ଅନୁଗୋଳ ସିଡିଏମ୍‌ଓଙ୍କ ଖବରଦାତା ସମ୍ମିଳନୀ: ଦଲାଲଙ୍କୁ ଧରିବ ସ୍ବତନ୍ତ୍ର ଟିମ୍‌

ଅନୁଗୋଳ ଅଫିସ, ୩୧।୮- ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ସକ୍ରିୟ ଥିବା ଦଲାଲଙ୍କୁ ଧରିବାକୁ ପଦକ୍ଷେପ ନେବ ମେଡିକାଲ ପ୍ରଶାସନ। ଏଥିପାଇଁ ଗଠନ କରାଯିବ ଏକ ସ୍ବତନ୍ତ୍ର ଟିମ୍‌। ଏହି ଟିମ୍‌ର ସଦସ୍ୟମାନେ ବିଭିନ୍ନ ସମୟରେ ଲୋକଙ୍କୁ ଠକୁଥିବା ଦଲାଲଙ୍କ ଉପରେ ନଜର ରଖିବା ସହ ସେମାନଙ୍କୁ ଧରି ପୋଲିସ ଜିମା ଦେବ ବୋଲି ଶୁକ୍ରବାର ଅପରାହ୍ନରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ପ୍ରତାପ କୁମାର ବେହେରା ସୂଚନା ଦେଇଛନ୍ତି। ଏଥିସହ ବିଭିନ୍ନ କାରଣ ଯୋଗୁ ମେଡିକାଲରେ ଉପୁଜୁଥିବା ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରାଯାଉଥିବା ସିଡିଏମ୍‌ଓ କହିଛନ୍ତି।
ସମ୍ମିଳନୀରେ ସିଡିଏମ୍‌ଓ ବେହେରା କହିଲେ ଯେ, କେବଳ ଜିଲାରେ ନୁହେଁ ସାରା ରାଜ୍ୟରେ ଡାକ୍ତର ଅଭାବ ସମସ୍ୟା ଲାଗି ରହିଛି। ତେବେ ଜିଲାରେ ଯେତିକି ଡାକ୍ତର ଅଛନ୍ତି ସେଥିରେ ଉତ୍ତମ ସ୍ବାସ୍ଥ୍ୟସେବା ଜିଲାବାସୀଙ୍କୁ ଯୋଗାଇବାକୁ ସମସ୍ତ ଉଦ୍ୟମ କରାଯାଉଛି। ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ର ଗସ୍ତ କରି ସମସ୍ୟା ସମ୍ପର୍କରେ ଅବଗତ ହେଉଛୁ। ନିକଟରେ ମାଧପୁର ଓ ଖମାର ଡାକ୍ତରଖାନା ଗସ୍ତବେଳେ ଅବ୍ୟବସ୍ଥା ନଜରକୁ ଆସିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇ କର୍ମଚାରୀଙ୍କ ଦରମା ବନ୍ଦ କରାଯାଇଥିଲା। ଅସାଧୁ ଉପାୟ ଅବଲମ୍ବନ କରୁଥିବା ଡାକ୍ତର ଓ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଜିଲା ଖଣିଜ ପାଣ୍ଠିରେ ନିଯୁକ୍ତି ପାଇଥିବା ୨୪ ଜଣ ଡାକ୍ତରଙ୍କ ମଧ୍ୟରୁ କେତେଜଣ ଚାକିରି ଛାଡିଦେଇଛନ୍ତି। ତେଣୁ ଖାଲି ପଡିଥିବା ପଦବୀଗୁଡିକରେ ପୁନଃନିଯୁକ୍ତି ପାଇଁ ଜିଲା ପ୍ରଶାସନକୁ ଚିଠି ଲେଖା ଯାଇଥିବା ସିଡିଏମଓ କହିଥିଲେ। ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟର ମାଇକ୍ରୋ ବାୟୋଲୋଜି ଲ୍ୟାବରେ ଗତ ଜୁନ୍‌ରେ ରାଜ୍ୟରେ ସର୍ବାଧିକ ୫ ଶହ କଲଚର (ମଳ,ମୁତ୍ର, କଫ, ଷ୍ଟୋନ ଓ ରକ୍ତ) ପରୀକ୍ଷା ହୋଇଥିବା ସିଡିଏମ୍‌ଓ ସୂଚନା ଦେଇଥିଲେ। ଏହି ରେକର୍ଡ ପୂର୍ବରୁ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟ ନାମରେ ଥିଲା ବୋଲି ସେ କହିଥିଲେ। ଖୁବଶୀଘ୍ର ନୂତନ ଶବ ସଂରକ୍ଷଣ ଗୃହ କାର୍ଯ୍ୟକ୍ଷମ କରାଯିବ। ସରକାର ନୂତନ ଫ୍ରିଜର ଦେଇସାରିଥିବାବେଳେ ଏବେ କେବଳ ଫ୍ରିଜର ସଂଯୋଗ ବାକି ରହିଛି ବୋଲି ସିଡିଏମ୍‌ଓ ବେହେରା କହିଥିଲେ। ନୂତନ ଜେରିଆଟିକ ୱାର୍ଡ ମଧ୍ୟ ଖୁବଶୀଘ୍ର କାର୍ଯ୍ୟକ୍ଷମ କରାଯିବ। ମୁଖ୍ୟ ଚିକିତ୍ସାଳୟରେ ଟ୍ରମା କେୟାର ସେଣ୍ଟର ଖୋଲିବାକୁ ଜାଗାର ଅଭାବ ରହିଛି। ଏ ନେଇ ଜିଲା ପ୍ରଶାସନ ସହ ଆଲୋଚନା କରାଯାଇଛି। ଏହି ଜାଗା ମିଳିବା ପରେ ଟ୍ରୋମା କେୟାର ସେଣ୍ଟର କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିଛନ୍ତି। ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ନୂଆ ଏସ୍‌ପିଙ୍କ ସହ ଆଲୋଚନା ହୋଇଛି। ମେଡିକାଲରେ ଥିବା ଆଉଟପୋଷ୍ଟକୁ ଊନ୍ନତିକରଣ କରିବା ସହ ୨୪ ଘଣ୍ଟିଆ ପୋଲିସ ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ମିଳିଥିବା ସିଡିଏମ୍‌ଓ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ମେଡିକାଲ ପାଚେରିକୁ ଲାଗି ଥିବା ଦୋକାନ ଗୃହ ଉଚ୍ଛେଦ କରିବାକୁ ପୌର ପ୍ରଶାସନକୁ ଚିଠି ଲେଖାଯାଇଥିବା ସେ କହିଛନ୍ତି। ମେଡିକାଲ କିଭଳି ସୁରୁଖୁରୁରେ ଚାଲିବ ସେ ନେଇ ସିଡିଏମ୍‌ଓ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ଏଡିଏମ୍‌ଓ ମେଡିକାଲ ଲକ୍ଷ୍ମୀନାରାୟଣ ବିଶୋଇ, ଜିଲା ମ୍ୟାଲେରିଆ ଅଧିକାରୀ ବିଶ୍ୱ ପ୍ରକାଶ ମହାନ୍ତି ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri