ଆମ ଜିଲା ଖବର

ଶ୍ରାବଣରେ ବି ବର୍ଷା ନାହିଁ: ଆଗେଇ ପାରୁନି ଚାଷ

ଦେଓଗାଁ, ୨୧ା୭(ଡି.ଏନ.ଏ.) ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକରେ ଚଳିତ ବର୍ଷ ଖରିଫ ଧାନ ଚାଷ ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି। ଅସ୍ବାଭାବିକ ବର୍ଷା ଯୋଗୁ ବୁଣାଧାନ ବେଉଷୁଣ ହୋଇ ପାରିନାହିଁ। ଅପରପକ୍ଷରେ ଜୁନ ଓ ଜୁଲାଇ ମାସରେ ସ୍ବଳ୍ପ ବୃଷ୍ଟିପାତ ପରେ…

କେନାଲ କାମକୁ ନେଇ ୨ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା: କାମ ବନ୍ଦ କରାଇଲେ କ୍ଷତିଗ୍ରସ୍ତ

ଛେଣ୍ଡିପଦା,୨୧ା୭(ଡି.ଏନ.ଏ.) – ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ବାଗେଡିଆ ସଜରାସାହିରୁ ପୁରୁଣାଗଡ ଲମ୍ବିଥିବା ବାଲିବନ୍ଧ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କେନାଲ କାମକୁ ନେଇ ଶନିବାର ଉତ୍ତେଜନା ଦେଖାଦେଇଛି। ପ୍ରକଳ୍ପ ବେଳେ କ୍ଷତିଗ୍ରସ୍ତ ହୋଇଥିବା ବାଗେଡିଆ ଗ୍ରାମର ଲୋକେ ଏହାକୁ ବିରୋଧ କରି…

ବଜାଜ୍‌ ପ୍ଲାଟିନା ଏଚ୍‌ ଗିଅରର ବଜାର ପ୍ରବେଶ

କାମାକ୍ଷାନଗର, ୨୧।୭(ଡି.ଏନ୍‌.ଏ.) – ଢେଙ୍କାନାଳ ଜିଲା କାମାକ୍ଷାନଗର ଶ୍ରୀକୃଷ୍ଣ ଅଟୋ ପକ୍ଷରୁ ଶୁକ୍ରବାର ବଜାଜ ଅଟୋ କମ୍ପାନୀର ନୂତନ ମଡେଲ ବାଇକ୍‌ ‘ବଜାଜ ପ୍ଲାଟିନା ଏଚ୍‌ ଗିଅର’ ବଜାର ପ୍ରବେଶ ହୋଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସେଲ୍ସ ମ୍ୟାନେଜର ରତନ…

ନୟାଗଡ଼ରେ ପୋଷ୍ଟାଲ ଡିଭିଜନ ଦାବି କଲା ବରିଷ୍ଠ ନାଗରିକ କଲ୍ୟାଣ ଟ୍ରଷ୍ଟ

ନୟାଗଡ଼ ଅଫିସ,୨୧।୭-ନୟାଗଡ଼ ବରିଷ୍ଠ ନାଗରିକ କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ନୟାଗଡ଼ରେ ପୋଷ୍ଟାଲ ଡିଭିଜନ ଖୋଲିବା ପାଇଁ ଦାବି କରାଯାଇଛି। ନୟାଗଡ଼ରେ ମୁଖ୍ୟ ଡାକଘର ଥିବା ସହିତ ସେଠାରେ ଆବଶ୍ୟକୀୟ ଭିତ୍ତିଭୂମି ଥିବାରୁ ପୋଷ୍ଟାଲ ଡିଭିଜନ କାର୍ଯ୍ୟାଳୟ ସ୍ଥାପନ ପାଇଁ ଟ୍ରଷ୍ଟ ଦାବି…

ମହାନଦୀ କୂଳର ମୃତ୍ତିକା କ୍ଷୟ ରୋକିବା ଚିନ୍ତା: ମଣିଭଦ୍ରାଠାରେ ପଥର ବୁରୁଜ କାର୍ଯ୍ୟ ନିମ୍ନମାନର, ମାଟି ଗଦା ଉପରେ ହେଉଛି ନିର୍ମାଣ

ଗଣିଆ,୨୧ା୭ (ଡି.ଏନ.ଏ.): ମହାନଦୀ ପ୍ରଖର ଜଳସ୍ରୋତକୁ ମନ୍ଥର କରିବା ଓ କୂଳର ମୃତ୍ତିକା ଅବକ୍ଷୟ ରୋକିବା ପାଇଁ ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗ ତରଫରୁ ନୟାଗଡ଼ ଜିଲା ଗଣିଆ ବ୍ଲକ ମହାନଦୀର ଦକ୍ଷିଣପାର୍ଶ୍ୱ କୂଳ ମଣିଭଦ୍ରାଠାରେ ୪ଟି ପଥର ବୁରୁଜ…

ମୂଷା ଭୟ: ଝିଅ ଶବ ଜଗିବସିଲେ ମା’

ଅନୁଗୋଳ ଅଫିସ, ୨୧।୭ – ଅନୁଗୋଳ ମେଡିକାଲ ଶବ ବ୍ୟବଚ୍ଛେଦ ଗୃହରୁ ଜଣେ ଶିଶୁକନ୍ୟାର ଦୁଇ ଆଖି ଗାଏବ ଅଭିଯୋଗ ଅନ୍ୟ ମୃତକଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି କରିଛି। ଏହାର ଉଦାହରଣ ଶୁକ୍ରବାର ରାତିରେ ହିଁ ଦେଖିବାକୁ…

ଏନ୍‌ଟିପିସି ମୁଖ୍ୟ ମହାପ୍ରବନ୍ଧକଙ୍କ ପଦୋନ୍ନତି

ତାଳଚେର, ୨୧ା୭(ନି.ପ୍ର.) – କଣିହାଁ ସ୍ଥିତ ଏନ୍‌ଟିପିସିର ମୁଖ୍ୟ ମହାପ୍ରବନ୍ଧକ ରମେଶବାବୁ ଭିଙ୍କ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଇଡି) ଭାବେ ପଦୋନ୍ନତି ହୋଇଛି। ଗତ ୧୭ରେ ସେ ନୂତନ ଦାୟିତ୍ୱ ଗ୍ରହଣ କରିଛନ୍ତି । ଗତ ମାର୍ଚ୍ଚ ୨୦ରେ ସେ କଣିହାଁ ପ୍ରକଳ୍ପରେ…

ପୌର ପରିଷଦରେ ବ୍ୟାପକ ଦୁର୍ନୀତି ଅଭିଯୋଗ : ଉନ୍ନତିରେ ଖର୍ଚ୍ଚ ହେଉନି ଅର୍ଥ

ତାଳଚେର, ୨୧ା୭ (ନି.ପ୍ର.) – ତାଳଚେର ପୌର ପରିଷଦରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ କରିଛି ଯୁବ ସମାଜସେବୀ ସଂଗଠନ। ଗୁରୁବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସଂଗଠନର ସଭାପତି ସ୍ବାଧୀନ ଥମ୍ବ ଅଭିଯୋଗ କରିଛନ୍ତି, ପୌର ପରିଷଦକୁ ଆସୁଥିବା ବିଭିନ୍ନ…

୧୩୬ ଛାତ୍ରଙ୍କୁ ପଢ଼ାଉଛନ୍ତି ଜଣେ ଶିକ୍ଷକ

ଚନ୍ଦ୍ରଗିରି,୨୧ା୭(ଡି.ଏନ୍‌.ଏ.)-‘ସଭିଏଁ ପଢନ୍ତୁ, ସଭିଏଁ ବଢନ୍ତୁ’ ନାରାଦେଇ ସରକାର ସମସ୍ତଙ୍କ ପାଖରେ ଶିକ୍ଷା ବ୍ୟବସ୍ଥା ପହଞ୍ଚାଇବାକୁ ବହୁ ଯୋଜନା କରୁଛନ୍ତି। ଛାତ୍ରୀଛାତ୍ରଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବାକୁ ମଧ୍ୟାହ୍ନଭୋଜନ, ମାଗଣାରେ ପାଠ୍ୟପୁସ୍ତକ, ପୋଷାକ, ସାଇକେଲ ଆଦି ବିଭିନ୍ନ ଯୋଜନା କରିଛନ୍ତି। ମାତ୍ର ବିଭିନ୍ନ…

ବିଇଓଙ୍କ ବଦଳି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଶେରଗଡ,୨୧ା୭(ଡି.ଏନ.ଏ.)-ଶେରଗଡ ବ୍ଲକ ମିଳିତ ଶିକ୍ଷକ ସଂଘର ଏକ ବୈଠକ ଶନିବାର ସ୍ଥାନୀୟ ଜୟଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଇଓ ଭାସ୍କର ଲେଙ୍କା ଛଦ୍ମବେଶରେ ବିଦ୍ୟାଳୟ ପରିଦର୍ଶନ କରି ଶିକ୍ଷକଙ୍କୁ ହଇରାଣ କରୁଥିବାରୁ ତୁରନ୍ତ ତାଙ୍କୁ ଜିଲା ବାହାରକୁ ବଦଳି…

ଶିକ୍ଷା ସମୀକ୍ଷା ବୈଠକ: ପ୍ରତି ସ୍କୁଲରେ ନ୍ୟୁଟ୍ରିସନ ଗାର୍ଡେନ ବାଧ୍ୟତାମୂଳକ

ଛତ୍ରପୁର,୨୧ା୭(ଡି.ଏନ.ଏ.)-ଗଞ୍ଜାମ ଜିଲା ଶିକ୍ଷା ସମ୍ବନ୍ଧୀୟ ସମୀକ୍ଷା ବୈଠକ ଶନିବାର ଛତ୍ରପୁରସ୍ଥିତ ସର୍ବଶିକ୍ଷା ଅଭିଯାନ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଥିଲେ। ସ୍କୁଲଗୁଡିକରେ ପାଇଖାନା, ପାନୀୟ ଜଳ, ପ୍ରଧାନଶିକ୍ଷକ ରୁମ୍‌ ନିହାତି ଆବଶ୍ୟକ।…

୫ ବାତ୍ୟା ନିରୋଧକ ଘର ସିଲ୍‌ କଲା ପ୍ରଶାସନ

ଚିକିଟି,୨୧ା୭(ଡି.ଏନ.ଏ.)-ଚିକିଟି ବ୍ଲକ୍‌ରେ କତୁରୁ ପଞ୍ଚାୟତର ଚନ୍ଦନବାଡ ଓ ସୋରଳ ପଞ୍ଚାୟତର ସୋରଳ ଗଁାରେ ଜିଲା ପ୍ରଶାସନ ଓ ବ୍ଲକ୍‌ ପ୍ରଶାସନ ମିଳିତ ଆନୁକୂଲ୍ୟରେ ଗତ ଗୁରୁବାର ପୃଥକ୍‌ ଭାବେ ଏକ ଆଲୋଚନା ସଭା ହୋଇଥିଲା। ଏଥିରେ ଅତିରିକ୍ତ ଜିଲାପାଳ ଲକ୍ଷ୍ମୀକାନ୍ତ ସେଠୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?