ଆମ ଜିଲା ଖବର

ଗଞ୍ଜେଇ ବୋଝେଇ ବୋଲେରୋ ଜବତ, ୩ ଗିରଫ

ଚନ୍ଦ୍ରଗିରି,୩।୮(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ପୋଲିସ ଶୁକ୍ରବାର ରାତିରେ ପେଟ୍ରୋଲିଂ ବେଳେ ରାଇସିଂ ଛକରୁ ୫୯.୫୦୦ କେଜି ଗଞ୍ଜେଇ ବୋଝେଇ ଏକ ବୋଲେରୋ(ଓଡି୦୭କ୍ୟୁ୪୪୫୦) ଜବତ କରିଛି। ଏହି କାରବାରରେ ସମ୍ପୃକ୍ତ ୩ ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ଆର୍‌…

ଅଭିଯୁକ୍ତଙ୍କ ଗିରଫ ଦାବିରେ ଗର୍ଭବତୀ ନାବାଳିକାଙ୍କ ଧାରଣା

ଅଫିସ, ୩।୮: ଭଦ୍ରକ ଜିଲା ତିହିଡ଼ି ଥାନା ଅଞ୍ଚଳରେ ଗତ ଦୁଇ ମାସ ପୂର୍ବେ ଜନୈକ ନାବାଳିକାଙ୍କୁ ବଳାତ୍କାର ହୋଇଥିଲା। ସମ୍ପୃକ୍ତା ପୀଡ଼ିତା ବର୍ତ୍ତମାନ ଗର୍ଭବତୀ ହେବା ପରେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଏସ୍‌ପିଙ୍କ ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି। ପୀଡ଼ିତାଙ୍କ…

ବାଲିଗୁଡ଼ା ବସ୍‌ଷ୍ଟାଣ୍ଡରେ ମାଓବାଦୀ ବିରୋଧୀ ପୋଷ୍ଟର: ଶହୀଦ ସପ୍ତାହକୁ ନିନ୍ଦା ଦିବସ ରୂପେ ପାଳିବାକୁ ଆହ୍ବାନ

ବାଲିଗୁଡ଼ା,୩।୮(ଡି.ଏନ୍‌.ଏ.): ମାଓବାଦୀଙ୍କ ଶହୀଦ ସପ୍ତାହରେ କନ୍ଧମାଳ ଜିଲା ବାଲିଗୁଡା ବସଷ୍ଟାଣ୍ଡରେ ମାଓବାଦୀ ବିରୋଧୀ ପୋଷ୍ଟର ଦେଖିବାକୁ ମିଳିଛି। ଆଣ୍ଟି ନକ୍ସଲ ପିପୁଲ ପିସ୍‌ ଫୋର୍ସ ପକ୍ଷରୁ ଏହି ପୋଷ୍ଟର ଜାରି କରାଯାଇଥିବା ଉଲ୍ଲେଖ ରହିଛି। ଜୁଲାଇ ୩୦ରୁ ଅଗଷ୍ଟ ୫ ପର୍ଯ୍ୟନ୍ତ…

ପରିବାର ସଦସ୍ୟଙ୍କ ହାତ,ଗୋଡ଼ ବାନ୍ଧି ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କା, ସୁନା ଅଳଙ୍କାର

ସାକ୍ଷୀଗୋପାଳ,୩।୮(ଡି.ଏନ୍‌.ଏ.): ପୁରୀ ଜିଲା ସତ୍ୟବାଦୀ ଥାନା ଅନ୍ତର୍ଗତ ରେଳଷ୍ଟେଶନ ନିକଟ ଯାଦବ ନିବାସରେ ଶୁକ୍ରବାର ବିଳମ୍ବିତ ରାତିରେ ଦୁଇ ପରିବାରର ୭ ସଦସ୍ୟଙ୍କ ମୁଣ୍ଡରେ ପିସ୍ତଲ ଲଗାଇ, ହାତଗୋଡ଼ ବାନ୍ଧି ଲକ୍ଷାଧିକ ଟଙ୍କା, ସୁନା,ରୁପା ଅଳଙ୍କାର ସହିତ ମୋବାଇଲ ଲୁଟି ନେଇଥିବା…

ପଟିଆ ଛକରୁ ବ୍ରାଉନ୍‌ସୁଗାର ଜବତ, ଅଭିଯୁକ୍ତ ଗିରଫ

କଟକ ରୋଡ଼, ୩।୮(ଡି.ଏନ୍‌.ଏ.): କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଶନିବାର ରାଜଧାନୀର ଚନ୍ଦ୍ରଶେଖରପୁର ଥାନା ଅଧୀନ ପଟିଆ ଛକରୁ ଜଣେ ବ୍ରାଉନ୍‌ସୁଗାର ବ୍ୟବସାୟୀଙ୍କୁ ଗିରଫ କରିଛି। ସେ ହେଲେ ମଞ୍ଚେଶ୍ୱର ଥାନା ଅଧୀନ ଇଞ୍ଜଣା ଗ୍ରାମର ସାମନ୍ତ ଦାସ। ସୂଚନା…

ହୀରାଧରବାଟି କେନାଲରେ ବୁଡ଼ି ବ୍ୟକ୍ତିଙ୍କ ମୃତ୍ୟୁ

ପୁରୁଷୋତ୍ତମପୁର,୩।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର ଉପକଣ୍ଠ ହୀରାଧରବାଟି କେନାଲରେ ବୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପୁରୁଷୋତ୍ତମପୁର ଏନ୍‌ଏସି (ୱାର୍ଡ ନଂ.୮) କାଳୁଆବାଉରି ସାହିର ଦଣ୍ଡପାଣି ଦାସ (୫୫)। ପ୍ରକାଶ ଯେ, ଶୁକ୍ରବାର ସନ୍ଧ୍ୟାରେ ଦଣ୍ଡପାଣି ଗାଧୋଇବାକୁ…

ଖଣ୍ଡପଡ଼ା ସବ୍‌ ଜେଲରୁ ବିଚାରାଧୀନ କଏଦୀ ଫେରାର

ନୟାଗଡ଼ ଅଫିସ, ୩।୮: ନୟାଗଡ଼ ଜିଲା ଖଣ୍ଡପଡ଼ା ସବ୍‌ ଜେଲରୁ ଶନିବାର ପୂର୍ବାହ୍ନରେ ଜଣେ ବିଚାରାଧୀନ କଏଦୀ ଚମ୍ପଟ୍‌ ମାରିଛନ୍ତି। ସେ ହେଲେ ଫତେଗଡ଼ ଥାନା ଅନ୍ତର୍ଗତ ଫତେଗଡ଼ ଗ୍ରାମର ତପନ ରାଉତ। ଗତ କିଛି ବର୍ଷ ହେବ ତପନ ଏକ…

ଗୋଡ଼ଭଗାରେ ଏଟିଏମ୍‌ ଲୁଟ୍‌ ଉଦ୍ୟମ ବିଫଳ

ଅତାବିରା,୩।୮(ଡି.ଏନ୍‌.ଏ.): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଏଟିଏମ୍‌ରୁ ଶୁକ୍ରବାର ବିଳମ୍ବିତ ରାତିରେ ଲୁଟ୍‌ ଉଦ୍ୟମ ବିଫଳ ହୋଇଛି। ଦୁର୍ବୃତ୍ତମାନେ ଏଟିଏମ୍‌ ଭାଙ୍ଗିବାରେ ସଫଳ ହୋଇ ନ ଥିବା ଜଣାପଡ଼ିଛି। ଖବର ପାଇ ଗୋଡ଼ଭଗା ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି…

ରାଜଧାନୀରେ ଡବଲ ଏନ୍‌କାଉଣ୍ଟର, ୨ ଅପରାଧୀ ଗୁରୁତର

ଭୁବନେଶ୍ୱର, ୩।୮(ବ୍ୟୁରୋ): ମଞ୍ଚେଶ୍ୱର ଥାନା ଅଞ୍ଚଳରେ ୪ ସିରିଜ୍‌ ଲୁଟ୍‌ ପରେ କମିଶନରେଟ ପୋଲିସ ଶୁକ୍ରବାର ରାତିରେ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ରଙ୍ଗବଜାରରେ ଏନ୍‌କାଉଣ୍ଟର କରିଛି। ଏଥିରେ ୨ ଅପରାଧୀ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ଅରୁଣ କୁମାର…

୧୨ ଘଣ୍ଟିଆ ଝାରସୁଗୁଡ଼ା ବନ୍ଦ

ଝାରସୁଗୁଡା ଅଫିସ/ଲଖନପୁର, ୩।୮(ଡି.ଏନ,ଏ): ଝାରସୁଗୁଡା ଜିଲା ପୁରୁଣା ସ୍ବାସ୍ଥ୍ୟକେନ୍ଦ୍ରକୁ ସମ୍ପୁର୍ଣ୍ଣ କାର୍ଯ୍ୟକ୍ଷମ କରିବା ଦାବିରେ ଜୟ ଭୀମ ଘାସି ସମାଜ ପକ୍ଷରୁ ଶନିବାର ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ଘାସି ସମାଜ ଓ ବିଭିନ୍ନ ସଂଗଠନ ସଦସ୍ୟଙ୍କ ମିଳିତ…

ବାଲିଆପାଳରେ ଭାଜପା ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ

ବାଲିଆପାଳ,୩।୮(ସ୍ବ.ପ୍ର.): ବାଲିଆପାଳରେ ଗତ ଜୁଲାଇରେ ରାଜଧାନୀ ଢ଼ାବାରୁ ନାବାଳକଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣାରେ ପୋଲିସର ତଦନ୍ତରେ ଶିଥିଳତାକୁ ନେଇ ଭାଜପା ପକ୍ଷରୁ ଶନିବାର ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ସହରରେ ଦୋକାନ ବଜାର ବନ୍ଦ ହୋଇଥିବା ବେଳେ ଗାଡ଼ି…

ପ୍ଲାଷ୍ଟିକମୁକ୍ତ ପୁରୀ ଅଭିଯାନ: ଖଲିପତ୍ର ଥାଳି, କପଡ଼ା ବ୍ୟାଗ ବ୍ୟବହାରକୁ ଗୁରୁତ୍ୱ

ପୁରୀ ଅଫିସ, ୩।୮: ପର୍ଯ୍ୟଟନ ସହର ପୁରୀ। ଏଠାକୁ ଦୈନିକ ଦେଶ ବିଦେଶର ପର୍ଯ୍ୟଟକ ଆସୁଛନ୍ତି। ତେଣୁ ସହରକୁ ସ୍ବଚ୍ଛ ଓ ପରିଷ୍କାର ରଖିବାକୁ ହେବ। ଏଭଳି ଅଭିଯାନ ଆରମ୍ଭ କରିଛି ଜିଲା ପ୍ରଶାସନ। ‘ମୋ ବିଚ୍‌’ ଅଭିଯାନରେ ବେଳାଭୂମି ସଫେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?