୨୦ ବର୍ଷ ଧରି ଗୋଦାମରେ ତାଲା

ଧାମନଗର, ୧୯।୮(ଡି.ଏନ.ଏ.)- ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ମୁସ୍ତାଫାପୁର ପଞ୍ଚାୟତ ଗୋଦାମରେ ଦୀର୍ଘ ୨୦ବର୍ଷ ଧରି ତାଲା ପଡ଼ିଛି। ଫଳରେ ଏହା କାମରେ ଆସୁନି। ପଞ୍ଚାୟତ ପାଇଁ ଆସୁଥିବା ସାମଗ୍ରୀକୁ ଭଡ଼ାଘରେ ଅସୁରକ୍ଷିତ ଭାବେ ରଖାଯାଉଛି। ପ୍ରଶାସନର ଏଭଳି ଅବହେଳା ନେଇ ଉକ୍ତ ପଞ୍ଚାୟତବାସୀ ଆନ୍ଦୋଳନ ଚେତାବନୀ ଦେଇଛନ୍ତି।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପୂର୍ବରୁ ଦୋବଲ ପଞ୍ଚାୟତ ଅଧୀନରେ ଉକ୍ତ ପଞ୍ଚାୟତ କାର୍ଯ୍ୟାଳୟ ଏବଂ ଗୋଦାମ ତିଆରି ହୋଇ ବ୍ୟବହାର ହୋଇଆସୁଥିଲା। ସେତେବେଳେ ଇନ୍ଦିରା ଆବାସ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ହିତାଧିକାରୀଙ୍କୁ ଆବଶ୍ୟକ ସିମେଣ୍ଟ ଯୋଗାଇ ଦିଆଯାଉଥିଲା। ୧୯୯୯ ମହାବାତ୍ୟା ପରେ ୨୦୦୦ ମସିହାରେ ଇନ୍ଦିରା ଆବାସ ଯୋଜନାରେ ସିମେଣ୍ଟ ଆସି ଏହି ଗୋଦାମରେ ଗଚ୍ଛିତ ରହିଥିଲା। ସେତେବେଳେ ଗଚ୍ଛିତ ସିମେଣ୍ଟ ହିତାଧିକାରୀଙ୍କୁ ଦିଆ ନ ଯାଇ ଗୋଦାମରେ ପଡ଼ି ରହିଥିଲା। ସେବେଠାରୁ ଏହି ଗୃହ ଖୋଲାଯାଉ ନାହିଁ। ପରବର୍ତ୍ତୀ ସମୟରେ ନିର୍ବାଚିତ ସରପଞ୍ଚ ମଧ୍ୟ ଏହାକୁ ଗୁରୁତ୍ୱ ଦେଲେ ନାହିଁ। ଗଚ୍ଛିତ ସିମେଣ୍ଟର ହିସାବ ନ ଥିବା ଓ ଏଥିରେ କିଛି ଘୋଟାଲା ବାହାରିବା ଭୟରେ କୌଣସି ସରପଞ୍ଚ ଗୋଦାମକୁ ସଫା କରି ନ ଥିବା କୁହାଯାଇଛି। ଫଳରେ ଗୋଦାମ ପରିତ୍ୟକ୍ତ ଅବସ୍ଥାରେ ରହିଥିବା ବେଳେ ଗଚ୍ଛିତ ସିମେଣ୍ଟ ମୁଣ୍ଡା ହୋଇ ଭିତରେ ବିଷାକ୍ତ ସାପ ମଧ୍ୟ ଦେଖିବାକୁ ମିଳୁଛି। ୨୦୧୭ରେ ଦୋବଲ ପଞ୍ଚାୟତକୁ ଭାଗ କରିଦିଆଯାଇ ଏଠାରେ ନୂତନ ମୁସ୍ତାଫାପୁର ପଞ୍ଚାୟତ କାର୍ଯ୍ୟାଳୟ କରାଯାଇଛି। କାର୍ଯ୍ୟରେ ଯୋଗଦେବା ପରେ ଗୋଦାମ ଗୃହର ଆବଶ୍ୟକତା ଦୃଷ୍ଟିରୁ ଏ ସମ୍ପର୍କରେ ସେ ଜିପିଓ ଏବଂ ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିବା ନିର୍ବାଚିତ ସରପଞ୍ଚ ବିଷ୍ଣୁଚରଣ ଦାସ କହିଛନ୍ତି। ଉକ୍ତ ଗୋଦାମ ଉପଜିଲାପାଳଙ୍କ ଉପସ୍ଥିତିରେ ସଫା କରାଯିବାର ନିୟମ ରହିଥିବା ପ୍ରଶାସନ ପକ୍ଷରୁ କୁହାଯାଇଥିଲା। ପରେ ସେ ଜିଲା ପ୍ରଶାସନକୁ ଏ ନେଇ ଅବଗତ କରାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଦୁଇବର୍ଷ ଧରି ପଞ୍ଚାୟତକୁ ଆସୁଥିବା ସାମଗ୍ରୀକୁ ସ୍ଥାନୀୟ ବଜାରରେ ଭଡ଼ାଘର ନେଇ ରଖିବାକୁ ବାଧ୍ୟ ହେଉଥିବା ସରପଞ୍ଚ ଦାସ କହିଛନ୍ତି। ତୁରନ୍ତ ଉକ୍ତ ଗୋଦାମକୁ ସଫା କରାଯାଇ ବ୍ୟବହାର ଉପଯୋଗୀ କରା ନ ଗଲେ ସ୍ଥାନୀୟ ଲୋକଙ୍କ ସହିତ ସରପଞ୍ଚ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ବିଡିଓ ଦୁର୍ଗାଚରଣ ମୁର୍ମୁଙ୍କୁ ପଚାରିବାରୁ କହିଛନ୍ତି, ଉକ୍ତ ଗୃହ ଜଣେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଖୋଲାଯିବାର ନିୟମ ରହିଛି। ତେବେ ଏ ସମ୍ପର୍କରେ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପାଠପଢ଼ା ଭୟରେ ରାଇରଙ୍ଗପୁରରୁ ଚାଲିଆସିଲେ ୨ ନାବାଳକ, ରାଉରକେଲାରେ…

ରାଉରକେଲା,୨୨।୯(ସଙ୍ଗୀତା ଜେନା): ପାଠପଢା ଭୟରେ ମୟୂରଭଞ୍ଜ ରାଇରଙ୍ଗପୁରରୁ ୨ନାବାଳକ ସୋମବାର ରାଉରକେଲା ଚାଲି ଆସିଥିଲେ । ରାଉରକେଲା ରେଳ ଷ୍ଟେଶନ୍ ଓ ପରେ ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ…

ସମ୍ଭାବ୍ୟ ବାତ୍ୟାକୁ ନେଇ ନବରଙ୍ଗପୁରରେ ସତର୍କତା, ୨ ଦିନ ପାଇଁ ଛୁଟି ବାତିଲ

ନବରଙ୍ଗପୁର,୨୨।୯(ସଦାଶିବ ପ୍ରହରାଜ ): ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ଆସନ୍ତା ୨୩ ଓ ୨୪ ତାରିଖ…

ତାପସଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା: ଦଳୀୟ ସଂଗଠନକୁ ମଜଭୁତ କରିବା ଲକ୍ଷ୍ୟ

ରାଇକିଆ,୨୨।୯(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ ଭାଜପାର ଯୁବ ସଂଗଠକ ତାପସ ଦଳବେହେରା ଭାରତୀୟ ଜନତା ପାର୍ଟିରେ ନିଜର ଦୃଢ଼ କାର୍ଯ୍ୟଦକ୍ଷତା ଯୋଗୁ ଜିଲା ଆଇଟି…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ପିଇଓଙ୍କ ବାସଭବନରେ ଭିଜିଲାନ୍ସର ତନାଘନା

ବରଗଡ଼,୨୨।୯(ପ୍ରେମାନନ୍ଦ ଖମାରୀ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲା ଗାଇସିଲେଟ ବ୍ଲକ କାଟାବାହାଲ ଗ୍ରାମ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଙ୍କ ବାସଭବନରେ ଭିଜିଲାନ୍ସ…

୫୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକକୁ ପଛରୁ ପିଟିଲା DJ ଗାଡ଼ି

ଜମନକିରା,୨୨।୯(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ୫୩ ନମ୍ବର ଜାତୀୟ ରାଜପଥ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତା କଡ଼ରେ ଠିଆ ହୋଇଥିବା…

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?