ନିଷ୍କାସନ ହୋଇପାରୁନି ଆବର୍ଜନା ପାଣି: ପୂତ୍ତି ଗନ୍ଧମୟ ପରିବେଶରେ ଗଡତରାସ

ବନ୍ତଳା,୩୧।୮(ଡି.ଏନ.ଏ.) ଘର ଆଗରେ ଜମି ରହିଛି ବର୍ଷା, ଆବର୍ଜନା ପାଣି। ନିଷ୍କାସନର ବାଟ ନ ଥିବାରୁ ଏହା ଘରେ ପଶୁଛି। ଦୁର୍ଗନ୍ଧରେ ନାକ ଫାଟି ପଡୁଛି। ହେଲେ ଉପାୟ ନ ଥିବାରୁ ବାଧ୍ୟ ହୋଇ ସେହି ପାଣିରେ ପଶି ଯାତାୟାତ କରୁଛନ୍ତି ଅନୁଗୋଳ ଜିଲା ବନ୍ତଳା ଥାନା ଗଡତରାସ ଗ୍ରାମବାସୀ। ଦୀର୍ଘ ୨ ବର୍ଷ ଧରି ଲାଗି ରହିଥିବା ଏହି ସମସ୍ୟାର ସମାଧାନ ହେଉ ନ ଥିବାରୁ ଦୁର୍ଦ୍ଦଶା ଭୋଗୁଛନ୍ତି ରାସ୍ତା ଉପରେ ନିର୍ଭର କରୁଥିବା ଗ୍ରାମର ୭୦ ପରିବାର। ବ୍ଲକ ପ୍ରଶାସନଠାରୁ ଆରମ୍ଭ କରି ଜିଲାପାଳଙ୍କୁ ଏ ନେଇ ଅଭିଯୋଗ କରିଥିଲେ ମଧ୍ୟ କେହି ଏ ଦିଗରେ ଦୃଷ୍ଟି ଦେଉ ନ ଥିବା ପ୍ରକାଶ କରିଛନ୍ତି ଗ୍ରାମବାସୀ।
ଅଭିଯୋଗ ମୁତାବକ, ବେହେରା ସାହି, କନ୍ଧ ସାହି ଓ ମନ୍ଦିର ସାହିର ୭୦ରୁ ଊର୍ଦ୍ଧ୍ୱ ପରିବାର ଏହି ରାସ୍ତା ଉପରେ ନିର୍ଭର କରନ୍ତି। ପୂର୍ବରୁ ଉକ୍ତ ରାସ୍ତା ଦେଇ ବର୍ଷା ପାଣି ଚାଷ ଜମିକୁ ଗଡିଯାଉଥିଲା। ହେଲେ ଯେଉଁବାଟ ଦେଇ ପାଣି ନିଷ୍କାସନ ହେଉଥିଲା ତାହା ବ୍ୟକ୍ତିଗତ ଜାଗା ହୋଇଥିବାରୁ ସେଠାରେ ଜାଗା ମାଲିକ ହୁଡା ଦେଇ ବନ୍ଦ କରିଦେଇଛନ୍ତି। ଫଳରେ ବର୍ଷା ହେଲେ ପାଣି ନିଷ୍କାସନ ହୋଇ ନ ପାରି ସେଠାରେ ଜମି ରହୁଛି। ଏପରିକି ରାସ୍ତାପାର୍ଶ୍ୱରେ ଥିବା ଲୋକଙ୍କ ଘରେ ଏହା ପଶିଯାଉଛି। କେତେକ ଲୋକ ଘରର ଅଳିଆ ଆବର୍ଜନା ସେଠାରେ ଛାଡି ଦେଉଥିବାରୁ ତାହା ପଚି ଶଢି ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ଏଥିଯୋଗୁ ଗ୍ରାମର ୩୦ରୁ ଊର୍ଦ୍ଧ୍ୱ ଲୋକ ଚର୍ମରୋଗରେ ଆକ୍ରାନ୍ତ ହୋଇଥିବାବେଳେ ଦିନକୁ ଦିନ ଏହା ବ୍ୟାପିବାରେ ଲାଗିଛି। ସେହିପରି ଗ୍ରାମଠାରୁ ଏକ କିମି ଦୂରରେ ନୀଳ କଣ୍ଠେଶ୍ୱର ମନ୍ଦିର ଯିବାକୁ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ଏହି ସମସ୍ୟାକୁ ଗୁରୁତ୍ୱର ସହ ନେଇ ସେଠାରେ ଡ୍ରେନେଜ ବ୍ୟବସ୍ଥା କରିବାକୁ ଜୁନ ୯ ରେ ଗ୍ରାମବାସୀ ଜିଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ବିଡ଼ିଓ ଗ୍ରାମକୁ ଆସି ତଦନ୍ତ କରିବା ସହିତ ଗ୍ରାମବାସୀଙ୍କ ସହଯୋଗ ଲୋଡ଼ିଥିଲେ। ଏ ନେଇ ଗ୍ରାମରେ ୩ ଥର ବୈଠକ ବସିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସମାଧାନ ହୋଇପାରି ନ ଥିବା ଗ୍ରାମର ବାଉରିଆ ବେହେରା, ନିଶାମଣି ବେହେରା, ଶ୍ରୀକାନ୍ତ ପଟ୍ଟନାୟକ ପ୍ରମୁଖ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ବିଡ଼ିଓ ମାୟାଧର ବେହେରା କହିଛନ୍ତି, ଅଭିଯୋଗ ପାଇବା ପରେ ୨ ଥର ଗ୍ରାମକୁ ଯାଇଥିଲୁ। ଜଣେ ବ୍ୟକ୍ତି ନିଜ ଜାଗା ବନ୍ଧାଇ ରଖିଥିବା ଯୋଗୁ ଏପରି ସମସ୍ୟା ସୃଷ୍ଟି ହୋଇଛି। ବନ୍ଧେଇ ଥିବା ହୁଡାକୁ ଭାଙ୍ଗି ପାଣି ନିଷ୍କାସନ ପରେ ପୁନର୍ବାର ଉକ୍ତ ବ୍ୟକ୍ତି ରାସ୍ତା ବନ୍ଦ କରିଦେଇଛନ୍ତି। ସରପଞ୍ଚଙ୍କୁ ଡ୍ରେନ ବ୍ୟବସ୍ଥା କରିବା ପାଇଁ କୁହା ଯାଇଛି। ଖୁବଶୀଘ୍ର ଏହାର ସ୍ଥାୟୀ ସମାଧାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମେଡିକାଲ ଶୌଚାଳୟରେ କର୍କଟ ରୋଗୀଙ୍କ ଆତ୍ମହତ୍ୟା

କଟକ,୧୬ା୪ (କାର୍ତ୍ତିକ ସାହୁ) ଆଚାର୍ଯ୍ୟ ହରିହରି ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନକୁ ଚିକିତ୍ସା ପାଇଁ ଆସିଥିବା ଜଣେ ମହିଳା କର୍କଟ ରୋଗର ଯନ୍ତ୍ରଣା ସହି ନ...

ୟୁପିଏସ୍‌ସିରେ ୨୪ ନଂ ର଼୍ୟାଙ୍କ ରଖିଲେ ବରଗଡ଼ ଡେପୁଟି କଲେକ୍ଟର ପ୍ରଜ୍ଞାନନ୍ଦନ ଗିରି, ୪ର୍ଥ ପ୍ରୟାସରେ ସଫଳ

ବରଗଡ଼,୧୬।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟୀ କଲେକ୍ଟର ଭାବେ କାର୍ଯ୍ୟରତ ପ୍ରଜ୍ଞାନନ୍ଦନ ଗିରି ମଙ୍ଗଳବାର ପ୍ରକାଶ ପାଇଥିବା ସର୍ବଭାରତୀୟ ପ୍ରଶାସନିକ ସେବା (ୟୁପିଏସ୍‌ସି)ରେ ୨୪...

ବିଜେଡିରେ ମିଶିଲେ ଦେବଗଡ଼ର ରାଣୀ ଅରୁନ୍ଧତୀ

ଭୁବନେଶ୍ୱର,୧୬।୪: ବିଜେଡିରେ ମିଶିଲେ ସମ୍ବଲପୁରର ଭାଜପା ଏମପି ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ କୁମାରୀ ଦେବୀ। ଆଜି ସେ ବିଜେଡିରେ ସାମିଲ ହୋଇଛନ୍ତି । ସେ...

ଓଭରବ୍ରିଜ୍‌ରୁ ବସ୍‌ ଖସି ଦୁର୍ଘଟଣା: ମୃତକଙ୍କୁ ୩୦ ଲକ୍ଷ କ୍ଷତିପୂରଣ ପ୍ରଦାନ ଦାବି

କଟକ,୧୬ା୪ (କାର୍ତ୍ତିକ ସାହୁ) ଯାଜପୁର ଜିଲା ବାରବାଟୀ ନିକଟରେ ସୋମବାର ରାତିରେ ଓଭରବ୍ରିଜରୁ ପ୍ରାୟ ୩୦ ଫୁଟ ତଳକୁ ଯାତ୍ରୀବାହୀ ବସ୍‌ ଖସି ଦୁର୍ଘଟଣା ଘଟିବାକୁ...

ଫୁଲ ଧରିଲେ ବିଜେଡିର ପୂର୍ବତନ ବିଧାୟକ ବେଦବ୍ୟାସ ନାୟକ

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ) ପୂର୍ବତନ ବିଜେଡି ବିଧାୟକ ବେଦବ୍ୟାସ ନାୟକ ଆଜି ଶଙ୍ଖ ଛାଡ଼ି ଫୁଲ ଧରିଛନ୍ତି। ଭୁବନେଶ୍ୱରରେ ଏକ ମିଶ୍ରଣ କାର୍ଯ୍ୟକ୍ରମରେ ସେ ତାଙ୍କ...

ବଜ୍ରପାତରେ ୩ ମୃତ

କେନ୍ଦ୍ରାପଡ଼ା,୧୬।୪: କେନ୍ଦ୍ରାପଡ଼ାରେ କାଳବୈଶାଖୀ ବର୍ଷା ସାଙ୍ଗକୁ ଜୋରରେ ପବନ ହୋଇଛି। ତେବେ ବଜ୍ରପାତରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ପାଟକୁରା କୁଦାନଗରୀ ବଙ୍ଗାରିରେ ଜଣେ, କୁଣ୍ଡିଲୋରେ...

ମା’ ଧାମୁରାଇଙ୍କୁ ପୂଜା କରି ପ୍ରଚାର ଆରମ୍ଭ କଲେ କଂଗ୍ରେସ ପ୍ରାର୍ଥୀ

ଚାନ୍ଦବାଲି,୧୬।୪(କିଷାନ ପାତ୍ର)- ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନୀ ମଣ୍ଡଳୀ କଂଗ୍ରେସ କଂଗ୍ରେସ ପ୍ରାର୍ଥୀ ଅମୀୟ ମହାପାତ୍ର ମଙ୍ଗଳବାର ଧାମରାଠାରେ ମା’ଧାମୁରାଇଙ୍କ ଦର୍ଶନ କରି ପ୍ରଚାର ଆରମ୍ଭ...

ଶୁଣାଣି ଚାଲିଥିବା ବେଳେ କୋର୍ଟ ଛାତରୁ ଡେଇଁ ପଡ଼ିଲେ ଅଭିଯୁକ୍ତ

ଝାରସୁଗୁଡ଼ା,୧୬।୪: ଝାରସୁଗୁଡ଼ା ଜିଲା ଦୌରାଜଜଙ୍କ ଅଦାଲତର ଦ୍ୱିତୀୟ ମହଲାରୁ ମଙ୍ଗଳବାର ଜଣେ ଅଭିଯୁକ୍ତ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ବେଲପାହାଡ଼ ଥାନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri