ଆମ ଜିଲା ଖବର

କୂଅରେ ପଡ଼ି ଯୁବକଙ୍କ ପ୍ରାଣଗଲା

ସଜନାଗଡ଼,୮।୮(ଡି.ଏନ୍‌.ଏ.) : ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ସଜନାଗଡ଼ ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଘଟିଛି। ସଜନାଗଡ଼ ଛକ ନିକଟ ୧୯ ନଂ ରାଜ୍ୟ ରାଜପଥ ପାଶର୍‌ବରେ ପୂର୍ଣ୍ଣଚନ୍ଦ୍ର ଖାଲପାଳିଆଙ୍କ ସାନ ପୁଅ ପରଭାସିଆ (୨୩) ଗୁରୁବାର ପୂର୍ବାହ୍ନରେ ଘରପାଶର୍‌ବରେ…

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବଡ଼ସାହି,୮।୮(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକର ଥାନା ଅଧୀନ ଛେଳିଆ(କ)ପଞ୍ଚାୟତ ବିଦ୍ୟାଧରପୁର ଗଁ।ର ପୋଖରୀରୁ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଯୁବକ ଜଣକ ହେଲେ ଉକ୍ତ ଗଁ।ର ଜଳଧର ବାଘ(୪୦)। ସୂଚନାଯୋଗ୍ୟ, ୩ ଦିନ ପୂର୍ବରୁ ଜଳଧର ଜଙ୍ଗଲକୁ…

ମଦ ଦୋକାନ ଉଚ୍ଛେଦ ଦାବିରେ ଆନ୍ଦୋଳନ

ରାଜନଗର,୮।୮(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର-ଭିତରକନିକା ମୁଖ୍ୟରାସ୍ତାର ଭିତରଗଡ଼ ପଞ୍ଚାୟତରେ ନୂତନ ଭାବେ ଖୋଲା ଯାଇଥିବା ବିଦେଶୀ ମଦ ଦୋକାନ ଉଚ୍ଛେଦ ଦାବିରେ ଭିତରଗଡ଼ ପଞ୍ଚାୟତର ମହିଳାମାନେ ବୁଧବାରଠାରୁ ଆନ୍ଦୋଳନ ଚଳାଇଛନ୍ତି। ମଦ ଦୋକାନ ଉଚ୍ଛେଦ ନ ହେବା ଯାଏ ଏହି ଅନଶନ…

ନାଲକୋ ଦୁର୍ଘଟଣାରେ ଆଉ ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ଆନ୍ଦୋଳନ

ଅନୁଗୋଳ ଅଫିସ, ୮।୮: ନାଲକୋ ସ୍ମେଲଟର ପ୍ଲାଣ୍ଟ କାଷ୍ଟ ହାଉସ ପରିସରରେ ଗତ ୨୩ରେ ବିଦ୍ୟୁତ ଆଘାତରେ ୪ ଜଣ ଶ୍ରମିକ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ତେବେ ପୂର୍ବରୁ ଏହି ଦୁର୍ଘଟଣାରେ ମିଥୁନ ନାଥ…

ଘରର ମାଟି କାନ୍ଥ ପଡ଼ି ମହିଳାଙ୍କ ମୃତ୍ୟୁ

କେନ୍ଦୁଝର,୮।୮(ସ୍ବ.ପ୍ର.): କେନ୍ଦୁଝର ସଦର ବ୍ଲକ ହର୍ଷପୁର ଗଁ। ରେ ବୁଧବାର ପ୍ରବଳ ବର୍ଷା ହୋଇଛି। ଲଗାଣ ବର୍ଷା ଯୋଗୁଁ ମାଟି ଘର ସବୁ ସନ୍ତସନ୍ତିଆ ହୋଇଯାଇଛି। ଫଳରେ ମାଟିର କାନ୍ଥ ଭୁଷୁଡ଼ିପଡ଼ିବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ ଜଣଙ୍କ…

କୋରାପୁଟ ଜିଲାରେ ୧୫୪୭.୭ ମିମି ବର୍ଷା ରେକର୍ଡ : ବୈପାରୀଗୁଡ଼ା ବ୍ଲକରେ ସର୍ବାଧିକ ୧୭୨ ମିମି

କୋରାପୁଟ,୮।୮(ସ୍ବ.ପ୍ର.): କୋରାପୁଟ ଜିଲାରେ ଗୁରୁବାର ୧୫୪୭.୭ ମିମି ବର୍ଷା ହୋଇଥିବା ଜିଲା ଜରୁରୀ ବିଭାଗ ପକ୍ଷରୁ ଜଣାଯାଇଛି। ସେଥିମଧ୍ୟରୁ ଜିଲାର ବୈପାରୀଗୁଡ଼ା ବ୍ଲକରେ ସର୍ବାଧିକ ୧୭୨ ମିମି ବର୍ଷା ହୋଇଥିବାବେଳେ ଦଶମନ୍ତପୁରରେ ୧୫୭ମିମି, ସେମିଳିଗୁଡ଼ାରେ ୮୬ ମିମି, ଜୟପୁରରେ ୧୩୧.୬ ମିମି,…

ଦେଶର ୧୦ ଶ୍ରେଷ୍ଠ ଥାନା ତାଲିକାରେ ଓଡ଼ିଶାର ତରଭା: ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ମିଳିଲା ପ୍ରମାଣପତ୍ର

ସୋନପୁର/ତରଭା,୮ା୮(ନି.ପ୍ର./ଡି.ଏନ୍‌.ଏ.): ୨୦୧୮ ସର୍ଭେ ଅନୁଯାୟୀ ଭାରତର ୧୦ ଶ୍ରେଷ୍ଠ ଥାନା ତାଲିକାରେ ସୁବର୍ଣ୍ଣପୁର ଜିଲାର ତରଭା ଥାନା ସ୍ଥାନ ପାଇଛି। ଏଥିପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହ ଓ କେନ୍ଦ୍ର ଗୃହ ସଚିବଙ୍କ ଦସ୍ତଖତ ସମ୍ବଳିତ ଏକ ପ୍ରମାଣପତ୍ର ସୁବର୍ଣ୍ଣପୁର ଏସ୍‌ପି…

ପୁଣି ୫ ଘରୋଇ ଶିକ୍ଷାନୁଷ୍ଠାନର ଏନ୍‌ଓସି ରଦ୍ଦ

ଗୋପ,୮ା୮(ଡି.ଏନ୍‌.ଏ.): ପୁରୀ ଜିଲା ଗୋପ ବ୍ଲକ୍‌ ଅଞ୍ଚଳରେ ଥିବା ବେଆଇନ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକର ଏନ୍‌ଓସି ରଦ୍ଦ କରାଯାଉଛି। ତେବେ ବୁଧବାର ଆଉ ୫ ଘରୋଇ ଶିକ୍ଷାନୁଷ୍ଠାନର ଏନଓସି ରଦ୍ଦ କରାଯାଇଥିବା ଗୋପ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜଣାପଡ଼ିଛି। ସୂଚନାଯୋଗ୍ୟ, ଏହି…

ଶିକ୍‌ଲା ବଁଧା ଜୀବନ୍‌ ଘଟନା: ସନିକଟ୍‌କେ ଉଧାର କଲା ପରଶାସନ

ବିଜେପୁର, ୮।୮ (ଡି.ଏନ୍‌.ଏ): ବରଗଡ଼ ଜିଲା ଟି.ଗଣ୍ଡପାଲି ପଁଚେତ୍‌ ସଦର ଗାଁ ର ସନିକଟ୍‌ ସାହୁ(୪୮) ଗଲା ୪ ବଛର ହେଲା ଶିଁକ୍‌ଲା ବଁଧା ଜୀବନ୍‌ ବିତଉଥିଲେ। ଇ ବାବ୍‌ଦେ ଗଲା ମଙ୍ଗଲବାର ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ଶିଁକ୍‌ଲା ବଁଧା ଜୀବନ୍‌…

ବ୍ଲକ ସ୍ଥାୟୀ ଶିକ୍ଷା କମିଟି ବିଦ୍ୟାଳୟ ପରିଦର୍ଶନ କଲେ; ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥା ବୁଝିଲେ

ନୂଆପଡା ଅଫିସ,୮ା୮: ନୂଆପଡା ଏକ ଉପାନ୍ତ ବ୍ଲକ। ଏଠାରେ ଶିକ୍ଷା ବ୍ୟବସ୍ଥା ଦୁର୍ବଳ ଥିବାବେଳେ ବିଦ୍ୟାଳୟଗୁଡିକ ଆନୁଷଙ୍ଗି ବ୍ୟବସ୍ଥା ଠିକ ନ ଥିବା ନେଇ ବାରମ୍ବାର ଅଭିଭାବକ ମହଲରେ ଅସନ୍ତୋଷ ଲାଗି ରହିଥିଲା । ଏଥିପ୍ରତି ଦୃଷ୍ଟି ଦେବାକୁ ନୂଆପଡା ଜିଲା…

ମୁସରଙ୍ଗି ଜଙ୍ଗଲରେ ବାଘ ଆତଙ୍କ

ନୂଆପଡ଼ା ଅଫିସ,୮ା୮: ସ୍ଥାନୀୟ ସଦର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମୁସରଙ୍ଗି ସଂରକ୍ଷିତ ଜଙ୍ଗଲରେ ୨ଟି କଲରାପତରିଆ ବାଘ ବୁଲୁଥିବା ନେଇ ସ୍ଥାନୀୟ ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି । ବୁଧବାର ସକାଳେ ସ୍ଥାନୀୟ ଜଙ୍ଗଲରେ ବାଘ ଦୁଇଟି ଘୁରି ବୁଲୁଥିବା କୁକୁଡାଟାଲ ଗ୍ରାମବାସୀ…

ଖଡିଆଳ ଓକିଲ ସଂଘର କାର୍ଯ୍ୟ ବନ୍ଦ ଆନ୍ଦୋଳନ

ଖଡିଆଳ,୮।୮(ଡି.ଏନ.ଏ.) ନୂଆପଡା ଜିଲା ଖଡିଆଳ ଓକିଲ ସଂଘ ତରଫରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯାଇଛି । ଖଡିଆଳ, ସିନପାଲି, ବୋଡେନ ଅଞ୍ଚଳର ସମସ୍ତ ମାମଲାକୁ ଖଡିଆଳ ସିନିୟର ସିଭିଲ ଜଜ୍‌ ତଥା ଜିଲା ଦୌରାଜଜ୍‌ଙ୍କ କୋର୍ଟରେ ବିଚାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?