ଲୋକଙ୍କୁ ସେବା ଯୋଗାଇ ଆସ୍ଥା ଭାଜନ ହୁଅ- ରାଜସ୍ବ ମନ୍ତ୍ରୀ

ବାରିପଦା ଅଫିସ,୬।୮- ମୟୂରଭଞ୍ଜ ଜିଲାର ବାରିପଦା ତହସିଲକୁ ରାଜ୍ୟର ଏକ ଆଦର୍ଶ ତହସିଲରେ ପରିଣତ କରାଯିବ। ଏଥିଲାଗି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁଦାମ ମାରାଣ୍ଡି ମତବ୍ୟକ୍ତ କରିଛନ୍ତି। ସୋମବାର ସକାଳ ପ୍ରାୟ ୧୦ ଟା ବେଳେ ସେ ଅଚାନକ ଗସ୍ତ କରି ବାରିପଦା ତହସିଲ ପରିଦର୍ଶନ କରିଥିଲେ। ପ୍ରାୟ ଦେଢ଼ ଘଣ୍ଟା କାଳ ସେ କାର୍ଯ୍ୟାଳୟରେ ରହି ରାଜସ୍ବ ବିଭାଗ ଅଧୀନରେ ଥିବା ବିଭିନ୍ନ ଯୋଜନା ଓ କାର୍ଯ୍ୟର ସମୀକ୍ଷା କରିଥିଲେ। ତହସିଲ କାର୍ଯ୍ୟାଳୟ ଅଧୀନରେ ବିଭିନ୍ନ ସାର୍ଟିଫିକେଟ ପ୍ରଦାନ ଓ ଅନ୍ୟ କାର୍ଯ୍ୟ ବିଳମ୍ବିତ ହେଉଥିବାରୁ ମନ୍ତ୍ରୀ ଅସନ୍ତୋଷ ବ୍ୟକ୍ତ କରିଥିଲେ। ତହସିଲ କାର୍ଯ୍ୟାଳୟ କର୍ମଚାରୀଙ୍କ ସହିତ ଆଲୋଚନା ଅବସରରେ କୌଣସି ଜନସାଧାରଣ କାର୍ଯ୍ୟାଳୟ ଆସି ଯେପରି ସୁବିଧା ନ ପାଇ ଫେରି ନ ଯାଆନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ତାଗିଦ କରିଥିଲେ। ରାଜସ୍ବ ଆଦାୟ, ଜଙ୍ଗଲ ଜମି ପଟ୍ଟା ପ୍ରଦାନ, ସରକାରୀ ଜମିର ସୁରକ୍ଷା ଆଦି ଦିଗ ପ୍ରତି ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ତହସିଲ କାର୍ଯ୍ୟାଳୟରେ ଏକ ହେଲ୍ପ ଡେକ୍ସ ଖୋଲିବାକୁ ପରାମର୍ଶ ଦେଇଥିଲେ। କର୍ମଚାରୀମାନେ କଠିନ ପରିଶ୍ରମ କରି ଲୋକଙ୍କୁ ସେବା ଯୋଗାଇ ଦେଲେ ପ୍ରଶାସନ ଲୋକଙ୍କ ଆସ୍ଥା ଭାଜନ ହୋଇ ପାରିବ ବୋଲି ମନ୍ତ୍ରୀ ମାରାଣ୍ଡି କହିଥିଲେ। ପରେ ଗଣମାଧ୍ୟମକୁ ବିବୃତି ଦେଇ ମନ୍ତ୍ରୀ କହିଥିଲେ, ମୁଖ୍ୟମନ୍ତ୍ରୀ ରାଜ୍ୟର ଶାସନକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଫାଇବ-ଟି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ତହସିଲ ହେଉଛି ସବୁଠୁ ଗୁରୁତ୍ୱପୁର୍ଣ୍ଣ କାର୍ଯ୍ୟାଳୟ। ଏହି ଫାଇବ-ଟି କିଭଳି ଭାବେ କାର୍ଯ୍ୟକାରୀ ହେଉଛି ସେ ନେଇ ଜାଣିବାକୁ ସେ ଅଚାନକ ଗସ୍ତ କରିଥିଲେ। ଏଠାକାର କର୍ମଚାରୀ ଲୋକଙ୍କୁ ସେବା ଯୋଗାଇବାକୁ ପ୍ରାଥମିକତା ଦେବା ସକାଶେ ସେ ପରାମର୍ଶ ଦେଇଛନ୍ତି। ସମୀକ୍ଷା ବେଳେ କେତେକ କାର୍ଯ୍ୟକୁ ନେଇ ସେ ଅସନ୍ତୋଷ ବ୍ୟକ୍ତ କରି ବିଭିନ୍ନ ଯୋଜନା ତଥା କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଲିଖିତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିବା କହିଥିଲେ। ବାରିପଦା ସହର ଏକ ବିକାଶମୁଖୀ ସହର ଓ ଏହା ଉପକଣ୍ଠରେ ଥିବା ସରକାରୀ ଜମିକୁ କୌଣସି ବ୍ୟକ୍ତି ବିଶେଷ ଯେଭଳି ଜବରଦଖଲ କରି ନ ପାରିବେ ତାହା ଉପରେ ନଜର ରଖାଯିବ। ଜମି ଅଭାବ ଲାଗି କୌଣସି ସରକାରୀ ସଂସ୍ଥା ପ୍ରତିଷ୍ଠା ନ ହେଉ ସେ ପରିସ୍ଥିତି ସୃଷ୍ଟି ନ ହେବା ଦରକାର। ସହରର ଗରିବ ଲୋକଙ୍କୁ ବସୁନ୍ଧରା ଯୋଜନାରେ ଜମି ପ୍ରଦାନ କରିବା କାର୍ଯ୍ୟକ୍ରମକୁ ତ୍ୱରାନ୍ବିତ କରାଯିବ। ମନ୍ତ୍ରୀ ମାରାଣ୍ଡିଙ୍କ ସମୀକ୍ଷା ବେଳେ ରାଜ୍ୟ ବିଜେଡିର ବରିଷ୍ଠ ନେତା ସୁନିଲ କୁମାର ଦାଶ ଉପସ୍ଥିତ ଥିଲେ। ତେବେ ସୋମବାର ଅଭିଯୋଗ ଶୁଣାଣି ଥିବାରୁ ତହସିଲଦାର କାର୍ଯ୍ୟାଳୟରେ ଉପସ୍ଥିତ ନ ଥିଲେ। ସମୀକ୍ଷା ବେଳେ ଅତିରିକ୍ତ ତହସିଲଦାର ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ପ୍ରାର୍ଥୀ ଚୟନକୁ ନେଇ ଛିଡୁନି ଅଙ୍କ

ବାଙ୍ଗିରିପୋଷି,୧୭ା୪(ସଞ୍ଜୟ କୁମାର ଅଗ୍ରୱାଲା):ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀ ପାଇଁ କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି। କଂଗ୍ରେସର ବିଭିନ୍ନ ପଦ ପଦବୀରେ ରହି ୩୦...

କେନ୍ଦ୍ରମନ୍ତ୍ରୀଙ୍କୁ ଟିକେଟ୍‌ ଦେଲାନି ଭାଜପା: ପଛରେ ରହିଛି ଏଭଳି କାରଣ

ବାରିପଦା,୧୭ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ):ବିବାଦୀୟ ମନ୍ତବ୍ୟ, ଅଶୋଭନୀୟ ଆଚରଣ ସମେତ କାର୍ଯ୍ୟଦକ୍ଷତାର ମାପକାଠିକୁ ଆଧାରକରି ଭାଜପା ଚଳିତ ନିର୍ବାଚନରେ କେତେଜଣ ଏମ୍‌ପି ଏବଂ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରାର୍ଥୀ ତାଲିକାରୁ...

ପ୍ରଭାସଙ୍କ ଉପରେ ପୁଣି ଆସ୍ଥାପ୍ରକଟ କଲା କଂଗ୍ରେସ: କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ

ମୋରଡା,୧୫।୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲାର ଏକ ମାତ୍ର ଅଣସଂରକ୍ଷିତ ମୋରଡା ନିର୍ବାଚନମଣ୍ଡଳୀ ଆଗାମୀ ସାଧାରଣ ନିର୍ବାଚନକୁ ନେଇ ଚଳଚଞ୍ଚଳ ହୋଇଉଠିଛି l ପୂର୍ବରୁ ବିଜୁ ଜନତା...

ପଣା ସଂକ୍ରାନ୍ତିରେ ଜଗତେଶ୍ୱର-ମା’ ପାର୍ବତୀଙ୍କ ବିବାହ

ମୋରଡା,୧୪।୪(ସ୍ମାରକ ମାଜୀ)- ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ମୟୂରଭଞ୍ଜ ଜିଲା ମୋରଡା ବ୍ଲକ କୋହି ଗ୍ରାମରେ ବାବା ଜଗତେଶ୍ୱରଙ୍କ ପ୍ରସିଦ୍ଧ ଝାମୁ ଯାତ୍ରା...

ଯାହାଙ୍କ ନାଁରେ ଅଭିଯୋଗ ତାଙ୍କୁ ତଦନ୍ତ ଦାୟିତ୍ୱ

ବାରିପଦା,୧୪ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନ ବାରିପଦା ଉପ ନିବନ୍ଧ ଡିଭିଜନର ଲ୍ୟାମ୍ପ୍‌ସରେ କାର୍ଯ୍ୟରତ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ(ଏମ୍‌ଡି)ମାନଙ୍କ ପଦୋନ୍ନତିରେ ବ୍ୟାପକ...

ହାତୀ ଉପରେ ନଜର ରଖୁନି ବନ ବିଭାଗ: ଛୁଆହାତୀର ମୃତ୍ୟୁ

ମୋରଡ଼ା,୧୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜରେ ବର୍ଷ ତମାମ ହାତୀ ଉପଦ୍ରବ ଜାରି ରହିଥିବା ବେଳେ ବନ ବିଭାଗ ମଧ୍ୟ ହାତୀ ଉପରେ ସଠିକ୍‌...

ସୁଯୋଗ ଅପେକ୍ଷାରେ କଂଗ୍ରେସ

ବାରିପଦା,୧୧ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)୨୦୨୪ ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ରାଜନୀତି ସେତେ ସରଗରମ ହେବାରେ ଲାଗିଛି। ଦୁଇ ପ୍ରମୁଖ ରାଜନୈତିକ ଦଳ...

ଜେଏମ୍‌ଏମ୍‌ରେ ସାମିଲ ହେଲେ କୃଷ୍ଣଚନ୍ଦ୍ର

ମୋରଡ଼ା,୧୦ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀର ବରିଷ୍ଠ ନେତା କୃଷ୍ଣଚନ୍ଦ୍ର ବୁଧବାର ବିଧିବଦ୍ଧ ଭାବେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାରେ ମିଶିଛନ୍ତି l ଆଜି ରାଇରଙ୍ଗପୁରସ୍ଥିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri