ବଧୁ ହତ୍ୟା ମାମଲାର ରାୟ ପ୍ରକାଶ: ସ୍ବାମୀ, ଶାଶୁ, ଶ୍ୱଶୁରଙ୍କୁ ୧୦, ନଣନ୍ଦଙ୍କୁ ୭ ବର୍ଷ ଜେଲ

ଆନନ୍ଦପୁର, ୧। ୮(ସ୍ବ.ପ୍ର.)-କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ଅଧୀନ କୃଷ୍ଣପୁର ଗ୍ରାମର ଏକ ବଧୂ ହତ୍ୟା ମାମଲାରେ ରାୟ ଗୁରୁବାର ପ୍ରକାଶ ପାଇଛି। ସ୍ବାମୀ, ଶାଶୁ , ଶ୍ୱଶୁରଙ୍କୁ ୧୦ ବର୍ଷ ଓ ନଣନ୍ଦଙ୍କୁ ୭ ବର୍ଷ ଜେଲଦଣ୍ଡାଦେଶ ହୋଇଛି। ଆନନ୍ଦପୁର ଅତିରିକ୍ତ ଜିଲା ଦୌରାଜଜ୍‌ ରାଜେଶ ଦାଶ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ସୂଚନାମୁତାବକ, ନନ୍ଦିପଦା ଥାନା ଗିରିଗାଁ ଗ୍ରାମର ଗଣେଶ ସ୍ବାଇଁଙ୍କ ଝିଅ ରମାମଣି ତା୯।୬।୨୦୧୪ରିଖରେ ଘସିପୁରା ବ୍ଲକ କୃଷ୍ଣପୁର ଗ୍ରାମର ବସନ୍ତ ଓଝାଙ୍କ ପୁଅ ଗଣେଶ ଓରଫ ଦୟାନିଧି ଓଝାଙ୍କୁ ବୈଦିକ ରୀତିରେ ଘସିପୁରା ଝାଡେଶ୍ୱର ମନ୍ଦିରରେ ବିବାହ କରିଥିଲେ। ବିବାହ ସମୟରେ ଦାବି ମୁତାବକ ଯାନୀ ଯୌତୁକ ଦିଆଯାଇଥିଲା। କିଛି ମାସ ପରେ ଅଧିକ ଯୌତୁକ ଦାବି କରି ଶ୍ୱଶୁର ଘର ଲୋକେ ରମାମଣିଙ୍କୁ ମାରି ଟାଙ୍ଗି ଦେଇଥିବା ରମାମଣିଙ୍କ ଭାଇ ଅଲେଖ ସ୍ବାଇଁ ରାମଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା (୧୦୪/୧.୧୦.୨୦୧୫) ରୁଜୁ କରିଥିଲା। ଜିଆର୍‌ (ନଂ ୫୩୩/୨୦୧୫) କୋର୍ଟ ସ୍ବାମୀ ଗଣେଶ, ଶ୍ୱଶୁର ବସନ୍ତ , ଶାଶୁ ଜହ୍ନ, ନଣନ୍ଦ କୁନିକୁ ମୁଦାଲା ଭାବେ ଗ୍ରହଣ କରି ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ସାକ୍ଷୀ ପ୍ରମାଣକୁ ଆଧାର କରି ୪୯୮(ଏ),୩୪ ଧାରାରେ ସ୍ବାମୀ , ଶାଶୁ , ଶ୍ୱଶୁର ଓ ନଣନ୍ଦକୁ ୨ ବର୍ଷ ଜେଲ୍‌ ଦଣ୍ଡ ଓ ୧୦ ହଜାର ଜରିମାନା, ୪ଡିପି ଆକ୍ଟରେ ସମସ୍ତଙ୍କୁ ୧ ବର୍ଷ ଜେଲ୍‌ ଦଣ୍ଡ ଓ ୫ ହଜାର ଟଙ୍କା ଜରିମାନା ଏବଂ ୩୪-ବି, ୩୪ ଧାରରେ ସ୍ବାମୀ, ଶାଶୁ, ଶ୍ୱଶୁରଙ୍କୁ ୧୦ ବର୍ଷ ଜେଲ ଦଣ୍ଡ ସହ ନଣନ୍ଦ କୁନିର ବୟସ ଏବଂ ଏକ ଛୋଟ ପିଲା ଥିବାରୁ ତାକୁ ଦୃଷ୍ଟିରେ ରଖି ମାନ୍ୟବର କୋର୍ଟ ତାଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ ଦିଆଯାଇଛି। ସେସନ୍‌ ଟ୍ରାଏଲ୍‌ କେସ୍‌ (ନଂ ୪୬/୮୪) ଜରିମାନା ଅନାଦେୟ ଅଧିକ ୬ ମାସ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି ରାୟ ପ୍ରକାଶ ପାଇଛି। ସରକାରୀ ଓକିଲ ଭାବେ ବରିଷ୍ଠ ଆଇନଜୀବୀ ମହେନ୍ଦ୍ର ମହାପାତ୍ର ମାମଲା ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

ଚିଠା ଭୋଟର ତାଲିକା ପ୍ରକାଶ, ବଲାଙ୍ଗୀର ଜିଲାରୁ ବାଦ ପଡ଼ିଲେ…

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri