ଆମ ଜିଲା ଖବର

ନାଳରେ ପ୍ରବାହିତହେଉଛି ବର୍ଷା ଜଳ, ୩ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ

ମୁନିଗୁଡ଼ା,୧୩ା୮(ଡ଼ି.ଏନ.ଏ)-ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ ଇଚ୍ଛାପୁର ପଞ୍ଚାୟତ କୁଟୁଣିପଦର ଗ୍ରାମ ନିକଟରେ ଥିବା ନାଳରେ ବର୍ଷା ଜଳ ପ୍ରବାହିତ ହେଉଛି । ଗାଁକୁ ସଂଯୋଗ କରୁଥିବା ବ୍ରିଜଟି ଭାଙ୍ଗିଯାଇଛି । ଫଳରେ ଗିରିଲିଗୁଡା,ଲୋହରାପଦର ଓ କୁଟୁଣୀପଦର ୩ ଗ୍ରାମ ବାହ୍ୟ ଜଗତରୁ…

ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଛି ବଡ଼ଦେଉଳ, ପରିଚୟପତ୍ରକୁ ଗୁରୁତ୍ୱ ଦେଉନି ପ୍ରଶାସନ

ପୁରୀ ଅଫିସ, ୧୩ା୮: ଦେଶର ଅନ୍ୟତମ ପ୍ରମୁଖ ତୀର୍ଥକ୍ଷେତ୍ର ହେଉଛି ପୁରୀ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହ ସମୁଦ୍ର ସ୍ନାନ ଓ ବେଳାଭୂମି ବୁଲିବା ଲାଗି ପ୍ରତ୍ୟେହ ଦେଶ ବିଦେଶରୁ ଲକ୍ଷାଧିକ ଭକ୍ତ ଆସିଥାନ୍ତି। ଏଥିଲାଗି ପୁରୀ ଆତଙ୍କବାଦୀଙ୍କ ଟାର୍ଗେଟରେ…

୬ ଫୁଟର ଅଜଗର ଉଦ୍ଧାର, ବନ୍ୟା ଜଳରେ ଭାସି ଆସିଥିବା ସନ୍ଦେହ

ପୁରୀ ଅଫିସ, ୧୩ାା୮: ଚନ୍ଦନପୁର ଥାନା ଅନ୍ତର୍ଗତ ସେନାପଟିଆ ଅଞ୍ଚଳରୁ ମଙ୍ଗଳବାର ସକାଳେ ଏକ ଅଜଗର ସାପ ଉଦ୍ଧାର କରାଯାଇଛି। ଏହି ସାପର ଲମ୍ବ ପ୍ରାୟ ୬ ଫୁଟ ରହିଛି। ଗାଁ ଲୋକେ ସାପଟିକୁ ଦେଖି ପ୍ରଥମେ ସ୍ନେକ ହେଲ୍‌ପ ଲାଇନକୁ…

କୋରାପୁଟ ଏସ୍‌ପିଙ୍କୁ ପୁରସ୍କୃତ କରିବ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ

କୋରାପୁଟ,୧୩ା୮(ସ୍ବ.ପ୍ର.): କୋରାପୁଟ ଏସ୍‌ପି କନୱର ବିଶାଳ ସିଂ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀଙ୍କଠାରୁ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଅଗଷ୍ଟ ୧୫ରେ ଦିଲ୍ଲୀରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କଠାରୁ ସେ ଏହି ପୁରସ୍କାର ଗ୍ରହଣ କରିବେ। ଏକ୍ସିଲେନ୍ସ ଇନ ଇନଭେଷ୍ଟିଗେସନ ପାଇଁ…

ମୁନିଗୁଡ଼ାକୁ ଏନ୍‌ଏସି ମାନ୍ୟତା, ସବଟ୍ରେଜେରୀ, ବାଇପାସ୍‌ ରାସ୍ତା ନିର୍ମାଣ ଦାବି: ଏମ୍‌ପିଙ୍କୁ ଦାବିପତ୍ର

ମୁନିଗୁଡ଼ା,୧୩ା୮(ଡି.ଏନ୍‌.ଏ.)- ରାୟଗଡ଼ା ଜିଲା ମୁନିଗୁଡ଼ା ବିକାଶ ପରିଷଦ ତରଫରୁ ୩ ଦଫା ସମ୍ବଳିତ ଏକ ଦାବିପତ୍ର କୋରାକୁଟ ଏମ୍‌ପି ସପ୍ତଗିରି ଉଲ୍ଲାକଙ୍କୁ ପ୍ରଦାନ କରାଯାଇଛି । ମୁନିଗୁଡ଼ା ବିକାଶ ପରିଷଦ ସମ୍ପାଦକ ସୁଧାକର ମହାରଣାଙ୍କ ନେତୃତ୍ୱରେ ଅନ୍ୟ ସଦସ୍ୟମାନେ ସ୍ଥାନୀୟ ପୂର୍ତ୍ତ…

ବାଉରୀଯୋର ପୋଲ ଉପରେ ୭ଫୁଟ ପାଣି: ବୀରମହାରାଜପୁରରୁ ରେଢ଼ାଖୋଲ, ବୌଦ୍ଧକୁ ଯୋଗାଯୋଗ ବିଚ୍ଛିନ୍ନ

ଅମରପାଲି, ୧୩।୮(ଡି.ଏନ.ଏ.): ବୀରମହାରାଜପୁର-ରେଢ଼ାଖୋଲ ରାସ୍ତାର ପିତାମହୁଲ ନିକଟ ବାଉରୀଯୋର ପୋଲ ଉପରେ ପ୍ରାୟ ୭ଫୁଟ ପାଣି ଜମି ପ୍ରବାହିତ ହେଉଥିବାରୁ ଉକ୍ତ ବାଟ ଦେଇ ଯାତାୟତ ବ୍ୟାହତ ହୋଇଛି। ଫଳରେ ବୀରମହାରାଜପୁରରୁ ରେଢ଼ାଖୋଲ ଓ ବୌଦ୍ଧକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି। ଉପରମୁଣ୍ଡରେ…

ଅନ୍‌ଲାଇନ୍‌ ଶପିଂ ସଂସ୍ଥା ଗାଡ଼ିରୁ ପାର୍ସଲ ଲୁଟ୍‌ ଘଟଣା: ପୋଲିସ ଜାଲରେ ଲୁଟେରା ଗ୍ୟାଙ୍ଗ୍‌, ମୋବାଇଲ ଟ୍ରାକିଂରୁ ଧରାପଡ଼ିଲେ

କାମାକ୍ଷାନଗର, ୧୩।୮(ଡି.ଏନ୍‌.ଏ.)-ଅନ୍‌ଲାଇନ ଶପିଂ ସଂସ୍ଥାର ପାର୍ସଲ ଭ୍ୟାନ୍‌ରୁ ସାମଗ୍ରୀ ଲୁଟ୍‌ ମାମଲାରେ ସମ୍ପୃକ୍ତ ଲୁଟେରା ଗ୍ୟାଙ୍ଗ୍‌ର ୩ ସଦସ୍ୟଙ୍କୁ ମୋବାଇଲ ଟ୍ରାକିଂ କରି କାବୁ କରିଛି କାମାକ୍ଷାନଗର ପୋଲିସ। ସେମାନେ ହେଲେ କଙ୍ଗେଇଲୋ ଗ୍ରାମର ବିକାଶ ମଲ୍ଲିକ (୨୦), ଜଗନ୍ନାଥପୁର ଗ୍ରାମର…

ବାରୁଆଁ ଗାଁରୁ ଭାଲୁ ଛୁଆ ଉଦ୍ଧାର

ଆନନ୍ଦପୁର,୧୩।୮(ସ୍ବ.ପ୍ର.)-ଆନନ୍ଦପୁର ବ୍ଲକ କଂଟିପାଳ ପଞ୍ଚାୟତ ବାରୁଆଁ ଗ୍ରାମରୁ ମଙ୍ଗଳବାର ଏକ ଭାଲୁ ଛୁଆ ଉଦ୍ଧାର ହୋଇଛି। ସ୍ଥାନୀୟ ଜଙ୍ଗଲରୁ ଭାଲୁ ଛୁଆଟି ଗ୍ରାମ ମଧ୍ୟକୁ ପଶିଆସିଥିଲା। ଆଉ ଫେରିପାରି ନ ଥିଲା। ଗ୍ରାମର ଲୋକେ ଭାଲୁ ଛୁଆକୁ ସୁରକ୍ଷିତ ରଖି ବନ…

ମରୁଡ଼ି ଘୋଷଣା ଦାବିରେ ଗଣଆନ୍ଦୋଳନ

ବାଲିଆପାଳ,୧୩।୮(ସ୍ବ.ପ୍ର.)-ବାଲିଆପାଳ ବ୍ଲକ ସମେତ ବସ୍ତା, ଜଳେଶ୍ୱର, ଭୋଗରାଇ ବ୍ଲକ ଏବଂ ବାଲେଶ୍ୱର ଜିଲାକୁ ମରୁଡି ଅଞ୍ଚଳ ଘୋଷଣା ଦାବିରେ ଚାଷୀ ଏକତା ମଞ୍ଚ ଏବଂ ସୂଚନା ଅଧିକାର ସଂଘ ପକ୍ଷରୁ ବାଲିଆପାଳ ତହସିଲ ସମ୍ମୁଖରେ ଗଣଆନ୍ଦୋଳନ ଓ ପ୍ରତିବାଦ ସଭା ଅନୁଷ୍ଠିତ…

ଭୋଗରାଇ ଥାନା ଆଗରେ ଡିଏସ୍‌ଓର ବିକ୍ଷୋଭ

ଭୋଗରାଇ,୧୩।୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ଥାନା ସମ୍ମୁଖରେ ଡିଏସ୍‌ଓ ପକ୍ଷରୁ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନିକଟରେ ତାଳସାରୀ ବେଳାଭୂମିରେ କଲେଜ ଛାତ୍ରୀଙ୍କୁ ନିର୍ଯାତନା ଦେବା ଓ ଅଶ୍ଳୀଳ ଭିଡ଼ିଓ ଭାଇରାଲ କରି ବ୍ଲାକମେଲ କରିବା ଦୁର୍ବୃତ୍ତଙ୍କୁ ଅବିଳମ୍ବେ ଗିରଫ କରି କାର୍ଯ୍ୟାନୁଷ୍ଠାନ…

ଫାଇନାନ୍ସ କର୍ମଚାରୀଙ୍କଠାରୁ ୧.୧୮ ଲକ୍ଷ ଲୁଟ୍‌ ଅଭିଯୋଗ

ରୂପ୍‌ସା,୧୩।୮(ଡି.ଏନ.ଏ.)-ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ନଗ୍ରମ ସ୍କୁଲଛକଠାରେ ସୋମବାର ଏକ ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କଠାରୁ ୧ଲକ୍ଷ ୧୮ହଜାର ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ପୋଲିସ ଏକ ମାମଲା (ନଂ. ୨୫୭/୧୯) ରୁଜୁକରି ତଦନ୍ତ ଜାରି ରଖିଛି। ତେବେ…

କୋରାପୁଟ ଜିଲାରେ ୬୩୫ ମିଲିମିଟର ବର୍ଷା ରେକର୍ଡ: କୋଟପାଡ଼ ବ୍ଲକରେ ସର୍ବାଧିକ

କୋରାପୁଟ,୧୩।୮(ସ୍ବ.ପ୍ର): ୨ ଦିନ ହେବ ବର୍ଷା ଲାଗି ରହିଥିବା ବେଳେ କୋରାପୁଟ ଜିଲାରେ ମଙ୍ଗଳବାର ୬୩୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। କୋଟପାଡ଼ ବ୍ଲକରେ ସର୍ବାଧିକ ୧୨୫ ମିମି ବର୍ଷା ହୋଇଥିବା ଜିଲା ଜରୁରୀ ବିଭାଗ ପକ୍ଷରୁ ଜଣାଯାଇଛି ା ସେହିପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?