ମୟୂରଭଞ୍ଜ ସାହିତ୍ୟ ପରିଷଦର କବିତା ପାଠୋତ୍ସବ

ବାରିପଦା ଅଫିସ,୧୩ା୮- ମୟୂରଭଞ୍ଜ ସାହିତ୍ୟ ପରିଷଦ ତରଫରୁ ସମ୍ବିଧାନର ୩୭୦ ଧାରା ଉଚ୍ଛେଦ ବିଷୟ ସମ୍ପର୍କିତ ଏକ ମନୋଜ୍ଞ କବିତା ପାଠୋତ୍ସବ ମହର୍ଷି ପବ୍ଲ୍‌ିକ ସ୍କୁଲ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ପରିଷଦର ସଭାପତି ପଦ୍ମନାଭ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ସିଟିଜେନ ଫେରାମର ଆବାହକ ପୂର୍ଣ୍ଣଚନ୍ଦ୍ର ବୁଗୁଡେଇ ମୁଖ୍ୟଅତିଥି ଭାବେ ଯୋଗଦେଇ ଅଖଣ୍ଡ ଭାରତର ରୂପରେଖ ତଥା ଗାରିମାର କଥା ବଖାଣିଥିଲେ। ସମ୍ମାନିତ ଅତିଥି ଭାବେ ଆଇନଜୀବୀ କୃଷ୍ଣଚନ୍ଦ୍ର ଶତପଥୀ, କବି ବୃନ୍ଦାବନ ଦାଶ, ମୟୂରଭଞ୍ଜ ପୁସ୍ତକ ମେଳା କମିଟିର କୋଷାଧ୍ୟକ୍ଷ କୈବଲ୍ୟ ପ୍ରସାଦ ମହାପାତ୍ର ଏବଂ କବି ଶଙ୍କର ଜେନା ଯୋଗଦେଇ ସାଂପ୍ରତିକ ପରିସ୍ଥିତିରେ ଅଖଣ୍ଡ ଭାରତର କାର୍ଯ୍ୟକାରିତା ଉପରେ ଆଲୋଚନା କରିଥିଲେ। କବି ଶିଉଲାଲ ମହାନ୍ତି ଅତିଥିମାନଙ୍କୁ ମଞ୍ଚକୁ ଆହ୍ବାନ କରିଥିବା ବେଳେ ଉପସଭାପତି କାବେରୀ ମିଶ୍ର କାର୍ଯ୍ୟକ୍ରମର ଅଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। କବିୟିତ୍ରୀ ବାସନ୍ତୀଲତା ମହାପାତ୍ର ଏବଂ କବି ଅଜୟ ପାଲଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠୋତ୍ସବରେ ଅଜିତ ପାଣିଗ୍ରାହୀ, ଅଜିତ କୁମାର କବାଟ, ବୃନ୍ଦାବନ ଦାଶ, ନୂତନ କୁମାର ବେହେରା, ସତୀଶ ଚନ୍ଦ୍ର ବେହେରା, ସମରେନ୍ଦ୍ର ବଶା, ବୀଣାପାଣି ପଣ୍ଡା, ତିମିର ଘୋଷ, ଡ.ଦୀନବନ୍ଧୁ ଭଞ୍ଜ, ଦୀପକ ଶତପଥୀ, ଜୟନ୍ତ କୁମାର ଦ୍ୱାରୀ ପ୍ରମୁଖ କବିତା ପାଠ କରିଥିଲେ। ହିମାଂଶୁ ଶେଖର ଦାସ, ବିମ୍ବାଧର ପାତ୍ର, ନରସିଂହ ବାରିକ, ଅଶୋକ କୁମାର କର, ଲିପିକା ଦାଶ, ଅମିତାଭ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ଅନୁଷ୍ଠାନର ପୂର୍ବତନ ସମ୍ପାଦକ ମନୋଜ ଦଳବେହେରା ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାଛ ଧରୁଥିବା ବେଳେ ଗୋଡ଼ ଖସିଯିବାରୁ ପ୍ରଖର ସ୍ରୋତରେ ଭାସିଯାଇଥିଲେ, ଚାଲିଗଲା ଯୁବ ଅଧ୍ୟାପକଙ୍କ ଜୀବନ

ବୈଶିଙ୍ଗା,୧୫|୮(ରତନ ଦାଶ): ମୟୂରଭଞ୍ଜ ଓ ବାଲେଶ୍ଵର ଜିଲା ସୀମାନ୍ତ ବୁଢ଼ାବଳଙ୍ଗ ନଦୀର ଏକ ନାଳରେ ଶନିବାର ଦିନ ୧୦ଟା ସମୟରେ ମାଛ ଧରୁଥିବା ବେଳେ ପାଣିର ପ୍ରଖର…

ବୈଶିଙ୍ଗା-ରୁପ୍‌ସା ମୁଖ୍ୟ ରାସ୍ତାରେ ଚଳାଚଳ ବନ୍ଦ

ବୈଶିଙ୍ଗା,୧୩ା୮(ରତନ ଦାଶ): ମୟୂରଭଞ୍ଜ ଜିଲାର ବେତନଟୀ ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ବୁଧବାରଠାରୁ ମୂଷଳ ଧାରାରେ ଲଘୁଚାପ ବର୍ଷା ଲାଗି ରହିଥିବାରୁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଜୀବନ…

ବିଡ଼ିଓର ପରିଚୟ କଲେ ଫୋନ୍‌, କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ଲୁଟିନେଲେ ଟଙ୍କା

ଉଦଳା, ୧୩।୮ (ସନ୍ତୋଷ ବାଛିନୀ): ନିଜକୁ ବିଡ଼ିଓର ପରିଚୟ ଦେଲେ ଆଉ କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ପ୍ରିନ୍ସିପାଲଙ୍କ ନିକଟରୁ ଟଙ୍କା ଲୁଟିନେଲେ ସାଇବର…

ପ୍ରବଳ ବର୍ଷା: ଏହି ଜିଲାରେ ସମସ୍ତ ସ୍କୁଲ ବନ୍ଦ

ବାରିପଦା,୧୩।୮(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ଗତ ରାତିରୁ ଆରମ୍ଭ ହୋଇ ଏପର୍ଯ୍ୟନ୍ତ ଜାରି ରହିଥିବା ଭାରି ବର୍ଷାକୁ ନେଇ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ନିର୍ଦ୍ଦେଶକ୍ରମେ ଆଜି ଜିଲାର ସମସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri