ଆମ ଜିଲା ଖବର

ବୈପାରିଗୁଡ଼ାରେ ପ୍ରବଳ ବର୍ଷା: ଶାଳଗଛ ଉପୁଡ଼ି ରାମଗିରି-ଗୁପ୍ତେଶ୍ୱର ରାସ୍ତାରେ ଯାତାୟତ ଠପ୍‌, ଫସିଲେ ବୋଲବମ୍‌ ଭକ୍ତ

କୋରାପୁଟ, ୨୯।୭(ସ୍ବ.ପ୍ର.)କୋରାପୁଟ ଜିଲାରେ ଏବେ ପ୍ରବଳ ବର୍ଷା ଲାଗି ରହିଥିବାବେଳେ ଜିଲାର ବିଭିନ୍ନ ଅଞ୍ଚଳ ଜଳାବର୍ଣ୍ଣ ହୋଇଛି। ସୋମବାର ବୈପାରିଗୁଡା ବ୍ଳକ ଅଞ୍ଚଳରେ ୧୭୫ ମିଲିମିଟର ବର୍ଷା ହୋଇଛି। ଫଳରେ ରାମଗିରି ବନ ରେଞ୍ଜ ଅଞ୍ଚଳରେ ୧୦ରୁ ଉର୍ଦ୍ଧ୍ୱ ଶାଳ ଗଛ…

ପଡ଼ିଆ ପଡ଼ିଛି ଚାଷଜମି: ବର୍ଷା ପାଇଁ କଟଙ୍ଗପାଣି ପଞ୍ଚାୟତରେ ଇନ୍ଦ୍ରପୂଜା

ଜମନକିରା, ୨୯ା୭ (ଡି.ଏନ୍‌.ଏ): ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ କଟଙ୍ଗପାଣି ପଞ୍ଚାୟତରେ ସୋମବାର ଜଳ ବର୍ଷା ପାଇଁ ସ୍ଥାନୀୟ ଭୂତେଲ ଟୁଙ୍ଗରୀଠାରେ ୫ ଗାଁର ଗ୍ରାମବାସୀ ମିଶି ଇନ୍ଦ୍ରଦେବଙ୍କ ପୂଜାର୍ଚ୍ଚନା କରିଛନ୍ତି। ଚଳିତ ବର୍ଷ ବର୍ଷା ଅଭାବରୁ ଚାଷ ଜମି ସବୁ…

ଆମ୍ବବାଗାନ ଅଞ୍ଚଳରୁ ଚୋରି: ଘର ତାଲା ଭାଙ୍ଗି ଟଙ୍କା, ମୋବାଇଲ ନେଇଗଲେ, ପୋଲିସର ତଦନ୍ତ ଆରମ୍ଭ

ଯୋଡ଼ା,୨୯।୭(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ସହର ୨ ନଂ ଓ୍ବାର୍ଡ ଆମ୍ବବାଗାନ ଅଞ୍ଚଳର ରୁଦ୍ର ନାରାୟଣ ପ୍ରଧାନଙ୍କ ଘରୁ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଏ ନେଇ ରୁଦ୍ର ସୋମବାର ସକାଳେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ,…

ଶ୍ରାବଣ ମାସର ଦ୍ୱିତୀୟ ସୋମବାର: ବୈତରଣୀରୁ ଜଳ ନେଇ ଶୈବପୀଠରେ ଲାଗିକଲେ ଭକ୍ତ

ଆନନ୍ଦପୁର,୨୯। ୭(ସ୍ବ.ପ୍ର.)- ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାର। ଏହି ଉପଲକ୍ଷେ ସକାଳୁ ବିଭିନ୍ନ ଅଞ୍ଚଳରୁ ଶୈବଭକ୍ତମାନେ ଆନନ୍ଦପୁରର ପବିତ୍ର ପୁର୍ଣ୍ଣତ୍ୱୟା ବୈତରଣୀରୁ ଜଳ ନେଇ ଶୈବ ପୀଠ ଅଭିମୁଖେ ଯାତ୍ରା କରିଥିଲେ। ଯାତ୍ରା ସମୟରେ ବୋଲ୍‌ ବମ୍‌, ହର ହର…

