ଲୋକଙ୍କୁ ସେବା ଯୋଗାଇ ଆସ୍ଥା ଭାଜନ ହୁଅ- ରାଜସ୍ବ ମନ୍ତ୍ରୀ

ବାରିପଦା ଅଫିସ,୬।୮- ମୟୂରଭଞ୍ଜ ଜିଲାର ବାରିପଦା ତହସିଲକୁ ରାଜ୍ୟର ଏକ ଆଦର୍ଶ ତହସିଲରେ ପରିଣତ କରାଯିବ। ଏଥିଲାଗି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁଦାମ ମାରାଣ୍ଡି ମତବ୍ୟକ୍ତ କରିଛନ୍ତି। ସୋମବାର ସକାଳ ପ୍ରାୟ ୧୦ ଟା ବେଳେ ସେ ଅଚାନକ ଗସ୍ତ କରି ବାରିପଦା ତହସିଲ ପରିଦର୍ଶନ କରିଥିଲେ। ପ୍ରାୟ ଦେଢ଼ ଘଣ୍ଟା କାଳ ସେ କାର୍ଯ୍ୟାଳୟରେ ରହି ରାଜସ୍ବ ବିଭାଗ ଅଧୀନରେ ଥିବା ବିଭିନ୍ନ ଯୋଜନା ଓ କାର୍ଯ୍ୟର ସମୀକ୍ଷା କରିଥିଲେ। ତହସିଲ କାର୍ଯ୍ୟାଳୟ ଅଧୀନରେ ବିଭିନ୍ନ ସାର୍ଟିଫିକେଟ ପ୍ରଦାନ ଓ ଅନ୍ୟ କାର୍ଯ୍ୟ ବିଳମ୍ବିତ ହେଉଥିବାରୁ ମନ୍ତ୍ରୀ ଅସନ୍ତୋଷ ବ୍ୟକ୍ତ କରିଥିଲେ। ତହସିଲ କାର୍ଯ୍ୟାଳୟ କର୍ମଚାରୀଙ୍କ ସହିତ ଆଲୋଚନା ଅବସରରେ କୌଣସି ଜନସାଧାରଣ କାର୍ଯ୍ୟାଳୟ ଆସି ଯେପରି ସୁବିଧା ନ ପାଇ ଫେରି ନ ଯାଆନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ତାଗିଦ କରିଥିଲେ। ରାଜସ୍ବ ଆଦାୟ, ଜଙ୍ଗଲ ଜମି ପଟ୍ଟା ପ୍ରଦାନ, ସରକାରୀ ଜମିର ସୁରକ୍ଷା ଆଦି ଦିଗ ପ୍ରତି ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ତହସିଲ କାର୍ଯ୍ୟାଳୟରେ ଏକ ହେଲ୍ପ ଡେକ୍ସ ଖୋଲିବାକୁ ପରାମର୍ଶ ଦେଇଥିଲେ। କର୍ମଚାରୀମାନେ କଠିନ ପରିଶ୍ରମ କରି ଲୋକଙ୍କୁ ସେବା ଯୋଗାଇ ଦେଲେ ପ୍ରଶାସନ ଲୋକଙ୍କ ଆସ୍ଥା ଭାଜନ ହୋଇ ପାରିବ ବୋଲି ମନ୍ତ୍ରୀ ମାରାଣ୍ଡି କହିଥିଲେ। ପରେ ଗଣମାଧ୍ୟମକୁ ବିବୃତି ଦେଇ ମନ୍ତ୍ରୀ କହିଥିଲେ, ମୁଖ୍ୟମନ୍ତ୍ରୀ ରାଜ୍ୟର ଶାସନକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଫାଇବ-ଟି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ତହସିଲ ହେଉଛି ସବୁଠୁ ଗୁରୁତ୍ୱପୁର୍ଣ୍ଣ କାର୍ଯ୍ୟାଳୟ। ଏହି ଫାଇବ-ଟି କିଭଳି ଭାବେ କାର୍ଯ୍ୟକାରୀ ହେଉଛି ସେ ନେଇ ଜାଣିବାକୁ ସେ ଅଚାନକ ଗସ୍ତ କରିଥିଲେ। ଏଠାକାର କର୍ମଚାରୀ ଲୋକଙ୍କୁ ସେବା ଯୋଗାଇବାକୁ ପ୍ରାଥମିକତା ଦେବା ସକାଶେ ସେ ପରାମର୍ଶ ଦେଇଛନ୍ତି। ସମୀକ୍ଷା ବେଳେ କେତେକ କାର୍ଯ୍ୟକୁ ନେଇ ସେ ଅସନ୍ତୋଷ ବ୍ୟକ୍ତ କରି ବିଭିନ୍ନ ଯୋଜନା ତଥା କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଲିଖିତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିବା କହିଥିଲେ। ବାରିପଦା ସହର ଏକ ବିକାଶମୁଖୀ ସହର ଓ ଏହା ଉପକଣ୍ଠରେ ଥିବା ସରକାରୀ ଜମିକୁ କୌଣସି ବ୍ୟକ୍ତି ବିଶେଷ ଯେଭଳି ଜବରଦଖଲ କରି ନ ପାରିବେ ତାହା ଉପରେ ନଜର ରଖାଯିବ। ଜମି ଅଭାବ ଲାଗି କୌଣସି ସରକାରୀ ସଂସ୍ଥା ପ୍ରତିଷ୍ଠା ନ ହେଉ ସେ ପରିସ୍ଥିତି ସୃଷ୍ଟି ନ ହେବା ଦରକାର। ସହରର ଗରିବ ଲୋକଙ୍କୁ ବସୁନ୍ଧରା ଯୋଜନାରେ ଜମି ପ୍ରଦାନ କରିବା କାର୍ଯ୍ୟକ୍ରମକୁ ତ୍ୱରାନ୍ବିତ କରାଯିବ। ମନ୍ତ୍ରୀ ମାରାଣ୍ଡିଙ୍କ ସମୀକ୍ଷା ବେଳେ ରାଜ୍ୟ ବିଜେଡିର ବରିଷ୍ଠ ନେତା ସୁନିଲ କୁମାର ଦାଶ ଉପସ୍ଥିତ ଥିଲେ। ତେବେ ସୋମବାର ଅଭିଯୋଗ ଶୁଣାଣି ଥିବାରୁ ତହସିଲଦାର କାର୍ଯ୍ୟାଳୟରେ ଉପସ୍ଥିତ ନ ଥିଲେ। ସମୀକ୍ଷା ବେଳେ ଅତିରିକ୍ତ ତହସିଲଦାର ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ପଷ୍ଟ ଦିବାଲୋକରେ ବିଚ ରାସ୍ତାରେ ଦୁଇ ଯୁବକଙ୍କୁ ନିର୍ଘାତ ମାଡ଼ , ଗୁଣ୍ଡାଗିରିର ଭିଡିଓ ଭାଇରାଲ

ଉଦଳା, ୨୨।୫( ସନ୍ତୋଷ ବାଞ୍ଝିନୀ): ରାସ୍ତା ପାଲଟିଲା ରେସଲିଂ ରିଙ୍ଗ। ପୋଲିସକୁ ନାହିଁ ଭୟ, ଥାନା ଠାରୁ ୫ ଶହ ମିଟର ଦୂରରେ ସ୍ପଷ୍ଟ ଦିବାଲୋକରେ ବିଚ…

ବୈଶିଙ୍ଗାରେ ଛାତିଥରା ହତ୍ୟାକାଣ୍ଡ, ଶୋଇଥିବା ବେଳେ ମହିଳାଙ୍କ ତଣ୍ଟି ଚିପି ହତ୍ୟା

ବୈଶିଙ୍ଗା,୨୧।୫(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଗଣେଶ୍ବରପୁର ଗ୍ରାମରେ ଏକ ଛାତିଥରା ହତ୍ୟାକାଣ୍ଡ ହୋଇଛି । ବୁଧବାର ରାତିରେ ଜନୈକା ୫୦ ବର୍ଷିୟା ମହିଳାଙ୍କୁ…

ବିଲକୁ ଯାଇଥିବା ବେଳେ ବଜ୍ରପାତରେ ଯୁବକ ମୃତ, ଜଳି ଯାଇଥିଲା ପିଠି

ବୈଶିଙ୍ଗା,୨୦।୫(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ତଥା ବଡ଼ସାହି ବ୍ଲକ ଅନ୍ତର୍ଗତ ମାନଗୋବିନ୍ଦପୁର ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ବଜ୍ରପାତ ଯୋଗୁଁ ଜଣେ ଚାଷୀଙ୍କ ବିଲରେ ମୃତ୍ୟୁ…

ନ୍ୟାୟ ମାଗିବାକୁ ଥାନାକୁ ଯାଇଥିଲେ ନାବାଳିକା; ଥାନା ଅଧିକାରୀଙ୍କ ଧମକରେ ଅଚେତ ହୋଇଗଲେ, ତାପରେ…

ବାରିପଦା/ମୋରଡ଼ା,୧୮।୫ (ନୀଳାଦ୍ରି ବିହାରୀ ଦଣ୍ଡପାଟ/ସ୍ମାରକ ମାଜୀ): ମା’ବାପାଙ୍କ ସହିତ ଅଭିଯୋଗ ପତ୍ର ନେଇ ଥାନାକୁ ଯାଇଥିବା ଜଣେ ନାବାଳିକା ଥାନା ଅଧିକାରୀଙ୍କ ଧମକପୂର୍ଣ୍ଣ ବ୍ୟବହାରରେ ଚେତାଶୂନ୍ୟ ହୋଇ…

ସମ୍ପର୍କୀୟ ଭାଇ ଦେଲା ବିଶ୍ବାସରେ ବିଷ:୧୩ ବର୍ଷୀୟା ନାବାଳିକା ହେଲେ ୬ ମାସର ଗର୍ଭବତୀ, ଡାକ୍ତରୀ ପରୀକ୍ଷା ପରେ…

ବୈଶିଙ୍ଗା,୧୫।୫(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଅଞ୍ଚଳରେ ବଳାତ୍କାର ଶିକାର ଜନୈକା ୧୩ ବର୍ଷିୟା ନାବାଳିକା ୬ମାସର ଗର୍ଭବତୀ ହେବା ଘଟଣାରେ ସମ୍ପର୍କୀୟ ଭାଇକୁ ଗିରଫ କରିଛି…

ଯୁବତୀଙ୍କୁ ଦୁର୍ବ୍ୟବହାର ଉଦ୍ୟମ, ଯୁବକଙ୍କୁ ଗଛରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଗ୍ରାମବାସୀ

ଉଦଳା,୧୨ା୫(ସନ୍ତୋଷ କୁମାର ବାଚ୍ଛିନୀ): ରାତିରେ ଗ୍ରାମରେ ପଶି ଯୁବତୀଙ୍କୁ ଦୁର୍ବ୍ୟବହାର ଉଦ୍ୟମ କରିବା ପଡିଲା ମହଙ୍ଗା। ଯୁବକଙ୍କୁ ଗଛରେ ବାନ୍ଧି ଗ୍ରାମବାସୀ ଦେଲେ ଉତ୍ତମ ମଧ୍ୟମ। ଉଦଳା…

ଗୋତସ୍କରଙ୍କ ଗୁଳିମାଡ଼ ଘଟଣା, ପୋଖରୀ ଭିତରୁ ଡାକ୍ତରଙ୍କୁ ବାନ୍ଧିଲା ପୋଲିସ

ବୈଶିଙ୍ଗା,୮।୫(ରତନ ଦାଶ ): ମୟୂରଭଞ୍ଜ-ବାଲେଶ୍ୱର ସୀମାବର୍ତ୍ତୀ ବୈଶିଙ୍ଗା ଥାନା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଥିବା ଗୋମାଫିଆଙ୍କ ଗୁଳିମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିବା ସୂଚନା ମିଳିଛି…

ଗାଁରେ ପଶି ମହିଳାଙ୍କ ଉପରେ ଆକ୍ରମଣ କଲା ଭାଲୁ, ଆଖି ତାଡି….

ଉଦଳା,୭।୫(ସନ୍ତୋଷ କୁମାର ବାଚ୍ଛିନୀ): ଭାଲୁ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି । ଉଦଳା ବନାଞ୍ଚଳ କୁଶଳଦା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି । ଭାଲୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri