ବେତନଟୀ ବିଜ୍ଞାପିତ ଅଞ୍ଚଳ ହେବା ନେଇ ଆଶା ସଞ୍ଚାର, ଉପଜିଲାପାଳଙ୍କୁ ମଗାଗଲା ତଥ୍ୟ

ବାରିପଦା ଅଫିସ,୧୯।୮- ଆୟତନ ଓ ଜନସଂଖ୍ୟା ହିସାବରେ ମୟୂରଭଞ୍ଜ ରାଜ୍ୟର ସର୍ବ ବୃହତ। ଏହି ଜିଲାରେ ୨୬ ଟି ବ୍ଲକ ଥିବା ବେଳେ ଦୁଇଟି ପୌରାଞ୍ଚଳ (ବାରିପଦା ଓ ରାଇରଙ୍ଗପୁର) ଏବଂ ଦୁଇଟି ବିଜ୍ଞାପିତ ଅଞ୍ଚଳ (ଉଦଳା ଓ କରଞ୍ଜିଆ) ରହିଛି। ତେବେ ସମସ୍ତ ଭିତ୍ତିଭୂମି ଥିବା ସତ୍ତ୍ୱେ ବେତନଟୀ ଅଞ୍ଚଳର ଆଖିଦୃଶିଆ ବିକାଶ ହେଉ ନ ଥିବା ବିଭିନ୍ନ ସମୟରେ ଅଭିଯୋଗ ହୋଇଥାଏ। ଏଣୁ ଏହାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ଘୋଷଣା କରିବାକୁ ବହୁ ସଂଗଠନ ଓ ରାଜନୈତିକ ଦଳ ଦାବି କରିଆସୁଛନ୍ତି। ଏଥିପାଇଁ ବହୁ ଆନ୍ଦୋଳନ, ଗଣଧାରଣା ଓ ବିକ୍ଷୋଭ ମଧ୍ୟ ଅନୁଷ୍ଠିତ ହୋଇଛି। ଏଥିପାଇଁ ରାଜ୍ୟ ସରକାରଙ୍କୁ ବେତନଟୀବାସୀ ଦାୟୀ କରୁଥିବା ବେଳେ କିନ୍ତୁ ଜିଲା ପ୍ରଶାସନର ଖାମଖିଆଲି ମନୋଭାବ ଯୋଗୁଁ ଏହା ବିଜ୍ଞାପିତ ଅଞ୍ଚଳ ଭାବେ ଘୋଷଣା ହୋଇପାରିନାହିଁ। ଏନେଇ ଗତ ୨୮ ଜୁଲାଇରେ ‘ଧରିତ୍ରୀ’ରେ ‘ବେତନଟୀକୁ ବିଜ୍ଞାପିତ ଅଞ୍ଚଳ ଘୋଷଣା ନେଇ ଅନିଶ୍ଚିତତା, ୮ ବର୍ଷ ହେଲା ସରକାରଙ୍କୁ ତଥ୍ୟ ଦେଉନି ପ୍ରଶାସନ’ ଶୀର୍ଷକରେ ଏକ ତଥ୍ୟ ଭିତ୍ତିକ ସ୍ବତନ୍ତ୍ର ରିପୋର୍ଟ ପ୍ରକାଶ ପାଇଥିଲା। ତେବେ ଏହି ଘଟଣାରେ ବର୍ତ୍ତମାନ ଡିଷ୍ଟ୍ରିକ ଅର୍ବାନ ଡେଭଲପମେଣ୍ଟ ଏଜେନ୍ସି (ଡୁଡା) ଏନେଇ ତପତ୍ରତା ଦେଖାଇଛି। ଏହି ଏଜେନ୍ସିର ଚେୟାରମ୍ୟାନ ତଥା ଜିଲାପାଳ ବିନିତ ଭରଦ୍ୱାଜ ଚିଠି ନଂ.୫୯୧୩ (୬ା୮ା୨୦୧୯)ରେ ବେତନଟୀରେ ବିଜ୍ଞାପିତ ଅଞ୍ଚଳର ଗଠନ ହେବା ନେଇ ବାରିପଦା ଉପଜିଲାପାଳଙ୍କୁ ବିଭିନ୍ନ ସଦ୍ୟ ସଂଗୃହିତ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବେତନଟୀ ଅଞ୍ଚଳରୁ ବିଭିନ୍ନ କ୍ଷେତ୍ରରୁ ଆଦାୟ ହେଉଥିବା ରାଜସ୍ବ ସହିତ ବିଭିନ୍ନ ତଥ୍ୟ ମଗାଇଛନ୍ତି। ରାଜ୍ୟ ନଗର ଉନ୍ନୟନ ବିଭାଗର ଚିଠି ନଂ.୧୭୯୮୮ (୮ା୯ା୨୦୧୪) ଓ ଚିଠି ନଂ.୩୨୫୫୫ (୧୯ା୧୨ା୨୦୧୫) ଚିଠି ଆଧାରରେ ବିଭିନ୍ନ ତଥ୍ୟ ମାଗିଛନ୍ତି। ଏହା ସହିତ ଚିଠି ନଂ.୫୯୧୪ (୬ା୮ା୨୦୧୯)ରେ ବେତନଟୀ ବିଡିଓ ଓ ତହସିଲଦାରଙ୍କୁ ମଧ୍ୟ ନେଇ ସୂଚନା ପ୍ରଦାନ କରାଯାଇଛି। ଏହି ଖବର ଜଣାପଡିବା ପରେ ବେତନଟୀ ବିଜ୍ଞାପିତ ଅଞ୍ଚଳ ଗଠନ ହେବା ନେଇ ଆଶା ସଞ୍ଚାର ହୋଇଛି। ଉଲ୍ଲେଖ ଯୋଗ୍ୟ ଯେ, ବେତନଟୀ ଓ ସଠିଲୋ ପଞ୍ଚାୟତର କିଛିି ଗ୍ରାମକୁ ନେଇ ବିଜ୍ଞାପିତ ଅଞ୍ଚଳ ଘୋଷଣା କରିବାକୁ ସ୍ଥାନୀୟ ନିର୍ବାଚିତ ପ୍ରତିନିଧିମାନେ ପ୍ରସ୍ତାବ ଦେଇ ଦାବି କରିଥିଲେ। ପରେ ରାଜ୍ୟ ସରକାର ମୟୂରଭଞ୍ଜ ଜିଲାପାଳଙ୍କୁ ଏ ସମ୍ପର୍କରେ ତଥ୍ୟ ମାଗିଥିଲେ। ଏହାପରେ ଜିଲାପାଳଙ୍କ ନିର୍ଦ୍ଦେଶ ମୁତାବକ ବେତନଟୀ ତହସିଲଦାର ୨୦୧୧ ଫେବୃୟାରୀ ୨୨ ତାରିଖରେ ଚିଠି ନଂ.୨୪୪୪ରେ ବିସ୍ତୃତ ଭାବେ ତଥ୍ୟ ଦେଇଥିଲେ। ଇତି ମଧ୍ୟରେ ୮ ବର୍ଷ ହୋଇଯାଇଥିଲେ ମଧ୍ୟ ରିପୋର୍ଟ ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇ ନାହିଁ।
ଅନ୍ୟପକ୍ଷରେ ଗତ ୨୩ ତାରିଖରେ ବଡସାହି ବିଧାୟକ ସନାତନ ବିଜୁଳି ବିଧାନସଭାରେ ଏ ନେଇ ପ୍ରଶ୍ନ ପଚାରିଥିଲେ। ଏହାର ଉତ୍ତର ଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଯେ, ଓଡ଼ିଶା ପୌର ଅଧିନିୟମ ୧୯୫୦ର ଧାରା ୪ ରେ ଥିବା ସର୍ତ୍ତ ଏବଂ ଆନୁସଙ୍ଗିକ ବିଷୟକୁ ବିଚାରକୁ ନେଇ ସରକାର ବିଜ୍ଞାପିତ ଅଞ୍ଚଳ ଘୋଷଣା କରିଥାନ୍ତି। ଉକ୍ତ ନିୟମ ଅନୁଯାୟୀ ବେତନଟୀକୁ ବିଜ୍ଞାପିତ ଅଞ୍ଚଳ ଗଠନ ସମ୍ବନ୍ଧୀୟ ବିଭିନ୍ନ ତଥ୍ୟ ମୟୂରଭଞ୍ଜ ଜିଲାପାଳଙ୍କୁ ମଗାଯାଇଥିବା ବେଳେ ଏହା ଏପର୍ଯ୍ୟନ୍ତ ସରକାରଙ୍କ ହସ୍ତଗତ ହୋଇନାହିଁ ବୋଲି କହିଥିଲେ। ଜିଲା ପ୍ରଶାସନର ଅବହେଳା କାରଣରୁ ବେତନଟୀ ବିଜ୍ଞାପିତ ଅଞ୍ଚଳ ହେବାରେ ବିଳମ୍ବିତ ହେଉଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଏଣୁ ତୁରନ୍ତ ସମସ୍ତ ଆବଶ୍ୟକୀୟ ତଥ୍ୟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri