ଭରତପୁର କୋଇଲାଖଣି ଦୁର୍ଘଟଣା ପରେ ଏନ୍‌ଟିପିସି ବିଦ୍ୟୁତ୍‌ ପ୍ରକଳ୍ପରେ କୋଇଲା ସଙ୍କଟ: ବନ୍ଦ ୟୁନିଟ୍‌ ସଂଖ୍ୟା ୪କୁ ବୃଦ୍ଧି

ତାଳଚେର,୩।୮(ନି.ପ୍ର.): ଅନୁଗୋଳ ଜିଲା ଭରତପୁର କୋଇଲାଖଣି ଦୁର୍ଘଟଣା ପରେ ୩ ହଜାର ମେଗାୱାଟ ବିଶିଷ୍ଟ ମହାରତ୍ନ କମ୍ପାନୀ କଣିହଁାସ୍ଥିତ ଏନ୍‌ଟିପିସି ବିଦ୍ୟୁତ୍‌ ପ୍ରକଳ୍ପରେ କୋଇଲା ସଙ୍କଟ ଦିନକୁ ଦିନ ବଢ଼ିବାରେ ଲାଗଛି। କୋଇଲା ଅଭାବରୁ ବିଭାଗୀୟ କର୍ତ୍ତୃପକ୍ଷ ଶନିବାର ପୁଣି ଆଉ ଏକ ୟୁନିଟକୁ ବନ୍ଦ କରିଦେଇଛନ୍ତି। ତେବେ ଏହାକୁ ମିଶାଇ ବନ୍ଦ ୟୁନିଟ ସଂଖ୍ୟା ୪କୁ ବୃଦ୍ଧି ପାଇଛି।
ସୂଚନାଯୋଗ୍ୟ, କଣିହଁାରେ ୩ ହଜାର ମେଗାୱାଟ(୫ଶହ ମେଗାୱାଟ ବିଶିଷ୍ଟ ୬ଗୋଟି) ୟୁନିଟ ରହିଥିବା ବେଳେ ପ୍ରକଳ୍ପ ପାଇଁ ପ୍ରତିଦିନ ୫୫ ହଜାର ମେଟ୍ରିକ୍‌ ଟନ୍‌ କୋଇଲା ଆବଶ୍ୟକ ହୋଇଥାଏ। ମାତ୍ର କୋଇଲା ଷ୍ଟକ୍‌ ନ ଥିବା ସହ ଆବଶ୍ୟକ ପରିମାଣର ମିଳୁ ନ ଥିବାରୁ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଗତ ୨୯ ତାରିଖରୁ ୧, ୪ ଓ ୫ ୟୁନିଟକୁ ବନ୍ଦ କରିଦିଆଯାଇଥିଲେ ମଧ୍ୟ ୩ଟି ୟୁନିଟ ଚାଲୁ ରହିଥିଲା। ମାତ୍ର ୨ ନଂ. ୟୁନିଟକୁ ଶନିବାର ବନ୍ଦ କରିଦିଆଯାଇଛି। ଷ୍ଟକ୍‌ରେ ଥିବା ୪ ହଜାର ମେଟ୍ରିକ ଟନ୍‌ କୋଇଲାରେ ଗୋଟିଏ ୟୁନିଟ ଚାଲିବା ସମ୍ଭବପର ନୁହେଁ। ତେଣୁ ଆବଶ୍ୟକ ପରିମାଣରେ କୋଇଲା ନ ମିଳିଲେ ଆଗାମୀ ଦିନରେ ଅନ୍ୟ ୟୁନିଟକୁ ବନ୍ଦ କରାଯିବ ବୋଲି ଜଣାପଡ଼ିଛି। ଏ ନେଇ ବିଦ୍ୟୁତ୍‌ ଉପତ୍ାଦନ କ୍ରମଶଃ ହ୍ରାସ ପାଇବାରେ ଲାଗିଛି ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri