ଆବାସିକ ବିଦ୍ୟାଳୟର ୩ ଛାତ୍ର ନିଖୋଜ

ବାରିପଦା ଅଫିସ,୧୯।୮- ବାରିପଦା ସଦର ଥାନା ଅଧୀନ ଶିରିଶବଣୀଠାରେ ଥିବା ଏସଭିଏସ ଆବାସିିକ ବିଦ୍ୟାଳୟରେ ପଢ଼ୁଥିବା ନବମ ଶ୍ରେଣୀର ୩ ଛାତ୍ର ଗତ ୧୫ ତାରିଖ ରାତିରୁ କେଉଁଆଡ଼େ ଚାଲିଯାଇଛନ୍ତି। ଏନେଇ ୧୬ ତାରିଖରେ ବିଦ୍ୟାଳୟ ପକ୍ଷରୁ ବାରିପଦା ସଦର ଥାନାରେ ଅଭିଯୋଗ କରାଯାଇଛି। ପୋଲିସ ଏକ ମାମଲା ରୁଜୁ କରି ନିଖୋଜ ଛାତ୍ରମାନଙ୍କୁ ଖୋଜୁଛି। ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ଏସ୍‌ପି ଅବିନାଶ କୁମାର ରବିବାର ବାରିପଦା ଏସଡିପିଓ କେ.ପି ପଟ୍ଟନାୟକ, ସଦର ଥାନା ଅଧିକାରୀ ସ୍ବର୍ଣ୍ଣଲତା ମିଞ୍ଜ ଓ ବିଦ୍ୟାଳୟର ଅଧ୍ୟକ୍ଷା ବୀଣା ଦାସଙ୍କୁ ଡାକି ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି। ନିଖୋଜ ଛାତ୍ରମାନଙ୍କୁ ଠାବ କରିବା ଲାଗି ଜିଲା ପୋଲିସ ପକ୍ଷରୁ ଦୁଇଟି ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ଗୋଟିଏ ଟିମ୍‌ ଭୁବନେଶ୍ୱର ଓ ଅନ୍ୟ ଟିମ୍‌ ଟାଟା ଯାଇ ଖୋଜାଖୋଜି କରିବ ବୋଲି ଜଣାପଡିଛି।
ବିଦ୍ୟାଳୟ ପକ୍ଷରୁ ଥାନାରେ ଦିଆଯାଇଥିବା ଏତଲାରେ ଦର୍ଶାଯାଇଛି ଯେ, ୧୫ ତାରିଖ ରାତିରେ ସବୁ ରାତି ଭଳି ବିଦ୍ୟାଳୟର ହଷ୍ଟେଲ ଫାଟକରେ ତାଲା ପକାଯାଇଥିଲା। କିନ୍ତୁ ଶୁକ୍ରବାର ସକାଳେ ୩ ଛାତ୍ର ନ ଥିବା କର୍ତ୍ତୃପକ୍ଷ ଜାଣିବା ପରେ ସେମାନଙ୍କ ଅଭିଭାବକ ଓ ପୋଲିସକୁ ସୂଚନା ଦିଆଯାଇଥିଲା। ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ କରିବା ପରେ ଏହି ୩ ଛାତ୍ର ବାରିପଦା ରେଳ ଷ୍ଟେଶନକୁ ଯାଇଥିବାର ବାରିପଦା ସହରର ମୁଖ୍ୟ ରାସ୍ତାରେ ଲାଗିଥିବା ବିଭିନ୍ନ ସିସିଟିଭି କ୍ୟାମେରାରୁ ଜଣାପଡିଥିଲା। ଗୁରୁବାର ଷ୍ଟେଶନ ବଜାର ଗଡାଣିଠାରେ ରାତି ପ୍ରାୟ ୩ଟା ବେଳେ ଡ୍ୟୁଟି କରୁଥିବା ଜଣେ ପୋଲିସ କର୍ମଚାରୀ ଏହି ଛାତ୍ରମାନଙ୍କୁ ଅଟକାଇ ପଚରା ଉଚୁରା କରିଥିଲେ। ସେମାନେ ବିଟେକ୍‌ ପଢ଼ୁଛନ୍ତି ଓ ଭୁବନେଶ୍ୱର ଯାଉଥିବା କହି ଖସି ଯାଇଥିଲେ। ଛାତ୍ରମାନେ ଭୁବନେଶ୍ୱର ଯାଇଥିବା ପୋଲିସ ସନ୍ଦେହ କରୁଛି। ଏକ କାଗଜରେ ସେମାନେ କେଉଁ ରାସ୍ତା ଦେଇ ବିଦ୍ୟାଳୟରୁ ବାହାରକୁ ଯିବେ ସେ ନେଇ ତିଆରି କରିଥିବା ଡାଏଗ୍ରାମ ପୋଲିସର ହସ୍ତଗତ ହୋଇଥିବା ସଦର ଥାନା ଅଧିକାରୀ କହିଛନ୍ତି। ଛାତ୍ରମାନଙ୍କୁ ଠାବ କରିବା ପରେ ହିଁ ସେମାନେ କ’ଣ ପାଇଁ ବିଦ୍ୟାଳୟ ଛାଡି ଚାଲିଯାଇଛନ୍ତି ତାହା ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୌଚ ହେବାକୁ ଯାଇଥିଲେ ଗୋବର୍ଦ୍ଧନ, ଅତର୍କିତ ଆକ୍ରମଣ କଲା ଭାଲୁ, ଆଉ ତା’ ପରେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପୋଇପାଣି ଗ୍ରାମ ନିକଟରେ ବୁଧବାର ଭୋର୍‌ରୁ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଆହତ…

ଦାଉ ସାଧୁଛି ମହାନଦୀ ବନ୍ୟା: ନଷ୍ଟ ହେଉଛି ଫସଲ, ଆନ୍ଦୋଳନ ଚେତାବନୀ ଦେଇ ଚାଷୀ କହିଲେ…

ମଜାକାଳପଡ଼ା,୩୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଖଡ଼ାଶାଳୀ ସ୍ଲୁଇସ୍‌କ୍ରିକ ଖୋଲାପଡିଛି। ଏହାଦ୍ୱାରା ମହାନଦୀରେ ଆସିଥିବା ଚତୁର୍ଥ ବନ୍ୟା ଜଳ ପ୍ରବେଶ କରି ଚାଷୀଙ୍କ ଧାନ…

ଭୟାବହ ଅଗ୍ନିକାଣ୍ଡ: ଶୋ-ରୁମରେ ୫୦ରୁ ଅଧିକ ବାଇକ ଭସ୍ମ

ବାଲେଶ୍ୱର, ୩୦।୯(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ବୁଧବାର ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ। ସହଦେବଖୁଣ୍ଟା ମ୍ୟୁନିସିପାଲ ହାଇସ୍କୁଲ ସମ୍ମୁଖରେ ଥିବା ଏକ ହିରୋ ବାଇକ ଶୋ-ରୁମରେ ପୂର୍ବାହ୍ନରେ…

ଓଡ଼ିଶା ପାଇଁ ଗୌରବ ଆଣିଲେ ଆଶୀର୍ବାଦ: ମାଉଣ୍ଟ ମଚୋଇ-୨ ଶିଖରରେ ଉଡ଼ାଇଲେ ତ୍ରିରଙ୍ଗା

ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ କୁଲିତା ଟୁକୁରା ଗ୍ରାମର ପର୍ବତାରୋହୀ ଆଶୀର୍ବାଦ ମହାପାତ୍ର ପ୍ରାୟ ୫,୧୩୦ ମିଟର(୧୬,୮୩୦ ଫୁଟ) ଉଚ୍ଚତାବିଶିଷ୍ଟ ଜମ୍ମୁ-କଶ୍ମୀରର ମାଉଣ୍ଟ ମଚୋଇ-୨…

ଦିଲ୍ଲୀରେ କନ୍ଧମାଳ ହଳଦୀର ଚାହିଦା: ଗୌରବ ବଢ଼ାଇଲେ ଦାରିଙ୍ଗବାଡ଼ିର ମହିଳା ଉଦ୍ୟୋଗୀ

ଦାରିଙ୍ଗବାଡ଼ି, ୩୦।୯ (ଅରୁଣ ସାହୁ): କନ୍ଧମାଳର ପାରମ୍ପରିକ ହଳଦୀକୁ ଜାତୀୟସ୍ତରରେ ପରିଚିତ କରାଇବା ଦିଗରେ ଆଉ ଏକ ପଦକ୍ଷେପ। ଦାରିଙ୍ଗବାଡ଼ି ବ୍ଲକର ମହିଳା ଉଦ୍ୟୋଗୀ ଝରଣା ସାହୁ…

୬ ବର୍ଷ ପରେ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର: ଶ୍ରଦ୍ଧାଳୁଙ୍କ ସହ ପ୍ରବେଶ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୩୦ା୯(ଅଜିତ୍‌ କୁମାର ମହାନ୍ତି)ଦୀର୍ଘଦିନ ଧରି ଭକ୍ତଙ୍କ ପାଇଁ ବନ୍ଦ ରହିଥିବା ମହାପ୍ରଭୁଙ୍କ ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିର ବୁଧବାରଠାରୁ ଖୋଲିଛି। ପୂଜାର୍ଚ୍ଚନା ପରେ ୭ଟା ୪୫ ମିନଟ୍‌ରେ ସର୍ବସାଧାରଣଙ୍କ…

ଜିଲା ପାଠାଗାରରେ ମିଳୁନି ମୌଳିକ ସୁବିଧା: ସମସ୍ୟା ଭୋଗୁଛନ୍ତି ଛାତ୍ରୀଛାତ୍ର

ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ପାଠାଗାର ଅବ୍ୟବସ୍ଥିତଭାବେ ପଡ଼ି ରହିଛି। ଏଠାରେ ମୌଳିକ ସୁବିଧା ସୁଯୋଗ ମଧ୍ୟ ଅପହଞ୍ଚ ହୋଇ ପଡ଼ିଛି। ଏଭଳି ଅଭିଯୋଗ ନେଇ ପାଠାଗାରକୁ ନିୟମିତ…

ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ

ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍‌ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?