ଆମ ଜିଲା ଖବର

ମାଓବାଦୀ କ୍ୟାମ୍ପରେ ପୋଲିସର ଚଢ଼ାଉ: ଦୁଇ ମାଓବାଦୀ ମୃତ, ବିପୁଳ ପରିମାଣରେ ସାମଗ୍ରୀ ଜବତ

ମାଲକାନଗିରି,୨୯।୭ (ସ୍ବ.ପ୍ର.): ଛତିଶଗଡ଼ର ସୁକ୍‌ମା ଜିଲା ନକ୍ସଲ ପ୍ରଭାବିତ କୋଣ୍ଟା ଥାନା ଅନ୍ତର୍ଗତ ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ଅସ୍ଥାୟୀ ମାଓବାଦୀ କ୍ୟାମ୍ପ ଉପରେ ସୋମବାର ସକାଳେ ପୋଲିସ ଚଢ଼ାଉ କରିଛି। ଘଟଣାସ୍ଥଳରେ ପୋଲିସ ଗୁଳିରେ ୨ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା…

ଗଣ୍ଠିଆପାଲିରେ ଅବାଧ ମଦ କାରବାର : ଜିଲାପାଳଙ୍କଠାରେ ଫେରାଦ ହେଲେ ସ୍ବୟଂ ସହାୟିକା ଗୋଷ୍ଠୀ ମହିଳା

ବରଗଡ଼ ଅଫିସ,୨୯।୭ : ବରଗଡ଼ ଜିଲା ଅମ୍ବାଭୋନା ଥାନା ଅନ୍ତର୍ଗତ ଗଣ୍ଠିଆପାଲି ଗ୍ରାମରେ ଅବାଧରେ ଚୋରାମଦ କାରବାର ଚାଲିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଗ୍ରାମର ୧୦ଟି ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଜିଲାପାଳ କାର୍ଯ୍ୟାଳୟକୁ ଆସି ଫେରାଦ ହୋଇଛନ୍ତି ଜିଲାପାଳ…

ଦ୍ୱିତୀୟ ସୋମବାର : ଆରଡ଼ିରେ ଜଳଲାଗି କଲେ ଲକ୍ଷାଧିକ କାଉଡ଼ିଆ

ଆରଡ଼ି,୨୯।୭(ଡି.ଏନ୍‌.ଏ.): ଭଦ୍ରକ ଜିଲା ଆରଡ଼ିର ପ୍ରସିଦ୍ଧ ବାବା ଆଖଣ୍ଡଳମଣିଙ୍କଠାରେ ଶ୍ରାବଣ ମାସର ୨ୟ ସୋମବାରରେ ଲକ୍ଷାଧିକ କାଉଡ଼ିଆ ଜଳଲାଗି କରିଥିବା ଜଣାପଡ଼ିଛି। ସୀମିତ ସ୍ଥାନରେ ଏତେ ସଂଖ୍ୟକ କାଉଡ଼ିଆଙ୍କ ଉପସ୍ଥିତି ଜିଲା ପ୍ରଶାସନ, ପୋଲିସ ତଥା ମନ୍ଦିର ପ୍ରଶାସନର ମୁଣ୍ଡବ୍ୟଥାର କାରଣ…

କଣିହାଁ ଏନ୍‌ଟିପିସିରେ କୋଇଲା ସଙ୍କଟ : ବନ୍ଦ ହେଲା ୩ ୟୁନିଟ୍‌

ତାଳଚେର,୨୯।୭(ନି.ପ୍ର.): ଅନୁଗୋଳ ଜିଲା ତାଳଚେରର କଣିହାଁସ୍ଥିତ ୩ ହଜାର ମେଗାୱାଟ୍‌ ବିଶିଷ୍ଟ ମହାରତ୍ନ କମ୍ପାନୀ ଏନ୍‌ଟିପିସି ବିଦ୍ୟୁତ ପ୍ରକଳ୍ପରେ ଘୋର କୋଇଲା ସଙ୍କଟ ଦେଖାଦେଇଛି। ଏବେ ଏନ୍‌ଟିପିସି ପାଖରେ ଅଧାଦିନର କୋଇଲା ମହଜୁଦ ରହିଛି। ଯାହା ବିଭାଗୀୟ କର୍ତ୍ତୃପକ୍ଷଙ୍କ ମୁଣ୍ଡବ୍ୟଥାକୁ ବଢ଼ାଇ…

ବନ୍ୟପ୍ରାଣୀ ଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ ମତ୍ସ୍ୟଜୀବୀ ସଂଘର ବିକ୍ଷୋଭ

ରାଜନଗର,୨୯।୭(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବନ୍ୟପ୍ରାଣୀ ଡିଭିଜନ କାର୍ଯ୍ୟାଳୟ(ଡିଏଫ୍‌ଓ) ସମ୍ମୁଖରେ ଅଖିଳ ଓଡ଼ିଶା ମତ୍ସ୍ୟ ଉତ୍ପାଦକ ମହାସଂଘ ପକ୍ଷରୁ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଗହୀର ମଥା ସାମୁଦ୍ରିକ ଅଭୟାରଣ୍ୟରେ ବେଆଇନ ମାଛ ଧରୁଥିବା ଟ୍ରଲରଗୁଡ଼ିକୁ ରାଜନଗର ବନ ବିଭାଗ ଜବତ…

ଲଗାଣବର୍ଷାରେ ବରଗଡ଼ – ଅମ୍ବାପାଲି ବିଚ୍ଛିନ୍ନ : ବଢୁଛି ଜିରାନଦୀ ଜଳସ୍ତର

ବରଗଡ଼ ଅଫିସ,୨୯।୭: ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ରବିବାର ବିଳମ୍ବିତ ରାତିରୁ ତୁହାକୁ ତୁହା ବର୍ଷା ଲାଗିରହିଛି । ସେହିପରି ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଛି। ଏଥିପାଇଁ ବରଗଡ଼ ସହର ଦେଇ ଯାଇଥିବା ଜିରାନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ତେବେ ଜିରାନଦୀର…

ନଦୀରେ ପଶି ସ୍କୁଲ ଯାଉଛନ୍ତି ପିଲା

ନୂଆପଡ଼ା ଅଫିସ/ସିନାପାଲି,୨୯।୭: ଗମନାଗମନ ଭଳି ମୌଳିକ ସୁବିଧାରୁ ଗ୍ରାମାଞ୍ଚଳର ଲୋକମାନଙ୍କୁ ବଞ୍ଚିତ କରାଯିବ ନାହିଁ ବୋଲି ସରକାର ଘୋଷଣା କରୁଛନ୍ତି। ହେଲେ ନୂଆପଡ଼ା ଜିଲାର ଉପାନ୍ତ ଖଇଁରପଦର ଗ୍ରାମ ପଞ୍ଚାୟତ ହଳଦୀମୁଣ୍ଡା ଗାଁ ଲୋକେ ଏଥିରୁ ବଞ୍ଚିତ ହୋଇଛନ୍ତି। ରାସ୍ତା ନ…

୮ବର୍ଷ ପରେ ମାଟିତଳୁ ମହିଳାଙ୍କ ଦେହାବଶେଷ ମିଳିବା ଘଟଣା : ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ୱର,୨୯।୭(ବ୍ୟୁରୋ) : ସମ୍ବଲପୁର ଜିଲା ନନ୍ଦପଡ଼ାର ଜୟଶ୍ରୀ ମିଶ୍ରଙ୍କ ମୃତ୍ୟୁ ରହସ୍ୟ ୮ବର୍ଷ ପରେ ଝିଅ ବିଜୟିନୀଙ୍କ ଯୋଗୁ ପଦାକୁ ଆସିଛି। ହତ୍ୟା ପରେ ଜୟଶ୍ରୀଙ୍କୁ ପୋତି ଦିଆଯାଇଥିବା ତଦନ୍ତରୁ ଜଣାପଡ଼ିବା ପରେ ତାଙ୍କ ଦେହାବଶେଷ ଉଦ୍ଧାର କରାଯାଇ ହତ୍ୟା ଅଭିଯୁକ୍ତ…

ଅଗଷ୍ଟ ୧ରୁ ଖୋଲିବ ଭିତରକନିକା

ରାଜନଗର, ୨୯ା୭(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକରେ ଥିବା ଭିତରକନିକା ଜାତୀୟ ଉଦ୍ୟାନ ଅଗଷ୍ଟ ୧ ତାରିଖ ଠାରୁ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ଖୋଲିବ। କୁମ୍ଭୀର ପ୍ରଜନନ ଋତୁ ପାଇଁ ଏହି ଜାତୀୟ ଉଦ୍ୟାନ ମେ ୧ ତାରିଖରୁ ଜୁଲାଇ…

ମାଓବାଦୀ ଅଞ୍ଚଳରେ ଉଦାହରଣ ପାଲଟିଛନ୍ତି ସ୍ବାସ୍ଥ୍ୟକର୍ମୀ ପୁଷ୍ପା

ମାଲକାନଗିରି,୨୯ା୭(ଡି.ଏନ.ଏ.)- ଦୀର୍ଘ ୧୧ ବର୍ଷ ଧରି ମାଓବାଦୀ ଅଞ୍ଚଳରେ ଲୋକଙ୍କ ସେବାରେ ଲାଗିଛନ୍ତି ଜଣେ ମହିଳା ସ୍ବାସ୍ଥ୍ୟକର୍ମୀ। ଗତ ବର୍ଷେ ହେଲା ସେ ନିଜେ କ୍ୟାନସର ରୋଗରେ ପିଡିତ ହୋଇ ମଧ୍ୟ ସେବାକାର୍ଯ୍ୟରୁ ଓହରିଯାଇନାହାନ୍ତି। ତାଙ୍କ ସେବା କାର୍ଯ୍ୟ ପାଇଁ ଆଦିବାସୀ…

ଅବେବସ୍‌ତା ଘେରରେ ବଡ଼ଛତ୍ରଙ୍ଗ ହାଇସ୍କୁଲ: ୧୦ ଶ୍ରେଣୀକେ ୩୦୧ ଛାତ୍ରୀଛାତ୍ର, ୭ ଶିକ୍ଷକ

ଭବାନୀପାଟଣା, ୨୯ା୭ (ଡି.ଏନ୍‌.ଏ): କେନ୍ଦ୍ର ଆର ରାଏଜ୍‌ ସରକାର ଛାତ୍ରୀଛାତ୍ରକୁଁ ଗୁଣାତ୍ମକ ଶିକ୍ଷା ଦେବାର ଲାଗି ଅନେକ ଯୋଜନା କାଯ୍‌କାରି କରି କୋଟି କୋଟି ଟଁକା ସାରୁଛନ୍‌। ହେଲେ କଳାହାଣ୍ଡି ଲେଖେଁ ଗୁଟେ ଆଦିବାସୀ ବହୁଲ ଜିଲାରେ ପ୍ରାଥମିକ ଶିକ୍ଷା ବାଟବନା…

ଅଙ୍ଗନୱାଡି କେନ୍ଦ୍ର ଆଘେ ଖୁଲା ଟ୍ରାନ୍ସଫର୍ମର

ତୁଣ୍ଡଲା, ୨୯।୭ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବେଲଖଣ୍ଡି ଗୌନ୍ତିଆପଡ଼ାରେ ଥିବାର ଅଙ୍ଗନଓ୍ବାଡି କେନ୍ଦ୍ର ଆଘେ ବିପଦ୍‌ ଅବସ୍‌ତାରେ ଗୁଟେ ବିଦ୍ୟୁତ ଟ୍ରାନ୍ସଫର୍ମର ରହିଛେ। ଯେନ୍‌ଥିରଲାଗି ଅଙ୍ଗନଓ୍ବାଡିରେ ପାଠ୍‌ପଢ଼ୁଥିବାର ଛୋଟ ଛୋଟ ଛୁଆକର ଜୀବନ୍‌ ପରତି ବିପଦ ସୁରୁଷ୍‌ଟି କରୁଥିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?