ଶ୍ରୀମନ୍ଦିରରେ ଇନ୍ଦ୍ର, ଚନ୍ଦ୍ର, ଗୋବିନ୍ଦ ବନ୍ଦାପନା ନୀତି: ହରଚଣ୍ଡୀ ସାହିରୁ ବାହାରିଲା ଐରାବତ ହସ୍ତୀ

ପୁରୀ ଅଫିସ,୧୫।୯: ଶ୍ରୀମନ୍ଦିରରେ ଶନିବାର ଭାଦ୍ରବ ପୂର୍ଣ୍ଣିମା ନୀତି ପାଳିତ ହୋଇଛି। ଏହି ପବିତ୍ର ତିଥିରେ ଇନ୍ଦ୍ର, ଚନ୍ଦ୍ର ଓ ଗୋବିନ୍ଦଙ୍କ ବନ୍ଦାପନା ନୀତି ସମ୍ପନ୍ନ ହୋଇଛି। ସନ୍ଧ୍ୟା ଆଳତି ବେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଖଣ୍ଡିଏ ଆଜ୍ଞାମାଳ ଲାଗି ହୋଇଥିଲା। ଦକ୍ଷିଣୀଘର ଭୋଗ ସରିବା ପରେ ଦୋଳଗୋବିନ୍ଦଙ୍କୁ ମହାଜନ ସେବକ ହସ୍ତରେ ବିଜେ କରାଇ ରତ୍ନସିଂହାସନକୁ ନେଇଥିଲେ। ସେଠାରେ ପୂଜାପଣ୍ଡା ଦୋଳଗୋବିନ୍ଦଙ୍କୁ ମହାପ୍ରଭୁଙ୍କ ଆଜ୍ଞାମାଳ ଲାଗି କରିଥିଲେ। ପରେ ବଟବୃକ୍ଷ ତଳେ ଥିବା ପାଲିଙ୍କିରେ ଦୋଳଗୋବିନ୍ଦଙ୍କୁ ବିଜେ କରାଯାଇଥିଲା। ବିମାନବଡୁମାନେ ଘଣ୍ଟ, ଛତା, କାହାଳୀ ସହିତ ପାଲିଙ୍କିକୁ ନେଇ ସିଂହଦ୍ୱାର ନିକଟ ବଡ଼ଛତା ମଠ ପାର୍ଶ୍ୱରେ ରଖିଥିଲେ। ଶୀତଳ ଭୋଗ ହେବା ପରେ ଭିତରଛ ମହାପାତ୍ର ଇନ୍ଦ୍ର, ଚନ୍ଦ୍ର ଓ ଗୋବିନ୍ଦଙ୍କୁ ବନ୍ଦାପନା କରିଥିଲେ। ଏହି ଅବସରରେ ହରଚଣ୍ଡୀ ସାହି ଆଖଡ଼ାରୁ ସୁସଜ୍ଜିତ ଐରାବତ ହସ୍ତୀ ବାହାରିଥିଲା। ଏହି ହସ୍ତୀ ଉପରେ ଇନ୍ଦ୍ର ଓ ମାହୁନ୍ତ ବେଶରେ ଦୁଇଜଣ ବସି ସିଂହଦ୍ୱାର ନିକଟକୁ ଆସି ଇନ୍ଦ୍ର, ଚନ୍ଦ୍ର ଓ ଗୋବିନ୍ଦ ବନ୍ଦାପନା ନୀତିରେ ସାମିଲ ହୋଇଥିଲେ। ପରେ ଠାକୁର ବଡ଼ଦେଉଳକୁ ବାହୁଡ଼ା ବିଜେ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାପ ନେଲା ମେଧାବୀ ଛାତ୍ରୀଙ୍କ ଜୀବନ

ଗୁଣପୁର,୧୬l୪(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ରାମନାଗୁଡ଼ା ବ୍ଲକ ଅଧୀନ କୁଜେନ୍ଦ୍ରି ଗ୍ରାମରେ ଅବସ୍ଥାପିତ ସଂଗ୍ରାମୀ ବିଶ୍ୱନାଥ ପଟ୍ଟନାୟକ ବାଇରୁ ଗମାଙ୍ଗ ଶିଶୁ ସଦନ କନ୍ୟାଶ୍ରମରେ ପଢ଼ୁଥିବା ଜଣେ…

୧୭ ବର୍ଷରୁ କମ୍‌ ବାଳିକା କ୍ରିକେଟ ଖେଳିବେ ସାଇ ପ୍ରତୀକ୍ଷା

ହାଟଡିହୀ,୧୬l୪(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲର ଛାତ୍ରୀ ସାଇ ପ୍ରତୀକ୍ଷା ଜେନା ୧୭ ବର୍ଷରୁ କମ ବାଳିକା କ୍ରିକେଟ ଖେଳିବା ପାଇଁ…

କଳବଳ କରୁଛି ଅସହ୍ୟ ଖରା

ରିଷିଡ଼ା,୧୬ା୪(ସୁଶାନ୍ତ ମଲ୍ଲିକ): ଗତ କିଛିଦିନ ହେଲା କର୍ଲାମୁଣ୍ଡା ବ୍ଲକ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଗୁରୁବାର ଏଠାରେ ତାପମାତ୍ରା ୪୩ ଡିଗ୍ରୀ ଛୁଇଁଛି। ପ୍ରବଳ ଗୁଳୁଗୁଳି…

ନର୍ଲା ବିଧାୟିକାଙ୍କ ସ୍ୱାମୀଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି

କଟକ,୧୬।୪: ନର୍ଲା ବିଧାୟିକାଙ୍କ ସ୍ୱାମୀ ଦୁର୍ଗା ପ୍ରସାଦ ମହାନ୍ତିଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ହାଇକୋର୍ଟ ଦୁର୍ଗା ପ୍ରସାଦଙ୍କୁ ୬ ସପ୍ତାହ ପାଇଁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି।…

ହୋଟେଲରେ ଚାଲିଥିଲା ସେକ୍ସ ରାକେଟ, ୪ ଗିରଫ, ୨ ଯୁବତୀ ଉଦ୍ଧାର

ଭଦ୍ରକ,୧୬।୪: ଭଦ୍ରକ ସହରରୁ ଗୁରୁବାର ଏକ ବଡ଼ ଧରଣର ସେକ୍ସ ରାକେଟ ଠାବ୍‌ ହୋଇଛି। ସେକ୍ସ ରାକେଟରେ ସମ୍ପୃକ୍ତ ୪ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ୨ଜଣ…

ବିଶ୍ୱ ଶାନ୍ତି ମହାଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ, ସିସିଟିଭି ନଜରରେ ଯଜ୍ଞସ୍ଥଳ ଓ ମିନା ବଜାର

ଗଞ୍ଜାମ,୧୬।୪(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ଠାରେ ନୃସିଂହ ମନ୍ଦିର ପ୍ରତିଷ୍ଠା ଦ୍ୱାଦଶ ବର୍ଷ ପୂର୍ତ୍ତି ଏବଂ ଗୋପୀନାଥଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ…

ଆଜିଠୁ ଆରମ୍ଭ ହେଲା ଘରକୁ ଘର ବୁଲି ଜନଗଣନା, ବୁଲିବୁଲି ଘର ନଂ ପ୍ରକାଇଲେ ଗଞ୍ଜାମ ଜିଲାପାଳ

ଛତ୍ରପୁର,୧୬।୪(ଦିଲ୍ଲୀପ ସାମଲ) : ଏପ୍ରିଲ ୧ ରୁ ଆରମ୍ଭ ହୋଇଯାଇଛି ଡିଜିଟାଲ ଜନଗଣନା ୨୦୨୭ । ପ୍ରଥମେ ଏପ୍ରିଲ ୧ ରୁ ୧୫ ତାରିଖ ପ୍ରର୍ଯ୍ୟନ୍ତ ସ୍ୱ-ଜନଗଣନା…

ଫୁଟବଲ୍ ପଡିଆରେ ଚାଲିଥିଲା କଫ ସିରପ କାରବାର, ମାଡି ବସିଲା ବରଗଡ଼ ପୋଲିସ୍

ବରଗଡ଼,୧୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ପୋଲିସକୁ ସଫଳତା । କଫ୍ ସିରପ କାରବାର ବେଳେ ମାଡିବସିଲା ପୋଲିସ । ବେହେରା ଫୁଟବଲ ପଡିଆରେ ଏହି କାରବାର ଚାଲିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri