ଆମ ଜିଲା ଖବର

ବୃକ୍ଷରୋପଣ କରି ପରିବେଶ ସୁରକ୍ଷା ଆହ୍ବାନ

ରଣପୁର,୭ା୭(ସ୍ବ.ପ୍ର.): ଶନିବାର ଖୋର୍ଦ୍ଧା ବନଖଣ୍ଡ ଅନ୍ତର୍ଗତ ରଣପୁର ବନାଞ୍ଚଳ ତରଫରୁ ସାନଗଡ ବିଦ୍ୟାଳୟରେ ୭୦ତମ ବନ ମହୋତ୍ସବ ପାଳନ କରାଯାଇଛି। ସ୍ଥାନୀୟ ବିଧାୟକ ସତ୍ୟନାରାୟଣ ପ୍ରଧାନ ମୁଖ୍ୟଅତିଥି ଓ ଖୋର୍ଦ୍ଧା ଜିଲା ଡିଏଫଓ ସୁଦୀପ୍ତ ନାୟକ, ବ୍ଲକ ଶିକ୍ଷାଧିକାରୀ ଉପେନ୍ଦ୍ର ନାଥ…

ବିପଦସଙ୍କୁଳ ଅବସ୍ଥାରେ ଜେନାପୁର ହାଇ ସ୍କୁଲ: ସାମାନ୍ୟ ବର୍ଷାରେ ପାଣି ଗଳୁଛି

ଜେନାପୁର,୭।୭(ଡି.ଏନ୍‌.ଏ.)- ଯାଜପୁର ଜଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ବହୁ ପୁରାତନ ଜେନାପୁର ହାଇ ସ୍କୁଲ ବିପଦସଙ୍କୁଳ ଅବସ୍ଥାରେ ରହିଛି। ୧୯୫୯ରେ ସ୍ଥାପିତ ବିଦ୍ୟାଳୟରେ ବର୍ତ୍ତମାନ ପ୍ରଥମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୫୨୧ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ସେମାନଙ୍କୁ ଶିକ୍ଷା ଦାନ…

ଶାରଳା ପୀଠରେ ଅବ୍ୟବସ୍ଥା: ଖୋଲାଖୋଲି ଚାଲିଛି ଶୋଷଣ, ଶ୍ରଦ୍ଧାଳୁ ଅସନ୍ତୁଷ୍ଟ

ଜଗତ୍‌ସିଂହପୁର ଅଫିସ,୭।୭: ଜଗତ୍‌ସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ଶାରଳା। ମା’ଙ୍କ ମନ୍ଦିର କେବଳ ଜିଲାରେ ନୁହେଁ, ସମଗ୍ର ଦେଶରେ ପ୍ରସିଦ୍ଧି ଲାଭ କରିଛି। ତେଣୁ ପ୍ରତ୍ୟହ ଏଠାକୁ ସହସ୍ରାଧିକ ଶ୍ରଦ୍ଧାଳୁ ଆସନ୍ତି। କିନ୍ତୁ ଏଠାରେ ଶ୍ରଦ୍ଧାଳୁଙ୍କ ଭାବାବେଗ ସହ ଯେଭଳି ଖେଳାଯାଉଛି…

ସ୍ବାଭାବିକ ବର୍ଷା, କୃଷି କାର୍ଯ୍ୟ ଆଗେଇଲା

ସୋନପୁର, ୭।୭(ନି.ପ୍ର.) ବିଳମ୍ବିତ ମୌସୁମୀ ଓ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ସୁବର୍ଣ୍ଣପୁର ଜିଲାରେ ଚଳିତ ଖରିଫ ଚାଷ ପ୍ରାରମ୍ଭିକ ଅବସ୍ଥାରେ ପ୍ରଭାବିତ ହୋଇଥିଲା। କିନ୍ତୁ କାଳବୈଶାଖୀ ଓ ଲଘୁଚାପ ଜନିତ ବର୍ଷା ଯୋଗୁଁ କୃଷି କାର୍ଯ୍ୟ ଏବେ ଆଗେଇ ଚାଲିଛି। ଜୁଲାଇ…

ସୁସ୍ଥ ପରିବେଶ ପାଇଁ ବୃକ୍ଷରୋପଣ ଜରୁରି

ସୋନପୁର, ୭।୭(ନି.ପ୍ର) ସୁବର୍ଣ୍ଣପୁର ଜିଲା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଜିଲାସ୍ତରୀୟ ୭୦ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ମହୋତ୍ସବରେ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମୁଖ୍ୟ ଅତିଥିଭାବେ ଯୋଗଦେଇ ବୃକ୍ଷରୋପଣ ଓ ପରିବେଶର ସୁରକ୍ଷା ସମ୍ପର୍କରେ ଉପସ୍ଥିତି…

ଅଭିଯୋଗ ସତ୍ତ୍ୱେ ନୀରବ ରହିଲା ପୋଲିସ: ମରଣାନ୍ତକ ଆକ୍ରମଣକାରୀକୁ ଥାନାକୁ ଅଣାଗଲା ନାହିଁ

ବଡ଼ଗାଁ, ୭।୭ (ଡି.ଏନ.ଏ)-ବଡ଼ଗାଁ ଥାନା ପୋଲିସ ମରଣାନ୍ତକ ଆକ୍ରମଣ କରିଥିବା ଜଣେ ବ୍ୟକ୍ତିଙ୍କୁ ଅଭିଯୋଗ ସତ୍ତ୍ବେ ଥାନାକୁ ନ ଆଣି ହାତବାନ୍ଧି ବସି ରହିବା ଭଳି ଘଟଣା ଦେଖିବାକୁ ମିଳିଛି। ପୋଲିସର ଏଭଳି କାର୍ଯ୍ୟଶୈଳୀକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଘଟଣାରୁ…

୮ରେ ହିଙ୍ଗୁଳା ମନ୍ଦିର ରତ୍ନମୁଦ

ତାଳଚେର, ୭ା୭(ନି.ପ୍ର.) – ମା’ ହିଙ୍ଗୁଳାଙ୍କ ନୂତନ ଭବ୍ୟ ମନ୍ଦିରର ପବିତ୍ର ରନତ୍ମୁଦ ଉତ୍ସବ ଆସନ୍ତା ୮ ତାରିଖ ହେରା ପଞ୍ଚମୀ ଦିନ ତାଳଚେର ଗୋପାଳପ୍ରସାଦସ୍ଥିତ ହିଙ୍ଗୁଳା ପୀଠରେ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ମା’ ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟବୋର୍ଡ ପକ୍ଷରୁ…

ମଦ ଭାଟି ମ୍ୟାନେଜରଙ୍କଠାରୁ ୫ ଲକ୍ଷ ଲୁଟ୍‌ ଘଟଣା : ଡକାୟତି ଗ୍ୟାଙ୍ଗର ୪ ଗିରଫ, ୩ ଫେରାର

ବଅଁରପାଳ, ୭।୭ (ଡି.ଏନ୍‌.ଏ) – ହିନ୍ଦୋଳ ମଦଭାଟି ମ୍ୟାନେଜର ସୌରଭ ଯାଦବଙ୍କଠାରୁ ୫ଲକ୍ଷ ଟଙ୍କା ଲୁଟ୍‌ ଘଟଣାରେ ସମ୍ପୃକ୍ତ ଡକାୟତି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ୍‌ଙ୍କ ସମେତ ୪ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ମୋଟଙ୍ଗା ଥାନା ଅଞ୍ଚଳର ଗଗନ ନାୟକ…

ସଙ୍କଟରେ ୫୦ବାଉଁଶ କାରିଗର ପରିବାରର ଜୀବନ ଜୀବିକା

ଲୋଇସିଂହା, ୭।୭(ଡି.ଏନ.ଏ.) ପ୍ଲାଷ୍ଟିକର ବହୁଳ ବ୍ୟବହାରରେ ହଜି ଯାଉଛି ବାଉଁଶ ଶିଳ୍ପ। ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡା ପଞ୍ଚାୟତ ମାହାରପାଲି ଗ୍ରାମର ମାହାରପଡାରେ ବାସ କରନ୍ତି ୫୦ ପରିବାର। ନିଜ କୌଳିକ ବୃତ୍ତିକୁ ଆଦରି ଦୀର୍ଘ ବର୍ଷ ହେଲା ବାଉଁଶରେ…

ରେଙ୍ଗାଳି ପ୍ରକଳ୍ପ କଲୋନୀରେ ୩ ହାତୀ

କଣିହଁ।, ୭।୭ (ଡି.ଏନ୍‌.ଏ) – ଅନୁଗୋଳ ଜିଲା କଣିହଁ। ବ୍ଲକ ରେଙ୍ଗାଳି ପ୍ରକଳ୍ପ କଲୋନୀରେ ଶୁକ୍ରବାର ରାତିରେ ୩ଟି ହାତୀ ପଶି ଆସି ଉପଦ୍ରବ କରିଛନ୍ତି। ଓଏଚ୍‌ପିସି ଟୁ ଷ୍ଟାର କଲୋନୀ ଓ ଆଇଟିଆଇ ଛାତ୍ରାବାସର ପାଚେରି ଭାଙ୍ଗିବା ସହ ହାତୀ…

୧୨ ବର୍ଷ ହେଲା ଶିକୁଳିରେ ବନ୍ଧା ୨ ଭାଇ

କୋକସରା, ୭।୭(ଡି.ଏନ.ଏ.) ସମୟ ବଦଳିଛି। ତା’ସହିତ ତାଳ ଦେଇ ବଦଳିଛି ଲୋକଙ୍କ ଜୀବନ ଶୈଳୀ। ହେଲେ ଅନ୍ଧବିଶ୍ୱାସରୁ ଆଜି ବି ମଣିଷ ବାହାରି ପାରିନାହିଁ। ତା’ର ଉଦାହରଣ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା କୋକସରା ବ୍ଲକ ଅଧୀନ ଖୁଣ୍ଟିଆ ପଞ୍ଚାୟତ ବାରବଖରା…

ସନ୍ଦିହାନ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ

ଅନୁଗୋଳ ଅଫିସ, ୭।୭ – ବାଘ ବଂଶ ବୃଦ୍ଧି ପାଇଁ ଅନୁଗୋଳ ଜିଲା ସାତକୋଶିଆରେ ଆରମ୍ଭ ହୋଇଥିବା ବ୍ୟାଘ୍ର ପ୍ରକଳ୍ପର ଭାଗ୍ୟ ଏବେ ସନ୍ଦିହାନ। ଗତ ବର୍ଷ ନଭେମ୍ବରରେ ଯୁବ ମହାବଳ ମୃତ୍ୟୁ ପରେ ବନ୍ଦୀ ବାଘୁଣୀ ସୁନ୍ଦରୀକୁ ଅଭୟାରଣ୍ୟକୁ ଛଡାଯିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?