ମାଲେସିଆ ଜାହାଜରୁ ତେଲକଢ଼ା ଆରମ୍ଭ

ବ୍ରହ୍ମଗିରି, (ଡି.ଏନ୍‌.ଏ.)/ ପୁରୀ ଅଫିସ ୩୦।୮: ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ରାଜହଂସ ନିକଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁୁ ଲାଗିଥିବା ମାଲେସିଆର ପଣ୍ୟବାହୀ ଜାହାଜରୁ ଶୁକ୍ରବାର ତେଲ କଢ଼ା ଆରମ୍ଭ ହୋଇଛି। ଏଥିରେ ରହିଥିବା ୪୦ ହଜାର ଲିଟର ତେଲ ପାଇଁ ଅନେକ କଳ୍ପନାଜଳ୍ପନା ଉଙ୍କି ମାରୁଥିଲା। ତେବେ ଶୁକ୍ରବାର ତେଲ କଢ଼ା ଆରମ୍ଭ ହେବା ପରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଏହି ଜାହାଜରୁ ପ୍ରାୟ ୯ ହଜାର ଲିଟର ତେଲ ବାହାର କରାଯାଇଥିବା ସୂଚନା ମିଳିଛି।
ଗତ ୮ ତାରିଖରେ ମାଲେସିଆର ପଣ୍ୟବାହୀ ଜାହାଜ ଜିନ ହ୍ବା-୩୨ ବଙ୍ଗୋପସାଗରରେ ଯାନ୍ତ୍ରିକ ତ୍ରୁଟି ଯୋଗୁ କୃଷ୍ଣପ୍ରସାଦ ବ୍ଲକର ରାଜହଂସ ନିକଟରେ ଲାଗିଥିଲା। ଜାହାଜରୁ ତେଲ ଖାଲି କରିବା ପାଇଁ ୮ ଦିନ ତଳେ ଜିଲା ପ୍ରଶାସନ ତତ୍ପର ହୋଇଥିଲା। ଫଳରେ ଉକ୍ତ ଜାହାଜ ମାଲିକଙ୍କ ସହ ଯୋଗାଯୋଗ କରି ତେଲ କଢାଯିବା ପ୍ରକ୍ରିୟା ଆରମ୍ଭ କରାଯାଇଛି। ବୁଧବାର ୩ଟି ଦଳ ଜାହାଜ ନିକଟରେ ପହଞ୍ଚତ୍ ପାଇପ ପକାଇବା କାମ ଆରମ୍ଭ କରିଛନ୍ତି। ପାରାଦୀପସ୍ଥିତ ମେରାଇନ ସର୍ଭେରୁ ଶରତ ଚନ୍ଦ୍ର ସାହୁ ଜାହାଜର ସ୍ଥିତି ତଦନ୍ତ କରିବା କାର୍ଯ୍ୟରେ ନିୟୋଜିତ ହୋଇଥିବା ସମୟରେ ଏହି ତେଲ କାଢିବା ପାଇଁ କଲିକତାର ଲଡ୍ସ ବ୍ଲୁଟେକ କମ୍ପାନୀର ଯନ୍ତ୍ରୀ ବୈଷୟିକ ସହାୟତା ପ୍ରଦାନ କରିଥିଲେ। ଏଥିସହ ଜାହାଜରୁ ତେଲ କାଢିବା ପାଇଁ ପାଇପ ସଂଯୋଗ କରିବା ଲାଗି ବାଲେଶ୍ୱରରୁ ଏକ ୬ ଜଣିଆ ଦଳ ଏହି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଶୁକ୍ରବାର ଏକ ଉଚ୍ଚ କ୍ଷମତା ସମ୍ପନ୍ନ ପମ୍ପ ଲଗାଯାଇ ଏଥିରୁ ତେଲ ବାହାରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପମ୍ପଟି ପ୍ରତି ୪୦ ମିନିଟରେ ୨୨ଶହ ଲିଟର ତେଲ ବାହାର କରିବ। ୨ଦିନ ମଧ୍ୟରେ ଜାହାଜରୁ ସମସ୍ତ ତେଲ ବାହାର ହୋଇଯିବ। ଜାହାଜରୁ ସମ୍ପୂର୍ଣ୍ଣ ତେଲ ବାହାରିବା ପରେ ଏହାର ମରାମତି କାର୍ଯ୍ୟ ଆରମ୍ଭ ହେବ ବୋଲି ଜିଲା ପ୍ରଶାସନ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ମନଇଛା ଘରଭଡା ବଢାଇପାରିବେ କି ମାଲିକ? ଓଡ଼ିଶାରେ ଭଡାଘର ଏଗ୍ରିମେଣ୍ଟକୁ ନେଇ ବଦଳିଲା ନିୟମ

ଭୁବନେଶ୍ୱର,୧୩ା୬: ରାଜ୍ୟରେ ଘର ଭଡ଼ା ବ୍ୟବସ୍ଥାକୁ ଆଧୁନିକ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬’ର ଚିଠା ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri