ଆଉଟ୍ସୋର୍ସିଂ ପ୍ରତିବାଦରେ ଧାରଣା
ବ୍ରହ୍ମପୁର ଅଫିସ,୧୦ା୮-ମଧ୍ୟାହ୍ନଭୋଜନ ଏବଂ ଆହାର କେନ୍ଦ୍ରକୁ ଖାଦ୍ୟ ଯୋଗାଉଥିବା ମାନ୍ନା ଟ୍ରଷ୍ଟର କର୍ମଚାରୀମାନେ ଆଉଟ୍ସୋର୍ସିଂକୁ ପ୍ରତିବାଦ କରି ଶୁକ୍ରବାର ଧାରଣା ଦେବା ସହ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ସେମାନେ ଅଭିଯୋଗ ଯେ, ହାଇଦ୍ରାବାଦ୍ର ମାନ୍ନା ଟ୍ରଷ୍ଟ ଦ୍ୱାରା ପରିଚାଳିତ କେନ୍ଦ୍ରୀୟ ରୋଷେଇଶାଳର…
ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ମହିଳା ମହାସଂଘର ଧାରଣା
ନିରାକାରପୁର,୧୦ା୮(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ଲେଣ୍ଡୋ ପଞ୍ଚାୟତସ୍ଥ ମଦର ଟେରେସା ମହିଳା ମହାସଂଘ ପକ୍ଷରୁ ଶୁକ୍ରବାର ପୂର୍ବାହ୍ନ ୧୧ ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ୨ ଦଫା ଦାବି ନେଇ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା ା ତେବେ ବ୍ଲକ ଉପାଧ୍ୟକ୍ଷାଙ୍କ…
ରକ୍ ଗାର୍ଡେନ ପାଇଁ ଖର୍ଚ୍ଚ ହେବ ୮.୫ କୋଟି
ବ୍ରହ୍ମପୁର ଅଫିସ, ୧୦ା୮-ଗଞ୍ଜାମ ଜିଲାକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ କରିବା ପାଇଁ ବ୍ରହ୍ମପୁର ଆମ୍ବପୁଆଠାରେ ନିର୍ମାଣ ହେବାକୁ ଥିବା ରାଜ୍ୟର ପ୍ରଥମ ରକ୍ ଗାର୍ଡେନ (ଶିଳାକୃତି ପ୍ରଦର୍ଶନସ୍ଥଳ) ସ୍ବପ୍ନ ବାସ୍ତବ ରୂପ ନେବ। ଏଥିପାଇଁ ଚିହ୍ନଟ ୯ ଏକର ଜାଗା…
ଜଳ ଘେରରେ ସରକାରୀ ଉଚ୍ଚ ବିଦ୍ୟାଳୟ: ଆଣ୍ଠୁଏ ପାଣିରେ ଯାତାୟାତ କରୁଛନ୍ତି ଛାତ୍ରୀଛାତ୍ର, ଶିକ୍ଷାବିତ୍
ନିରାକାରପୁର,୧୦ା୮(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତସ୍ଥିତ କ୍ଷେତ୍ରବାସୀ ସରକାରୀ ଏକାଡେମୀ(ଉଚ୍ଚ ବିଦ୍ୟାଳୟ) ଏବେ ଜଳ ଘେର ମଧ୍ୟରେ ରହିଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ସୃଷ୍ଟିହୋଇଛି। ସୂଚନାଯୋଗ୍ୟ, ୧୯୪୮ମସିହାରେ ଏହା ସ୍ଥାପିତ ହୋଇ ଦୀର୍ଘ ୭୦ ବର୍ଷ ବିତି ଯାଇଥିଲେ ମଧ୍ୟ ବର୍ତ୍ତମାନ…
ଭଂଗା କୁରିଆରେ ବିତୁଛେ ଜୀବନ୍:ଘରଖଁଡ଼େ ଲାଗି ଗୁହାରି କରି ଦମ୍ପତି ନିରାଶ
ସିନାପାଲି, ୧୦।୮ (ଡି.ଏନ୍.ଏ.): ନୂଆପଡ଼ା ଜିଲା ସିନାପାଲି ବ୍ଲକ ନୂଆମାଲପଡ଼ା ଗଁାର ଅସାହା ଦମ୍ପତି ରାମ ସିଂ ବାଗ(୬୦) ଆର ମାଏକିନା ସୁବର୍ଣ୍ଣୀ ବାଗ(୫୭)। ଇମାନକର ପିଲାଛୁଆ କିଛି ନାଇଁ। ପରିବାରଟା ନିହାତି ଗରିବ୍ ହେଇଥିଲାବେଲେ ନଁାକେ ଜମିବାଡ଼ି ଦୁଇଟୁକ୍ରି ରହିଛେ।…
ତଳିଆ ଅଞ୍ଚଳରେ ପହଞ୍ଚୁନି କେନାଲ ପାଣି : ବିଲ ମୁଣ୍ଡରେ ବସି ଫେରୁଛନ୍ତି ଚାଷୀ
କୁଜଙ୍ଗ,୧୦ା୮(ସ୍ବ.ପ୍ର.): ଶ୍ରାବଣ ମାସ ସରିବାକୁ ବସିଲାଣି, ମାତ୍ର ଚାଷୀଙ୍କ ଜଳସେଚନ ଚିନ୍ତା ଦୂର ହେଉନାହିଁ। ଆବଶ୍ୟକ ଅନୁଯାୟୀ ବର୍ଷା ହୋଇ ନ ଥିବାରୁ ଚାଷକାର୍ଯ୍ୟ ଠିକ୍ ଭାବେ ହୋଇପାରୁନି। ସେପଟେ କେନାଲ ତଳମୁଣ୍ଡକୁ ପାଣି ଆସୁନାହିଁ। ଚାଷୀ ଜଳ ନ ପାଇ…
କୃଷି ବୀମା ଅର୍ଥ ପ୍ରଦାନ, ଜଳସେଚନ ବ୍ୟବସ୍ଥା :ଦାବିଚାଷୀଙ୍କ ୬ ଘଣ୍ଟା ରାସ୍ତା ଅବରୋଧ
ନୂଆପଡ଼ା ଅଫିସ/ଖଡ଼ିଆଳ,୧୦।୮(ଡି.ଏନ.ଏ.) ଗତବର୍ଷ ମରୁଡ଼ିର ଉଚିତ କୃଷିବୀମା ଟଙ୍କା ପ୍ରଦାନ ସହ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ପାଣି ଯୋଗାଣ ଦାବିରେ ଚାଷୀମାନେ ଖଡିଆଳ-ଭବାନୀପାଟଣା ରାସ୍ତାକୁ ଦୀର୍ଘ ୬ ଘଣ୍ଟା ଧରି ଅବରୋଧ କରିଥିଲେ ା ଫଳରେ ଉପରୋକ୍ତ ରାସ୍ତାର ଦୁଇ…
ଯୁବଗୋଷ୍ଠୀଙ୍କୁ ପ୍ରୋତ୍ସାହିତ ପାଇଁ ଯୋଜନା ଚାଲିଛି
ନୂଆପଡା ଅଫିସ,୧୦ା୮ ନୂଆପଡା ଏକ ଉପାନ୍ତ ଜିଲା । ଏଠାରେ ଯୁବ ସମାଜ ଦିନକୁ ଦିନ ପଥଭ୍ରଷ୍ଟ ଯେମିତି ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାର ସମୟ ଆସିଛି। ଏଥିପାଇଁ ନେହେରୁ ଯୁବ କେନ୍ଦ୍ର ପର୍ଯ୍ୟାୟ କ୍ରମେ ବିଭିନ୍ନ କାର୍ଯ୍ୟକ୍ରମ କରି…
ଭିତ୍ତିପ୍ରସ୍ତର ସ୍ଥାପନର ୫ମାସ ବିତିଲା : ଏ ଯାଏଁ ଆରମ୍ଭ ହୋଇନି ବିଜ୍ଞାନ କେନ୍ଦ୍ର ନିର୍ମାଣ କାର୍ଯ୍ୟ
ଖଣ୍ଡପଡା,୧୦।୮(ସ୍ବ.ପ୍ର.): ଖଣ୍ଡପଡା-ଭାପୁର ମୁଖ୍ୟ ପୂର୍ତ୍ତ ବିଭାଗ ରାସ୍ତା ଉମାଦେବୀ ଛକ ନିକଟରେ ଏକ ବିଜ୍ଞାନକେନ୍ଦ୍ର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଏ ମଧ୍ୟରେ ଦୀର୍ଘ ୫ମାସ ବିତିଯାଇଥିଲେ ମଧ୍ୟ ନିର୍ମାଣ କାମ ଆରମ୍ଭ ହୋଇନାହିଁ। ସତେ ଯେପରି ନିର୍ମାଣ କାର୍ଯ୍ୟ…
ଜୀବନ ସମ୍ପର୍କ କାର୍ଯ୍ୟକ୍ରମର ଶୁଭାରମ୍ଭ: ଯୋଗଦେଲେ ସୁନାବେଡାର ଆଦିବାସୀ
ନୂଆପଡା ଅଫିସ,୧୦ା୮ ସ୍ଥାନୀୟ ଜିଲାପାଳଙ୍କ କାର୍ଯ୍ୟାଳୟରେ ସଭାଗୃହରେ ଜିଲାପାଳ ମଧୁସ୍ମିତା ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଦିବାସୀ ଜନଜାତି ଚକୋଟିଆ ଭୁଞ୍ଜିଆଙ୍କ ଉନ୍ନତି ସକାଶେ ଜୀବନ ସମ୍ପର୍କ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ଜିଲାପାଳ ଉଦ୍ଘାଟନ କରି ଏହା…
ମୁସରଙ୍ଗି ଜଙ୍ଗଲରୁ ବାଘ ଉଭାନ : ବନବିଭାଗ ଛାନ୍ଭିନ୍ ଜାରି
ନୂଆପଡ଼ା ଅଫିସ,୧୦ା୮ ସ୍ଥାନୀୟ ମୁସରଙ୍ଗି ଜଙ୍ଗଲରେ ୨ ଛୁଆ ସମେତ ୪ କଲରାପତରିଆ ବାଘ ଥିବା ଜଣାପଡ଼ିବା ପରେ ସଂପୃକ୍ତ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା ା ବନ ବିଭାଗ ପକ୍ଷରୁ ଏ ନେଇ ବିଭିନ୍ନ ସ୍ଥାନରେ କର୍ମଚାରୀ ମୁତୟନ କରାଯାଇଥିଲା ା…
ଦାଦନ ଖଟିବାକୁ ଯାଇ ୪ ଯୁବକ ନିର୍ଯାତନାର ଶିକାର
ପାଟଣା,୧୦।୮(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ଥାନା ବଡ଼ବିଲ ପଞ୍ଚାୟତ ଟଭାସରୁଆ ଗ୍ରାମର ୪ଜଣ ଯୁବକ ୩ ଜଣ ଦଲାଲଙ୍କ ଜରଆରେ ଦିଲ୍ଲୀ ଯାଇ ପରେ ରାଜସ୍ଥାନର ଆଇସ୍କ୍ରିମ ଫ୍ୟାକ୍ଟ୍ରିରେ ଦାଦନ ଖଟିିବା ବେଳେ ନିର୍ଯାତନାର ଶିକାର ହେଉଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।…

