ଗର୍ଭବତୀଙ୍କୁ ଟ୍ରାକିଂ ପାଇଁ ଆପ୍‌

ଛତ୍ରପୁର,୧୨ା୯(ଡି.ଏନ.ଏ)-ଗଞ୍ଜାମ ଜିଲାର ସମନ୍ବିତ ଶିଶୁ ବିକାଶ ଯୋଜନା ସମ୍ବନ୍ଧୀୟ ବୈଠକ ବୁଧବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଥିଲେ। ଛତୁଆ ପ୍ରସ୍ତୁତିରେ ଅନିୟମିତତା ହେଉଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଛି। ତଦାରଖ ପରେ ବି ଏଥିରେ ସ୍ବଚ୍ଛତା ଆସୁନି। ଏଣିକି ପ୍ରତି ଛତୁଆ କେନ୍ଦ୍ରରେ ବାଧ୍ୟତାମୂଳକ ଭାବେ ସିସି କ୍ୟାମେରା ଲାଗିବ। କୌଣସି ଅନିୟମିତତା ହେଲେ ଏହାର ଫୁଟେଜ୍‌ରୁ ଜଣାପଡିବ। ପ୍ରତି ମାସ ୧ ତାରିଖରେ ଅଙ୍ଗନୱାଡି କେନ୍ଦ୍ରକୁ ଛତୁଆ ବଣ୍ଟନ ହେବ। ଏହାର ନିୟମିତ ମନିଟରିଂ କରିବାକୁ ଜିଲାପାଳ କହିଛନ୍ତି। ଗର୍ଭବତୀଙ୍କୁ ଠିକ୍‌ ସେବା ଯୋଗାଇବା ପାଇଁ ସ୍ବାସ୍ଥ୍ୟ ଓ ସମନ୍ବିତ ଶିଶୁ ବିକାଶ ବିଭାଗ ମିଳିତ ଭାବେ ଏକ ଆପ୍‌ ପ୍ରସ୍ତୁତ କରିବେ। ଗର୍ଭବତୀଙ୍କୁ ଦିଆଯାଉଥିବା ଟିକା, ସ୍ବାସ୍ଥ୍ୟ ପରୀକ୍ଷା, ଅଲଟ୍ରାସାଉଣ୍ଡ, ଔଷଧ, ଡାକ୍ତରଙ୍କ ସମ୍ପର୍କରେ ଉକ୍ତ ଆପ୍‌ରେ ବିବରଣୀ ରହିବ। ଏହାଦ୍ୱାରା ଗର୍ଭବତୀଙ୍କୁ ଠିକ୍‌ ଭାବେ ମନିଟରିଂ କରିହେବ। ପ୍ରତି ଗର୍ଭବତୀଙ୍କ ପାଇଁ ବୁକ୍‌ଲେଟ୍‌ ପ୍ରସ୍ତୁତ ହେବ ଏବଂ ଏଥିରେ ସମ୍ପୂର୍ଣ୍ଣ ତଥ୍ୟ ରହିବ। ଆସନ୍ତା ଅକ୍ଟୋବର ୧ରୁ ସମସ୍ତ ଅଙ୍ଗନୱାଡି କେନ୍ଦ୍ରରେ ଗୋଦଭରାଇ ଉତ୍ସବ ପାଳିତ ହେବ। ଗର୍ଭବତୀଙ୍କୁ ସ୍ବାଗତ ସହ ଉକ୍ତ ବୁକ୍‌ଲେଟ୍‌ ପ୍ରଦାନ କରାଯିବ। ପ୍ରତି ଅଙ୍ଗନୱାଡି କେନ୍ଦ୍ରର ୧୦ ମିଟର ପରିଷ୍କାର ପରିଚ୍ଛନ୍ନ ରଖିବାକୁ ଜିଲପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲାରେ ୪୨୧ ଶିଶୁ ଅତି ପୁଷ୍ଟିହୀନତା ଅଛନ୍ତି। ସେମାନଙ୍କର ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ କୁହାଯାଇଛି। ୧୭ ତାରିଖରୁ ପୁଣି ନିର୍ଭୟ କଢି, ସ୍ବଂୟସିଦ୍ଧା ଓ ମୋ ଗେହ୍ଲା ଝିଅ ଆରମ୍ଭ ହେବ। ଏହାଦ୍ୱାରା ବାଲ୍ୟବିବାହ ରୋକିବାଠାରୁ ଆରମ୍ଭ କରି ଶିଶୁ କନ୍ୟାଙ୍କ ପ୍ରତି ନିର୍ଯାତନା କମିବ ବୋଲି ଲକ୍ଷ୍ୟ ରଖାଯାଇଛି। ଏସଏଚଜି ସଦସ୍ୟାଙ୍କୁ ପେଟ୍ରୋଲ ପମ୍ପରେ ତେଲ ପକାଇବା, ମସତ୍‌ୟ ଚାଷ, ଧାନକିଣା, ହସ୍ପିଟାଲରେ ଖାଦ୍ୟ ଯୋଗାଣ ଦାୟିତ୍ୱ ଦିଆଯିବ। ବୈଠକରେ ଅତିରିକ୍ତ ଜିଲାପାଳ କବୀନ୍ଦ୍ର କୁମାର ସାହୁ, ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତାତ୍ରୟ ଭାଉସାହେବ, ଜିଲା ମଙ୍ଗଳ ଅଧିକାରୀ ମନୋରମା ରେଡ୍ଡୀ, ଡିପିଏମ ଶ୍ୟାମସୁନ୍ଦର ତ୍ରିପାଠୀଙ୍କ ସମେତ ସିଡିପିଓମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯାହା କୋହଲି-ସୂର୍ଯ୍ୟକୁମାର କରିପାରି ନ ଥିଲେ ତାହା କରିଦେଖାଇବେ ଶ୍ରେୟସ ଆୟର: ବଡ଼ ରେକର୍ଡର ସୁଯୋଗ

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ଟିମ ଇଣ୍ଡିଆର ଅଧିନାୟକ ଶ୍ରେୟସ ଆୟରଙ୍କ ପାଇଁ ଏକ ବଡ଼ ସୁଯୋଗ ନେଇ ଆସିଛି। ଏହି ସିରିଜ୍ରେ ସେ ଏମିତି…

ନିଷ୍ପତ୍ତି ବଦଳାଇଲେ ସରକାର, ACP ବିବେକ ଭଗତଙ୍କ ପଦୋନ୍ନତି ସ୍ଥଗିତ!

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ ସରକାର ACP ବିବେକ ଭଗତଙ୍କୁ ଆଡିସନାଲ DCPର ଚାର୍ଜ ଦେବା ନେଇ ଜାରି ହୋଇଥିବା ଆଦେଶ ଉପରେ ରୋକ ଲଗାଇଛନ୍ତି । ବିବେକ ଭଗତଙ୍କ…

କ୍ରିକେଟ୍‌ରେ ନୂଆ ଇତିହାସ ରଚିଲା ଆମେରିକା: ଦିନିକିଆରେ ପ୍ରଥମଥର କଲା ଏମିତି କାରନାମା

ଡଲାସ,୬।୧୦: ଆମେରିକା କ୍ରିକେଟ ଟିମ ଦିନିକିଆ କ୍ରିକେଟ୍‌ରେ ଏକ ବଡ଼ ଇତିହାସ ରଚିଛି। ଡଲାସରେ ଖେଳାଯାଇଥିବା ICC ମେନ୍ସ କ୍ରିକେଟ ୱାଲର୍‌ଡ କପ ଲିଗ-୨ ମ୍ୟାଚ୍‌ରେ ଆମେରିକା…

୬ଟି ଆସନରେ ଆଜି ଉପନିର୍ବାଚନ; CM ବିଜୟଙ୍କ ପାଇଁ ବଡ଼ ରାଜନୈତିକ ପରୀକ୍ଷା, ଏହି ଦିନ ଫଳାଫଳ

ନୂଆଦିଲ୍ଲୀ,୬।୧୦: ଦେଶର ୬ଟି ଆସନରେ ଆଜି ଉପନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି । ଆସାମର ନଗାଓଁ ଲୋକସଭା ଆସନ ସମେତ ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର,…

ଭାଉଜଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଦିଅର: ଆଉ ତା’ପରେ ଘଟିଲା…

ଭୁବନେଶ୍ୱର,୬।୧୦ (ପ୍ରସନଜିତ୍‌ ସାହୁ):ରାଜଧାନୀରେ ମହିଳାଙ୍କୁ ନିର୍ଯାତନା ଘଟଣା ସାମନାକୁ ଆସିଛି। ଭାଉଜଙ୍କୁ ଦିଅର ମାନସିକ ନିର୍ଯାତନା ଦେବା ସହ ତାଙ୍କ ଫଟୋ ଭିଡିଓ ଶୁଟ୍‌ କରି ଭାଇରାଲ…

SCB ମେଡିକାଲ୍‌ କ୍ୟାମ୍ପସ୍‌ରେ ଯୁବକଙ୍କ ହାଇଡ୍ରାମା, ୫୦ ଫୁଟ ପାଣିଟାଙ୍କି ଉପରୁ ଡେଇଁ…

କଟକ,୬।୧୦(ପ୍ରଭୁକଲ୍ୟାଣ ପାଲ୍): କଟକ ବଡ ମେଡିକାଲରେ ଅଘଟଣ। ପାଣି ଟାଙ୍କି ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ। ଦୀର୍ଘ ସମୟଧରି ହାଇଡ୍ରାମା ପରେ ସେ ଟାଙ୍କି…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ସୂର୍ଯ୍ୟକୁମାରଙ୍କୁ ଲାଗିଲା ଝଟକା: ସବୁଠୁ ବିଦା, ଅନ୍ଧାରରେ କ୍ୟାରିୟର

ମୁମ୍ବାଇ,୬।୧୦: ଭାରତର ଟି-୨୦ ବିଶ୍ୱକପ ବିଜୟୀ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ଏବେ ଚିନ୍ତା ବଢ଼ିଛି। ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ଏବେ ମୁମ୍ବାଇର ରଣଜୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?