ଆମ ଜିଲା ଖବର

ଇଚ୍ଛା ମୃତ୍ୟୁ ମାଗିଲେ ଦିବ୍ୟାଙ୍ଗ: ପ୍ରଶାସନ ଡକାଇ ଆଲୋଚନା କରି ସହାୟତା ପ୍ରତିଶ୍ରୁତି ଦେଲା

ଭଦ୍ରକ ଅଫିସ, ୨୧ା୮- ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଇରମ ପଞ୍ଚାୟତ ରଥପଦା ଗାଁର ଦିବ୍ୟାଙ୍ଗ ଯୁବକ ଉମାକାନ୍ତ ଦାସ(୩୧) ଟୁଇଟ କରି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଭଦ୍ରକ ଜିଲାପାଳଙ୍କୁ ଇଚ୍ଛାମୃତ୍ୟୁ ଆଦେଶ ମାଗିଛନ୍ତି। ବି.କମ୍‌. ପାସ କରିବା ସତ୍ତ୍ୱେ ତାଙ୍କୁ…

ସିକ୍ୟୁରିଟି ସଂସ୍ଥାର ବେଆଇନ କାରବାର: ବିନା କାର୍ଯ୍ୟାଦେଶରେ ଦିଆଯାଉଛି ନିଯୁକ୍ତି ସମ୍ବନ୍ଧୀୟ ପତ୍ର, ପାଣିକୋଇଲିରୁ ବଲାଙ୍ଗୀର, ରାୟଗଡା ଆଦି ଜିଲାକୁ ଲମ୍ବିଛି ଚେର

ଯାଜପୁର ଅଫିସ,୨୧ା୮- ରାଜ୍ୟରେ ଦିନକୁ ଦିନ ବେକାରି ସମସ୍ୟା ବଢ଼ିବାରେ ଲାଗିଛି। ଆବଶ୍ୟକ ଅନୁସାରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉ ନ ଥିବାରୁ ଏଭଳି ସମସ୍ୟା ସୃଷ୍ଟି ହେଉଛି। ଶିକ୍ଷାଗତ ଯୋଗ୍ୟତା ଥାଇ ମଧ୍ୟ ଚାକିରିଟିଏ ପାଇଁ ଯୁବତୀଯୁବକମାନେ ସରକାରୀ ଦପ୍ତରଠାରୁ…

ତଳିଆ ଅଞ୍ଚଳ ସ୍ଥିତି ପରଖିଲେ ଅଧିକାରୀ

ଆରଡି, ୨୧ା୮(ଡି.ଏନ.ଏ.)- ଉପର ମୁଣ୍ଡରେ ବର୍ଷା ଯୋଗୁ ବୈତରଣୀ ନଦୀରେ ବନ୍ୟାଜଳ ଆସିଛି । ବର୍ଷା ପରିମାଣ କମିବାରୁ ଆଖୁଆପଦାଠାରେ ମଙ୍ଗଳବାର ଜଳସ୍ତର ହ୍ରାସ ପାଇଥିବା ସୂଚନା ମିଳିଛି। ସେହିପରି ସ୍ଥାନୀୟ ଗାନ୍ଧୀଘାଟରେ ବିପଦ ସଙ୍କେତ ୬.୭୦ ମିଟର ଥିବା ବେଳେ…

‘ନୃତ୍ୟକଳାରେ ଲୁଚିଛି ଆମ ପରିଚୟ’: ଶାସ୍ତ୍ରୀୟ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ଲକ୍ଷ୍ୟରେ ଶୁଭେନ୍ଦୁ

ଭଦ୍ରକ ଅଫିସ, ୨୧।୮- ଭଦ୍ରକ ଜିଲାରେ ଲୋକକଳା ଓ ସଂସ୍କୃତି ଅନନ୍ୟ। ଏ ମାଟିରେ ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟ ସମେତ ମୋଗଲ ତାମସା, ଚଢେୟା ଚଢେୟାଣୀ ଲୋକ ନାଟକ, ପତର ସଉରା ଭଳି ବିଭିନ୍ନ ଲୋକକଳା ବିକଶିତ ହୋଇଛି। ଏହି ଲୋକକଳାର…

ମହିଳାଙ୍କ ମଦ ବିରୋଧୀ ଶୋଭାଯାତ୍ରା

ରାଇରଙ୍ଗପୁର,୨୧ା୮(ଡି.ଏନ.ଏ): ମୟୂରଭଞ୍ଜ ଜିଲା ବିଜାତଳା ବ୍ଲକ ଅନ୍ତର୍ଗତ ମୁଣ୍ଡାଠାକୁରା ଗ୍ରାମ ଶକ୍ତିମୟୀ ମହିଳା ସଂଗଠନ ପକ୍ଷରୁ ମଙ୍ଗଳବାର ମଦ ବିରୋଧୀ ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସଂଗଠନର ସଭାନେତ୍ରୀ ଗାୟତ୍ରୀ ମହାନ୍ତ ଏବଂ ସମ୍ପାଦିକା ବାସନ୍ତୀ ମହାକୁଡଙ୍କ ନେତୃତ୍ୱରେ ୨ଶହରୁ ଊର୍ଦ୍ଧ୍ୱ…

ମୟୂରଭଞ୍ଜ ଜିଲା ପରିଷଦ ବୈଠକରେ ହଟ୍ଟଗୋଳ

ବାରିପଦା ଅଫିସ,୨୧।୮- ମୟୂରଭଞ୍ଜ ଜିଲା ପରିଷଦର ଅଷ୍ଟମ ବୈଠକ ମଙ୍ଗଳବାର ବାରିପଦା ମୁର୍ଗାବାଡି ସ୍ଥିତ ପ୍ରୟାସ ସମ୍ମିଳନୀ କକ୍ଷରେ ହଟ୍ଟଗୋଳ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ବିନିତ ଭରଦ୍ୱାଜ ଏଥିରେ ଅଧ୍ୟକ୍ଷତା କରିଥିଲେ। ପରିଷଦର ଅଧ୍ୟକ୍ଷା ସୁଜାତା ମୁର୍ମୁଙ୍କ ପରିଚାଳନାରେ ଅନୁଷ୍ଠିତ…

ଅତିରିକ୍ତ ଜିଲାପାଳଙ୍କୁ ଜମିହରାଙ୍କ ଦାବିପତ୍ର

ଯାଜପୁର ରୋଡ,୨୧|୮(ନି.ପ୍ର.)- କଳିଙ୍ଗନଗର ଶିଳ୍ପାଞ୍ଚଳ ଦାନଗଦୀ ବ୍ଲକ ଅନ୍ତର୍ଗତ ଶାଳିଜଙ୍ଗା ପଞ୍ଚାୟତର ବାଳିଆପାଳ ମୌଜାରେ ପ୍ରତିଷ୍ଠିତ ବାଲିଆପାଳ ଫେରୋକ୍ରୋମ କାରଖାନା ଉପତ୍ାଦନ କ୍ଷମ ହେବାର ଦୀର୍ଘ ବର୍ଷ ବିତି ଥିଲେ ମଧ୍ୟ ସ୍ଥାନୀୟ ପାରିପାର୍ଶ୍ୱିକ ଉନ୍ନୟନ ଦିଗରେ ସମ୍ପୂର୍ଣ୍ଣ ବିଫଳ ହୋଇଛି।…

ଶିକ୍ଷକ ବଦଳି ପ୍ରତିବାଦ: ପିଲାଙ୍କୁ ସ୍କୁଲ ଛାଡିଲେନି ଅଭିଭାବକ

ଖଇରା, ୨୧।୮(ଡି.ଏନ.ଏ.)-ଖଇରା ବ୍ଲକ ସାରୁଗାଁ ନୋଡାଲ ସ୍କୁଲରେ ବିକଳ୍ପ ବ୍ୟବସ୍ଥା କରା ନ ଯାଇ ରାତି ଅଧିଆ ବିଜ୍ଞାନ ଶିକ୍ଷକ ସୌଭାଗ୍ୟ ବିଶ୍ୱାଳଙ୍କୁ ବଦଳି କରାଯିବା ନେଇ ଗ୍ରାମବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ା ପ୍ରତିବାଦରେ ବିଦ୍ୟାଳୟରେ ପଢୁଥିବା ୧୩୪…

ଶଙ୍କା ବଢାଉଛି ଦୁର୍ବଳ ନଦୀବନ୍ଧ

ବାଲେଶ୍ୱର ଅଫିସ/ଜଳେଶ୍ୱର, ୨୧।୮-ବାଲେଶ୍ୱର ଜିଲାରେ ସୁବର୍ଣ୍ଣରେଖା ନଦୀରେ ଜଳସ୍ତର ବୃଦ୍ଧି ପାଉଥିବା ବେଳେ ବୁଢ଼ାବଳଙ୍ଗ ଓ ଜଳକା ନଦୀର ଜଳସ୍ତର ହ୍ରାସ ପାଉଛି। ମଙ୍ଗଳବାର ପୂର୍ବାହ୍ନ ୧୦ଟା ସୁଦ୍ଧା ସୁବର୍ଣ୍ଣରେଖା ନଦୀର ରାଜଘାଟଠାରେ ଜଳସ୍ତର ୮.୬୪ ମିଟର ରହିଥିବାବେଳେ ସନ୍ଧ୍ୟା ୭ଟା…

ଶ୍ରମିକଙ୍କ ଯନ୍ତ୍ରପାତି କ୍ରୟ ବିଲ୍‌ ସଂଶୋଧନ ଦାବିରେ ଧାରଣା

ଯାଜପୁର ରୋଡ,୨୧।୮(ନି.ପ୍ର.)- ନିଖିଳ ଉତ୍କଳ ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ଶ୍ରମିକଙ୍କ ଯନ୍ତ୍ରପାତି କ୍ରୟ ବିଲ୍‌ ଉପରେ ବାଣିଜ୍ୟକର ବିଭାଗ ପ୍ରଦାନ କରିଥିବା ତଥ୍ୟର ସଂଶୋଧନ ଦାବିରେ ମଙ୍ଗଳବାର ଉପ ବାଣିଜ୍ୟକର ଆୟୋଗ ଯାଜପୁର ରୋଡ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି।…

ବ୍ଲକ କାର୍ଯ୍ୟାଳୟ ପରିସରରେ ନାହିଁ ଶୌଚାଳୟ: ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଜନସାଧାରଣ

ଏରସମା,୨୧ା୮(ସ୍ବ.ପ୍ର.): ଏରସମା ବ୍ଲକ କାର୍ଯ୍ୟାଳୟ ପରିସରରେ ଶୌଚାଳୟ ନ ଥିବାରୁ ଏଠାକୁ ଆସୁଥିବା ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ନେଇ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବାବେଳେ ମଙ୍ଗଳବାର ସେମାନେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ପ୍ରକାଶ…

୪ ବର୍ଷ ହେଲା ଗଠନ ହୋଇପାରୁନି ଆତ୍ମା କମିଟି: ଖର୍ଚ୍ଚ ହୋଇପାରୁନି ଅନୁଦାନ

ନାଉଗାଁ,୨୧ା୮(ସ୍ବ.ପ୍ର.): କୃଷି ଓ କୃଷକଙ୍କ ଉନ୍ନତି ନିମନ୍ତେ ସରକାର ବିଭିନ୍ନ ଯୋଜନା କରୁଛନ୍ତି। କିନ୍ତୁ ବିଭିନ୍ନ କାରଣରୁ ଚାଷୀମାନେ ଏସବୁ ଯୋଜନାର ସୁଫଳ ପାଇପାରୁ ନ ଥିବା ଦେଖିବାକୁ ମିଳୁଛି। ଚାଷୀଙ୍କୁ କୃଷି ସମ୍ବନ୍ଧୀୟ ବିଭିନ୍ନ ପରାମର୍ଶ ଓ ସହାୟତା ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?