ଆଗଭଳି ମିଳୁନି ତାଳପତ୍ର: ସଙ୍କଟରେ ତାଳପତ୍ର କାରିଗରଙ୍କ ଜୀବନ ଜୀବିକା

ଦିନ ଥିଲା ତାଳପତ୍ର କାରିଗର ଭଲ ଦି ପଇସା ରୋଜଗାର କରୁଥିଲେ। ଖରାଦିନେ ବିଞ୍ଚଣା ଆଉ ବର୍ଷାଦିନେ ପଖିଆ ବ୍ୟବହାର କରୁଥିଲେ ଲୋକେ। ଘରେ ଘରେ ଚଟେଇ ଆଉ ତାଳପତ୍ରରେ ତିଆରି ପିଲାଙ୍କ ଖେଳଣାର ବ୍ୟବହାର ବି କମ୍‌ ନ ଥିଲା। କିନ୍ତୁ ଏବେ ସମୟ ବଦଳିଯାଇଛି। ପ୍ଲାଷ୍ଟିକର ବହୁଳ ବ୍ୟବହାର ଫଳରେ ତାଳପତ୍ର ସାମଗ୍ରୀର ଚାହିଦା କମିଛି। ତଥାପି କେତେଜଣ ଶିଳ୍ପୀ ଏବେ ବି ତାଳପତ୍ର ଉପରେ ଭରସା କରିଛନ୍ତି। ନିଜସ୍ବ ଜ୍ଞାନ କୌଶଳରେ ତାଳପତ୍ରକୁ ବିଭିନ୍ନ ରୂପ ଦେଇ ପରିବାର ପ୍ରତିପୋଷଣ କରୁଛନ୍ତି। କିନ୍ତୁ ବାତ୍ୟା ଫନୀ ପରେ ତାଳପତ୍ରର ଅଭାବ ସେମାନଙ୍କ ଜୀବନ ଜୀବିକା ପ୍ରତି ବିପଦ ଟାଣିଆଣିଛି।
ହେମନ୍ତ କୁମାର ନାୟକ
ପୁରୀ ଅଫିସ, ୧ା୮: ପୁରୀ ସିଦ୍ଧମହାବୀର ଚମାର ସାହି। ଏଠାରେ ପ୍ରାୟ ୨୦ ପରିବାର ତାଳପତ୍ରକୁ କୌଳିକ ବୃତ୍ତି ଭାବେ ଆଦରି ନେଇଛନ୍ତି। ସେମାନଙ୍କ ପେଟପାଟଣାର ମାଧ୍ୟମ ସାଜିଛି ତାଳପତ୍ର। ଏହି ତାଳପତ୍ରରେ ବିଭିନ୍ନ ପ୍ରକାର ଘରକରଣା, ଖେଳଣା ଏବଂ ଭୋଗେଇ ଆଦି ତିଆରି କରୁଛନ୍ତି। ବାପା ଅଜା ଅମଳରୁ ଚାଲିଥିବା ଏହି ବେଉସା ପାଲଟିଛି ସେମାନଙ୍କ ବଞ୍ଚତ୍ବାର ରାହା। ହେଲେ ଏହି ପରିବାରଙ୍କ ଜୀବନ ଜୀବିକା ଏବେ ସଙ୍କଟରେ। ବାତ୍ୟା ଫନୀ ସେମାନଙ୍କ ଜୀବିକା ଛଡ଼ାଇନେଇଛି। ବାତ୍ୟାରେ ପୁରୀ ଜିଲାର ଶହ ଶହ ତାଳଗଛ ଭାଙ୍ଗି ନଷ୍ଟ ହୋଇଯାଇଥିବାରୁ ଆଉ ଆଗଭଳି ତାଳପତ୍ର ମିଳୁନାହିଁ। ପ୍ଲାଷ୍ଟିକର ବହୁଳ ବ୍ୟବହାର ଯୋଗୁ ତାଳପତ୍ର ସାମଗ୍ରୀର ଚାହିଦା କମିଥିବା ବେଳେ ଏବେ ତାଳପତ୍ରର ଅଭାବ ସେମାନଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। କିନ୍ତୁ ରୋଜଗାରର ଅନ୍ୟ ମାଧ୍ୟମ ନ ଥିବାରୁ ଏହି କୁଳ ବେଉସାକୁ ଛାଡି ପାରୁନାହାନ୍ତି ଚମାର ସାହି ବ୍ୟତୀତ ଅନ୍ୟ କେତେକ ଅଞ୍ଚଳରେ ରହୁଥିବା ତାଳପତ୍ର କାରିଗର।
ତାଳପତ୍ରରେ ତିଆରି ସାମଗ୍ରୀ ବିଷୟରେ ୫୮ ବର୍ଷୀୟ ହୃଷୀକେଶ ବେହରା କୁହନ୍ତି, ବାପା ଅଜା ଅମଳରୁ ଆମେ ଏହି କାମ କରିଆସୁଛୁ। ପୂର୍ବରୁ ପଖିଆ, ବିଞ୍ଛଣା, ଚଟେଇ ଇତ୍ୟାଦି ତିଆରି କରୁଥିଲୁ। ସେତେବେଳେ ଏସବୁର ଚାହିଦା ଢେର ଅଧିକ ଥିଲା। କିନ୍ତୁ ଏବେ ଏ ସବୁର ଚାହିଦା କମିଗଲାଣି। ବର୍ତ୍ତମାନ ତାଳପତ୍ରରେ ବିଭିନ୍ନ ପ୍ରକାର ଖେଳଣା, ବିଞ୍ଛଣା, ଚଟି, ଭୋଗେଇ ଏବଂ ପେଡି (ମୁଖ୍ୟତଃ ଶ୍ରୀମନ୍ଦିରରେ ଭୋଗ ପ୍ୟାକିଂ ପାଇଁ ଉଦ୍ଧିଷ୍ଟ) ତିଆରି କରୁଛନ୍ତି। ଏହାର ତିଆରି ସମ୍ପର୍କରେ ଇନ୍ଦ୍ରମଣୀ କୁହନ୍ତି, ତାଳଗଛରୁ ବରଡ଼ା କାଟି ପ୍ରଥମେ ଶୁଖାଇ ଦିଆଯାଏ। ଏହାପରେ ପତ୍ରକୁ ବାହୁଙ୍ଗାଠାରୁ ଅଲଗା କରିଦିଆଯାଏ। ପତ୍ର ମଝିରୁ ଖଡ଼ିକାକୁ ବାହାର କରାଯାଇ ଆବଶ୍ୟକସ୍ଥଳେ ରଙ୍ଗରେ ବୁଡାଯାଇ ଶୁଖିଯିବା ପରେ ବିଭିନ୍ନ ପ୍ରକାର ସାମଗ୍ରୀ ତିଆରି କରାଯାଏ। ଏଥିରେ ପରିବାରର ସଦସ୍ୟମାନେ ମଧ୍ୟ ସାମିଲ ହୁଅନ୍ତି। ହେଲେ ବାତ୍ୟା ପରେ ତାଳପତ୍ରର ଘୋର ଅଭାବ ଦେଖାଦେଇଛି। ବହୁ ପରିମାଣରେ ତାଳଗଛ ଭାଙ୍ଗି ଯାଇଥିବାରୁ ତାଳ ବାହୁଙ୍ଗା ସଂଗ୍ରହ କରିବା କଷ୍ଟକର ହୋଇପଡୁଛି। ବାତ୍ୟା ପୂର୍ବରୁ ବ୍ରହ୍ମଗିରି, ଗୋପ, ମଦରଙ୍ଗ, କୋଣାର୍କ, ଗୋପାଳପୁର, ସମଗରା, ବାଲିଗୁଆଳି ପ୍ରଭୃତି ଅଞ୍ଚଳରୁ ବ୍ୟବସାୟୀମାନେ ତାଳବାହୁଙ୍ଗା ଆଣି ଯୋଗାଇ ଦେଉଥିଲେ। ସେତେବେଳେ ବାହୁଙ୍ଗା ଗୋଟାକ ୫ରୁ ସାଢେ ୫ଟଙ୍କା ନେଉଥିଲେ। ହେଲେ ବାତ୍ୟାରେ ବହୁ ତାଳଗଛ ଭାଙ୍ଗିଯିବାରୁ ବାହୁଙ୍ଗାର ଦାମ୍‌ ବଢିଯାଇଛି। ଗୋଟିଏ ବାହୁଙ୍ଗାକୁ ଏବେ ସାଢେ ୬ରୁ ୭ଟଙ୍କା ନେଉଛନ୍ତି। ତାହା ପୁଣି ଆବଶ୍ୟକ ପରିମାଣର ମିଳୁନାହିଁ। ତେଣୁ ତାଳପତ୍ର ଉପରେ ଭରସା କରି ଆଗକୁ ପରିବାର ଚଳାଇବା କଷ୍ଟକର ହୋଇପଡିବ ବୋଲି କହିଛନ୍ତି ହୃଷୀକେଶ। ପୂର୍ବରୁ ପୁରୀରେ ତାଳବଣ ଥିବାରୁ ଏକ ସ୍ଥାନର ନାମ ତାଳବଣିଆ ରହିଥିଲା। କିନ୍ତୁ ଏବେ ତାଳବଣିଆରେ ଆଉ ତାଳ ଗଛ ପ୍ରାୟ ନାହିଁ। ଲୋକେ ତାଳଗଛ କାଟି ଘରଦ୍ୱାର କରିସାରିଲେଣି। ଆଉ ଯେଉଁଠି କଁା ଭଁା ତାଳଗଛ ରହିଥିଲା ବାତ୍ୟାରେ ଅନେକ ଭାଙ୍ଗି ନଷ୍ଟ ହୋଇଯାଇଛି। ତେଣୁ ପର୍ଯ୍ୟାପ୍ତ ପରିମାଣର ତାଳଗଛ ରୋପଣ କରିବାର ଆବଶ୍ୟକତା ରହିଛି। ନଚେତ୍‌ ସମୟ ଆସିବ ତାଳପତ୍ର ମିଳିବା କଷ୍ଟକର ହୋଇପଡିବ।
ତାଳଗଛ କେବଳ କାରିଗରଙ୍କ ପାଇଁ ନୁହେଁ, ମହାପ୍ରଭୁଙ୍କ ସେବାପୂଜାରେ ମଧ୍ୟ ଯଥେଷ୍ଟ ଗୁରୁତ୍ୱ ବହନ କରିଆସୁଛି। ରଥଯାତ୍ରା ସମୟରେ ଠାକୁରଙ୍କୁ ରଥାରୁଢ କରିବା ଲାଗି ତାଳଗଛରେ ଚାରମାଳ ବନ୍ଧା ଯାଇଥାଏ। ଶ୍ରୀମନ୍ଦିରରେ ଶୁଖିଲା ଭୋଗକୁ ଭକ୍ତମାନେ ତାଳପତ୍ରରେ ତିଆରି ପେଡିରେ ନେଇଥାନ୍ତି। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ମହାପ୍ରଭୁଙ୍କ ନବକଳେବର ବିଧି ସମୟରେ ତାଳପତ୍ର ବ୍ୟାପକ ପରିମାଣରେ ଆବଶ୍ୟକ ପଡିଥାଏ। କୋଇଲି ବୈକୁଣ୍ଠରେ ନୂଆ ଦାରୁ ମୂର୍ତ୍ତିଙ୍କ ଲାଗି ତାଳପତ୍ରରେ ତାଟି ବନ୍ଧାଯାଏ। ଚତୁର୍ଦ୍ଧାବିଗ୍ରହଙ୍କ ଲାଗି ୪ଟି ଘର, ଗୋଟିଏ ଯଜ୍ଞ ଘର, ଗୋଟିଏ ହୋମ ଘର ଏବଂ ଦଇତାପତି ସେବକଙ୍କ ବସାଉଠା ଲାଗି ମଧ୍ୟ ଗୋଟିଏ ଘର ତାଳପତ୍ରରେ କରାଯାଏ। ୨୦୧୫ ନବକବେଳର ସମୟରେ ପ୍ରାୟ ୧ ଟ୍ରକ୍‌ ତାଳପତ୍ର ଲାଗିଥିଲା ବୋଲି କହିଛନ୍ତି ହୃଷୀକେଶ। ଏବେଠାରୁ ଯଦି ତାଳଗଛ ରୋପଣ କରା ନ ଯାଏ ତେବେ ନବକବେଳର ସମୟରେ ତାଳପତ୍ର ଅଭାବ ଦେଖାଦେଇପାରେ ବୋଲି ହୃଷୀକେଶ କହିଛନ୍ତି।