ଯାଜପୁର ରୋଡ୍‌ ପୋଲିସର ଚଢ଼ାଉ: ୫ କିଗ୍ରା ଗଞ୍ଜେଇ ଜବତ, ୨ ଗିରଫ

ଯାଜପୁର ରୋଡ,୨୯।୭(ନି.ପ୍ର.): ଯାଜପୁର ରୋଡ ପୋଲିସ ସୋମବାର ସ୍ଥାନୀୟ ଗୋପବନ୍ଧୁ ଛକରେ ଥିବା ଏକ ପାନ ଦେକାନ ଉପରେ ଚଢ଼ାଉ କରି ୫ କିଗ୍ରା ଗଞ୍ଜେଇ ଜବତ କରିଛି। ଏହି ମାମଲାରେ ଦୁଇଜଣଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତି ହେଲେ ଭଟିଆ…

୩ ଜିଲାକୁ ରେଡ୍‌ ଓ୍ବାର୍ଣ୍ଣିଂ, ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୨୯।୭(ବ୍ୟୁରୋ): ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ତେବେ ଏହା ମଧ୍ୟରେ ୩ ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ରେଡ୍‌ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ଉକ୍ତ ଜିଲାଗୁଡ଼ିକ ହେଲା କୋରାପୁଟ, ନବରଙ୍ଗପୁର ଓ ମାଳକାନଗିରି। ୨୪ ଘଣ୍ଟା ମଧ୍ୟରେ…

ପାଣ୍ଡିଆନଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର, ୨୯।୯(ବ୍ୟୁରୋ): ଆଇଏଏସ୍‌ ଅଫିସର ଭି.କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ମିଳିଲା ନୂୂଆ ଦାୟିତ୍ୱ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ସୋମବାର ନୂଆ ଦାୟିତ୍ୱ ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ଟ୍ରାନ୍ସଫର୍ମେଶନ ଆଣ୍ଡ୍‌ ଇନିଶିଏଟିଭ୍‌ (୫ଟି) ସଚିବଭାବେ ତାଙ୍କୁ ନିଯୁକ୍ତ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ…

୭ ଶିକାରୀ ଗିରଫ: ହରିଣ ମାଂସ, ଚମଡ଼ା ଜବତ

ଅନୁଗୋଳ ଅଫିସ,୨୯।୭: ଅନୁଗୋଳ ସାତକୋଶିଆ ବାଘ୍ର ଅଭୟାରଣ୍ୟରେ ଥିବା ପୁରୁଣାକୋର୍ଟ ରିଜର୍ଭ କମ୍ପାର୍ଟମେଣ୍ଟ-୬ରୁ ସୋମବାର ୭ଜଣ ଜନ୍ତୁ ଶିକାରୀ ଗିରଫ ହୋଇଛନ୍ତି। ସେମାନଙ୍କ ନିକଟରୁ ୮.୫କିଗ୍ରା ହରିଣ ମାଂସ ଓ ଚମଡ଼ା ଜବତ କରାଯାଇଥିବା ସାତକୋଶିଆ ଡିଏଫ୍‌ଓ ରାମାସ୍ବାମୀ ସୂଚନା ଦେଇଛନ୍ତି।…

ବରଗଡ଼ ରେଳଷ୍ଟେଶନରୁ ଶିଶୁ ଉଦ୍ଧାର ଘଟଣା, ୩ ଦିନ ପରେ ମଧ୍ୟ ମିଳୁନି ପରିଚୟ

ବରଗଡ଼ ଅଫିସ, ୨୯।୭: ବରଗଡ଼ ରେଳଷ୍ଟେଶନ ପ୍ଲାଟଫର୍ମରୁ ଅସହାୟ ଅବସ୍ଥାରେ ବୁଲୁଥିବା ଜଣେ ଶିଶୁଙ୍କୁ ଗତ ୨୭ ତାରିଖରୁ ଆର୍‌ପିଏଫ୍‌ ପକ୍ଷରୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ପରେ ଶିଶୁକୁ ସ୍ଥାନୀୟ ଶିଶୁ କଲ୍ୟାଣ ସମିତିକୁ ହସ୍ତାନ୍ତର କରାଯାଇଛି। ମାତ୍ର ଶିଶୁଟି କିଛି…

ପ୍ରବଳ ବର୍ଷା ଯୋଗୁ ଭାସିଗଲା ପିକ୍‌ଅପ୍‌ ଭ୍ୟାନ୍‌

ଜୟପୁର,୨୯।୭(ଡି.ଏନ୍‌.ଏ.): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ମାଳଦା ପଞ୍ଚାୟତ କେଲାରୀ ରୋଡ୍‌ରେ ପ୍ରବଳ ବର୍ଷା ଯୋଗୁ ସୋମବାର ସକାଳେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଭାସିଯାଇଛି। ଗ୍ରାମବାସୀଙ୍କ ସହଯୋଗରେ ଉଦ୍ଧାରକାର୍ଯ୍ୟ ଜାରି ରହିଥିବାବେଳେ ଏଥିରେ କିଛି କ୍ଷୟକ୍ଷତି ହୋଇ ନ ଥିବା…

ଗୁଦୁରାପଡ଼ାରେ ଚେସ୍‌ ପ୍ରତିଯୋଗିତା: ବରିଷ୍ଠ ବିିଭାଗରେ ଅଭିଷେକ, କନିଷ୍ଠରେ ଚିରାଗ ବିଜେତା

ଜମନକିରା,୨୯।୭(ଡି.ଏନ୍‌.ଏ.):ସମ୍ବଲପୁର ଜିଲା ଜମନକିରା ବ୍ଲକ ଭୋଜପୁର ପଞ୍ଚାୟତ ଗୁଦୁରାପଡ଼ା ଆବାସିକ ବିଦ୍ୟାଳୟ ପରିସରରେ ଏକଦିବସୀୟ ଚେସ୍‌ ପ୍ରତିଯୋଗିତା ରବିବାର ଅନୁଷ୍ଠିତ ହୋଇଯାଇଛି। ଛାତ୍ରୀଛାତ୍ରଙ୍କ ମଧ୍ୟରେ ଚେସ୍‌ ବା ଇନ୍‌ଡୋର ଖେଳ ପ୍ରତି ଆଗ୍ରହ ସୃଷ୍ଟି ସହ ପ୍ରୋତ୍ସାହନ ଦେବା ସକାଶେ ଭୋଜପୁର…

ଭରତପୁର କୋଇଲା ଖଣିରେ ଦୁର୍ଘଟଣା: ୬ ଦିନ ପରେ ସିଏମ୍‌ଡିଙ୍କ ଘଟଣାସ୍ଥଳ ପରିଦର୍ଶନ

ତାଳଚେର,୨୯।୭(ନି.ପ୍ର.): ଭରତପୁର କୋଇଲା ଖଣିରେ ଦୁର୍ଘଟଣାର ୬ଦିନ ପରେ ସୋମବାର ଏମ୍‌ସିଏଲ୍‌ର ସିଏମ୍‌ଡି ବି.ଏନ୍‌. ଶୁକ୍ଳା ଭରତପୁର କୋଇଲାଖଣି ପରିଦର୍ଶନ କରିଛନ୍ତି। ପୂର୍ବାହ୍ନରେ ଶୁକ୍ଳା ଭରତପୁର ଖଣିରେ ପହଞ୍ଚି ଦୁର୍ଘଟଣାସ୍ଥଳ ଏବଂ ଚାଲିଥିବା ଉଦ୍ଧାର କାର୍ଯ୍ୟ ବୁଲି ଦେଖିଥିଲେ। ପରେ ଏମ୍‌ସିଏଲ୍‌ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?