ଆମ ଜିଲା ଖବର

ରାସ୍ତାପାର୍ଶ୍ୱରେ ପଡ଼ିରହିଛି ଶିଶୁର ମୃତଦେହ

ଜୟପୁର,୪।୯(ଡି.ଏନ୍‌.ଏ.): ଜୟପୁରରୁ ବିଶାଖାପାଟଣା ଯିବା ମୁଖ୍ୟ ରାସ୍ତା ଲମତାପୁଟ ତୁସୁବା ଛକ ନିକଟରେ ଏକ ଶିଶୁର ମୃତଦେହ ପଡ଼ି ରହିଥିବା ଦେଖିବାକୁ ମିଳିଛି। ଶିଶୁଟିକୁ କିଏ କାହିଁକି ରାସ୍ତା କଡ଼ରେ ଫିଙ୍ଗି ଚାଲିଯାଇଛି ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।…

ଉଚ୍ଛେଦ ପ୍ରସଙ୍ଗ : ଜିଲାପାଳଙ୍କୁ ସାକ୍ଷାତ କଲେ ୧୫ ଜଣିଆ କମିଟି

ପୁରୀ ଅଫିସ,୪।୯: ଶ୍ରୀମନ୍ଦିର ସୁରକ୍ଷା ପାଇଁ ପୁରୀରେ ଚାଲିଥିବା ଉଚ୍ଛେଦ ଅଭିଯାନକୁ ବିରୋଧ କରି ପୁରୀ ସୁରକ୍ଷା ମଞ୍ଚର ୧୫ ଜଣିଆ କମିଟି ବୁଧବାର ପୂର୍ବାହ୍ନରେ ଜିଲାପାଳଙ୍କୁ ସାକ୍ଷାତ କରିଛନ୍ତି। ମେଘନାଦ ପାଚେରି କଡ଼ରୁ ୭୫ ମିଟର ପରିଧି ମଧ୍ୟରେ ନିର୍ମାଣ…

କୀଟନାଶକ ପିଇ ଚାଷୀ ଆତ୍ମହତ୍ୟା ଅଭିଯୋଗ: ଟଙ୍କା ପୈଠ ନ କରିବାରୁ ମୃତଦେହ ଛାଡ଼ିଲାନି ମେଡିକାଲ

ସମ୍ବଲପୁର,୪।୯(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଖଇରମାଳ ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଋଣଭାର, ଫସଲ ନଷ୍ଟ ଯୋଗୁ କୀଟନାଶକ ପିଇ ଜଣେ ଚାଷୀଙ୍କ ବୁଧବାର ମୃତ୍ୟୁ ଘଟିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତ ଚାଷୀ…

ନିଖୋଜ ବୃଦ୍ଧଙ୍କ ମୃତଦେହ ବୈତରଣୀରୁ ଉଦ୍ଧାର

ଭଣ୍ଡାରିପୋଖରୀ,୪।୯(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ମାଳଦା ପଞ୍ଚାୟତ ରଘୁନାଥପୁର ଗ୍ରାମର ଜଣେ ବୃଦ୍ଧଙ୍କ ମୃତଦେହ ବୁଧବାର ସକାଳେ ବୈତରଣୀ କୂଳରୁ ପୋଲିସ ଜବତ କରିଛି। ସୂଚନାଯୋଗ୍ୟ, ରଘୁନାଥପୁର ଗ୍ରାମର ଦାମୋଦର ବୋଇତାଇ(୮୪) ଗତ ଅଗଷ୍ଟ ୧୮ ତାରିଖ ରବିବାର ପୂର୍ବାହ୍ନରେ…

ପ୍ୟାକେଜ ନାଁରେ ଭୁଅଁା ବୁଲାଉଛନ୍ତି

ପୁରୀ ଅଫିସ,୪ା୯ : ଶ୍ରୀମନ୍ଦିର ମେଘନାଦ ପାଚେରି ୭୫ମିଟର ପରିଧିରେ ଆସୁଥିବା ନିର୍ମାଣାଧୀନ କୋଠା ଭଙ୍ଗାଯିବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି। ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ପୁରୀବାସୀଙ୍କୁ ତ୍ୟାଗ ଲାଗି ଆହ୍ବାନ ଦେଇଥିଲେ। ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ…

ପୁରୀକୁ ଆସୁଛନ୍ତି ୨ ହଜାରରୁ ଊର୍ଦ୍ଧ୍ୱ ନାଗା ସାଧୁ

ପୁରୀ ଅଫିସ, ୪ା୯:ମଠ ଉଚ୍ଛେଦକୁ ନେଇ ମଙ୍ଗଳବାର ସାଧୁସନ୍ଥଙ୍କ ପ୍ରତିବାଦ ଯୋଗୁ ପ୍ରଶାସନ ପକ୍ଷରୁ ବଡ ଆଖଡା ମଠ ଉଚ୍ଛେଦକୁ ସ୍ଥଗିତ ରଖିଛି। ତେବେ ସାଧୁ ସନ୍ଥଙ୍କ ପ୍ରତିବାଦରେ ସାମିଲ ହେବା ଲାଗି ଦିନେ ଦୁଇଦିନ ମଧ୍ୟରେ ସାରା ଭାରତବର୍ଷରୁ ପ୍ରାୟ…

ବାଇକ୍‌ର ପେଣ୍ଠସ୍ଥଳ କୁହୁଡି:ବାଇକ୍‌ ଚୋରି ପାଇଁ ତାଲିମ ଦିଆଯାଉଥିଲା

ଖୋର୍ଦ୍ଧା ଅଫିସ,୪ା୯: ଖୋର୍ଦ୍ଧା ଜିଲାର ଟାଙ୍ଗୀ ଥାନା କୁହୁଡି ଚୋରା ବାଇକ୍‌ର ପେଣ୍ଠସ୍ଥଳ ପାଲଟିଛି। ଏପରି କି ଏଠାରେ ବାଇକ୍‌ ଲୁଟ୍‌ କରିବାକୁ ଯୁବକମାନଙ୍କୁ ତାଲିମ ଦିଆଯାଇ ଟ୍ରେଣ୍ଡ କରାଯାଉଥିଲା। ନୟାଗଡ ଜିଲାର ଚାନ୍ଦପୁର ଥାନା ପୋଲିସ ରବିବାର ଏଠାରୁ ୧୧ଟି…

କାଳିଆ ଯୋଜନାରେ ଚାଲିଛି ରାଜନୀତି:ବାଦ୍‌ ପଡୁଛନ୍ତି ଯୋଗ୍ୟ ହିତାଧିକାରୀ

ଖୋର୍ଦ୍ଧା ଅଫିସ,୪ା୯:ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଖୋର୍ଦ୍ଧାର ମଙ୍ଗଳା ମଣ୍ଡପଠାରେ ଜିଲାସ୍ତରୀୟ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଜିଲା ସଭାପତି ସୁରେଶ ମାନସିଂଙ୍କ ନେତୃତ୍ୱରେ ଅନୁଷ୍ଠିତ ସଭାରେ ସଙ୍ଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ମନୱର ଅଲ୍ଲି, ଚାଷୀ ନେତା ରମେଶ…

ରାସ୍ତା ନିର୍ମାଣରେ ବିଳମ୍ବ: ଟାୟାର୍‌ ଜାଳି ରାସ୍ତାରୋକୋ

ମହାକାଳପଡ଼ା,୪।୯(ଡି.ଏନ.ଏ.): ମହାକାଳପଡା ବ୍ଲକ ଅଧୀନ ବିଜୟ ନଗର-ଓରତ ମୁଖ୍ୟ ପୂର୍ତ୍ତ ରାସ୍ତା ନିର୍ମାଣ ବିଳମ୍ବ ପ୍ରତିବାଦରେ ସ୍ଥାନୀୟ ଓଳିଆ ଗ୍ରାମରେ ଲୋକମାନେ ଟାୟାର ଜାଳି ରାସ୍ତା ରୋକ କରିଛନ୍ତି। ଯାହା ଫଳରେ ବସ, ଟ୍ରକ, ବାଇକ, ଜରୁରୀ କାଳୀନ ସେବା ଗାଡି…

ବ୍ଲକର ନାମଫଳକକୁ ନେଇ ଦ୍ୱନ୍ଦ

ହାଟଡିହୀ, ୪।୯(ଡି.ଏନ.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଫିସ୍‌ କାର୍ଯ୍ୟାଳୟ ଏବ ମିଟିଂ ଗୃହରେ ଲିଖିତ ଥିବା ନାମଫଳକକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ବିଭିନ୍ନ ମହଲରୁ ଏହାକୁ ତୀବ୍ର ନିନ୍ଦା କରାଯିବା ସହ ବ୍ଲକ କର୍ତ୍ତୃପକ୍ଷଙ୍କ ଦାୟିତ୍ୱକୁ ନେଇ ନାପସନ୍ଦ…

ଭାଇରାଲ ହେଉଛନ୍ତି ଜୟପୁରର କିଶୋର କୁମାର

ଜୟପୁର,୪ା୯ (ଡି.ଏନ୍‌.ଏ.):‘ଚଲ୍‌ତେ ଚଲ୍‌ତେ ମେରେ ୟେ ଗୀତ୍‌ ୟାଦ୍‌ ରଖନା, କଭି ଅଲ୍‌ବିଦା ନା କେହ୍‌ନା।’ ଜୟପୁର ସହରର ଏକ ନିର୍ଦ୍ଦିଷ୍ଟ ଅଟୋରେ ଆପଣ ଯାତ୍ରା କରିବା ବେଳେ ଭାସିଆସିବ କିଶୋର କୁମାରଙ୍କ ଏଇ ଚିର ସବୁଜ ଗୀତ ସାଙ୍ଗକୁ ଆହୁରି…

ହେଲାନି ଚୁକ୍ତି ନବୀକରଣ କି ଟେଣ୍ଡର: ୨୨ ଠିକା କର୍ମଚାରୀଙ୍କ ଭବିଷ୍ୟତ ଅନ୍ଧକାର

ଅନୁଗୋଳ ଅଫିସ, ୪।୯- ଅନୁଗୋଳ ପୌରପାଳିକାରେ ୯ ବର୍ଷ ହେଲା ଠିକାରେ କାର୍ଯ୍ୟ କରୁଥିବା ୨୨ ଜଣ କର୍ମଚାରୀଙ୍କ ଭବିଷ୍ୟତ ଏବେ ଅନ୍ଧକାର ହୋଇଯାଇଛି। ଠିକା ସଂସ୍ଥା ସହ ପୌରପାଳିକା କରିଥିବା ଚୁକ୍ତିର ଅବଧି ଗତ ଅଗଷ୍ଟ ୩୧ରେ ଶେଷ ହୋଇଯାଇଥିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?