ଝିଅର ଚିକିତ୍ସା ପାଇଁ ଅସହାୟ ମା’ ବାପା

ଖଇରା, ୧୩।୮(ଉତ୍କଳବନ୍ଧୁ ପଣ୍ଡା)-ଆଖିରେ ଆଖିଏ ସ୍ବପ୍ନ ା ଅନ୍ୟ ସାଙ୍ଗମାନଙ୍କ ଭଳି ବହି ବସ୍ତାନି ଧରି ସ୍କୁଲ ଯିବାକୁ ଇଚ୍ଛା ା ହେଲେ ଆଖି ୨ଟି ତାଙ୍କର ସବୁ ଆଶାରେ ବାଧକ ସାଜିଛି। ଦୃଷ୍ଟିହୀନତା ତାଙ୍କ ଚଲାପଥରେ କଣ୍ଟା ହୋଇ ଛିଡା ହୋଇଛି ା ସବୁକିଛି କରିବାର ଆକାଂକ୍ଷାକୁ ମନରେ ଚାପି ଯନ୍ତ୍ରଣାରେ ଛଟପଟ ହେଉଥିବା ୧୩ ବର୍ଷର ଝିଅ ହେଲେ ବାଲେଶ୍ୱର ଜିଲା ଖଇରା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଚାନ୍ଦଗୋଛି ଗ୍ରାମର ସବିତା ବେହେରା। ମା’ କନକଲତା ବେହେରା ଓ ବାପା ଚକ୍ରଧର ବେହେରାଙ୍କର ସେ ଏକମାତ୍ର ଝିଅ।
୨୦୦୭ ମାର୍ଚ୍ଚ ୩୦ତାରିଖରେ ଜନ୍ମ ହେବାର ୨ଦିନ ମଧ୍ୟରେ ସବିତା ଆଖି ମିଟି ମିଟି କରିବା ମା’ବାପାଙ୍କୁ ଅଡୁଆ ଲାଗିଥିଲା ା ବାଲେଶ୍ୱର ହସି୍‌ଟାଲରେ ଚକ୍ଷୁ ବିଶେଷଜ୍ଞଙ୍କୁ ଦେଖାଇବା ପରେ ଝିଅଟି ଦୃଷ୍ଟିଶକ୍ତି ହରାଇଥିବା କହିଥିଲେ। ଏକଥା ଶୁଣିବା ପରେ ଚକ୍ରଧରଙ୍କ ମାଟିତଳୁ ଗୋଡ ଖସିଯିବା ଭଳି ଲାଗିଥିଲା। ରୋଟାରୀ କ୍ଲବ ମାଧ୍ୟମରେ ୮୦ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରି ମା’ ବାପା ଝିଅର ଅସ୍ତ୍ରୋପଚାର କରାଇଥିଲେ। ଆଖିରେ ଚଷମା ଲଗାଇ ସେ ସବୁ ଜିନିଷ ଦେଖିପାରୁଥିଲେ। ପ୍ରଥମେ ଶ୍ରୀ ଗଣେଶ ଶିଶୁ ମନ୍ଦିର ଓ ପରେ ଝାଟିଆ ପ୍ରାଥମିକ ବିଦ୍ୟାଳୟରେ ଅନ୍ୟ ପିଲାଙ୍କ ସହ ମିଶି ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ସବିତା ପାଠ ପଢିଲେ। ଏହାପରେ ପୁଣି ଦୃଷ୍ଟିଶକ୍ତି ଧୀରେ ଧୀରେ କମିବାରେ ଲାଗିଲା। କିଛି ଦିନ ମଧ୍ୟରେ ଆଖି ୨ଟି ସମ୍ପୂର୍ଣ୍ଣ ନିଷ୍କ୍ରିୟ ହୋଇଗଲା ା ଅନ୍ୟ ଗାଡିରେ ଡ୍ରାଇଭର ଭାବେ କାର୍ଯ୍ୟ କରି ଜୀବିକା ନିର୍ବାହ କରୁଥିବା ଚକ୍ରଧରଙ୍କ ଆର୍ଥତ୍କ ଚିନ୍ତା ପୁଣି ବଢିଲା। ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଝିଅକୁ ଦେଖାଇ ପୁଣି ଚିକିତ୍ସା ଆରମ୍ଭ କରାଗଲା। ଚିକିତ୍ସାରେ ୩ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଲେଣି ା ତଥାପି ତାଙ୍କର ଦୃଷ୍ଟିଶକ୍ତି ସମ୍ପୂର୍ଣ୍ଣ ଫେରିପାରୁନାହିଁ ା ଡାକ୍ତର କହୁଛନ୍ତି ବଡ ଧରଣର ଅସ୍ତ୍ରୋପଚାର ପାଇଁ ଆହୁରି ୮୦ହଜାର ଦରକାର। ଏଭଳି ଅର୍ଥ ଚିନ୍ତାରେ ମା’ ବାପା ଖାଇବା ପିଇବା ଭୁଲିଗଲେଣି ା ଶହେ ପ୍ରତିଶତ ଦିବ୍ୟାଙ୍ଗ ପ୍ରମାଣପତ୍ର ଥାଇ ବି ତାଙ୍କୁ ଭତ୍ତା କି ଇନ୍ଦିରା ଆବାସ ମିଳିପାରୁନାହିଁ ା ସେପଟେ ଭୁବନେଶ୍ୱରରେ ଅନ୍ଧପିଲାଙ୍କ ପାଇଁ ସ୍ବତନ୍ତ୍ର ସ୍କୁଲ ଥିବା କଥା ଚକ୍ରଧର ଶୁଣିଥିବା ଏବଂ ଝିଅକୁ ସେଠାରେ ପଢାଇବାକୁ ଇଚ୍ଛା ଥିଲେ ବି କେମିତି ସେଠାକୁ ଯିବେ ସାହସ ଜୁଟାଇ ପାରୁନାହାନ୍ତି ା ଭତ୍ତା ସମ୍ପର୍କରେ ବିଭାଗୀୟ ଅଧିକାରୀ ଚନ୍ଦ୍ରକାନ୍ତ ଭଲ୍ଲୁକଙ୍କୁ ଯୋଗାଯୋଗ କରିବାରେ ଛୁଟି ପରେ ସେ ଅନୁଧ୍ୟାନ କରିବେ ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ସରପଞ୍ଚରୁ ବିଧାୟିକା ପ୍ରାର୍ଥୀ

ବାଲେଶ୍ୱର,୨୧।୪(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲାର ଦୁଇଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଘୋଷଣା କରିଛି। ରେମୁଣା ବିଧାନସଭା କ୍ଷେତ୍ରରୁ ବିଦ୍ୟାସ୍ମିତା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri