଖସିଲା ଡମ୍ପର: ଚାଳକ ମୃତ

ବଡବିଲ,୨୮।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ ୧୦ ନଂ. ରାଜ୍ୟ ରାଜପଥର ଡାକ ବଙ୍ଗଳା ଛକ ଗୁଣ୍ଡିଚା ମନ୍ଦିର ନିକଟ ପୋଲ ଉପରେ ରବିବାର ସକାଳେ ଦୁର୍ଘଟଣା ଘଟିଛି। ପୋଲକୁ ଧକ୍କା ଦେଇ ଏକ ଡମ୍ପର ପ୍ରାୟ ୨୦ ଫୁଟ୍‌ ତଳକୁ ଖସିଯିବାରୁ…

ରାସ୍ତାପାର୍ଶ୍ୱରୁ ଗଛକଟା ନେଇ ଉତ୍ତେଜନା

ହିଞ୍ଜିଳିକାଟୁ,୨୮।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଘୋଡ଼ାହାଡ଼ ସେତୁ ନିକଟ ୫୯ନଂ. ଜାତୀୟ ରାଜପଥ ପାର୍ଶ୍ୱରୁ ବେନିୟମ ଭାବେ ଗଛ କାଟିବା ନେଇ ରବିବାର ପୂର୍ବାହ୍ନରେ ଉତ୍ତେଜନା ପ୍ରକାଶ ପାଇଛି। ନିକଟବର୍ତ୍ତୀ ଗ୍ରାମର କିଛି ମହିଳା ରାସ୍ତାପାର୍ଶ୍ୱରେ ଥିବା ଗଛଗୁଡ଼ିକୁ ଜାଳେଣି ସଂଗ୍ରହ…

କଳାହାଣ୍ଡିରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ସୋମବାର କୋର୍ଟ, ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ବନ୍ଦ

ଭବାନୀପାଟଣା,୨୮।୭(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ କଳାହାଣ୍ଡି ଓକିଲ ସଂଘ ପ୍ରାୟ ୧୦ ବର୍ଷ ଧରି ଆନ୍ଦୋଳନ ଚଳାଇ ଆସିଛି । ପ୍ରତି ମାସର ଶେଷ ସୋମବାର କଳାହାଣ୍ଡି ଓକିଲ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ହୋଇ…

ସିଗାରେଟ୍‌ ଟଣାକୁ କେନ୍ଦ୍ର କରି ଯୁବକଙ୍କୁ ଛୁରାମାଡ଼, ଅଭିଯୁକ୍ତ ଫେରାର

ଯୋଡ଼ା,୨୮।୭(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ସହରସ୍ଥିତ ହୁଡ଼ିସାହିଠାରେ ସିଗାରେଟ୍‌ ଟଣାକୁ କେନ୍ଦ୍ରକରି ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଥିବା ଜଣାପଡ଼ିଛି। ସୂଚନାନୁଯାୟୀ, ଶନିବାର ରାତିରେ ହୁଡ଼ିସାହିର ପ୍ରଶାନ୍ତ କୁମାର ଦାସ ତାଙ୍କ ପିଉସୀ ସାଇବଣୀ ମହାକୁଡ଼ଙ୍କ ଗ୍ରୋସରୀ ଦୋକାନରେ ବସିଥିଲେ। ଏହି ସମୟରେ…

‘ବରିଷ୍ଠ ନାଗରିକଙ୍କ ଅଭିଜ୍ଞତାକୁ ବ୍ୟବହାର କରନ୍ତୁ ସରକାର’

ବ୍ରହ୍ମପୁର ଅଫିସ,୨୮ା୭: ଗଞ୍ଜାମ ଜିଲା ବିଜୁ ପଟ୍ଟନାୟକ ସିନିୟର୍‌ ସିଟିଜେନସ ଫୋରମର ୧୫ତମ ତ୍ରୟବାର୍ଷିକ ସମ୍ମିଳନୀ ସ୍ଥାନୀୟ ବିଜୁ ପଟ୍ଟନାୟକ ସଂସ୍କୃତି ଭବନଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଦେଶର ଉନ୍ନତିରେ ବରିଷ୍ଠ ନାଗରିକଙ୍କ ଭୁମିକା ଅତ୍ୟନ୍ତ ଆବଶ୍ୟକ। ସେମାନଙ୍କ ଅଭିଜ୍ଞତାକୁ ଯଦି…

ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ

ଆନନ୍ଦପୁର,୨୮।୭(ସ୍ବ.ପ୍ର.) : କେନ୍ଦୁଝର ଜିଲା ଆନନ୍ଦପୁରରେ ବିଧାୟକଙ୍କ ଦ୍ୱାରା ରବିବାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ଆନନ୍ଦପୁର ପୌରପରିଷଦର ଜଳଯୋଗାଣ ହୋଇ ନ ଥିବା ଅବଶିଷ୍ଟାଂଶକୁ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ ନିମନ୍ତେ ୧କୋଟି ୧୦ ଲକ୍ଷ ୮୬ ହଜାର…

ମାଓବାଦୀଙ୍କ ଶହୀଦ ସପ୍ତାହ : ସେମିଳିଗୁଡ଼ା ବ୍ଲକର ୩ ପଞ୍ଚାୟତରେ ମାଓପୋଷ୍ଟର

ସେମିଳିଗୁଡ଼ା,୨୮।୭(ଡି.ଏନ୍‌.ଏ.): ମାଓବାଦୀମାନେ ଜୁଲାଇ ୨୮ରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ଶହୀଦ ସପ୍ତାହ ପାଳନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ କୋରାପୁଟ ଜିଲା ସେମିଳିଗୁଡା ବ୍ଲକରେ କାଣ୍ଟି, ଦୁଧାର ଓ ପାଖଜଲ ପଞ୍ଚାୟତରେ ମାଓପୋଷ୍ଟର ଲଗାଯାଇ ଥିବା ଦେଖିବାକୁ ମିଳିଛି। ଏଥିରେ ଶହୀଦ ସପ୍ତାହ…

ବ୍ୟାଟେରି ଚୋରି ଅଭିଯୋଗ ପର୍ଦ୍ଦାଫାଶ: ଅଭିଯୁକ୍ତ ଗିରଫ

ଚାନ୍ଦବାଲି,୨୮।୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଚାନ୍ଦବାଲି ଥାନା ଅଞ୍ଚଳରୁ ବିଭିନ୍ନ ଟ୍ରାକ୍ଟର, ଟ୍ରକରୁ ବ୍ୟାଟେରି ଚୋରି ଅଭିଯୋଗ ହେଉଥିବା ବେଳେ ଶନିବାର ସନ୍ଧ୍ୟାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ପାଟୁଳି ଗାଁର ବସ ବେହେରା। ତାଙ୍କ ବୟାନ ଆଧାରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?