ଏ ସମ୍ପର୍କରେ ପୁରୀ କ୍ରିଏଟିଭ ହ୍ୟାଣ୍ଡିକ୍ରାଫ୍ଟର ମୁଖ୍ୟ ଦେବୀପ୍ରସନ୍ନ ନନ୍ଦ କୁହନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ କାଠ ପାଇଁ ଶ୍ରୀଜଗନ୍ନାଥ ବନପ୍ରକଳ୍ପର ପରିକଳ୍ପନା କରାଯାଇଥିଲା। ତାଳଗଛ ଏବଂ ତାଳପତ୍ର ମଧ୍ୟ ମହାପ୍ରଭୁଙ୍କ ବିଭିନ୍ନ କାମରେ ଲାଗିଥାଏ। ଏଥିସହ ତାଳପତ୍ର ଉପରେ ନିର୍ଭର କରି ଶହ ଶହ ଶିଳ୍ପୀ ତଥା କାରିଗର ଜୀବିକା ନିର୍ବାହ କରୁଛନ୍ତି। ଫନୀ ପରେ ଜିଲାରେ ଅଧିକାଂଶ ତାଳଗଛ ନଷ୍ଟ ହୋଇଯାଇଥିବାରୁ ତାଳପତ୍ର ସଂଗ୍ରହ ପାଇଁ ଏବେ ସମସ୍ୟା ସୃଷ୍ଟି ହେଉଛି। ତେଣୁ ବ୍ୟାପକ ପରିମାଣରେ ତାଳ ଚାରା ରୋପଣ କରିବା ଦରକାର। ନଚେତ ଭବିଷ୍ୟତକୁ ସମସ୍ୟା ବଢିବ ସିନା କମିବ ନାହିଁ। ଏ ସମ୍ପର୍କରେ ଡିଏଫ୍‌ଓ ହର୍ଷବର୍ଦ୍ଧନ ଉଦ୍‌ଗାତା କୁହନ୍ତି, ବାତ୍ୟା ଫନୀରେ ଜିଲାରେ ବହୁ ପରିମାଣରେ ତାଳଗଛ ନଷ୍ଟ ହୋଇଛି। ତେଣୁ ତାଳବଣିଆସ୍ଥିତ ସୁଇଟ୍‌ ୱାଟର ଜୋନ ଚାରିପଟେ ଚଳିତବର୍ଷ ୫୦୦ ତାଳଗଛ ଚାରା ରୋପଣ କରାଯିବ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ୨୦୦ ଚାରା ରୋପଣ କରାଯିବ ଏବଂ ଆଉ ୩୦୦ ଗୋଟମା ପକାଯିବ। ଏଥିରୁ ଚାରା ବାହାରିବା ପରେ ଏହାକୁ ଲଗାଯିବ ବୋଲି ଡିଏଫ୍‌ଓ ଉଦ୍‌ଗାତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୟାକରି ଘରକୁ ଫେରିଯାଅ…ଆନ୍ଦୋଳନରତ ଛାତ୍ରଛାତ୍ରୀମାନଙ୍କୁ ସଲମାନ କଲେ ଏଭଳି ଅପିଲ୍‌

ନୂଆଦିଲ୍ଲୀ: ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ଏବଂ ପେପର୍ ଲିକ୍ ପ୍ରସଙ୍ଗକୁ ନେଇ ବଲିଉଡ୍ ଅଭିନେତା ସଲମାନ ଖନ୍ ପୁଣିଥରେ ଏକ ଗୁରୁତ୍ୱପୂର୍ଣ୍ଣ ସୋସିଆଲ ମିଡିଆ…

ପୋଲିସ ଗାଡ଼ି ଅଟକାଇ ଚର୍ଚ୍ଚାରେ ଯୁବତୀ, ଭିଡିଓ ଭାଇରାଲ

ମୁମ୍ବାଇ, ୨୩।୭ : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଛାତ୍ର ଆନ୍ଦୋଳନ ଚାଲିଥିବା ବେଳେ ମୁମ୍ବାଇର ଦାଦର ନିକଟସ୍ଥ ଶିବାଜୀ ପାର୍କ ନିକଟରୁ ଏକ…

ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର, ଆଉ ଫେରିବ ନାହିଁ ଇଥାନଲ୍‌ମୁକ୍ତ ପେଟ୍ରୋଲ

ନୂଆଦିଲ୍ଲୀ,୨୩ା୭: ଆଉ କୌଣସି ପରିସ୍ଥିତିରେ ବିନା ଇଥାନଲ୍‌ ପେଟ୍ରୋଲ ଫେରିବ ନାହିଁ । ପେଟ୍ରୋଲରେ ୨୦ ପ୍ରତିଶତ ଏଥାନଲ୍ ମିଶ୍ରଣ (E20) ଏକ ସୁରକ୍ଷିତ, ସ୍ୱଚ୍ଛ ଏବଂ…

ଦିଲ୍ଲୀ ପୋଲିସ କମିଶନରଙ୍କୁ ମିଳିଲା ବଡ଼ କ୍ଷମତା

ନୂଆଦିଲ୍ଲୀ,୨୩ା୭: ଦିଲ୍ଲୀରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି)ର ବିକ୍ଷୋଭ ହିଂସାତ୍ମକ ରୂପ ନେଉଥିବାରୁ କେନ୍ଦ୍ର ସରକାର ଦିଲ୍ଲୀ ପୋଲିସ କମିଶନରଙ୍କୁ ଜାତୀୟ ସୁରକ୍ଷା ଆଇନ (ଏନ୍‌ଏସ୍‌ଏ) ବଳରେ…

ରଥ ମେଲଣରେ ଯୋଗଦେଲେ ଉପ ମୁଖ୍ୟମନ୍ତ୍ରୀ

ଅତାବିରା,୨୩।୭(ଯୁଧିଷ୍ଠିର ମହାପାତ୍ର) ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବରଗଡ଼ ଜିଲା ଅତାବିରା ଗସ୍ତରେ ଆସି ଗୁରୁବାର ସନ୍ଧ୍ୟାରେ କାଠଡେରା ଶ୍ରୀଗୁଣ୍ଡିଚା…

ରାସ୍ତା କାଦୁଅ ପଚ ପଚ, ଦୁର୍ଦ୍ଦଶାରେ ଲୋକେ

କୋକସରା,୨୩ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ବ୍ଲକ ଡଙ୍ଗରୀଗୁଡା ଛକଠାରୁ କାଦୋପଦର ଭାୟା କାଶିବାହାଲ ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି।…

ଦିଲ୍ଲୀ ତାତି ବରଗଡ଼ରେ: ଗାନ୍ଧୀଛକରେ କଂଗ୍ରେସର ବିକ୍ଷୋଭ ସହ ମୋଦୀ-ଶାହ-ଧର୍ମେନ୍ଦ୍ରଙ୍କ କୁଶପୁତ୍ତଳିକା ଦାହ

ବରଗଡ଼, ୨୩ା୭(ପ୍ରେମାନନ୍ଦ ଖମାରୀ): ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ଉପରେ ପୋଲିସର ଦମନଲୀଳା ଏବଂ ଶୀର୍ଷ ନେତୃବୃନ୍ଦଙ୍କ ଗିରଫଦାରୀ ପ୍ରତିବାଦରେ ଗୁରୁବାର ସନ୍ଧ୍ୟାରେ ବରଗଡ଼ ଜିଲା…

ଜନ୍ତର ମନ୍ତର ଅନ୍ଦୋଳନକୁ ନେଇ ଗୃହ ମନ୍ତ୍ରଣାଳୟର ବଡ଼ ନିର୍ଦ୍ଦେଶ: ଏସବୁ ଅଞ୍ଚଳରେ ବନ୍ଦ ହେବ ମୋବାଇଲ ଇଣ୍ଟରନେଟ ସେବା

ନୂଆଦିଲ୍ଲୀ,୨୩।୭: ଗୃହ ମନ୍ତ୍ରଣାଳୟ ଜନ୍ତର ମନ୍ତର ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛି। ଚାଲିଥିବା ପ୍ରତିବାଦକୁ ଦୃଷ୍ଟିରେ ରଖି, ସରକାର ନିର୍ଦ୍ଦେଶ ଦେଇଛନ୍ତି ଯେ ଜନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri