ବାରିପଦାର ସୁବ୍ରତଙ୍କୁ ଜାତୀୟ ଯୁବ ପ୍ରତିଭା ସମ୍ମାନ

ବାରିପଦା ଅଫିସ,୧୩ା୮- ମୟୁରଭଞ୍ଜ ଜିଲା ବାରିପଦାସ୍ଥିତ ତକତପୁର ଅଞ୍ଚଳର ସୁବ୍ରତ କୁମାର ଦାସ ୨୦୧୬-୧୭ ବର୍ଷର ଜାତୀୟ ‘ଯୁବ ପ୍ରତିଭା ସମ୍ମାନ’ ଲାଭ କରିଛନ୍ତି। ସୋମବାର ଆନ୍ତର୍ଜାତିକ ଯୁବ ଦିବସ ପାଳନ ଅବସରରେ ନୂଆଦିଲ୍ଲୀଠାରେ ଆୟୋଜିତ ଯୁବ ପ୍ରତିଭା ସମ୍ବର୍ଦ୍ଧନା ସଭାରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି। ମୟୂରଭଞ୍ଜ ଜିଲାରେ ପ୍ରଥମ ଯୁବକ ଭାବେ ସେ ଏହି ସମ୍ମାନ ଲାଭ କରି ଓଡ଼ିଶାର ଟେକ ବଢାଇଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି।
ସୁବ୍ରତ ପିଲାଦିନରୁ ସମାଜସେବା କ୍ଷେତ୍ରରେ କାମ କରିବାକୁ ଆଗ୍ରହ ରଖିଥିଲେ। କଲେଜରେ ପାଠ ପଢିବା ସମୟରେ ଜାତୀୟ ସେବା ଯୋଜନା(ଏନ୍‌ଏସ୍‌ଏସ୍‌) ସହିତ ଜଡିତ ହୋଇଥିଲେ। ସେ ଜାତୀୟ ସେବା ଯୋଜନାରେ କାର୍ଯ୍ୟକରି ପୂର୍ବରୁ ୨ ଥର ରାଜ୍ୟସ୍ତରରେ ପୁରସ୍କୃତ ହୋଇଥିଲେ। ଏଥିସହ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ପକ୍ଷରୁ ୩ଥର ଶ୍ରେଷ୍ଠ ସ୍ବେଚ୍ଛାସେବୀ ଭାବେ ପୁରସ୍କୃତ ହୋଇ ମୟୂରଭଞ୍ଜ ଜିଲା ପାଇଁ ଗୌରବ ଆଣିଥିଲେ। ଦୃଢ ଇଚ୍ଛା ଓ ବିଶ୍ବାସ ରଖି ସର୍ବଭାରତୀୟସ୍ତରରେ ୨୦ ଜଣ ଯୁବକ ଓ ୩ଟି ଅନୁଷ୍ଠାନ ମଧ୍ୟରୁ ଓଡ଼ିଶାରୁ ଏକ ମାତ୍ର ଯୁବକ ଭାବେ ସେ ଏହି ସମ୍ମାନ ପାଇଛନ୍ତି। ନୂଆଦିଲ୍ଲୀଠାରେ ଆୟୋଜିତ ଭବ୍ୟ ସମ୍ବର୍ଦ୍ଧନା ସଭାରେ କ୍ରୀଡା ଓ ଯୁବ ସେବା ବିଭାଗ ମନ୍ତ୍ରୀ କିରେନ ରିଜିଜୁ, ଜାତୀୟ ଯୁବ ସମ୍ପାଦିକା ଉପମା ଚୌଧୁରୀ, ଜାତୀୟ ଯୁବ ଯୁଗ୍ମ ସମ୍ପାଦକ ଅସିତ ସିଂ ଏବଂ ବିତ୍ତୀୟ ବିଭାଗ ସମ୍ପାଦକ କିରଣ ସୋନି ଗୁପ୍ତା ପ୍ରମୁଖ ଉପସ୍ଥିତ ରହି ସୁବ୍ରତଙ୍କ ସମେତ ୨୩ ଜଣଙ୍କୁ ରାଷ୍ଟ୍ରୀୟ ଯୁବ ପ୍ରତିଭା ଭାବେ ସମ୍ମାନିତ କରିଥିଲେ। ପରେ ସୁବ୍ରତ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଏହି ସମ୍ମାନ ଆଗକୁ ଜନସେବା କରିବା ଲାଗି ତାଙ୍କୁ ଉତ୍ସାହିତ କରିବ ।


Enter your email to get our daily news in your inbox.

All Right Reserved By Dharitri.Com

ମୟୂରଭଞ୍ଜ ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀ ସେବା ସମ୍ପୂର୍ଣ୍ଣ ଠପ: ଓମସାର କାର୍ଯ୍ୟବନ୍ଦ ଆନ୍ଦୋଳନ

ବାରିପଦା, ୧।୭ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ଓଡ଼ିଶା ମେଡିକାଲ ସର୍ଭିସେସ ଆସୋସିଏସନ (ଓମସା)ର କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ରାଜ୍ୟ ସମେତ ମୟୂରଭଞ୍ଜ ଜିଲା ମୁଖ୍ୟ ଚିକିତ୍ସାଳୟରେ  …

ସାନ ଭାଇ, ବାପାଙ୍କୁ କଟୁରିରେ ହାଣିଲେ ବଡ଼ ଭାଇ: ଜମିଜମା ବିବାଦରୁ ଘଟିଲା ରକ୍ତାକ୍ତ…

ଉଦଳା: ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅନ୍ତର୍ଗତ ଶିରାଥଳି ଗାଁରେ ଜମିଜମା ବିବାଦକୁ କେନ୍ଦ୍ର କରି ଏକ ଅଭାବନୀୟ ଘଟଣା ଘଟିଛି। ଜମି ବଣ୍ଟନକୁ ନେଇ ପରିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri