ସ୍ବାସ୍ଥ୍ୟସେବା ଗବେଷଣା ପାଇଁ ଢେଙ୍କାନାଳରେ ବିଦେଶୀ ଛାତ୍ରୀ: କଲେଜ ପିଲାଙ୍କ ସହ ମତ ବିନିମୟ କଲେ
ଢେଙ୍କାନାଳ ଅଫିସ, ୨୧।୮-ଗ୍ରାମାଞ୍ଚଳର ସ୍ବାସ୍ଥ୍ୟସେବା ସମ୍ପର୍କରେ ଅଧିକ ଗବେଷଣା କରିବାକୁ ଢେଙ୍କାନାଳରେ ପହଞ୍ଚତ୍ଛନ୍ତି ଯୁକ୍ତରାଷ୍ଟ୍ର ଆମେରିକା ରୋଚେଷ୍ଟର ବିଶ୍ୱବିଦ୍ୟାଳୟର ୫ଜଣ ଛାତ୍ରୀ। ସମ୍ପୃକ୍ତା ବିଦେଶୀ ଛାତ୍ରୀମାନେ ମଙ୍ଗଳବାର ଢେଙ୍କାନାଳ କଲେଜରେ ଆୟୋଜିତ ଭାବ ବିନିମୟ କାର୍ଯ୍ୟକ୍ରମରେ ଯୋଗଦେଇ ସେମାନଙ୍କ ଅନୁଭୂତି ବାଣ୍ଟିଥିଲେ।…
ଓଭରହେଡ୍ ଟାଙ୍କି କାର୍ଯ୍ୟ ନିମ୍ନମାନର ଅଭିଯୋଗ
ତାଳଚେର, ୨୧ା୮(ନି.ପ୍ର.)-ତାଳଚେର ବ୍ଲକ ଗୁରୁଜାଙ୍ଗୁଲି ପଞ୍ଚାୟତ ଚାଇଁପାଳ ବାଳିକା ଉଚ୍ଚବିଦ୍ୟାଳୟ ନିକଟରେ ନିର୍ମାଣ କରାଯାଇଥିବା ପାନୀୟଜଳ ପ୍ରକଳ୍ପ ଓଭରହେଡ ଟାଙ୍କି କାର୍ଯ୍ୟ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଗ୍ରାମବାସୀ ମଙ୍ଗଳବାର ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରାଙ୍କୁ ଅଭିଯୋଗ କରିଛନ୍ତି।…
ନିଶା କବଳରୁ ଯୁବ ସମାଜ ଦୂରେଇ ରହୁ
ଛେଣ୍ଡିପଦା,୨୧।୮(ଡି.ଏନ.ଏ.)-ଛେଣ୍ଡିପଦା ବ୍ଲକ ଜରପଡା ପତିତପାବନ ଡିଗ୍ରୀ ମହାବିଦ୍ୟାଳୟଠାରେ ମଙ୍ଗଳବାର ରାଜ ସଂସ୍କାର କମିଟି ତୁକୁଡା ଓ ଆମ ପରିବାର ଚକ୍ର ଅନୁଗୋଳର ମିଳିତ ଆନୁକୂଲ୍ୟରେ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ନିଶା ନିବାରଣ ସଂକ୍ରାନ୍ତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।…
ପରିବହନ ବିଭାଗ ତରଫରୁ ବେଆଇନ ବସ୍ ଯାଞ୍ଚ: ବିନା ଅନୁମତିରେ ଚଳାଚଳ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ
ଟାଙ୍ଗୀ(ଖୋର୍ଦ୍ଧା),୨୧।୮(ଡି.ଏନ.ଏ.)-ଭୁବନେଶ୍ୱର, ବାଲୁଗାଁ, ଆସିକା ଓ ବ୍ରହ୍ମପୁର ଅଭିମୁଖେ ବସ୍ଗୁଡ଼ିକ ବେଆଇନ ଭାବେ ଯାତାୟାତ କରୁଥିବା ବାରମ୍ବାର ଅଭିଯୋଗ ହେଉଛି। ତେଣୁ ମଙ୍ଗଳବାର ପରିବହନ ବିଭାଗ ତରଫରୁ ଯାଞ୍ଚ ଆରମ୍ଭ ହୋଇଯାଇଛି । ଖୋର୍ଦ୍ଧା ଜିଲା ଏନ୍ଫୋର୍ସମେଣ୍ଟ ସ୍କ୍ବାଡର ମୁଖ୍ୟ ମାନା ସିଂହଙ୍କ…
ଟେଲାପାଲି ସେବାଶ୍ରମ ନୂତନ ଶ୍ରେଣୀଗୃହ କାମ ସରୁନି: ବାରଣ୍ଡାରେ ପଢୁଛନ୍ତି ଛାତ୍ରୀଛାତ୍ର
ଫିରିଙ୍ଗିଆ, ୨୧ା୮- ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଛି କି ପ୍ରାଥମିକ ଶିକ୍ଷାରୁ କେହି ବଞ୍ଚିତ ହେବେ ନାହିଁ। କିନ୍ତୁ ଭିତ୍ତିଭୂମିକୁ ଅଣଦେଖା କରାଯାଉଛି। ପିଲାମାନେ ପଢ଼ିବାକୁ ଇଚ୍ଛା କରୁଥିଲେ ମଧ୍ୟ ବିଦ୍ୟାଳୟର ଭଙ୍ଗା ଶ୍ରେଣୀଗୃହ ଏଥିରେ ଅନ୍ତରାୟ ସାଜୁଛି। ନୂତନ ଶ୍ରେଣୀଗୃହ…
ଅଗ୍ନିକାଣ୍ଡରେ ୪ ବଖରା ଜଳିଗଲା
ଜଗନ୍ନାଥପ୍ରସାଦ/ଭଞ୍ଜନଗର, ୨୧ା୮(ଡି.ଏନ.ଏ.)-ତାରସିଂ ଥାନା କୁଡୁତାଇ ଗ୍ରାମ ଖଦାଳ ସାହିରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟି ୪ ପରିବାରର ୪ ବଖରା ଜଳିଯାଇଛି। ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡିନାହିଁ। ବେଲଗୁଣ୍ଠା ଦମକଳ ବାହିନୀ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ କୁମାରୀ ନାଇକ,…
ତହସିଲଦାର, ଅତିରିକ୍ତ ତହସିଲଦାରଙ୍କ ବିରୋଧରେ ଅସଦ୍ ବ୍ୟବହାର ଅଭିଯୋଗ
ପୁରୁଷୋତ୍ତମପୁର,୨୧ା୮(ଡି.ଏନ.ଏ.)-ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତହସିଲଦାର ଓ ଅତିରିକ୍ତ ତହସିଲଦାର ବିରୋଧରେ ଅଭିଯୋଗ ଆଣିଛନ୍ତି ତହସିଲ କାର୍ଯ୍ୟାଳୟର ଜଣେ ମହିଳା କର୍ମଚାରୀ। ତହସିଲଦାର ଅରୁଣ କୁମାର ନାୟକ ଓ ଅତିରିକ୍ତ ତହସିଲଦାର ଶୋଭନ କୁମାର ବେହେରା ଅସଦ୍ ବ୍ୟବହାର ପ୍ରଦର୍ଶନ କରିବା ସହ…
ବ୍ରହ୍ମପୁର-ସମ୍ବଲପୁର ରେଳ ଲାଇନ୍ ଦାବି ପ୍ରସଙ୍ଗ: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବେ ବିଭିନ୍ନ ସଙ୍ଗଠନ
ଭଞ୍ଜନଗର,୨୧।୮(ଡି.ଏନ.ଏ)-ଭଞ୍ଜନଗର ବାର୍ ଆସୋସିଏଶନ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଅପରାହ୍ନରେ ବ୍ରହ୍ମପୁର ଭାୟା ଭଞ୍ଜନଗର ସମ୍ବଲପୁର ରେଳ ଲାଇନ ଦାବି ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଭଞ୍ଜନଗର ଅଞ୍ଚଳର ବିଭିନ୍ନ ସଙ୍ଗଠନ ବୈଠକରେ ଯୋଗଦେଇ ଦାବିକୁ ସମର୍ଥନ ଜଣାଇଥିଲେ। ଦାବି…
ନରେନ୍ଦ୍ରପୁରରେ ୨ ଡେଙ୍ଗୁ ରୋଗୀ ଚିହ୍ନଟ
ଶେରଗଡ଼,୨୧ା୮(ଡି.ଏନ୍.ଏ.): ଶେରଗଡ଼ ବ୍ଲକ ନରେନ୍ଦ୍ରପୁର ଗ୍ରାମରେ ମଙ୍ଗଳବାର ୨ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନେ ଗୋଟିଏ ପରିବାରର ଦୁଇ ଭାଇ। ଉଭୟଙ୍କୁ ଜ୍ୱର ହେବାରୁ ସନ୍ଧ୍ୟାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ରକ୍ତ ନମୁନା ପରୀକ୍ଷା ପରେ ଡେଙ୍ଗୁ…
ବର୍ଷାରେ ବେହାଲ ରେଶମ ସହର
ବ୍ରହ୍ମପୁର ଅଫିସ,୨୧ା୮- ବର୍ଷାରେ ପୁଣି ବେହାଲ ହୋଇଛି ବ୍ରହ୍ମପୁର ମହାନଗର ନିଗମର ବହୁ ଅଞ୍ଚଳ। ମଙ୍ଗଳବାର ଅପରାହ୍ନରେ ମାତ୍ର ଦେଢଘଣ୍ଟା ବର୍ଷାରେ ସହରର ଅନେକ ଅଞ୍ଚଳ ଜଳାର୍ଣ୍ଣବ ହୋଇଥିବା ଦେଖିବାକୁ ମିଳିଥିଲା। ରାସ୍ତା ଉପରେ ପ୍ରାୟ ୨ ଫୁଟ ଉଚ୍ଚର ବର୍ଷାଜଳ…
ନିଶା ନିବାରଣ ଅଭିଯାନପାଇଁ ଅଣ୍ଟା ଭିଡ଼ିଲେ ମହିଳା
ବଡବିଲ, ୨୧।୮ (ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ ଥାନା ଅନ୍ତର୍ଗତ ଦଲକିବସ୍ତିର ଶତାଧିକ ମହିଳା ନିଶା ନିବାରଣ ଅଭିଯାନ ପାଇଁ ଅଣ୍ଟା ଭିଡିଛନ୍ତି। ମା’ ଠାକୁରାଣୀ ମହିଳା ସମିତି ନେତୃତ୍ୱରେ ମଙ୍ଗଳବାର ଅଞ୍ଚଳର ଅଧିକାଂଶ ମହିଳା ଦଲକି ଫୁଟବଲ ପଡିଆରେ ଏକତ୍ରିତ ହୋଇ…
ଆଜି ବରୀ ବ୍ଲକ ଅଧ୍ୟକ୍ଷା ଉପନିର୍ବାଚନ: ଏକତରଫା ଚାଲିଛି ପ୍ରସ୍ତୁତି, ହାତ ଟେକି ଦେଇଛି ବିଜେଡି
ଯାଜପୁର ଅଫିସ/ବରୀ(ସ୍ବ.ପ୍ର.),୨୧ା୮- ଯାଜପୁର ଜିଲା ବରୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ଉପନିର୍ବାଚନ ପାଇଁ ଚାଲିଛି ଏକତରଫା ପ୍ରସ୍ତୁତି । ଗତ ରାଜ୍ୟ ସଭା ନିର୍ବାଚନ ଭଳି ଭାଜପାକୁ ସହଯୋଗ କରିିବାକୁ ଯାଇ ବିଜେଡି ହାତ ଟେକି ଦେଇଛି ା ନବନିର୍ବାଚିତ ବିଧାୟିକା…

