ଆମ ଜିଲା ଖବର

ଭୁବନରେ ଦେବସ୍ନାନ ପୂର୍ଣ୍ଣିମା

ଭୁବନ,୧୭ା୬(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଭୁବନ ଶ୍ରୀଜଗନ୍ନାଥ ମନ୍ଦିରରେ ସୋମବାର ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନ ପାଇଁ ଭିଡ଼ ଜମାଇଛନ୍ତି । ସକାଳେ ସମସ୍ତ ନୀତିକାନ୍ତି ସରିବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପହଣ୍ଡି କରି ସ୍ନାନମଣ୍ଡପରେ ବିଜେ କରାଯାଇଥିଲା। ଘଣ୍ଟ…

ଓଲଟି ପଡ଼ିଲା ଛେଳି, ମେଣ୍ଢା ବୋଝେଇ ପିକ୍‌ଅପ : ୪୫ରୁ ଊର୍ଦ୍ଧ୍ୱ ମୃତ

ପଟାଙ୍ଗି,୧୭ା୬(ଡି.ଏନ୍‌.ଏ.) : କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ରାଲେଗଡ଼ା ପଞ୍ଚାୟତ ଅଧିନସ୍ଥ ତେଲରାଇ ଗ୍ରାମ ଛକ ନିକଟରେ ଜାତୀୟ ରାଜପଥ ଉପରେ ଏପି ୩୧ ଟିଏଚ୍‌ ୪୭୬୫ ନଂ ବିଶିଷ୍ଟ ଏକ ପିକ୍‌ଅପ ଛତିଶଗଡ଼ରୁ ଛେଳି ଓ ମେଣ୍ଢା ବୋଝେଇ କରି…

ସ୍ନାନମଣ୍ଡପରେ ଦର୍ଶନ ଦେଲେ ତିନିଠାକୁର

ବାରିପଦା ଅଫିସ,୧୭।୬: ଦ୍ୱିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବାରିପଦା ଜଗନ୍ନାଥ ମନ୍ଦିରରେ ସୋମବାର ଭୋର ୪ଟାରେ ମହାପ୍ରଭୁ ପହଣ୍ଡି ହୋଇ ସ୍ନାନମଣ୍ଡପକୁ ଆସିଥିଲେ। ଭୋର ପ୍ରାୟ ୫ଟାରେ ଗଙ୍ଗାଦେବୀଙ୍କୁ ଆବାହନ ପରେ ମହାପ୍ରଭୁମାନଙ୍କ ସ୍ନାନନୀତି ଆରମ୍ଭ ହୋଇଥିଲା । ତିନି ପୂଜକ ସଂକଳ୍ପ…

ବଜ୍ରପାତ ନେଲା ୨ ଜୀବନ

ପାପଡ଼ାହାଣ୍ଡି, ୧୭।୬(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ଚେରଚେଟା ପଞ୍ଚାୟତ ବରଦେଇ ଗ୍ରାମରେ ରବିବାର ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଗ୍ରାମର ବିଷମ ନାୟକ ଓ ମହେନ୍ଦ୍ର ଭତରା। ସୋମବାର ସେମାନଙ୍କ ମୃତଦେହ ଜମିରୁ ଉଦ୍ଧାର କରାଯାଇଛି।…

ତୃତୀୟ ଶ୍ରୀକ୍ଷେତ୍ର ନୀଳିଗିରି ସ୍ନାନମଣ୍ଡପରେ ତିନିଠାକୁର

ସଜନାଗଡ଼,୧୭ା୬(ଡି.ଏନ୍‌.ଏ.): ତୃତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବାଲେଶ୍ୱର ଜିଲାର ନୀଳଗିରି ସ୍ନାନମଣ୍ଡପରେ ବିଜେ କରିଛନ୍ତି ତିନି ଠାକୁର। ସ୍ନାନପୂର୍ଣ୍ଣିମା ଅବସରରେ ସକାଳ ୮ଟାରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ସୁଦର୍ଶନ ଦେବ ସ୍ନାନମଣ୍ଡପରେ ବିଜେ କରିଥିଲେ। ଘଣ୍ଟ, ଘଣ୍ଟା, ମହୁରୀ,…

ବିଦ୍ୟୁତ ଆଘାତରେ ଇଟାଭାଟି ମାଲିକଙ୍କ ସମେତ ୨ ଜଣଙ୍କ ଜୀବନ ଗଲା

ତାଳଚେର,୧୭ା୬(ନି.ପ୍ର.) : ଅନୁଗୋଳ କଣିହାଁ ବ୍ଲକ ହଳଦିଆ କଟା ଥିବା ପାଉଁଶ ଇଟା ଫ୍ୟାକ୍ଟ୍ରିରେ ବିଦ୍ୟୁତ ଆଘାତରେ ମାଲିକଙ୍କ ସମେତ ୨ ଜଣଙ୍କର ଜୀବନ ଯାଇଛି। ମାଲିକ ଅନନ୍ତ ସାହୁ(୪୦) ଏବଂ ରୋଷେଇ କରୁଥିବା ଯୁବତୀ ମଞ୍ଜରୀ ମୁଣ୍ଡା (୩୦) ।…

ବାଉଁଶ ତିଆରି ନନ୍ଦରେ ବସୁଛି କୂଅ

ମୁନିଗୁଡ଼ା,୧୭ା୬ : ପାନୀୟ ଜଳ ସମସ୍ୟା ନେଇ ଚିନ୍ତାରେ ରହୁଥିଲେ ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ ସିନ୍ଧିପଙ୍ଗା ଗ୍ରାମବାସୀ। ଗାଁ ନିକଟରେ କୌଣସି ନଦୀ, ନାଳ କିମ୍ବା ପୋଖରୀ ନ ଥିବାରୁ ପାଣି ପାଇଁ ସେମାନେ ପଥର କିମ୍ବା ସିମେଣ୍ଟ ନନ୍ଦ…

ମଣ୍ଡିରେ ପଡିଛି ୩ ହଜାର ବସ୍ତା ଧାନ

ମନମୁଣ୍ଡା, ୧୭।୬ (ଡି.ଏନ.ଏ)    ବୌଦ୍ଧ ଜିଲା ମନମୁଣ୍ଡା ମଣ୍ଡିରୁ ଧାନ ଉଠୁନାହିଁ । ଫଳରେ ଏଠାରେ ୩ ହଜାର ବସ୍ତା ଧାନ ପଡି ରହିଛି । କାଳବୈଶାଖୀ ବର୍ଷା ଭୟ ରହୁଥିବାରୁ ଚାଷୀମାନେ ଚିନ୍ତିତ ହୋଇପଡିଛନ୍ତି । କିଛି ଦିନ…

ପୋଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସୀତାରାମ ଗୁରୁତର, ପିସ୍ତଲ ଜବତ୍‌

ବଲାଙ୍ଗୀର ଅଫିସ, ୧୭ା୬:  ବଲାଙ୍ଗୀର ଜିଲା ପୁଇଁନ୍ତଲା ଥାନା ଅନ୍ତର୍ଗତ ମହୀମୁଣ୍ଡା-ଦୁହେଲ ରାସ୍ତାରେ ଦୁର୍ଦ୍ଦାନ୍ତ ଅପରାଧୀ ସୀତାରାମ ରଣାଙ୍କୁ ପୋଲିସ ଏନ୍‌କାଉଣ୍ଟର କରିଛି। ଏଥିରେ ସୀତାରାମ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ପ୍ରଥମେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ…

ସରିନି ଧାନକିଣା, କଟକଣା ଆରମ୍ଭ

ବରଗଡ଼ ଅଫିସ୍‌,୧୭।୬:  ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟକୁ ଆଉ ସପ୍ତାହକ ପରେ ଦେଢ଼ମାସ ବିତିବ । ଏହି ପ୍ରକ୍ରିୟାରେ ଜିଲାରେ ଖୋଲା ଯାଇଥିବା ମଣ୍ଡି ତଥା ଧାନକ୍ରୟ କେନ୍ଦ୍ର ଗୁଡ଼ିକରେ ଉଭୟ ଧାନ ସଂଗ୍ରହ ଓ ଉଠାଣ ଚାଲିଛି…

ମୌସୁମୀ ବିଳମ୍ବ: ମରୁଡ଼ି ଆଶଙ୍କା ନେଇ ଚିନ୍ତାରେ ଚାଷୀ

ମାଲକାନଗିରି,୧୭ା୬(ଡି.ଏନ.ଏ.)-  ଜୁନ ୧୭ରେ ବିଶ୍ୱ ଅନାବୃଷ୍ଟି ଓ ମରୁଡ଼ି ପ୍ରତିରୋଧ ଦିବସ ପାଳନ ହେବାକୁ ଯାଉଛି। ଏହି ଦିବସ କୃଷକମାନଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିବସ। ବିଭିନ୍ନ କୃଷିଜନିତ ଖାଦ୍ୟଶସ୍ୟ ଉତ୍ପାଦନରେ ଜଳର ଆବଶ୍ୟକତା ଅପରିହାର୍ଯ୍ୟ। ଜଳ ବିନା କୃଷିକାର୍ଯ୍ୟ ଅସମ୍ଭବ।…

ଜବରଦଖଲକାରୀଙ୍କ କବ୍‌ଜାରେ ମାର୍କେଟ

ବଅଁରପାଳ, ୧୭।୬ (ଡି.ଏନ୍‌.ଏ) ନାଲ୍‌କୋ ଟାଉନଶିପ୍‌ଠାରେ ଥିବା କୃଷକ ବଜାର ବ୍ୟବସାୟୀଙ୍କ କାମରେ ଆସୁନି। ଏହି ମାର୍କେଟରେ ଥିବା ଦୋକାନଗୁଡିକ କେତେଜଣ ଜବରଦଖଲକାରୀଙ୍କ କବ୍‌ଜାରେ ଥିବା ଅଭିଯୋଗ ହୋଇଛି। ଫଳରେ ଏହି ମାଛ, ମାଂସ ମାର୍କେଟଟି ଦୀର୍ଘ ଦିନ ହେଲା ବ୍ୟବହାରରେ ଆସୁନି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri