କଲମପୁର/ଭବାନୀପାଟଣା,୧୪।୮(ଡି.ଏନ.ଏ.): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କଣାସୁକୁଲି ଡଙ୍ଗାଘାଟରୁ ୧୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ଯାନ୍ତ୍ରିକ ତ୍ରୁଟି ଯୋଗୁ ଇନ୍ଦ୍ରାବତୀ ଜଳଭଣ୍ଡାର ମଝିରେ ଫସି ରହିଥିଲେ। ଡଙ୍ଗା ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଯାତ୍ରୀମାନେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ଖବର ଅନୁସାରେ, ମଙ୍ଗଳବାର ମାଳିଗାଁ ପଞ୍ଚାୟତ କଣାସୁକୁଲି ଡଙ୍ଗାଘାଟରୁ ତଲନାପି ପଞ୍ଚାୟତ ଲୁଟୁକୁଲି ଘାଟ ଅଭିମୁଖେ ଯାଉଥିବା ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଡଙ୍ଗା ଇନ୍ଦ୍ରାବତୀ ଜଳଭଣ୍ଡାର ମଝିରେ ଅଚଳ ହୋଇପଡିଥିଲା। ଫଳରେ ଦୀର୍ଘ ୨ ଘଣ୍ଟା ଧରି ୧୫ ଜଣ ଯାତ୍ରୀ ଫସି ରହିଥିଲେ। ଡଙ୍ଗା ଚାଳକ ଜୟ ଗଉଡ କୌଶଳକ୍ରମେ ଡଙ୍ଗାକୁ ଏକ ଟାପୁକୁ ନେଇଯାଇଥିଲେ। ଏହି ସମୟରେ ପାଖାପାଖି ୫ କି.ମି. ଦୂରରେ ଯାଉଥିବା ଏକ ଡଙ୍ଗାକୁ ଦେଖି ଜୟ ସଙ୍କେତ ଦେଇଥିଲେ। ଉକ୍ତ ଡଙ୍ଗା ସେଠାରେ ପହଞ୍ଚତ୍ବା ପରେ ଯାତ୍ରୀମାନେ ସେଥିରେ କୂଳକୁ ନେଇ ଆସିଥିଲେ। ଡଙ୍ଗାରେ ଗୋପୀନାଥପୁର ପଞ୍ଚାୟତ ଓ ମାଲିଗାଁ ପଞ୍ଚାୟତର ୪ ଜଣ ମହିଳାଙ୍କ ସମେତ ୧୧ ଜଣ ପୁରୁଷ ରହିଥିଲେ।
Posted inଆମ ଜିଲା ଖବର, କଳାହାଣ୍ଡି, ରାଜ୍ୟ View All
‘ଧରିତ୍ରୀ’ ପ୍ରଭାବ: ଜଳମଗ୍ନ ଅଞ୍ଚଳ ପରିଦର୍ଶନ କଲେ ଜିଲାପାଳ
ଛତ୍ରପୁର, ୨୪।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟନାୟକ): ଗଭୀର ଅବପାତଜନିତ ପ୍ରବଳ ବର୍ଷା ଯୋଗୁ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ତାମ୍ପରା ହ୍ରଦ ନିକଟସ୍ଥ ବ୍ୟାଙ୍କ କଲୋନୀର କେତେକ ଅଞ୍ଚଳ…
ଚାକିରି କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ: ଗିରଫ ହେଲେ କୁଣ୍ଡୁଳା ହାଇସ୍କୁଲ ପ୍ରଧାନଶିକ୍ଷକ
ପାଟଣା,୨୪।୯(ବୀର କିଶୋର ଦାଶ): ସରକାରୀ, ବେସରକାରୀ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ଆଶାୟୀଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ କରୁଥିଲେ ପ୍ରଧାନଶିକ୍ଷକ । ଏହି ଘଟଣାରେ କେନ୍ଦୁଝର ଜିଲା…
ଦୋକାନ ଭିତରକୁ ମାଡ଼ିଗଲା ମାଲବୋଝେଇ ଟ୍ରଲର: ବାଇକ-ସ୍କୁଟି ଉପରେ…
ଖୋର୍ଦ୍ଧା,୨୪।୯(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ସଦର ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଅଘଟଣ ଘଟିଛି। ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଦୋକାନ ଭିତରକୁ ମାଡ଼ିଯାଇଛି ମାଲବୋଝେଇ ଟ୍ରଲର। ଦୁର୍ଘଟଣାରେ…
ସମସ୍ୟା ନେଇ ଏନଏସି କାର୍ଯ୍ୟାଳୟ ଯାଇଥିଲେ ଯୁବଗୋଷ୍ଠୀ: କନିଷ୍ଠ ଯନ୍ତ୍ରୀଙ୍କ ଦୁର୍ବ୍ୟବହାର ଅଭିଯୋଗ
ଗଞ୍ଜାମ, ୨୪।୯ (ବିଦ୍ୟାଧର ସାହୁ):ଗଞ୍ଜାମ ଏନଏସିରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ମାନସ ଜେନା ସ୍ଥାନୀୟ ଲୋକଙ୍କ ସହ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଛି। ବାତ୍ୟା ପ୍ରଭାବରେ…
ଗାଁରେ ପଶିଲା ସମୁଦ୍ର ଜୁଆର: ଅପହଞ୍ଚ ସାନ୍ତାଳୀ ଗାଁ ପାଣିଖିଆରେ ଦୁଇଟି ଘାଇ
ମହାକାଳପଡ଼ା, ୨୪।୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ଅର୍ଣ୍ଣବର ପ୍ରଭାବରେ ସାମୁଦ୍ରିକ ଜୁଆର ମାଡ଼ି ଆସି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳର ଏକ…
ବାତ୍ୟା ଅର୍ଣ୍ଣବ ପ୍ରଭାବ: ପରିସ୍ଥିତିର ସମୀକ୍ଷା କରିବେ ବିଧାୟକ
କୋରାପୁଟ, ୨୪।୯ (ଅମିତାଭ ବେହେରା): ବାତ୍ୟା ଅର୍ଣ୍ଣବ ପ୍ରଭାବରେ କୋରାପୁଟ ଜିଲାରେ ଜାରି ରହିଛି ବର୍ଷା। ବୁଧବାର ସକାଳ ୮ଟାରୁ ଗୁରୁବାର ସକାଳ ୮ଟା ପର୍ଯ୍ୟନ୍ତ ୨୪…
୭୧ ଶିକ୍ଷୟିତ୍ରୀ-ଶିକ୍ଷକଙ୍କୁ ବରିଷ୍ଠ ପଦକୁ ପଦୋନ୍ନତି: ଛୁଟୁଛି ଅଭିନନ୍ଦନର ସୁଅ
କେସିଙ୍ଗା, ୨୩।୯(ତୁମେଶ୍ୱର ସାହୁ): କେସିଙ୍ଗା ବ୍ଲକରେ ୭୧ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ବରିଷ୍ଠ ଶିକ୍ଷକ ପଦକୁ ପଦୋନ୍ନତି ମିଳିଛି। ଓଡ଼ିଶା ସରକାରଙ୍କ ପ୍ରାଥମିକ ଶିକ୍ଷା ବିଭାଗର…
ନଟରାଜ ନୃତ୍ୟାୟନ ଉଦ୍ଘାଟିତ: ଓଡ଼ିଶୀ-ସମ୍ବଲପୁରୀ ନୃତ୍ୟର ପ୍ରଚାର ପ୍ରସାର ଉଦ୍ଦେଶ୍ୟ
ଭଞ୍ଜନଗର, ୨୪।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହର ବେଲଗୁଣ୍ଠା ରୋଡ୍ରେ ‘ନଟରାଜ ନୃତ୍ୟାୟନ’ ଉଦ୍ଘାଟିତ ହୋଇଯାଇଛି। ଜିଲାର ଜଣାଶୁଣା ଓଡ଼ିଶୀ ନୃତ୍ୟଶିଳ୍ପୀ ପ୍ରିୟଙ୍କା ପ୍ରିୟଦର୍ଶନୀ…

