ହାତୀ ଉଜାଡିଲେ ଧାନ ଫସଲ

ଠାକୁରମୁଣ୍ଡା,୬ା୮(ଡି.ଏନ୍‌.ଏ.)-ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଚମ୍ପାଝର ବିଟ ଜରକ ପଞ୍ଚାୟତ ଘଣ୍ଟିଆଦର ଓ ଖୁଦଶୀଳା ଗ୍ରାମରେ କିଛିଦିନ ହେଲା ହାତୀ ଉପଦ୍ରବରେ ବ୍ୟାପକ ଫସଲ ନଷ୍ଟ ହୋଇଛି। ହାତୀ ପଲ ଗ୍ରାମ ନିକଟ ଜଙ୍ଗଲ ଛାଡ଼ି ଯାଉ ନ ଥିବାରୁ ଚାଷୀମାନେ ଚିନ୍ତାରେ ପଡିଛନ୍ତି। ବନବିଭାଗ ହାତୀଙ୍କୁ ଘଉଡାଇବା ଦିଗରେ ପଦକ୍ଷେପ ନେଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।
ଘଣ୍ଟିଆଦର,ପାଣପୋଷି, ଖୁଦଶୀଳା ଆଦି ଗ୍ରାମକୁ ଲାଗି ରହିଥିବା ଜଙ୍ଗଲରେ ପ୍ରାୟ ୧୫ ଦିନ ହେବ ୧୦ରୁ ଊଦ୍ଧ୍ୱର୍ର୍ ହାତୀ ରହିଛନ୍ତି। ସନ୍ଧ୍ୟା ହେଲେ ହାତୀ ପଲ ଜଙ୍ଗଲ ଭିତରୁ ବାହାରି ଗ୍ରାମ ନିକଟ ବିଲରେ ପଶି ଧାନ ଫସଲ ଖାଇ ଦେବା ସହ ଗଛଗୁଡିକୁ ମାଡି ନଷ୍ଟ କରି ଦେଉଛନ୍ତି । ଶନିବାର ରାତିରେ ହାତୀ ପଲ ଘଣ୍ଟିଆଦର ଗ୍ରାମର ଗୁରାଚାନ୍ଦ ବେହେରା, ବିକ୍ରମ ମାରାଣ୍ଡି, ଶରତ ଚନ୍ଦ୍ର ବେହେରା, ମହାନ୍ତି ମାଝୀ, ନିରଞ୍ଜନ ମହାନ୍ତ, ରବୀନ୍ଦ୍ର ମହାନ୍ତ, ତ୍ରିଲୋଚନ ମହାନ୍ତ, ପାଣ୍ଡିଆ ହୋ , ବୈକୁଣ୍ଠ ମହାନ୍ତ, ରାମଚନ୍ଦ୍ର ବେହେରାଙ୍କ ପ୍ରାୟ ୧୦ ଏକରରୁ ଊର୍ଦ୍ଧ୍ୱ ଚାଷ ଜମିରେ ଧାନ ଫସଲ ଖାଇ ଦେବାସହ ଗଛ ମାଡି ନଷ୍ଟ କରିଦେଇଛନ୍ତି । ସେହିପରି ରବିବାର ରାତିରେ ଖୁଦଶିଳା ଗ୍ରାମ ନିକଟ ଧାନ ବିଲରେ ହାତୀ ପଲ ପଶି ବୁଧୁରାମ ସୟ, ତୁରୀ ହୋ, ବୁଧୁରାମ ସଙ୍ଖତ୍ଆଳ, ମଙ୍ଗଲ ହୋଙ୍କର ପ୍ରାୟ ୩ ଏକର ଜମିର ଫସଲ ନଷ୍ଟ କରିଦେଇଛନ୍ତି । ହାତୀପଲ ଗ୍ରାମ ନିକଟରୁ ଯାଉ ନ ଥିବାରୁ ଚାଷୀମାନେ ଚିନ୍ତାରେ ପଡିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଗାଧୋଇବା ହେଲା କାଳ, ବୁଢାବଳଙ୍ଗରେ ଭାସିଗଲେ ଯୁବକ

ବାରିପଦା,୭।୭: ମୟୂରଭଞ୍ଜ ଜିଲା ବୁଢାବଳଙ୍ଗ ନଦୀରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବୁଢାବଳଙ୍ଗ ନାର୍ଖା ବ୍ରିଜ ତଳେ ଗାଧୋଇବା ବେଳେ ଭାସି ଯାଇ ଜଣେ…

ଏଟିଏମ୍ କାର୍ଡ ବଦଳାଇ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଲୁଟ୍; ୯ ଥରରେ ଆକାଉଣ୍ଟରୁ କଟିଲା ଲକ୍ଷେରୁ ଅଧିକ ଟଙ୍କା, ସପିଙ୍ଗ୍ ମଧ୍ୟ…

ବୈଶିଙ୍ଗା,୩।୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡ଼ଦେଉଳିଆ ସ୍ଥିତ ଷ୍ଟେଟ୍ ବ୍ୟାଙ୍କ (SBI) ଏଟିଏମରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ସହ ଏକ ଚାଞ୍ଚଲ୍ୟକର ଏଟିଏମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri