ସୂଚନା ଅଧିକାର ସଂଶୋଧନ ବିଲ୍‌ ପ୍ରତ୍ୟାହାର ଦାବି: ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

ରାୟଗଡ଼ା ଅଫିସ,୧ା୮- ରାୟଗଡ଼ା ଜିଲା ସୂଚନା ଅଧିକାର ଅଭିଯାନ ତରଫରୁ ସୂଚନା ଅଧିକାର ସଂଶୋଧନ ବିଲ ପ୍ରତ୍ୟାହାର ଦାବିରେ ଏକ ସ୍ମାରକପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲାପାଳ ପ୍ରମୋଦ କୁମାର ବେହେରାଙ୍କୁ ପ୍ରଦାନ କରାଯାଇଛି। ସମଗ୍ର ଦେଶରେ କୌଣସି ବିତର୍କ ନ କରାଇ ଅତ୍ୟନ୍ତ ମନୋମୁଖୀ ଭାବେ କେନ୍ଦ୍ର ସରକାର ସଂସଦରେ ସୂଚନା ଅଧିକାର ବିଲକୁ ପାସ କରିଛନ୍ତି। ଏହି ସଂଶୋଧନ ବିଲକୁ ସ୍ବୀକୃତି ନ ଦେବା ପାଇଁ ପୁନଃ ବିଚାର ଲାଗି ସଂସଦକୁ ଫେରାଇ ଦେବାକୁ ନିବେଦନ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, କେନ୍ଦ୍ରସରକାର ଏହି ସଂଶୋଧନ ବିଲରେ କେନ୍ଦ୍ରୀୟ ସୂଚନା କମିଶନ ଏବହ ରାଜ୍ୟ କମିଶନମାନଙ୍କ ଦରମା, ଭତ୍ତା, ଚାକିରି ସର୍ତ୍ତାବଳୀ, ନିଯୁକ୍ତି ସମୟସୀମା ଆଦି କେନ୍ଦ୍ରସରକାର ସରକାରୀ ବିଜ୍ଞପ୍ତି ଜରିଆରେ ସ୍ଥିର କରିବେ ବୋଲି ଉଲ୍ଲେଖ କରିଛନ୍ତି। ଏହାଦ୍ୱାରା କମିଶନଙ୍କ ସ୍ବାତନ୍ତ୍ରତା ଏବଂ ସ୍ବାଧୀନତା କ୍ଷୂର୍ଣ୍ଣ ହେବ। ସୂଚନା ପ୍ରଦାନ କ୍ଷେତ୍ରରେ ସୂଚନା କମିଶନ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରିବେ ନାହିଁ। ଏଥିସହ ଏହି ବିଲକୁ ରାଜ୍ୟସଭାରେ ବିଜେଡ଼ିର ସମର୍ଥନକୁ ନାପସନ୍ଦ କରାଯାଇଛି। ରାଜ୍ୟରେ ଦୀର୍ଘ ୧୨ ବର୍ଷ ଧରି ନବୀନ ସରକାର ଯେପରି ସୂଚନା ଆଇନକୁ ଅକାମୀ କରି ରଖିଛନ୍ତି। ସେହିପରି ସମଗ୍ର ଦେଶରେ ସୂଚନା ଆଇନକୁ ଅକାମୀ କରିବା ପାଇଁ ମୋଦିଙ୍କ ସହିତ ହାତ ମିଳାଇଛନ୍ତି ବୋଲି ଅଭିଯୋଗ କରାଯାଇଛି । ତେଣୁ ଏହି ସଂଶୋଧନ ବିଲକୁ ସ୍ବୀକୃତି ନ ଦେବା ପାଇଁ ଅଭିଯାନ ତରଫରୁ ରାଜ୍ୟରେ ସପ୍ତାହବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଓ ସଚେତନତା କାର୍ଯ୍ୟକ୍ରମ କରିବାକୁ ସ୍ଥିର କରାଯାଇଥିତ୍ବା ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି । ସ୍ମାରକପତ୍ର ପ୍ରଦାନ ସମୟରେ ଓଡ଼ିଶା ସୂଚନା ଅଧିକାର ଅଭିଯାନ ରାୟଗଡ଼ା ଶାଖାର ଜିଲା ଆବାହକ ସନ୍ତୋଷ ପାଢୀ, ଓଡ଼ିଶା ସୂଚନା ଅଧିକାର ଅଭିଯାନ ରାୟଗଡ଼ା ଶାଖା ବରିଷ୍ଠ ଉପଦେଷ୍ଟା ତଥା ଆଇନଜୀବୀ କିଶୋର ସାହୁ, ରଜତ ରଞ୍ଜନ ଖଟୁଆ, ଜିଲା ଆବାହକ ସନ୍ତୋଷ କୁମାର ପାଢୀ, ଜିଲା ସଂଯୋଜକ ପରମାନନ୍ଦ ପ୍ରଧାନ, ସେନାପତି ସନ୍ତୋଷୀ, ଭାଗ୍ୟ ଶବର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPLରେ ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ ହାତେଇଲା ଟାଇଟଲ

ଅହମଦାବାଦ, ୩୧।୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ରେ ଇତିହାସ ରଚିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି)।…

ବିସ୍ଫୋରକ ଗଚ୍ଛିତ ଥିବା ଗୋଦାମରେ ଭୟଙ୍କର ବିସ୍ଫୋରଣ, ୫୦ରୁ ଅଧିକ ମୃତ

ମିଆଁମାରର ନମଖାମର ଏକ ଗୋଳାବାରୁଦ ଡିପୋରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଛି ।…

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

ମମତା ବାନାର୍ଜୀଙ୍କ ବୈଠକରେ ୮୦ରୁ ୬୦ ବିଧାୟକ ଗାୟବ, ଟିଏମସିରେ ହେବକି…..

କୋଲକାତା,୩୧ା୫: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଏକ ବଡ଼ ପରାଜୟ ପରେ, ତୃଣମୂଳ କଂଗ୍ରେସ (ଟିଏମସି) ଏକ ନୂତନ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି…

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ…

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri