ଦୁବାଇ ହସ୍ପିଟାଲରେ ପଡିରହିଛି ଓଡ଼ିଆ ମିସ୍ତ୍ରିଙ୍କ ମୃତଦେହ: ଗାଁକୁ ଆଣିବାକୁ ନିବେଦନ କଲେ ସ୍ତ୍ରୀ

ଖଲ୍ଲିକୋଟ/ଛତ୍ରପୁର, ୧୯ା୮ (ଡି.ଏନ.ଏ.)-ଦୁବାଇରେ ଜଣେ ଓଡିଆ ମିସ୍ତ୍ରୀଙ୍କର ୧୬ ତାରିଖରେ ମୃତ୍ୟୁ ହୋଇଛି। ତାଙ୍କ ମୃତଦେହ ଦୁବାଇର ଏକ ହସ୍ପିଟାଲରେ ପଡିରହିଛି। ସେ ହେଲେ ଖଲ୍ଲିକୋଟ ଥାନା ଅଧୀନ ତେନ୍ତୁଳିଆପଲ୍ଲୀ ନିକଟ କୈଠରାଗାଁର ଜୟ ଦଳେଇ (୪୫)। ତାଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛିv ଏ ସମ୍ପର୍କରେ ସେଠାରେ ଥିବା ଜଣେ ସହଯୋଗୀ ତାଙ୍କ ଘର ଲୋକଙ୍କୁ ଫୋନ୍‌ରେ ଜଣାଇଛନ୍ତି ା ମୃତଦେହ ଗଁାକୁ ଆଣିବାର ବ୍ୟବସ୍ଥା କରିବା ପାଇଁ ସ୍ତ୍ରୀ ହାର ଦଳେଇ ଛତ୍ରପୁର ଜିଲା ଶ୍ରମ ଅଧିକାରୀଙ୍କ ନିକଟରେ ନିବେଦନ କରିଛନ୍ତିି ା ଏ ସମ୍ପର୍କରେ ଖବର ପାଇ ଶନିବାର ଛତ୍ରପୁରସ୍ଥିତ ଜିଲା ଶ୍ରମ କାର୍ଯ୍ୟାଳୟ ସହକାରୀ ଶ୍ରମ ଅଧିକାରୀ ଓ ଗ୍ରାମୀଣ ଶ୍ରମ ନିରୀକ୍ଷକ କୈଠରାଗଁାରେ ପହଞ୍ଚି ଘଟଣା ସମ୍ପର୍କରେ ଜୟଙ୍କ ସ୍ତ୍ରୀ ହାରଙ୍କ ବୟାନ ରେକର୍ଡ କରିଛନ୍ତି ା ଏହି ରିପୋର୍ଟକୁ ଜିଲା ଶ୍ରମ ଅଧିକାରୀଙ୍କ ନିକଟରେ ଉକ୍ତ ଅଧିକାରୀ ଦ୍ୱୟ ଦାଖଲ କରିଛନ୍ତିି ା ହାରଙ୍କ କହିବାନୁଯାୟୀ, ତାଙ୍କ ସ୍ବାମୀ ଜୟ ୯ ବର୍ଷ ଧରି ଦୁବାଇରେ କାମ କରୁଥିଲେ ା ସେ ଗାଁକୁ ଆସିଥିଲେ। ୧୮ ମାସ ପୂର୍ବେ ବାଲୁଗଁା ଥାନା ଅଞ୍ଚଳର ଜଣେ ଏଜେଣ୍ଟ ସଞ୍ଜୟ ସ୍ବାଇଁଙ୍କ ମାଧ୍ୟମରେ ଜୟ ପୁଣି ଦୁବାଇକୁ କାମ କରିବାକୁ ଯାଇଥିଲେ ା ସେଠାରେ ଏଏସ୍‌ଜିସି କନ୍‌ଷ୍ଟ୍ରକ୍ସନ ମେଟ୍ରୋ ଓ ବିଲଡିଂ କମ୍ପାନୀରେ ମିସ୍ତ୍ରି ଭାବେ କାମ କରୁଥିଲେ। ୧୬ ତାରିଖରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା। ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ବତ୍ତର୍ର୍ମାନ ସୁଦ୍ଧା ମୃତଦେହ ବ୍ୟବଚ୍ଛେଦ ହୋଇନି। ଜୟଙ୍କ ପରିବାର ଗରିବ ଶ୍ରେଣୀର। ତାଙ୍କର ୨ ଝିଅ ଓ ୨ ପୁଅ ଅଛନ୍ତି ା ତାଙ୍କ ମୃତଦେହ ଗଁାକୁ ଆଣିବାକୁ ହାର ପ୍ରଶାସନ ନିକଟରେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଙ୍କଡ଼ କାମୁଡାରେ ୫ ଆହତ: ବନବିଭାଗକୁ ଚିଠି ଲେଖିଲେ ସମିତି ସଭ୍ୟ ଧ୍ରୁବ

ଗଞ୍ଜାମ,୯।୭(ବିଦ୍ୟାଧର ସାହୁ ): ହୁମା ଓ ଆଖପାଖ ଅଞ୍ଚଳରେ ପାତି ମାଙ୍କଡ଼ଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଉଛି । ଘର ଉପକରଣ ପାଇଁ ଜଙ୍ଗଲ ସଫା…

ମଝି ଚିଲିକାରେ ଦୋହଲିଲା ଯାତ୍ରୀବାହୀ ଲଞ୍ଚ୍‌: ହୋହଲ୍ଲା ପରେ…

କୃଷ୍ଣପ୍ରସାଦ,୯।୭(କୈଳାଶ ଚନ୍ଦ୍ର ପଟ୍ଟନାୟକ):ଖୋର୍ଦ୍ଧା ଜିଲା ବାଲୁଗାଁଠାରୁ ପୁରୀ ଜିଲା କୃଷ୍ଣପ୍ରସାଦ ଗଡ଼ ଯାଏ ଓଡିଶା ବନ୍ଦର ଅନ୍ତରଦେଶୀୟ ଜଳପଥ ପରିବହନ ବିଭାଗ ତରଫରୁ ପ୍ରତିଦିନ ଯାତ୍ରୀବାହୀ ଲଞ୍ଚ…

ବିଦ୍ୟାଳୟର ନୂତନ ପରିଚାଳନା କମିଟି ଗଠନ: ସଭାପତି, ଉପସଭାନେତ୍ରୀ ଭାବେ ମନୋନୀତ ହେଲେ ଏମାନେ…

ଲାଞ୍ଜିଗଡ,୯।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିଚାଳନା କମିଟି ଗଠନ ବୁଧବାର ଅନୁଷ୍ଠିତ ହୋଇଯାଇଛିI ବିଦ୍ୟାଳୟର…

ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ: ଉଭୟ ପକ୍ଷ ମଧ୍ୟରେ ମାଡ଼ ପିଟ

ମହାକାଳପଡ଼ା,୯ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ କଣ୍ଡରାପାଟିଆ ଗ୍ରାମର ୭୭ ପରିବାର ଦୀର୍ଘ ବର୍ଷ ଧରି ୧୭୦ ଏକର ସରକାରୀ…

ମରିବୁ ପଛେ ଛାଡିବୁ ନାହିଁ : ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି ମତ୍ସ୍ୟଜୀବୀ, ସମାଧାନ ନ ହେଲେ…

ଛତ୍ରପୁର,୯।୭ (ଦିଲ୍ଲୀପ ସାମଲ): ମରିବୁ ପଛେ ଛାଡିବୁ ନାହିଁ। ପ୍ରଶାସନ ଓ ପୋର୍ଟ କର୍ତ୍ତୃପକ୍ଷ ଆମକୁ ଦିନକୁ ଦିନ ଧୋକା ଦେବାରେ ଲାଗିଛନ୍ତି । ଏନେଇ ଆନ୍ଦୋଳନ…

ଇରାନ ଉପରେ ଆମେରିକାର ଜୋରଦାର ଆକ୍ରମଣ: ଚାରିଆଡ଼େ ଧୂଆଁଧୂଆଁ

ଓ୍ବାଶିଂଟନ୍‌,୯।୭: ପଶ୍ଚିମ ଏସିଆରେ ଉତ୍ତେଜନା ପୁଣି ଥରେ ବିପଜ୍ଜନକ ସ୍ତରରେ ପହଞ୍ଚିଛି। ଆମେରିକା ଇରାନ ଉପରେ ଘନ ଘନ ଆକ୍ରମଣ କରୁଛି। ଦକ୍ଷିଣପୂର୍ବ ଇରାନର ଇରାନଶାହରରେ ଅବସ୍ଥିତ…

ଏସ.ଆଇ.ଆର୍‌ ନେଇ ସଚେତନ ହେବା ଜରୁରୀ: ଛାତ୍ରୀଛାତ୍ରଙ୍କ ମଧ୍ୟରେ କୁଇଜ-ଚିତ୍ରାଙ୍କନ ପ୍ରତିଯୋଗିତା

ଭଞ୍ଜନଗର,୯।୭(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଏସ.ଆଇ.ଆର୍‌ ୨୦୨୬ ଉପରେ ଅଧିକରୁ ଅଧିକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଏହାଦ୍ୱାରା ଲୋକେ ଭୋଟର ତାଲିକା ଉପରେ…

ପଥର ଚିପ୍ସ ବୋଝେଇ ହାଇୱା ଉପରକୁ ଗୁଳିମାଡ଼: ଜୀବନ ରକ୍ଷା ଭୟରେ ଡ୍ରାଇଭର୍‌…

କୁତ୍ରା,୯।୭(ଦେବାଶିଷ ସାହୁ): ସୁନ୍ଦରଗଡ ଜିଲା କୁତ୍ରା ଥାନା ଅନ୍ତର୍ଗତ ଲିଟିବେଡ଼ା ଜଙ୍ଗଲ ନିକଟରେ ଆଜି ଭୋର ପ୍ରାୟ ୩ ଟା ୨୦ ମିନିଟ ସମୟରେ ଗୁଳିମାଡ଼ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri