ବିଳମ୍ବ ହେଲା ଠାକୁରଙ୍କ ନୀତିକାନ୍ତି

ପୁରୀ ଅଫିସ,୩୧ା୮: ଶ୍ରୀମନ୍ଦିର ସୁରକ୍ଷା ପାଇଁ ଚାଲିଛି ଉଚ୍ଛେଦ ଅଭିଯାନ। ପ୍ରାଥମିକ ପର୍ଯ୍ୟାୟରେ ଜିଲା ପ୍ରଶାସନ ଅସୁରକ୍ଷିତ କୋଠା ଭାଙ୍ଗୁଛି। ଶୁକ୍ରବାର ଭଙ୍ଗାଯାଇଛି ବହୁ ଚର୍ଚ୍ଚିତ ଏମାର ମଠର ରଘୁନନ୍ଦନ ଲାଇବ୍ରେରୀ ଏବଂ ଦୋକାନ ଘର। ତେବେ ଏହି ଉଚ୍ଛେଦ ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତେବେ ଏହି ଟ୍ରାଫିକ କଟକଣା ପାଇଁ ଶ୍ରୀମନ୍ଦିର ନୀତିକାନ୍ତିରେ ବିଳମ୍ବ ଘଟିଛି। ଅପରାହ୍ନ ୪ଟାରେ ଭୋଗମଣ୍ଡପ ବାହାରିଥିବା ବେଳେ ଅମାବାସ୍ୟା ନାରାୟଣ ବି ସେହି ୪ଟାରେ ସାଗର ବିଜେ କରିଛନ୍ତି। ତେବେ ଏଥିପାଇଁ ପ୍ରଶାସନକୁ ଦାୟୀ କରାଯାଇଛି।
ଉଚ୍ଛେଦ କାର୍ଯ୍ୟକୁ ଶୃଙ୍ଖଳିତ କରିବା ଲାଗି ଶୁକ୍ରବାର ଦୋଳମଣ୍ଡପ ସାହି ଗଳିରେ ବ୍ୟାରିକେଡିଂ କରାଯାଇଥିବା ବେଳେ ପୋଲିସ ଜଗି ରହିଥିଲା। ସେବାୟତମାନେ ସେବାପୂଜା ପାଇଁ ଶ୍ରୀମନ୍ଦିରକୁ ଆସୁଥିବା ବେଳେ ପୋଲିସ ସେମାନଙ୍କୁ ଛାଡି ନ ଥିଲା। ଫଳରେ ସେବାୟତମାନେ ଘରକୁ ଫେରି ଯାଇଥିଲେ। ଏହାକୁ ନେଇ ବିଳମ୍ବ ହୋଇଥିଲା। ସକାଳ ଧୂପ ପର୍ଯ୍ୟନ୍ତ ନୀତି ଠିକ୍‌ ଠାକ ଚାଲିଥିବା ବେଳେ ଏହା ପରଠାରୁ ବିଳମ୍ବ ହୋଇଥିଲା। ଗାରଦରେ ବିଳମ୍ବ ଖବର ପହଞ୍ଚତ୍ବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜିଲା ଏବଂ ପୋଲିସ ପ୍ରଶାସନ ସହ ଯୋଗାଯୋଗ କରାଯାଇଥିଲା। ଦୋଳମଣ୍ଡପ ସାହି ଗଳି ମୁଣ୍ଡରେ ଜଣେ ଜେଟିପି ମୁତୟନ ରହିଥିଲେ। ସେବାୟତମାନେ ସେହି ବାଟ ଦେଇ ଆସିଥିଲେ।
ଥରିଲା ମେଘନାଦ ପାଚେରି
ସିଂହଦ୍ୱାର ସମ୍ମୁଖ ଏବଂ ମେଘନାଦ ପାଚେରିଠାରୁ ଅଳ୍ପ ଦୂରରେ ରହିଥିଲା ରଘୁନନ୍ଦନ ଲାଇବ୍ରେରୀ। ତିନିମହଲା ବିଶିଷ୍ଟ ଏହି କୋଠାର ତଳ ମହଲାରେ ଦୋକାନ ଘର ଏବଂ ଉପରେ ଲାଇବ୍ରେରୀ ଚାଲୁଥିଲା। ତେବେ ଶୁକ୍ରବାର ଏହି କୋଠାକୁ ବୁଲ୍‌ଡୋଜରରେ ଭାଙ୍ଗିବା ବେଳେ ନିକଟରେ ଥିବା ମେଘନାଦ ପାଚେରି ଥରିଲା ଭଳି ଜଣାପଡୁଥିଲା। ତେବେ ଏହାକୁ ନେଇ ପ୍ରଶାସନକୁ କେହି କେହି ସମାଲୋଚନା କରିଥିଲେ। ଶ୍ରୀମନ୍ଦିରର ସୁରକ୍ଷା ପାଇଁ ଏମାର ମଠ କୋଠା ଭଙ୍ଗାଯାଉଥିବା ବେଳେ ଏଥିପାଇଁ ମେଘନାଦ ପାଚେରି ଥରିବା କେତେଦୂର ଠିକ୍‌ ବୋଲି ପରସ୍ପର ମଧ୍ୟରେ ଆଲୋଚନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri