ପ୍ୟାକେଜ ନାଁରେ ଭୁଅଁା ବୁଲାଉଛନ୍ତି

ପୁରୀ ଅଫିସ,୪ା୯ : ଶ୍ରୀମନ୍ଦିର ମେଘନାଦ ପାଚେରି ୭୫ମିଟର ପରିଧିରେ ଆସୁଥିବା ନିର୍ମାଣାଧୀନ କୋଠା ଭଙ୍ଗାଯିବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି। ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ପୁରୀବାସୀଙ୍କୁ ତ୍ୟାଗ ଲାଗି ଆହ୍ବାନ ଦେଇଥିଲେ। ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ବିସ୍ଥାପିତଙ୍କ ଲାଗି ସରକାର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। ତେବେ ଏହି ପ୍ୟାକେଜକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ବିସ୍ଥାପିତ ହୋଇଥିବା ଲୋକେ ସରକାରଙ୍କୁ ତୀବ୍ର ସମାଲୋଚନା କରିବା ସହ ପ୍ୟାକେଜ ନଁାରେ ସେମାନଙ୍କୁ ଭୁଅଁା ବୁଲାଯାଉଥିବା ଅଭିଯୋଗ କରିଛନ୍ତି। ଏନେଇ ଏକ ମତାମତ ଭିତ୍ତିକ ଉପସ୍ଥାପନା…

ବିସ୍ଥାପନ ଟଙ୍କା ମିଳିନି
ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ମିଥ୍ୟା କହୁଛନ୍ତି। ବିସ୍ଥାପିତଙ୍କୁ ଥଇଥାନ ନାମରେ ମିଥ୍ୟା ପ୍ରଲୋଭନ ଦେଖାଉଛନ୍ତି। ଥଇଥାନ ନେଇ କରିଥିବା ପ୍ୟାକେଜ ଧୂଆଁବାଣ। ଲୋକଙ୍କୁ ଲଲିପପ୍‌ ଧରାଇବାକୁ ଚେଷ୍ଟା କରୁଛନ୍ତି। ୨୦୧୫ ନବକଳେବର ସମୟରେ ୧୫ଶହ ବର୍ଗ ଫୁଟ ଘର ଦୋକାନ ଗୃହ ଉଚ୍ଛେଦ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଥଇଥାନ ଟଙ୍କା ପାଇବା ଲାଗି ଜିଲାପାଳଙ୍କ କାର୍ଯ୍ୟାଳୟକୁ ଦୌଡି ଦୌଡି ନୟାନ୍ତ ହୋଇପଡିଲିଣି। ଏଣୁ କୌଣସି ବ୍ୟକ୍ତି ସରକାରଙ୍କ ଥଇଥାନ ପ୍ୟାକେଜରେ ଭାସି ନ ଯାନ୍ତୁ।
-ନବ କିଶୋର ସାହୁ, ସାମାଜିକ କର୍ମୀ
ପ୍ରତିଶ୍ରୁତି ଦେଇ ଠକିଲେ
୨୦୧୩ରେ ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରୁ ଉଚ୍ଛେଦ ହୋଇଥିଲା। ଏହି ସମୟରେ ମୋର ଦୁଇଟି ଦୋକାନ ଉଚ୍ଛେଦ ହୋଇଥିଲା। ପରବର୍ତ୍ତୀ ସମୟରେ ଉପଯୁକ୍ତ ଥଇଥାନ କରାଯିବ ବୋଲି ସରକାର ପ୍ରତିଶ୍ରୁତି ଦେଇଥିଲେ। ତେବେ ବାରମ୍ବାର ପ୍ରଶାସନ କାର୍ଯ୍ୟାଳୟକୁ ଦୌଡିବା ସତ୍ତ୍ବେ କୌଣସି ସୁଫଳ ମିଳିନି। ପରେ ଏନେଇ ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲି। ହାଇକୋର୍ଟ ତୁରନ୍ତ ଥଇଥାନ ଲାଗି ନିର୍ଦ୍ଦେଶ ଦେବା ସତ୍ତ୍ବେ ବର୍ତ୍ତମାନ ସୁଦ୍ଧା କୌଣସି ଥଇଥାନ କରାଯାଇନାହିଁ। ଏବେ ପୁଣି ୭୫ମିଟର ପରିଧି ମଧ୍ୟରେ ଘର ଚାଲିଯିବା ଆଶଙ୍କା ରହିଛି। ସରକାରଙ୍କ ପ୍ୟାକେଜରେ ସତ୍ୟତା ନାହିଁ। ପ୍ୟାକେଜ୍‌ର କାର୍ଯ୍ୟକାରିତା ନେଇ ଦ୍ୱନ୍ଦ୍ୱ ରହିଛି। ସରକାରଙ୍କ ଉପରେ ମୋର ଆଦୌ ଭରସା ନାହିଁ।
-ରାଜ କୁମାର ନିଗମ, ଯୁବ ବ୍ୟବସାୟୀ
ମଠ ଦୁରବସ୍ଥା ଲାଗି ସରକାର ଦାୟୀ
ପିଲାଦିନୁ ମଠ ସହିତ ଜଡିତ ରହିଛି। ମଠରେ ଝୁଲଣ ଯାତ୍ରା ହେଉ ଅଥବା ଶ୍ରୀକୃଷ୍ଣ ଜନ୍ମାଷ୍ଟମୀରେ ମଠ ପକ୍ଷରୁ ଆୟୋଜିତ ଉତ୍ସବରେ ସାମିଲ ହୋଇ ଆସିଛି। ମଠର ଦୁରବସ୍ଥା ଲାଗି ସରକାର ଓ ଦେବୋତ୍ତର ବିଭାଗ ଦାୟୀ। ଏହାର ରକ୍ଷଣାବେକ୍ଷଣ ଲାଗି କୌଣସି ବ୍ୟବସ୍ଥା କରାଯାଇନାହିଁ। ବର୍ତ୍ତମାନ ଏହା ବିପଦସଙ୍କୁଳ ଦର୍ଶାଇ ଏହାକୁ ପ୍ରଶାସନ ଭାଙ୍ଗିଚାଲିଛି। ଏହା ଗ୍ରହଣୀୟ ନୁହଁ। ଯଦି ମଠ ନ ରହିବ, ଶ୍ରୀକ୍ଷେତ୍ରର ଐତିହ୍ୟ ନଷ୍ଟ ହୋଇଯିବ। ଭକ୍ତ ଶ୍ରୀକ୍ଷେତ୍ରକୁ ଆସିଲେ, ପ୍ରଥମେ ମଠ ସ୍ଥାନକୁ ପ୍ରାଥମିକତା ଦେଇଥାଏ। ଯଦି ମଠ ନ ରହିବ, ଭକ୍ତମାନେ କୁଆଡେ ଯିବେ। ପୂଜ୍ୟପୂଜାକୁ ସରକାର କୁଠାରାଘାତ କରୁଛନ୍ତି।
-ଗୌରବ ପାଶୋରିଆ,
ଯୁବ ସାମାଜିକ କର୍ମୀ
ମୋ ଜେଜେମା କାନ୍ଦୁଛି
୭୫ ମିଟର
ପରିଧିରେ ମୋର ଘର ଆସୁଛି। ଆମ ଘର ଚାଲିଯିବା ଖବର ଶୁଣି ମୋ ଜେଜେମା ଆଖିରେ ଲୁହ ଶୁଖୁନି। ଘର ଆଗରେ ଠିଆ ହୋଇ କଇଁ କଇଁ କାନ୍ଦୁଛି। ବହୁ କଷ୍ଟରେ ଘର ଖଣ୍ଡେ ତୋଲିଥିଲେ। ବୟସାଧିକ୍ୟ ସତ୍ତ୍ବେ ହାତରେ ବାଡି ଖଣ୍ଡେ ଧରି ସେ ଶ୍ରୀମନ୍ଦିରକୁ ଦର୍ଶନ କରିବାକୁ ଆସେ। ଘର ଉଚ୍ଛେଦ ହୋଇଗଲେ, ପୂର୍ବ ବଂଶ ପରମ୍ପରା ଘର ନଷ୍ଟ ହୋଇଯିବ। ଦୁଃଖରେ ଜେଜେମା ଖାଇବା ପିଇବା ଛାଡିଲାଣି। ଏନେଇ ଆମ ପରିବାରରେ ଦୁଃଖର ବାତାବରଣ ଲାଗି ରହିଛି। ମୁଁ ଜଣେ ସେବାୟତ। ପ୍ରତ୍ୟେକ ସମୟରେ ମହାପ୍ରଭୁଙ୍କ ସେବାକାର୍ଯ୍ୟରେ ଶ୍ରୀମନ୍ଦିର ଯିବାକୁ ପଡୁଛି। ବିସ୍ଥାପିତ
ହେବା ପରେ ଶ୍ରୀମନ୍ଦିର କାର୍ଯ୍ୟରେ ବାଧା ସୃଷ୍ଟି ହେବ।
– ରବୀନ୍ଦ୍ର ଦାସ ମହାପାତ୍ର, ସେବାୟତ


Enter your email to get our daily news in your inbox.

All Right Reserved By Dharitri.Com

ଆଗାମୀ ଦୁଇ ଦିନରେ ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ତାପମାତ୍ରା

ଭୁବନେଶ୍ୱର,୨୮ା୩: ପାଗ ଶୁଖିଲା ରହୁଥିବାରୁ ଚଳିତମାସ ଶେଷ ପର୍ଯ୍ୟନ୍ତ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ...

ଏପ୍ରିଲ ପ୍ରଥମ ସପ୍ତାହରେ ଘୋଷଣା ହେବ କଂଗ୍ରେସ ଟିକେଟ୍‌

ଭୁବନେଶ୍ୱର,୨୮।୩: ମୁଣ୍ଡ ଉପରେ ନିର୍ବାଚନ। ଭାଜପା ଓ ବିଜେଡି ପର୍ଯ୍ୟାୟ କ୍ରମେ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। କିନ୍ତୁ ଏଥିରେ ପଛରେ ପଡିଛି କଂଗ୍ରେସ...

ଭାଜପାରେ ମିଶିପାରନ୍ତି ଅନୁଭବ, ଆଜି ହେବ ସ୍ପଷ୍ଟ

ଭୁବନେଶ୍ୱର,୨୮ା୩: ବିଜେଡି ଟିକେଟ୍‌ରେ କେନ୍ଦ୍ରାପଡ଼ା ଲୋକ ସଭାକୁ ନିର୍ବାଚିତ ହୋଇଥିବା ଅଭିନେତା ଅନୁଭବ ମହାନ୍ତି ଗୁରୁବାର ଭାଜପାରେ ଯୋଗ ଦେଇ ପାରନ୍ତି ବୋଲି ରାଜନୈତିକ ମହଲରେ...

ଟିକେଟ୍‌ ପାଇବା ପରେ ନବୀନ ନିବାସରେ ନେତାଙ୍କ ପ୍ରବଳ ଭିଡ଼, ଭେଟିବାକୁ ଆସିଲେ…

ଭୁବନେଶ୍ୱର,୨୮ା୩: ଟିକେଟ୍‌ ପାଇବା ପରେ ବିଜେଡି ସୁପ୍ରିମୋଙ୍କୁ ଧନ୍ୟବାଦ ଜଣାଇବା ପାଇଁ ନବୀନ ନିବାସରେ ଏମ୍‌ପି ଏବଂ ବିଧାୟକ ପ୍ରାର୍ଥୀଙ୍କ ପ୍ରବଳ ଭିଡ଼ ଲାଗିଛି। ଏମାନଙ୍କ...

ଆଜି ଭାଜପାରେ ମିଶିବେ ଅଭିନେତା ସିଦ୍ଧାନ୍ତ ମହାପାତ୍ର!

ଭୁବନେଶ୍ୱର,୨୮।୩: ପାଖେଇ ଆସିଲାଣି ନିର୍ବାଚନ। ଏହାରି ଭିତରେ ଭାଜପା ଓ ବିଜେଡି ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଭାଜପା ଓଡିଶାର ୩ଟି ଆସନ ଛାଡିଦେଲେ...

ଆଜି ପଦ୍ମ ଧରିବେ ଭର୍ତ୍ତୃହରି! ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

ଭୁବନେଶ୍ୱର,୨୮।୩: ପାଖେଇ ଆସିଲାଣି ନିର୍ବାଚନ। ଏହାରି ଭିତରେ ଭାଜପା ଓ ବିଜେଡି ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଭାଜପା ଓଡିଶାର ୩ଟି ଆସନ ଛାଡିଦେଲେ...

ଖୁବ୍‌ଶୀଘ୍ର ଭାଜପାର ଓଡ଼ିଶା ବିଧାନ ସଭା ତାଲିକା! ଦିଲ୍ଲୀ ଗଲେ ରାଜ୍ୟ ସଭାପତି

ଭୁବନେଶ୍ୱର,୨୮।୩: ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିବା ପରେ ଏବେ ଆରମ୍ଭ ହୋଇଛି ପ୍ରାର୍ଥୀ ଘୋଷଣା। ଦୁଇ ଦଳ ପର୍ଯ୍ୟାୟ ପର୍ଯ୍ୟାୟ ହିସାବରେ ପ୍ରାର୍ଥୀ ତାଲିକା ଘୋଷଣା...

ଟିକେଟ୍‌ ମିଳିବା ପରେ ମହାପ୍ରଭୁଙ୍କ ଦର୍ଶନ କଲେ ବବି ଦାସ

ପୁରୀ,୨୮।୩: ବିଜୁ ଜନତା ଦଳ ପକ୍ଷରୁ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଭାବେ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାମ ଘୋଷଣା କରାଯାଇଛି। ବବିଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri