ବାଇକ୍‌ର ପେଣ୍ଠସ୍ଥଳ କୁହୁଡି:ବାଇକ୍‌ ଚୋରି ପାଇଁ ତାଲିମ ଦିଆଯାଉଥିଲା

ଖୋର୍ଦ୍ଧା ଅଫିସ,୪ା୯: ଖୋର୍ଦ୍ଧା ଜିଲାର ଟାଙ୍ଗୀ ଥାନା କୁହୁଡି ଚୋରା ବାଇକ୍‌ର ପେଣ୍ଠସ୍ଥଳ ପାଲଟିଛି। ଏପରି କି ଏଠାରେ ବାଇକ୍‌ ଲୁଟ୍‌ କରିବାକୁ ଯୁବକମାନଙ୍କୁ ତାଲିମ ଦିଆଯାଇ ଟ୍ରେଣ୍ଡ କରାଯାଉଥିଲା। ନୟାଗଡ ଜିଲାର ଚାନ୍ଦପୁର ଥାନା ପୋଲିସ ରବିବାର ଏଠାରୁ ୧୧ଟି ବାଇକ୍‌ ଜବତ କରିବା ସହ କୁହୁଡିର ଗ୍ୟାରେଜ ମାଲିକ କେଶବ ବେହେରା(୪୦), କୁହୁଡିର ବାବୁଲି ବେହେରା(୩୬) ଓ ଜିତେନ୍ଦ୍ର କୁମାର ପଟ୍ଟନାୟକ(୩୮) ବାଇକ୍‌ ଲୁଟ୍‌ ଅଭିଯୋଗରେ ଗିରଫ ହେବା ପରେ ସେମାନଙ୍କ କାରନାମା ପଦାକୁ ଆସିଛି। ହେଲେ ଚୋରା ବାଇକ୍‌ ଲୁଟ୍‌ କରୁଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଟାଙ୍ଗୀ ଥାନା ପୋଲିସ ଅବଗତ ନ ଥିଲା, ନା ଜାଣିଶୁଣି ଚୁପ ରହିଥିଲା ତାହା ସନ୍ଦେହ ଘେରକୁ ଆସିଛି। ଲୁଟ୍‌ କରୁଥିବା ବ୍ୟକ୍ତିଙ୍କଠାରୁ ମାସିକିଆ କୋଟା ନେଇ ପୋଲିସ ଚୁପ ରହୁଥିଲା ବୋଲି ଜଣେ ବାଇକ୍‌ ଲୁଟେରା ନଁା ଗୋପନ ରଖିବା ସର୍ତ୍ତରେ ପ୍ରକାଶ କରିଛନ୍ତି। ତେବେ ବାଇକ୍‌ ଲୁଟ୍‌ ଦଳର ମୁଖିଆ ଥିଲେ କୁହୁଡିର ବାବୁଲି ଓ ଜିତେନ୍ଦ୍ର। ଏମାନଙ୍କ ଅଧୀନରେ ୨୦ଜଣ ବାଇକ୍‌ ଲୁଟ୍‌ କରୁଥିବା ସଦସ୍ୟ କାର୍ଯ୍ୟ କରୁଛନ୍ତି। ଏହି ଦଳର ସଦସ୍ୟମାନେ ଖୋର୍ଦ୍ଧା, ନୟାଗଡ ଓ କଟକ ଜିଲାରୁ ବାଇକ୍‌ ଚୋରି କରିଥାନ୍ତି। ପରେ ବାଇକ୍‌ଗୁଡିକ ଆଣି କୁହୁଡିର ଗ୍ୟାରେଜରେ ଖୋଲାଯାଏ। ଗ୍ୟାରେଜ ମାଲିକ କେଶବ ଚୋରା ବାଇକ୍‌ର ପାର୍ଟସ୍‌ଗୁଡିକ ଖୋଲି ବିକ୍ରି କରିଥାନ୍ତି। ଯାହା ମିଳେ ଭାଗବାଣ୍ଟି ନିଅନ୍ତି। ପ୍ରାପ୍ତ ସୂଚନା ଅନୁସାରେ, ନୟାଗଡ ଜିଲା ଚାନ୍ଦପୁର ଥାନା କନ୍ଧ ନୂଆଗଡ ଗଁାର କେଶବ ପ୍ରଧାନଙ୍କର (ନଂ. ଓଡି୨୫ ଏଚ୍‌ ୯୪୨୦) ବାଇକ୍‌ ରବିବାର ଚୋରି ହୋଇଥିଲା। ବାଇକ୍‌ ଚୋରି ନେଇ ଥାନାରେ ଅଭିଯୋଗ ପରେ ପୋଲିସ ଦଫା ୩୭୯, ୪୧୧, ୩୪ ଆଇପିସିରେ ନଂ. ୮୦/୧୯ରେ ମାମଲା ରୁଜୁ କରି ତଦନ୍ତ କରିଥିଲା। ପୋଲିସ ତଦନ୍ତରୁ ଜାଣି ପାରିଥିଲା କୁହୁଡିର ବାବୁଲି ବାଇକ୍‌ ଚୋରିରେ ସମ୍ପୃକ୍ତ ଅଛନ୍ତି। ବାବୁଲିଙ୍କୁ ଅଟକ ରଖି ପଚରାଉଚୁରା ପରେ ଏଥିରେ ସମ୍ପୃକ୍ତ ଥିବା ୩ ଜଣ ଗିରଫ ହୋଇଛନ୍ତି। ତେବେ ଚାନ୍ଦପୁର ଥାନା ପୋଲିସ ତା’ର ଦାୟିତ୍ୱ ଶେଷ କରି ଦେଇଥିବାବେଳେ ଟାଙ୍ଗୀ ଥାନା ପୋଲିସ ବାଇକ୍‌ ଚୋରି ର଼୍ୟାକେଟକୁ ଠାବ କରିବାକୁ ତ୍ୱରିତ ପଦକ୍ଷେପ ନେବା କଥା। ହେଲେ ଏଯାବତ ଟାଙ୍ଗୀ ଥାନା ପୋଲିସ ଚୁପ ରହିବା କାରଣରୁ ବାଇକ୍‌ ଲୁଟ୍‌ କରୁଥିବା ବ୍ୟକ୍ତି ଦିଗ ପରିବର୍ତ୍ତନ କରିବାକୁ ସୁବିଧା ହେବ ବୋଲି ଜଣେ ବାଇକ୍‌ ଲୁଟେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାରଣ୍ଡାରେ ଖାଉଛନ୍ତି ୧୬୯ ଛାତ୍ରୀଛାତ୍ର: ମଧ୍ୟାହ୍ନ ଭୋଜନ ପାଇଁ ଶେଡ ନିର୍ମାଣ ଦାବି

କେସିଙ୍ଗା,୨୩।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ଗାଈଗା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ଶେଡ ନଥିବାରୁ ଛାତ୍ରୀଛାତ୍ରମାନେ…

ଜଣେ ‘ହିଟ୍‌’, ଜଣେ ‘ଫ୍ଲପ୍‌’: ଜାଣନ୍ତୁ ଟିମ୍‌ଇଣ୍ଡିଆ ପାଇଁ କେମିତି ରହିଲା ଦ୍ରାବିଡ-ସେହ୍ବାଗ ପୁଅଙ୍କ ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୯: କ୍ରିକେଟ ମଇଦାନରେ ଯେତେବେଳେ ଦୁଇ କିମ୍ବଦନ୍ତୀ କ୍ରିକେଟରଙ୍କ ପୁଅ ଏକାଠି ଖେଳନ୍ତି ସେତେବେଳେ ସମସ୍ତଙ୍କ ନଜର ସେମାନଙ୍କ ପ୍ରଦର୍ଶନ ଉପରେ ରହିଥାଏ। ଭାରତ ଓ ଅଷ୍ଟ୍ରେଲିଆ…

ଇରାନକୁ ଧ୍ୱଂସ କରିଦେବୁ: ୟୁଏନ୍‌ଜିଏରେ ଧମକ ଦେଲେ ଟ୍ରମ୍ପ୍‌

ଜାତିସଂଘ,୨୩ା୯:ଇରାନ ଯଦି ଓ୍ବାଶିଂଟନ ସହ ଚୁକ୍ତି ସ୍ବାକ୍ଷର ନ କରେ ତେବେ ଏହାକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦିଆଯିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଙ୍ଗଳବାର ଜାତିସଂଘ…

ଶିଶୁର ଆମେରିକା ନାଗରିକତ୍ୱ ପାଇଁ ସରୋଗେସି ଆପଣାଉଛନ୍ତି ଚାଇନା ଦମ୍ପତି

ନ୍ୟୁୟର୍କ,୨୩ା୯:ଆମେରିକାରେ ଶିଶୁ ଜନ୍ମ କରିବାକୁ ଚାଇନାର ଅନେକ ଧନୀ ପରିବାର ଆକାଂକ୍ଷା ରଖୁଛନ୍ତି। କାଲିଫର୍ନିଆରେ ବଢ଼ିଚାଲିଥିବା ସରୋଗେସି ଶିଳ୍ପ ଏଭଳି ଧନୀ ଚାଇନିଜ୍‌ ପରିବାରଗୁଡ଼ିକୁ ଆକର୍ଷିତ କରୁଛି,…

କାର୍‌କୁ ଧକ୍କା ପରେ ରାସ୍ତାରେ ଓଲଟିଲା କଦଳୀ ବୋଝେଇ ଟ୍ରକ୍‌

ଭୁବନେଶ୍ୱର,୨୩।୯: ରାଜଧାନୀ ଭୁବନେଶ୍ୱରର ଜୟଦେବ ବିହାର ଜାତୀୟ ରାଜପଥରେ ଏକ କାର୍‌କୁ ଧକ୍କା ଦେଇ କଦଳୀ ବୋଝେଇ ଟ୍ରକ୍‌ ଓଲଟିପଡ଼ିଛି। ଏହି ଦୁର୍ଘଟଣାରେ ଟ୍ରକ୍‌ ଡ୍ରାଇଭର ଗୁରୁତର…

କପିଳେନ୍ଦ୍ରଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି: ଦଳକୁ ମଜଭୁତ କରିବା ଲକ୍ଷ୍ୟ

ରାଜକନିକା, ୨୩।୯ (ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକର ନୂତନ ବିଜେଡି ସଭାପତି ଭାବେ ପ୍ରାକ୍ତନ ରାଜକନିକା ପଞ୍ଚାୟତ ସମିତି ଅଧ୍ୟକ୍ଷ କପିଳେନ୍ଦ୍ର ମଲ୍ଲିକଙ୍କୁ…

ମାତ୍ର ୩୨ ରନ୍‌ କରି ଐତିହାସିକ ବିଜୟ ହାସଲ କଲା ଭାରତ, ଚମତ୍କାର କଲେ ଅକ୍ଷର ପଟେଲ

ନୂଆଦିଲ୍ଲୀ,୨୩।୯: ସାନୋ ଷ୍ଟାଡିୟମରେ ଖେଳାଯାଇଥିବା ଏକମାତ୍ର ଟି-୨୦ ମ୍ୟାଚ୍‌ରେ ଜାପାନକୁ ୨ ରନ୍‌ରେ ହରାଇଛି ଭାରତ। ବର୍ଷା ଯୋଗୁ ମ୍ୟାଚ୍‌କୁ ୫-୫ ଓଭରକୁ କମାଇ ଦିଆଯାଇଥିଲା। ଭାରତ…

ଭୁଲ ଇଞ୍ଜେକ୍ସନ ଯୋଗୁ କିନ୍ନରଙ୍କ ମୃତ୍ୟୁ ଅଭିଯୋଗ: ହସ୍ପିଟାଲ ଘେରିଲେ କିନ୍ନର ସମାଜ

ଦେବଗଡ଼, ୨୩।୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ କିନ୍ନରଙ୍କ ମୃତ୍ୟୁକୁ ନେଇ ମଙ୍ଗଳବାର ରାତିରେ ଉତ୍ତେଜନା ପ୍ରକାଶ ପାଇଛି। ଭୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?