ଆମ ଜିଲା ଖବର

କାଳିମେଘାରୁ ନାଗ ସହ ୧୩ ଛୁଆ ଉଦ୍ଧାର

ତିହିଡ଼ି, ୨୦।୬ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ଥାନା ମୁକୁନ୍ଦପୁର ପଞ୍ଚାୟତ ଅଧୀନ କାଳିମେଘା ଗ୍ରାମର ଭାଗବତ ବାରିକଙ୍କ ଘରୁ ଗୁରୁବାର ଗୋଟିଏ ନାଗ ସହ ୧୩ ଛୁଆ ଉଦ୍ଧାର କରାଯାଇଛି। ଘରେ ନାଗ ଛୁଆ ବୁଲୁଥିବାର ଭାଗବତ ଦେଖିବାକୁ…

ପଞ୍ଚଭୂତରେ ବିଲୀନ ଶହୀଦ ଅଜିତ୍‌ଙ୍କ ମରଶରୀର

କାମାକ୍ଷାନଗର,୨୦।୬(ଡି.ଏନ.ଏ.)-ପଞ୍ଚଭୂତରେ ବିଲୀନ ହୋଇଛି ଶହୀଦ ଅଜିତ ସାହୁଙ୍କ ମରଶରୀର। ଶୋକାକୂଳ ପରିବେଶ ମଧ୍ୟରେ କାମାକ୍ଷାନଗର ବଡ଼ସୁଆଁଳ ଗ୍ରାମ ଶଶ୍ମାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଅଞ୍ଚଳବାସୀ, ପରିବାର ବର୍ଗ, ଆତ୍ମୀୟମାନେ ବୀରପୂତ୍ରଙ୍କୁ ଅଶ୍ରୁଳ ବିଦାୟ ଦେଇଛନ୍ତି।

ସଂଘବଦ୍ଧ ଆକ୍ରମଣ ମାମଲା : ୪ ଫେରାର ଅଭିଯୁକ୍ତ କୋର୍ଟଚାଲାଣ

ଦିଗପହଣ୍ଡି,୨୦ା୬(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଚୁଡ଼ୁଙ୍ଗପୁର ଗ୍ରାମର ବଳରାମ ପାତ୍ର, ଭଗବାନ ପାତ୍ର, ଶଙ୍କର ପାତ୍ର ଓ କୃଷ୍ଣ ପାତ୍ରଙ୍କୁ ସଂଘବଦ୍ଧ ଆକ୍ରମଣ ମାମଲାରେ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ପ୍ରକାଶଥାଉ କି, ଚୁଡୁଙ୍ଗପୁର ଗ୍ରାମରେ…

ଟ୍ରେନ ଧକ୍କାରେ ହାତୀ ମୃତ

ଢେଙ୍କାନାଳ ଅଫିସ,୨୦।୬- ଢେଙ୍କାନାଳ ସଦର ଥାନା ସଦର ରେଞ୍ଜ କାଉଁରିଆପାଳ ରେଳ ଲାଇନରେ ଟ୍ରେନ ଧକ୍କାରେ ଗୁରୁବାର ସକାଳେ ଏକ ମାଈ ହାତୀର ମୃତ୍ୟୁ ଘଟିଛି। ରେଳ ଲାଇନ ପାର ହେଉଥିବାବେଳେ ହାତୀଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଖବରପାଇ ବନବିଭାଗର କର୍ମଚାରୀମାନେ…

ଧାନବୋଝେଇ ଟ୍ରକରେ ଲାଗିଲା ନିଆଁ

ବରଗଡ଼ ଅଫିସ,୨୦ା୬ : ବରଗଡ଼ ଜିଲା ବିଜେପୁର-ଗାଇସିଲେଟ୍‌ ରାସ୍ତାର ନୂଆଁପାଲି ନିକଟରେ ଗୁରୁବାର ଅପରାହ୍ନରେ ଏକ ଧାନ ବୋଝେଇ ଟ୍ରକ(ଓଆର ୧୩ ଏମ୍‌ ୧୩୬୨)ରେ ଆକସ୍ମିକ ଭାବେ ନିଆଁ ଲାଗି ଯାଇଥିଲା । ଟ୍ରକର ସମ୍ମୁଖ ଭାଗରେ ନିଆଁ ଲାଗି ଯିବାରୁ…

ପଲିଥିନ୍‌ ବଣ୍ଟନରେ ଅନିୟମିତତା : ତହସିଲ ସମ୍ମୁଖରେ ଧାରଣା ଦେଲେ ଗ୍ରାମବାସୀ

ନିଶ୍ଚିନ୍ତକୋଇଲି,୨୦ା୬(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଶାନ୍ତପୁର ପଞ୍ଚାୟତରେ ଫନି ବାତ୍ୟା କ୍ଷତିଗ୍ରସ୍ତକୁ ପଲିଥିନ୍‌ ବଣ୍ଟନରେ ଅନିୟମିତତା ହୋଇଥିବା ପ୍ରତିବାଦରେ ଗୁରୁବାର ଗ୍ରାମବାସୀ ନିଶ୍ଚିନ୍ତକୋଇଲି ତହସିଲ ସମ୍ମୁଖରେ ଧାରଣା ଦେଇଥିଲେ। ସୂଚନାଥାଉ କି, ଗତ ବୁଧବାର ଦୁଇ ରାଜସ୍ବ ନିରୀକ୍ଷକଙ୍କ ଉପସ୍ଥିତିରେ…

ମୃଦୁ ପାନୀୟରେ ନିଶା ଦେଇ ଯୁବକଙ୍କଠାରୁ ମୋବାଇଲ, ଟଙ୍କା ଲୁଟ୍‌; ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର

ଅନୁଗୋଳ ଅଫିସ,୨୦।୬: ଅନୁଗୋଳ ଜାମୁଣ୍ଡା ଜଙ୍ଗଲ ଅଞ୍ଚଳର ଜଣେ ଯୁବକଙ୍କୁ ମୃଦୁ ପାନୀୟରେ ନିଶା ଦେଇ ଲୁଟ୍‌ କରାଯାଇଥିବା ଗୁରୁବାର ଅଭିଯୋଗ ହୋଇଛି। ଲୁଟ୍‌ର ଶିକାର ହୋଇଥିବା ଯୁବକ ହେଲେ ରାକେଶ କୁମାର ପ୍ରଧାନ। ଦୁଇ ଜଣ ଦୁର୍ବୃତ୍ତ ତାଙ୍କଠାରୁ ୨ହଜାର…

ରାସ୍ତାକଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକେ

ଟିଟଲାଗଡ଼,୨୦।୬(ଡି.ଏନ୍‌.ଏ.): ବଲାଙ୍ଗିର ଜିଲା ଟିଟଲାଗଡ଼ ବ୍ଲକ ଅନ୍ତର୍ଗତ ବାଗଡ଼େର ଗାମର ରାସ୍ତାକଡରୁ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ଘଣ୍ଟବାହାଲି ଗ୍ରାମର ରାଜେନ୍ଦ୍ର ଛତର। ସେ ବୁଧବାର ସନ୍ଧ୍ୟାରୁ ବାଇକ୍‌ରେ ଘରୁ ବାହାରି ଆଉ ଫେରି ନ…

ଜନ୍ମମାଟିରେ ଶହୀଦ ଅଜିତ୍‌ଙ୍କ ମରଶରୀର: ଶେଷ ଦର୍ଶନ ପାଇଁ ଗ୍ରାମରେ ଜନସମୁଦ୍ର, ଗ୍ରାମ ଶ୍ମଶାନରେ କରାଯିବ ଶେଷକୃତ୍ୟ

କାମାକ୍ଷାନଗର,୨୦।୬(ଡି.ଏନ୍‌.ଏ.): ଶହୀଦ ଅଜିତ୍‌ ସାହୁଙ୍କ ମରଶରୀର ଜନ୍ମମାଟି ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ବଡ଼ସୁଆଁଳ ଗ୍ରାମରେ ପହଞ୍ଚିଛି। ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ବହୁ ପ୍ରଶାସନିକ ଅଧିକାରୀଙ୍କ ସହ ନିକଟସ୍ଥ ଗ୍ରାମର ହଜାର ହଜାର ସଂଖ୍ୟାରେ ଲୋକ ଅଜିତ୍‌ଙ୍କ ଶେଷ…

ଦନ୍ତା ହାତୀ ଆକ୍ରମଣରେ ଜେଜେମା ମୃତ, ନାତୁଣୀ ଗୁରୁତର

ବେତନଟୀ, ୨୦।୬(ଡି.ଏନ୍‌.ଏ): ମୟୁରଭଞ୍ଜ ଜିଲା ବେତନଟୀ ବନାଞ୍ଚଳ ଅଧିନ ଯୁଗୋଳ ପଞ୍ଚାୟତର ହଳଦୀପଦା ଗଁାରେ ବୁଧବାର ବିଳମ୍ବିତ ରାତିରେ ଏକ ଦନ୍ତାହାତୀ ୨ ଜଣଙ୍କୁ ଆକ୍ରମଣ କରିଛି। ଏହି ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି।…

ହାତୀ ଆକ୍ରମଣରେ ଜଣେ ବୃଦ୍ଧ ଆହତ

ଛେଣ୍ଡିପଦା,୨୦।୬(ଡି.ଏନ୍‌.ଏ): ଅନୁଗୋଳ ବନଖଣ୍ଡ ଛେଣ୍ଡିପଦା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ପାତ୍ରପଡା ଗଁା ନିକଟରେ ଗୁରୁବାର ସକାଳେ ଏକ ହାତୀ ଆକ୍ରମଣରେ ଜଣେ ବୃଦ୍ଧ ଆହତ ହୋଇଛନ୍ତି। ଆହତ ବୃଦ୍ଧ ହେଲେ ପାତ୍ରପଡା ଦଳିତ ସାହି ଗାଁର ବନ୍ଧୁଆ ନାଏକ(୬୫)। ସକାଳେ ସେ…

ଗାଁ ସମସ୍ୟା ବୁଝିବାକୁ ୫ କି.ମି. ଚାଲିଲେ ବିଡିଓ

ପାପଡାହାଣ୍ଡି,୨୦। ୬(ଡି.ଏନ.ଏ.): ଦୀର୍ଘ ଦିନ ହେଲା ଗ୍ରାମରେ ଲାଗି ରହିଛି ବିଭିନ୍ନ ସମସ୍ୟା । ପାନୀୟ ଜଳ, ବିଦ୍ୟୁତ୍‌, ଶିକ୍ଷା, ଆବାସ ଯୋଜନା ଆଦି ପହଞ୍ଚିିପାରିନି। ଗ୍ରାମର ବିକାଶରେ ବାଧକ ସାଜିଛି ରାସ୍ତା। ଜଙ୍ଗଲ ମୂଳକରେ ଭଗବାନ ଭରସାରେ ଜୀବନ ବିତାଉଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?