ଦୁର୍ଗାପୂଜା ପ୍ରସ୍ତୁତି ବୈଠକକୁ ମୋକିମଙ୍କୁ ନା: ଡିସିପିଙ୍କ ବଦଳି ଦାବି କଲା ନଗର କଂଗ୍ରେସ

କଟକ ଅଫିସ,୧୫।୯: କମିଶନରେଟ୍‌ ପୋଲିସ ପକ୍ଷରୁ ଅନୁଷ୍ଠିତ ଦୁର୍ଗାପୂଜା ପ୍ରସ୍ତୁତି ବୈଠକକୁ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମଙ୍କୁ ଡିସିପି ଅଖିଳେଶ୍ୱର ସିଂ ନ ଡାକିବାକୁ ନେଇ କଟକ ସହରରେ ଅସନ୍ତୋଷ ତେଜିବାରେ ଲାଗିଛି। ଐତିହାସିକ କଟକ ସହର ଭାଇଚାରା ଓ ପରମ୍ପରାକୁ ବହନ କରୁଥିବାବେଳେ ପୋଲିସ ପ୍ରଶାସନର ଏଭଳି କାର୍ଯ୍ୟକୁ ନଗର କଂଗ୍ରେସ ବିରୋଧ କରିଛି। ଏ ନେଇ ନଗର କଂଗ୍ରେସ ପକ୍ଷରୁ ସିଡିଏ, ବିଡାନାସୀ, ସେଲ୍‌ଟର ଛକ, ଚାନ୍ଦିନୀଚୌକ, ପୁରୀଘାଟ, ବାଦାମବାଡି, ପ୍ରେସ୍‌ ଛକ, ଓଏମ୍‌ପି, ଜଗତ୍‌ପୁର, ରାଣୀହାଟ, ବକ୍ସିବଜାର ଓ ଚୌଧୁରୀ ବଜାର ଆଦି ଅଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନ ସହ ଡିସିପିଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା।

ମିଳିଥିବା ସୂଚନା ଅନୁଯାୟୀ, ପ୍ରତିବର୍ଷ କଟକରେ ଦୁର୍ଗାପୂଜା ଓ ଭସାଣିକୁ ଶାନ୍ତିଶୃଙ୍ଖଳାରେ ସମ୍ପନ୍ନ କରିବା ପାଇଁ ଜିଲା ଓ ପୋଲିସ ପ୍ରଶାସନ, ଶାନ୍ତି କମିଟି, ପୂଜା କମିଟିଗୁଡିକ ପକ୍ଷରୁ ପ୍ରସ୍ତୁତି ବୈଠକ ସହ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଚଳିତବର୍ଷ କମିଶନରେଟ୍‌ ପୋଲିସ ପକ୍ଷରୁ ଗୁରୁବାର ସ୍ଥାନୀୟ ଶହୀଦ ଭବନଠାରେ ଦୁର୍ଗା ପୂଜା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବାରବାଟୀ-କଟକ ଓ ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀର ସମସ୍ତ ରାଜନୈତିକ ଦଳର ନେତା ଏବଂ ସମସ୍ତ ପୂଜା କମିଟିର କର୍ମକର୍ତ୍ତାଙ୍କୁ ଆମନ୍ତ୍ରଣ କରାଯାଇଥିଲା। ତେବେ ଏହି ବୈଠକକୁ ବିଧାୟକ ମୋକିମଙ୍କୁ ଆମନ୍ତ୍ରଣ ନ କରାଯିବା ନେଇ ବିବାଦ ଦେଖାଦେଇଛି। ଦୀର୍ଘବର୍ଷରୁ ରହିଆସିଥିବା ପରମ୍ପରାକୁ ଡିସିପି ସିଂ ଭାଙ୍ଗିଛନ୍ତି ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି। ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଡିସିପି ସିଂଙ୍କ ଏଭଳି କାର୍ଯ୍ୟକୁ ବିରାଧ କରି ନଗର କଂଗ୍ରେସ ପକ୍ଷରୁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଓ ତୁରନ୍ତ ବଦଳି ପାଇଁ ଦାବି କରାଯାଇଛି । ଏ ନେଇ ଡିସିପି ସିଂ କହିଛନ୍ତି, ମୋକିମଙ୍କ ସହ ମୋର ବ୍ୟକ୍ତିଗତ ତିକ୍ତତା ନାହିଁ। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଆଖିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ଦଶହରା ପ୍ରସ୍ତୁତି ବୈଠକ ଡକାଯାଇଥିଲା। ପୂର୍ବରୁ ମୋକିମ ଥାନାରେ ପଶି ଭଙ୍ଗାରୁଜା କରିବା ସହ ଆଇନକୁ ହାତକୁ ନେଇଥିବାରୁ ତାଙ୍କୁ ଏହି ବୈଠକକୁ ଡକାଯାଇ ନ ଥିଲା। ଅନ୍ୟପକ୍ଷରେ ବିଧାୟକ ମୋକିମ କହିଛନ୍ତି, ଯେ ପର୍ଯ୍ୟନ୍ତ ହାଇକୋର୍ଟ ମୋତେ ଦୋଷୀ ବୋଲି କହିନାହାନ୍ତି, ସେ ପର୍ଯ୍ୟନ୍ତ ମୁଁ ଦୋଷୀ କି ନିର୍ଦ୍ଦୋଷ ତାହା ଡିସିପି ମତ ଦେଇ ପାରିବେ ନାହିଁ। ଏହାଛଡ଼ା ଯଦି ଆଇନ ଶୃଙ୍ଖଳା କଥା ଉଠୁଛି, ତେବେ ସେଦିନ ମଞ୍ଚରେ ବସିଥିବା ସରକାରୀ ଦଳର ନେତାମାନଙ୍କ ପ୍ରତି ବି ଡିସିପିଙ୍କ ନଜର ପଡୁ । ସେଠାରେ ଅନେକ ରାଜନେତା ଉପସ୍ଥିତ ଥିଲେ, ଯେଉଁମାନଙ୍କ ନାମରେ ଅନେକ ଆପରାଧିକ ମାମଲା ରହିଛି। ଏହାଛଡ଼ା ରାଜନୀତି ଜୀବନରେ ଏପରି କିଛି ଘଟଣା ଦେଇ ଆସିବା କୌଣସି ନୂଆ କଥା ନୁହେଁ।
ସୂଚନାଯୋଗ୍ୟ, ପୂର୍ବରୁ ପୋଲିସର ଗଣେଶ ପୂଜା ପ୍ରସ୍ତୁତି ବୈଠକରେ ମଧ୍ୟ ବିଧାୟକ ମୋକିମଙ୍କୁ ଡକାଯାଇ ନ ଥିଲା। ଏ ନେଇ ବିଧାୟକ ମୋକିମ ପ୍ରତିବାଦ ମଧ୍ୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଲା ଭାଜପା କୋର କମିଟି ବୈଠକ, ଖୁବଶୀଘ୍ର ଘୋଷଣା ହେବ ଲୋକ ସଭା-ବିଧାନସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର,୨୯ା୩: ଆଗାମୀ ବିଧାନସଭା ପାଇଁ ଭାଜପାର ପ୍ରାର୍ଥୀ ତାଲିକା ଏବଂ ଓଡିଶାରେ ଅବଶିଷ୍ଟ ଲୋକସଭା ଆସନ ଖୁବ ଶୀଘ୍ର ପ୍ରକାଶ ପାଇବ। ସୂତ୍ରରୁ ପ୍ରକାଶ ଯେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri